ଏଥର ଶ୍ରୀକୃଷ୍ଣ

ଅଯୋଧ୍ୟାରେ ବାବ୍ରି ମସ୍‌ଜିଦ ଭଙ୍ଗା ଘଟଣା ୬ ଡିସେମ୍ବର ୨୦୨୧ରେ ୨୯ ବର୍ଷରେ ପହଞ୍ଚତ୍ଛି। ୫ ଅଗଷ୍ଟ ୨୦୨୦ରେ ଭୂମିପୂଜନ ହେବା ପରେ ସେଠାରେ ଭବ୍ୟ ରାମମନ୍ଦିର ନିର୍ମାଣ କାର୍ଯ୍ୟ ଚାଲିଛି। କିନ୍ତୁ ଉତ୍ତରପ୍ରଦେଶର ଅନ୍ୟ ଏକ ଧାର୍ମିକ ସହର ମଥୁରା ଏବେ ଅଯୋଧ୍ୟା ଘଟଣାର ପୁନରାବୃତ୍ତି କରିବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଛିି। ୪ଟି ଦକ୍ଷିଣପନ୍ଥୀ ଗୋଷ୍ଠୀ ଅଖିଳ ଭାରତ ହିନ୍ଦୁ ମହାସଭା, ଶ୍ରୀକୃଷ୍ଣ ଜନ୍ମଭୂମି ନିର୍ମାଣ ନ୍ୟାସ, ନାରାୟଣୀ ସେନା ଓ ଶ୍ରୀକୃଷ୍ଣ ମୁକ୍ତି ଦଳ ଡିସେମ୍ବର ୬ରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରିବା ଲାଗି ସ୍ଥାନୀୟ ପ୍ରଶାସନକୁ ଅନୁମତି ମାଗିଥିଲେ। ଅବଶ୍ୟ ତାହାକୁ ପ୍ରଶାସନ ପ୍ରତ୍ୟାଖ୍ୟାନ କରିଦେଇଛି। ତେବେ ଯେଉଁ ବିଷୟ ଏବେ ସମସ୍ତଙ୍କୁ ବ୍ୟଥିତ କରିବା କଥା ତାହା ହେଲା ଏହି ଦକ୍ଷିଣପନ୍ଥୀ ଗୋଷ୍ଠୀ ମଥୁରାରେ ଥିବା ଏକ ମସ୍‌ଜିଦ୍‌ରେ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ଅବସ୍ଥାପିତ କରିବାକୁ ଚାହୁଁଛି। ସେହିଠାରେ ଶ୍ରୀକୃଷ୍ଣ ଜନ୍ମ ହୋଇଥିଲେ ବୋଲି ଏମାନେ ଦାବି କରିଛନ୍ତି। ଏକ ଗୋଷ୍ଠୀ କହିଛି ଯେ ସମ୍ପୃକ୍ତ ଶାହି ଇଦ୍‌ଗାକୁ ମହାଜଳାଭିଷେକ କରାଯିବା ପରେ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ସ୍ଥାପନ କରାଯିବ। ସମ୍ଭବତଃ ଏଭଳି ଚିନ୍ତାଧାରା ପୋଷଣ କରୁଥିବା ବ୍ୟକ୍ତିମାନେ ଜିଦ୍‌ କରୁଥିବାରୁ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ସେହି ଇଦ୍‌ଗାରେ ବୋଲି ଏବେ ଦାବି କରାଯିବା ପଛରେ ଏକ ବଡ଼ ଲକ୍ଷ୍ୟ ରହିଥିବା ଅନୁମାନ କରାଯାଇପାରେ। ଆସନ୍ତାବର୍ଷ ପ୍ରାରମ୍ଭରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାରୁ ଭାରତୀୟ ଜନତା ପାର୍ଟି (ଭାଜପା) ହିନ୍ଦୁତ୍ୱ ଚିନ୍ତାଧାରାକୁ ପୁନଶ୍ଚ ଭୋଟରଙ୍କ ମନରେ ପଶାଇବାକୁ ଯାଇ ଦକ୍ଷିଣପନ୍ଥୀ ଗୋଷ୍ଠୀଙ୍କ ସାହାରା ନେଇଛି ବୋଲି ଆଲୋଚନା ହେଉଛି। ସେଠାକାର ଭାଜପା ସରକାର କର୍ମ ବଡ଼ ବୋଲି ଭାଷଣ ଦେଇଚାଲିଥିଲେ। ଯୋଗୀ ଆଦିତ୍ୟନାଥ ସରକାରଙ୍କ ଶାସନର ଦୃଢ଼ ପ୍ରମାଣ ବିକାଶ ବୋଲି କୁହାଯାଇଥିଲା। ପୁଣି ଯୋଗୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ସପ୍ରେସ ଓ୍ବେ, ସ୍କୁଲ, ଆବାସ ଯୋଜନା ବିଷୟ ଉଠାଇ ଭୋଟ୍‌ ପାଇବାକୁ ପ୍ରଥମେ ରଣନୀତି ପ୍ରସ୍ତୁତ କରିଥିଲେ। ହେଲେ ଯୋଗୀଙ୍କ ଶାସନ ସମୟରେ ସମ୍ପୂର୍ଣ୍ଣ ଭାବେ ଆଇନଶୃଙ୍ଖଳା ସ୍ଥିତି ବିଗିଡ଼ିଯିବା, କରୋନା ସମୟରେ ଅସଂଖ୍ୟ ଲୋକଙ୍କ ମୃତ୍ୟୁ ଘଟିବା ଓ ଶେଷରେ କୃଷକ ଆନ୍ଦୋଳନ ଚପାଇ ଦେବା ଲାଗି ହୋଇଥିବା ପ୍ରୟାସର ଅଂଶସ୍ବରୂପ ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ହତ୍ୟା କରାଯିବା ଆଦି ଘଟଣା ଉତ୍ତରପ୍ରଦେଶ ସରକାରଙ୍କୁ ନିନ୍ଦିତ କରିଦେଇଛି। ଏଭଳି ସମୟରେ ସମାଜବାଦୀ ପାର୍ଟି(ଏସ୍‌ପି) ଓ ବହୁଜନ ସମାଜପାର୍ଟି (ବିଏସ୍‌ପି) ଜାତି ସମୀକରଣ ପରିବର୍ତ୍ତେ ବିକାଶ ପ୍ରସଙ୍ଗ ଉଠାଇବା ସହ ଠାକୁରାଣୀଠାକୁରଙ୍କୁ ଅସ୍ତ୍ରକରି ଭୋଟରଙ୍କୁ ଆକୃଷ୍ଟ କରି ଲୋକଙ୍କ ସହ ଯୋଡ଼ି ହେବା କାର୍ଯ୍ୟ ଚଳାଇଛନ୍ତି। ତତ୍‌ସହିତ କଂଗ୍ରେସର ଆକ୍ରମଣ ମିଶିଯାଉଥିବା ହେତୁ ଭାଜପା ତା’ର ରଣନୀତି ବଦଳାଇଥାଇପାରେ। ସେଥିପାଇଁ ଭାଜପାର ମୁଖ୍ୟ ନିର୍ବାଚନୀ ଅସ୍ତ୍ର ରହିଆସିଥିବା ‘ହିନ୍ଦୁତ୍ୱ’କୁ ପୁଣି ପ୍ରୟୋଗ କରି ‘ମଥୁରା’ରେ ଶ୍ରୀକୃଷ୍ଣ ଜନ୍ମସ୍ଥାନକୁ ଅନ୍ୟତମ ନିର୍ବାଚନୀ ପ୍ରସଙ୍ଗ କରିବାକୁ ଚାହିଁଥାଇପାରେ।
ଏବର ଭାରତୀୟ ରାଜନୀତିକୁ ଦେଖିଲେ ଜାତୀୟ ସ୍ତରରେ ଏକ ଶକ୍ତିଶାଳୀ ବିରୋଧୀ ରାଜନୈତିକ ଦଳ ବା ମେଣ୍ଟ ସୃଷ୍ଟି ହୋଇପାରୁନାହିଁ। ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ୟୁପିଏ) ଭାଜପାର ବିକଳ୍ପ ବୋଲି ଯେଉଁ କ୍ଷୀଣ ଆଶା ଟିକକ ଥିଲା, ତାହା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନ୍ତବ୍ୟ ପରେ ସେଥିରେ ଘୁଣ ଲାଗିଗଲା ଭଳି ପ୍ରତୀୟମାନ ହେଉଛି। କଂଗ୍ରେସ ଭିତରେ ଗଭୀର ଅନ୍ତର୍ଦ୍ୱନ୍ଦ୍ୱ ଲାଗି ରହିଥିବାରୁ ଭାଜପା ସମ୍ଭବତଃ ବୁଝିଗଲାଣି ଯେ, ଏହା ହେଉଛି ପାର୍ଟି ପାଇଁ ଆଉ ଏକ ପ୍ରକୃଷ୍ଟ ସମୟ; ଯେଉଁଥିରେ ହିନ୍ଦୁତ୍ୱ କାର୍ଡ ଖେଳିଲେ ସଫଳତା ମିଳିପାରିବ। ପୁଣି ଧର୍ମଭୀରୁ ଲୋକଙ୍କ ଆଗରେ ଶ୍ରୀରାମଙ୍କ ଭଳି ଶ୍ରୀକୃଷ୍ଣଙ୍କୁ ଥୋଇଦେଲେ ଭାଜପାର ଆସନ ସଂଖ୍ୟା ବଢ଼ିଯାଇପାରେ। ନିକଟରେ ଶେଷ ହୋଇଥିବା କେତେକ ଉପନିର୍ବାଚନରେ ଭାଜପାର ପ୍ରଦର୍ଶନ କମିଯାଇଥିବା ଦେଖାଯାଇଛି। ସେହିପରି ଭାରତୀୟ ଗଣତନ୍ତ୍ର ପାକଳ ହେଉଥିବାରୁ ଧର୍ମ ଅପେକ୍ଷା ସକାରାତ୍ମକ କର୍ମ କରି ଦେଶର ବିକାଶ ଆଣିପାରୁଥିବା ରାଜନୈତିକ ଦଳକୁ ଭୋଟର ବାଛିବେ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ତେଣୁ ଏଥର ଶ୍ରୀକୃଷ୍ଣଙ୍କୁ ନିର୍ବାଚନୀ ରଣକ୍ଷେତ୍ରକୁ ଅଣାଯାଇଥିବାରୁ ତା’ର ପରିଣତି ଆଗାମୀ ଉତ୍ତରପ୍ରଦେଶ ନିର୍ବାଚନରେ କ’ଣ ରହିବ, ତାହା କେବଳ ଭୋଟରଙ୍କୁ ଜଣା।


Enter your email to get our daily news in your inbox.

All Right Reserved By Dharitri.Com

ଇଚ୍ଛା ପୂରଣ ଯନ୍ତ୍ର

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ ଏ ଯନ୍ତ୍ରଟି ସେସବୁ ଯନ୍ତ୍ରମାନଙ୍କ ପରି ନୁହେଁ, ଯେମିତିକି ଟେଲିଫୋନ୍‌, ଟେଲିଭିଜନ, କମ୍ପ୍ୟୁଟର ବା ରୋବୋଟ୍‌। ବିଜ୍ଞାନର ବରଦାନ ଲାଭ...

ଏଇ ଭାରତରେ

ଅନ୍ୟର ଉପକାର କରିବା ପାଇଁ ବେଳେବେଳେ ମଣିଷ କିଛି ନିଆରା କାମ କରିଥାନ୍ତି ଯାହା କରୁଛନ୍ତି ରାଜସ୍ଥାନ ଉଦୟପୁର ନିବାସୀ ଅଶୋକ ପାଲିଓ୍ବାଲ। କ୍ୟାନ୍‌ସର ରୋଗୀଙ୍କଠାରେ...

ବିକଳ୍ପ ନ ଥିବା ଚରିତ୍ର

ଦ୍ୱିତୀ ଚନ୍ଦ୍ର ସାହୁ   ନିମ୍ନ ଅଦାଲତର ପ୍ରକୋଷ୍ଠ। ବସିଛନ୍ତି ବିଚାରପତି। ସାମ୍ନାରେ ପୀଡ଼ିତା ବୋହୂ। ଭଲ ପାଇ ପରସ୍ପରକୁ ବାହା ହୋଇଛନ୍ତି ପୁଅ ଓ...

ଆଜିର ଅର୍ଥନୀତି/ ଆହ୍ବାନପୂର୍ଣ୍ଣ

ଚଳିତ ମାନ୍ଦାବସ୍ଥା ସୁଧୁରିବାର କୌଣସି ଲକ୍ଷଣ ଦେଖିବାକୁ ମିଳୁନି। ସାଧାରଣ ଲୋକମାନେ ବିଭିନ୍ନ ସମୟରେ ପାଉଥିବା ଆର୍ଥିକ ତଥ୍ୟ ସବୁବେଳେ ପୂର୍ବାପେକ୍ଷା ଅଧିକ ଚିନ୍ତାଜନକ ହେଉଛି।...

କଳାର ମାନଚିତ୍ରକର

ଜୀବନରେ ପ୍ରସିଦ୍ଧିଲାଭ ପାଇଁ ଅଧିକ ପାଠପଢ଼ା ଏକମାତ୍ର ସୋପାନ ହୋଇ ନ ପାରେ। ପୃଥିବୀବ୍ୟାପୀ ଏହାର ଅସଂଖ୍ୟ ଦୃଷ୍ଟାନ୍ତ ରହିଛି। ଅର୍ଥାତ୍‌ ଲୌକିକ ଦୃଷ୍ଟିରୁ ଜଣେ...

ବଜେଟରେ କ’ଣ ଗୁରୁତ୍ୱ ପାଇବା ଉଚିତ

ଡ. ସନ୍ତୋଷ କୁମାର ମହାପାତ୍ର ବଜେଟ କେବଳ ଆୟବ୍ୟୟର ବାର୍ଷିକ ଅଟକଳ ନୁହେଁ, ସରକାର ଅର୍ଥନୀତିକୁ କିପରି ପରିଚାଳନା କରିବାକୁ ଚାହାନ୍ତି, କେଉଁ କ୍ଷେତ୍ରକୁ ଅଧିକ...

ୟୁକ୍ରେନ୍‌ ସଙ୍କଟ ଓ ଭାରତର ଆଭିମୁଖ୍ୟ

ପ୍ରଫେସର ଶକ୍ତି ପ୍ରସାଦ ଶ୍ରୀଚନ୍ଦନ ବର୍ତ୍ତମାନ ୟୁରୋପ ଶୀତଳ ଯୁଦ୍ଧ ପରବର୍ତ୍ତୀ ସମୟର ସବୁଠାରୁ ବିପଜ୍ଜନକ ପର୍ଯ୍ୟାୟ ଦେଇ ଗତି କରୁଛି। ଯଦିଓ ୟୁକ୍ରେନ୍‌ ସଙ୍କଟ...

ଭିତରକନିକା ବଞ୍ଚାଅ

ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ଯୋଗୁ ପୃଥିବୀସାରା ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି। ଏହା ସମସ୍ତେ ଉପଲବ୍ଧି କଲେଣି। ତଥାପି ମଣିଷ ଚେତୁନାହିଁ। ଜୈବ...

Advertisement
Archives

Model This Week