ଏଥର ଶ୍ରୀକୃଷ୍ଣ

ଅଯୋଧ୍ୟାରେ ବାବ୍ରି ମସ୍‌ଜିଦ ଭଙ୍ଗା ଘଟଣା ୬ ଡିସେମ୍ବର ୨୦୨୧ରେ ୨୯ ବର୍ଷରେ ପହଞ୍ଚତ୍ଛି। ୫ ଅଗଷ୍ଟ ୨୦୨୦ରେ ଭୂମିପୂଜନ ହେବା ପରେ ସେଠାରେ ଭବ୍ୟ ରାମମନ୍ଦିର ନିର୍ମାଣ କାର୍ଯ୍ୟ ଚାଲିଛି। କିନ୍ତୁ ଉତ୍ତରପ୍ରଦେଶର ଅନ୍ୟ ଏକ ଧାର୍ମିକ ସହର ମଥୁରା ଏବେ ଅଯୋଧ୍ୟା ଘଟଣାର ପୁନରାବୃତ୍ତି କରିବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଛିି। ୪ଟି ଦକ୍ଷିଣପନ୍ଥୀ ଗୋଷ୍ଠୀ ଅଖିଳ ଭାରତ ହିନ୍ଦୁ ମହାସଭା, ଶ୍ରୀକୃଷ୍ଣ ଜନ୍ମଭୂମି ନିର୍ମାଣ ନ୍ୟାସ, ନାରାୟଣୀ ସେନା ଓ ଶ୍ରୀକୃଷ୍ଣ ମୁକ୍ତି ଦଳ ଡିସେମ୍ବର ୬ରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରିବା ଲାଗି ସ୍ଥାନୀୟ ପ୍ରଶାସନକୁ ଅନୁମତି ମାଗିଥିଲେ। ଅବଶ୍ୟ ତାହାକୁ ପ୍ରଶାସନ ପ୍ରତ୍ୟାଖ୍ୟାନ କରିଦେଇଛି। ତେବେ ଯେଉଁ ବିଷୟ ଏବେ ସମସ୍ତଙ୍କୁ ବ୍ୟଥିତ କରିବା କଥା ତାହା ହେଲା ଏହି ଦକ୍ଷିଣପନ୍ଥୀ ଗୋଷ୍ଠୀ ମଥୁରାରେ ଥିବା ଏକ ମସ୍‌ଜିଦ୍‌ରେ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ଅବସ୍ଥାପିତ କରିବାକୁ ଚାହୁଁଛି। ସେହିଠାରେ ଶ୍ରୀକୃଷ୍ଣ ଜନ୍ମ ହୋଇଥିଲେ ବୋଲି ଏମାନେ ଦାବି କରିଛନ୍ତି। ଏକ ଗୋଷ୍ଠୀ କହିଛି ଯେ ସମ୍ପୃକ୍ତ ଶାହି ଇଦ୍‌ଗାକୁ ମହାଜଳାଭିଷେକ କରାଯିବା ପରେ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ସ୍ଥାପନ କରାଯିବ। ସମ୍ଭବତଃ ଏଭଳି ଚିନ୍ତାଧାରା ପୋଷଣ କରୁଥିବା ବ୍ୟକ୍ତିମାନେ ଜିଦ୍‌ କରୁଥିବାରୁ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ସେହି ଇଦ୍‌ଗାରେ ବୋଲି ଏବେ ଦାବି କରାଯିବା ପଛରେ ଏକ ବଡ଼ ଲକ୍ଷ୍ୟ ରହିଥିବା ଅନୁମାନ କରାଯାଇପାରେ। ଆସନ୍ତାବର୍ଷ ପ୍ରାରମ୍ଭରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାରୁ ଭାରତୀୟ ଜନତା ପାର୍ଟି (ଭାଜପା) ହିନ୍ଦୁତ୍ୱ ଚିନ୍ତାଧାରାକୁ ପୁନଶ୍ଚ ଭୋଟରଙ୍କ ମନରେ ପଶାଇବାକୁ ଯାଇ ଦକ୍ଷିଣପନ୍ଥୀ ଗୋଷ୍ଠୀଙ୍କ ସାହାରା ନେଇଛି ବୋଲି ଆଲୋଚନା ହେଉଛି। ସେଠାକାର ଭାଜପା ସରକାର କର୍ମ ବଡ଼ ବୋଲି ଭାଷଣ ଦେଇଚାଲିଥିଲେ। ଯୋଗୀ ଆଦିତ୍ୟନାଥ ସରକାରଙ୍କ ଶାସନର ଦୃଢ଼ ପ୍ରମାଣ ବିକାଶ ବୋଲି କୁହାଯାଇଥିଲା। ପୁଣି ଯୋଗୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ସପ୍ରେସ ଓ୍ବେ, ସ୍କୁଲ, ଆବାସ ଯୋଜନା ବିଷୟ ଉଠାଇ ଭୋଟ୍‌ ପାଇବାକୁ ପ୍ରଥମେ ରଣନୀତି ପ୍ରସ୍ତୁତ କରିଥିଲେ। ହେଲେ ଯୋଗୀଙ୍କ ଶାସନ ସମୟରେ ସମ୍ପୂର୍ଣ୍ଣ ଭାବେ ଆଇନଶୃଙ୍ଖଳା ସ୍ଥିତି ବିଗିଡ଼ିଯିବା, କରୋନା ସମୟରେ ଅସଂଖ୍ୟ ଲୋକଙ୍କ ମୃତ୍ୟୁ ଘଟିବା ଓ ଶେଷରେ କୃଷକ ଆନ୍ଦୋଳନ ଚପାଇ ଦେବା ଲାଗି ହୋଇଥିବା ପ୍ରୟାସର ଅଂଶସ୍ବରୂପ ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ହତ୍ୟା କରାଯିବା ଆଦି ଘଟଣା ଉତ୍ତରପ୍ରଦେଶ ସରକାରଙ୍କୁ ନିନ୍ଦିତ କରିଦେଇଛି। ଏଭଳି ସମୟରେ ସମାଜବାଦୀ ପାର୍ଟି(ଏସ୍‌ପି) ଓ ବହୁଜନ ସମାଜପାର୍ଟି (ବିଏସ୍‌ପି) ଜାତି ସମୀକରଣ ପରିବର୍ତ୍ତେ ବିକାଶ ପ୍ରସଙ୍ଗ ଉଠାଇବା ସହ ଠାକୁରାଣୀଠାକୁରଙ୍କୁ ଅସ୍ତ୍ରକରି ଭୋଟରଙ୍କୁ ଆକୃଷ୍ଟ କରି ଲୋକଙ୍କ ସହ ଯୋଡ଼ି ହେବା କାର୍ଯ୍ୟ ଚଳାଇଛନ୍ତି। ତତ୍‌ସହିତ କଂଗ୍ରେସର ଆକ୍ରମଣ ମିଶିଯାଉଥିବା ହେତୁ ଭାଜପା ତା’ର ରଣନୀତି ବଦଳାଇଥାଇପାରେ। ସେଥିପାଇଁ ଭାଜପାର ମୁଖ୍ୟ ନିର୍ବାଚନୀ ଅସ୍ତ୍ର ରହିଆସିଥିବା ‘ହିନ୍ଦୁତ୍ୱ’କୁ ପୁଣି ପ୍ରୟୋଗ କରି ‘ମଥୁରା’ରେ ଶ୍ରୀକୃଷ୍ଣ ଜନ୍ମସ୍ଥାନକୁ ଅନ୍ୟତମ ନିର୍ବାଚନୀ ପ୍ରସଙ୍ଗ କରିବାକୁ ଚାହିଁଥାଇପାରେ।
ଏବର ଭାରତୀୟ ରାଜନୀତିକୁ ଦେଖିଲେ ଜାତୀୟ ସ୍ତରରେ ଏକ ଶକ୍ତିଶାଳୀ ବିରୋଧୀ ରାଜନୈତିକ ଦଳ ବା ମେଣ୍ଟ ସୃଷ୍ଟି ହୋଇପାରୁନାହିଁ। ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ୟୁପିଏ) ଭାଜପାର ବିକଳ୍ପ ବୋଲି ଯେଉଁ କ୍ଷୀଣ ଆଶା ଟିକକ ଥିଲା, ତାହା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନ୍ତବ୍ୟ ପରେ ସେଥିରେ ଘୁଣ ଲାଗିଗଲା ଭଳି ପ୍ରତୀୟମାନ ହେଉଛି। କଂଗ୍ରେସ ଭିତରେ ଗଭୀର ଅନ୍ତର୍ଦ୍ୱନ୍ଦ୍ୱ ଲାଗି ରହିଥିବାରୁ ଭାଜପା ସମ୍ଭବତଃ ବୁଝିଗଲାଣି ଯେ, ଏହା ହେଉଛି ପାର୍ଟି ପାଇଁ ଆଉ ଏକ ପ୍ରକୃଷ୍ଟ ସମୟ; ଯେଉଁଥିରେ ହିନ୍ଦୁତ୍ୱ କାର୍ଡ ଖେଳିଲେ ସଫଳତା ମିଳିପାରିବ। ପୁଣି ଧର୍ମଭୀରୁ ଲୋକଙ୍କ ଆଗରେ ଶ୍ରୀରାମଙ୍କ ଭଳି ଶ୍ରୀକୃଷ୍ଣଙ୍କୁ ଥୋଇଦେଲେ ଭାଜପାର ଆସନ ସଂଖ୍ୟା ବଢ଼ିଯାଇପାରେ। ନିକଟରେ ଶେଷ ହୋଇଥିବା କେତେକ ଉପନିର୍ବାଚନରେ ଭାଜପାର ପ୍ରଦର୍ଶନ କମିଯାଇଥିବା ଦେଖାଯାଇଛି। ସେହିପରି ଭାରତୀୟ ଗଣତନ୍ତ୍ର ପାକଳ ହେଉଥିବାରୁ ଧର୍ମ ଅପେକ୍ଷା ସକାରାତ୍ମକ କର୍ମ କରି ଦେଶର ବିକାଶ ଆଣିପାରୁଥିବା ରାଜନୈତିକ ଦଳକୁ ଭୋଟର ବାଛିବେ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ତେଣୁ ଏଥର ଶ୍ରୀକୃଷ୍ଣଙ୍କୁ ନିର୍ବାଚନୀ ରଣକ୍ଷେତ୍ରକୁ ଅଣାଯାଇଥିବାରୁ ତା’ର ପରିଣତି ଆଗାମୀ ଉତ୍ତରପ୍ରଦେଶ ନିର୍ବାଚନରେ କ’ଣ ରହିବ, ତାହା କେବଳ ଭୋଟରଙ୍କୁ ଜଣା।


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri