Posted inଫୁରସତ

୧୨୫ ବର୍ଷ ଧରି ଶିକୁଳିରେ ବନ୍ଧା ହୋଇଛି ଏହି ଗଛ, କାରଣ ଜାଣିଲେ…

ଇସ୍‌ଲାମାବାଦ: ଯେତେବେଳେ କୌଣସି ବ୍ୟକ୍ତି କିଛି ଅପରାଧ କରିଥାଏ, ସେତେବେଳେ ତାଙ୍କୁ ଗିରଫ ହେବାକୁ ପଡ଼େ। ହେଲେ କୌଣସି ଗଛ ଗିରଫ ହେବା ଆଶ୍ଚର୍ଯ୍ୟର କଥା। ନିକଟରେ ଏପରି ଏକ ଘଟଣା ଚର୍ଚ୍ଚାକୁ ଆସିଛି। ଜଣେ ଅପରାଧୀଙ୍କୁ ଯେପରି ମୋଟା ଶିକୁଳିରେ ବନ୍ଧାଯାଏ, ସେପରି ଏକ ଗଛକୁ ବର୍ଷେ କି ୨ ବର୍ଷ ନୁହେଁ ୧୨୫ ବର୍ଷ ହେବ ଶିକୁଳିରେ ବନ୍ଧାହୋଇଛି। ଏପରି ଗଛ ଆମ ପଡ଼ୋଶୀ ଦେଶ ପାକିସ୍ତାନରେ ରହିଛି, ଯାହାକୁ ବର୍ଷ ବର୍ଷ ଧରି ଶିକୁଳିରେ ବାନ୍ଧି ରଖାଯାଇଛି। ରିପୋର୍ଟ ମୁତାବକ, ପାକିସ୍ତାନର ପେଶାଓ୍ବର ସହରରେ ଏଭଳି ଏକ ଗଛ ରହିଛି, ଯାହାକୁ ୧୨୫ ବର୍ଷ ହେବ ଗିରଫ କରି ରଖାଯାଇଛି। ବାସ୍ତବରେ ଏହି ଗଛକୁ ଶିକୁଳିରେ ବାନ୍ଧି ରଖାଯାଇଛି, ଯାହାକୁ ଦେଖିଲେ ଲାଗିବ ଗଛକୁ ହାତକଡ଼ି ପକାଯାଇଛି। ୧୮୯୯ ମସିହାରୁ ଶିକୁଳିରେ ଏପରି ବନ୍ଧାହୋଇ ରଖାଯାଇଛି। ଏପରି କରିଛନ୍ତି ଜଣେ ବ୍ରିଟିଶ ଅଧିକାରୀ ଜେମ୍ସ ସ୍କ୍ବିଡ୍‌ ପୋଷ୍ଟେଡ୍‌। ସେ ନିଶାସକ୍ତ ଅବସ୍ଥାରେ ଏହି ଗଛକୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେବେଠାରୁ ଏହି ଗଛ କେବେ ଶିକୁଳିରୁ ମୁକୁଳି ପାରିନାହିଁ। ପାକିସ୍ତାନର ତୋରଖାନ ବର୍ଡର ନିକଟରେ ଲଣ୍ଡି କୋତାଲ ନାମକ ଏକ ସ୍ଥାନ ରହିଛି। ସେଠାରେ ଜେମ୍ସ ରହୁଥିଲେ। ଦିନେ ସେ ମଦ ନିଶାରେ ଗଛଥିବା ବାଟ ଦେଇ ଯାଉଥିଲେ। ତାଙ୍କୁ ଲାଗିଲା ଯେ ସେ ଗଛ ପାଖକୁ ଯାଉଥିବାବେଳେ ତାଙ୍କ ନିକଟରୁ ଗଛ ଦୂରକୁ ଘୁଞ୍ଚିଘୁଞ୍ଚି ଯାଉଛି। ଏଥିରେ ସେ କ୍ରୋଧାନ୍ବିତ ହୋଇ ପଡ଼ିଥିଲେ। ସେ ତୁରନ୍ତ ଗଛକୁ ଗିରଫ କରି ଶିକୁଳିରେ ବାନ୍ଧିବାକୁ ନିର୍ଦ୍ଦେଶ ଦେଇଥିଲେ। ସେବେଠାରୁ ହିଁ ଗଛଟି ଶିକୁଳିରେ ବନ୍ଧାହୋଇ ରହିଛି। ଏବେ ବି ଏହି ଗଛ ଶିକୁଳିରେ ବନ୍ଧାଥିବା ଦେଖିବାକୁ ମିଳେ। ଗଛ ପାଖରେ ଏକ ସୂଚନା ବୋର୍ଡ ଲାଗିଛି, ଯେଉଁଥିରେ ଏହି ଗଛର ଗିରଫର କାରଣ ଲେଖାଯାଇଛି। ସ୍ଥାନୀୟ ଲୋକେ ଏହାକୁ ବ୍ରିଟିଶ ସରକାରଙ୍କ ଅତ୍ୟାଚାର ପ୍ରତୀକ ରୂପେ ଦେଖୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଭବାନୀପାଟଣା,୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମକର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ…

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

ଜଗପାଡୁ ବଡବନ୍ଧର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ରୂପେଶ, ସ୍ଥିତି ସମୀକ୍ଷା ପରେ….

ପାରଳାଖେମୁଣ୍ଡି,୫।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମର ବହୁ ପୁରୁଣା ବଡବନ୍ଧ (ପୋଖରୀ)ର ସ୍ଥିତି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ।…

୪୦ ହେକ୍ଟର ଜମିରେ ଲାଗିବ ଅଏଲ ପାମ୍‌ ବୃକ୍ଷ, କନ୍ଧମାଳରେ ୨ ବର୍ଷ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): ଦେଶରେ ଖାଇବା ତେଲର ଚାହିଦା ରହିଛି। ତେବେ ଖାଇବା ତେଲକୁ ଅନେକ ସମୟରେ ବାହାର ଦେଶରୁ ଆମଦାନୀ କରାଯାଉଛି। ଦେଶରେ ଚାହିଦା ରହିଥିଲେ ମଧ୍ୟ…

‘ଶିକ୍ଷାକ୍ଷେତ୍ରରେ ST-SC ଶିକ୍ଷକ ସଂଘର ସଭାପତି ବିଶ୍ୱନାଥଙ୍କ ଅବଦାନ ଅତୁଳନୀୟ’

କଲ୍ୟାଣସିଂହପୁର,୫ା୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ST, SC ଶିକ୍ଷକ ସଂଘର ସଭାପତି ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମ ଶିରିପୁରସ୍ଥିତ ତାଙ୍କ ବାସଭବନରେ…

୨୨ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ଆଜୀବନ କଏଦୀ ଅର୍ଜୁନ ଜାନି

କୋରାପୁଟ,୫ା୮(ଅମିତାଭ ବେହେରା): ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି କ୍ରମେ ୨୦୦୪ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ୨୨ ବର୍ଷର କାରାଦଣ୍ଡ ଭୋଗିବା ପରେ ନବରଙ୍ଗପୁର…

ଭାଜପା ଏମପିଙ୍କୁ ବଡ଼ ପରାମର୍ଶ ଦେଲେ ମୋଦି, ବର୍ତ୍ତମାନ ଉପରେ ଫୋକସ୍…

ନୂଆଦିଲ୍ଲୀ,୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିବା ଭାରତୀୟ ଜନତା ପାର୍ଟି (ଭାଜପା)ର ୩୭ ଜଣ ନୂଆ ଏମପିଙ୍କ ବୈଠକ କରିଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri