ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର ସମ୍ମାନଜନକ ସ୍ଥିତି ପାଇଁ ୬୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ବରିଷ୍ଠ ନାଗରିକ ଘୋଷଣା କରିବା ସହ ୧୯୯୯ରେ ସେମାନଙ୍କ ଲାଗି ସ୍ବତନ୍ତ୍ର ଦୃଷ୍ଟିଦେବାକୁ ନିଷ୍ପତ୍ତି ନେଇଥିଲା। ସେଇ ନିର୍ଦ୍ଦେଶ ଆଧାରରେ ଆମ ଦେଶରେ ୨୦୦୭ରେ ‘ମାତାପିତା ତଥା ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଓ କଲ୍ୟାଣ ଅଧିନିୟମ’ ପ୍ରଣୟନ ହେଲା। ୨୦୦୯ରେ ଆମ ରାଜ୍ୟରେ ଭରଣପୋଷଣରୁ ବଞ୍ଚିତ ହେଲେ ବିଚାର ପାଇଁ ପ୍ରାଧିକରଣ ଏବଂ ଅପିଲ ସହ ସାମାଜିକ ପୋଲିସ ବ୍ୟବସ୍ଥା କରାଯାଇ ପିଛିଲା ତାରିଖ ୧ା୧୦ା୨୦୦୮ରୁ ଏହି ନିୟମ କାର୍ଯ୍ୟକାରୀ କରାଯାଇଛି। ପୁନଶ୍ଚ ଏହି ନିୟମକୁ ବ୍ୟାପକ କରାଯାଇ ୨୦୧୬ରେ ବୟସ୍କ ନାଗରିକ ଅଧିନିୟମ ଅନୁସାରେ ସାମାଜିକ ସୁରକ୍ଷା ନାମରେ ଗୋଟିଏ ବିଭାଗ କାର୍ଯ୍ୟକାରୀ ହେଲା। ଏଥିପାଇଁ କେନ୍ଦ୍ର ଓ ରାଜ୍ୟରେ ଯଥାକ୍ରମେ ‘ଅଭୟ’ ଓ ‘ଅବଦାନ’ ନାମରେ ଦୁଇଟି ଯୋଜନା ମଧ୍ୟ କାର୍ଯ୍ୟକାରୀ କରାଯାଇଛି। ଅଧିନିୟମ ଅନୁଯାୟୀ ପ୍ରତ୍ୟେକ ଜିଲାର ଜିଲାପାଳଙ୍କ ସଭାପତିତ୍ୱରେ ଆରକ୍ଷୀ ଅଧୀକ୍ଷକ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ, ଅତିରିକ୍ତ ଜିଲାପାଳ, ଉପ ଜିଲାପାଳଙ୍କ ସହ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କୁ ନେଇ ଗୋଟିଏ ସମନ୍ବୟ କମିଟି ଗଠନ କରାଯାଇ ବର୍ଷ ମଧ୍ୟରେ ଅନୂ୍ୟନ ଚାରିଥର ବୈଠକ ହେବାର ନିୟମ ସହ ରାଜ୍ୟ ସ୍ତରରେ ଗଠିତ ଅନୁରୂପ କମିଟି ଏହାକୁ ସମୟଭିତ୍ତିକ ପର୍ଯ୍ୟବେକ୍ଷଣ କରିବାକୁ ନିୟମ ରହିଛି। ପ୍ରତ୍ୟେକ ବରିଷ୍ଠ ନାଗରିକ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ଦ୍ବାରା ଅନୁବନ୍ଧିତ ହେବା ସହ ସ୍ଥାନୀୟ ପୋଲିସ ସମସ୍ତ ବରିଷ୍ଠ ନାଗରିକଙ୍କ ସହ ପ୍ରତ୍ୟକ୍ଷ ସମ୍ପର୍କ ସ୍ଥାପନ କରି ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇ ଆବଶ୍ୟକସ୍ଥଳେ ସହାୟତା ପ୍ରଦାନ କରିବାର ପ୍ରାବଧାନ ରହିଛି। ଏଥିପାଇଁ ଏକ ନିଃଶୁଳ୍କ ଫୋନ ନମ୍ବର ଅଛି। ଭରଣପୋଷଣରୁ ବଞ୍ଚିତ ବରିଷ୍ଠ ନାଗରିକ ଉପଜିଲାପାଳଙ୍କ ପାଖରେ ଆବେଦନ କଲେ ତା’ର ତ୍ୱରିତ୍‌ ବିଚାର କରାଯିବ। କିନ୍ତୁ ବରିଷ୍ଠ ନାଗରିକଙ୍କ ପାଇଁ ଥିବା ଏଭଳି କଲ୍ୟାଣକାରୀ ନିୟମ ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କ ପାଖରେ ଗୌଣ ହୋଇଯାଉଛି। ଏହି ନିୟମ କିପରି ପରିପାଳନ କରାଯାଉଛି ଏବଂ ଏହା ଆଧାରରେ ସେମାନଙ୍କର ମାନସିକତାରେ କିଭଳି ପରିବର୍ତ୍ତନ ହୋଇଛି ସେ ସମ୍ପର୍କରେ ଏଯାବତ୍‌ କୌଣସି ପ୍ରତ୍ୟକ୍ଷ ସମୀକ୍ଷା ହୋଇନାହିଁ। ଏଥିପାଇଁ କିଏ ଉତ୍ତରଦାୟୀ ଯଦି ପ୍ରଶ୍ନ ହୁଏ ତେବେ ତା’ର ଉତ୍ତର ମଧ୍ୟ ମିଳି ନ ପାରେ।
ଆମ ରାଜ୍ୟରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ସମସ୍ତ ଲୋକ ସଂଖ୍ୟାର ୧୮ ରୁ ୨୦ ଶତାଂଶ । କିନ୍ତୁ ସେମାନଙ୍କ ପାଇଁ ଗଠିତ ଜିଲା ସ୍ତରୀୟ ସମନ୍ବୟ କମିଟିର ନିୟମିତ ବୈଠକ ହୁଏନାହିଁ। ଅବହେଳିତ ହୁଅନ୍ତୁ ବା ନ ହୁଅନ୍ତୁ ଜଣେ ବରିଷ୍ଠ ନାଗରିକ କୌଣସି ପଦସ୍ଥ ଅଧିକାରୀଙ୍କଠାରୁ ଭଲମନ୍ଦର ଫୋନ ବାର୍ତ୍ତାଟିଏ ପାଇଲେ ସେ କେତେ ମାନସିକ ଶାନ୍ତି ପାଇବେ ତାହା ବୋଧହୁଏ ଆଗାମୀ ଦିନର ବରିଷ୍ଠ ନାଗରିକ ତଥା ବର୍ତ୍ତମାନର ପଦସ୍ଥ ଅଧିକାରୀଙ୍କ ମାନସିକତା ଗ୍ରହଣ କରିବାକୁ ଅକ୍ଷମ। ରାଜ୍ୟର କୌଣସି ଜିଲାପାଳ ଏହି ନିୟମ ଆଧାରରେ ବରିଷ୍ଠ ନାଗରିକଙ୍କ ନିକଟତର ହେବାକୁ ମାସିକ ବା ତ୍ରୈମାସିକ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବା ଉଚିତ ମନେକରନ୍ତି ନାହିଁ। ରାଜ୍ୟର ବରିଷ୍ଠ ନାଗରିକଙ୍କ ମଧ୍ୟରୁ କେତେ ଶତାଂଶ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ପାଖରେ ଅନୁବନ୍ଧିତ ହୋଇଛନ୍ତି ଏବଂ ଥାନା ମାଧ୍ୟମରେ ମାସିକ କେତେ ବରିଷ୍ଠ ନାଗରିକଙ୍କ ସହ ସମ୍ପର୍କ ସ୍ଥାପନ ହୋଇଛି ତା’ର ବିଭାଗୀୟ ସମୀକ୍ଷା ହୁଏ ନାହିଁ । ବିଭାଗୀୟ ସଚିବ ବା ମନ୍ତ୍ରୀ ଏଥିପାଇଁ ସ୍ବତନ୍ତ୍ର ଦୃଷ୍ଟି ଦେଉଥିବା ଗଣମାଧ୍ୟମରେ ପ୍ରକାଶ ପାଏନାହିଁ। ସରକାର କେବଳ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନକୁ ଗୁରୁତ୍ୱ ଦିଅନ୍ତି।
କିନ୍ତୁ ସେଇ ହିତାଧିକାରୀ ସମ୍ମୁଖୀନ ହେଉଥିବା ସାମାଜିକ ସମସ୍ୟା ପ୍ରତି ନଜର ଦିଅନ୍ତି ନାହିଁ। ଏହି ଯୋଜନାର ସଫଳ ରୁପାୟନ ପାଇଁ ପ୍ରଚଳିତ ଯୋଜନାରେ ପ୍ରାପ୍ତ ଅନୁଦାନକୁ କିଛି ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ ନାମରେ ହାତଗଣତି ବରିଷ୍ଠ ନାଗରିକଙ୍କୁ ସାମିଲ କରି ଗାମୁଛା, ଟୋପି ଏବଂ ଖାଦ୍ୟପେୟ ବାବଦରେ ଖର୍ଚ୍ଚ ଦର୍ଶାଯାଇଥାଏ। ହାତଗଣତି ବରିଷ୍ଠ ନାଗରିକଙ୍କ ଉପସ୍ଥିତିରେ ଧର୍ମକୁ ଆଖିଠାର ପରି ସଚେତନତା ବୈଠକ କରାଇ ଅନୁଦାନର ପୂର୍ଣ୍ଣ ବିନିଯୋଗ ପ୍ରମାଣପତ୍ର ଦିଆଯାଏ। ଏଥିରୁ ସ୍ପଷ୍ଟ ହୁଏ ଯେ ବରିଷ୍ଠ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ଅନୁଦାନକୁ ସେମାନଙ୍କ ସମସ୍ୟା ଅନୁଧ୍ୟାନ ଓ ସମାଧାନ ଅପେକ୍ଷା ସ୍ବେଚ୍ଛାସେବୀ ଅନୁଷ୍ଠାନର ଆର୍ଥିକ ଲାଭକୁ ଗୁରୁତ୍ୱ ଦିଆଯାଏ। ଏବେ ବି କୌଣସି ଡାକ୍ତରଖାନାରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ବା ଶ୍ରୀଜଗନ୍ନାଥ ଦର୍ଶନ ବ୍ୟବସ୍ଥା ଦାବିକୁ ଅଣଦେଖା କରୁଥିବା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥ ଦର୍ଶନ ଯୋଜନା ମୂଳରେ ରାଜନୈତିକ ସଫଳତା ଉଦ୍ଦେଶ୍ୟ ସ୍ପଷ୍ଟ ହେଉଛି।
ସବୁଠାରୁ ସ୍ପର୍ଶକାତର କଥା ହେଉଛି ଏହି ଆଇନ ପ୍ରଣୟନ ପରେ କିଛି ସ୍ବେଚ୍ଛାସେବୀ ସଂଗଠନ ବରିଷ୍ଠ ନାଗରିକଙ୍କ ଭରଣପୋଷଣ ନାମରେ ସରକାରୀ ଅନୁଦାନ ପାଇ ଜରାଶ୍ରମ ଖୋଲି ଆର୍ଥିକ ଲାଭ ପାଉଛନ୍ତି। ସେମାନେ ବରିଷ୍ଠ ନାଗରିକଙ୍କୁ ଖୋଜି ସମ୍ମୁଖୀନ ହେଉଥିବା ଭରଣପୋଷଣ ବା ଅନ୍ୟ ସମସ୍ୟା ସମାଧାନ ପରିବର୍ତ୍ତେ ଜରାଶ୍ରମରେ ରହିବାକୁ ପ୍ରବର୍ତ୍ତାଇଥାନ୍ତି। କିନ୍ତୁ ସେମାନଙ୍କ ଅଧିକାର ପାଇଁ କୌଣସି ଆଇନଗତ ପଦକ୍ଷେପ ନେଇଥିବାର ଦୃଷ୍ଟାନ୍ତ ନାହିଁ । ତେଣୁ ଏହି ଯୋଜନା କିଛି ବୃଦ୍ଧାବୃଦ୍ଧଙ୍କ ଅଧିକାର ପରିବର୍ତ୍ତେ ସେମାନଙ୍କୁ ନିଃସଙ୍ଗ ଜୀବନଯାପନ ପାଇଁ ଏକପ୍ରକାର ବାଧ୍ୟ କରୁଛି। କିଛି ଯୋଗ୍ୟ ପୁଅ ବୃଦ୍ଧ ମାତାପିତାଙ୍କ ସେବା ପରିବର୍ତ୍ତେ ଜରାଶ୍ରମରେ ଛାଡ଼ି ସ୍ବଛନ୍ଦ ଜୀବନଯାପନ କରନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଜରାଶ୍ରମରେ ଜୀବନ ବିତାଉଥିବା ବରିଷ୍ଠ ନାଗରିକମାନେ ନିଜ ପୁଅ ବୋହୂଙ୍କ ବିରୋଧରେ ଅଭିଯୋଗ ମଧ୍ୟ କରନ୍ତି ନାହିଁ। ତାଙ୍କର ଏହି ବିଶାଳ ହୃଦୟର ପରିଚୟ କିନ୍ତୁ ସେଇ ପୁଅ ବୋହୂଙ୍କୁ ପ୍ରଭାବିତ କରେନାହିଁ। ଆବଶ୍ୟକ ସ୍ଥଳେ ଆଇନ ଜାଲରୁ ମୁକୁଳିବାକୁ ମାତାପିତା ସ୍ବଇଚ୍ଛାରେ ଜରାଶ୍ରମ ପସନ୍ଦ କରୁଥିବା ଲେଖାଇ ନିଅନ୍ତି। ପ୍ରଶାସନ ତରଫରୁ ମଧ୍ୟ କେବେ ତା’ର ସର୍ବେକ୍ଷଣ କିମ୍ବା ପ୍ରତିକାର କରାଯାଏ ନାହିଁ।
କିଛି ସଂଭ୍ରାନ୍ତ ବର୍ଗର ବରିଷ୍ଠ ନାଗରିକଙ୍କ ପୁଅବୋହୂ ବିଦେଶରେ ଚାକିରି ଯୋଗୁ ସେମାନେ ଅସହାୟ ଭାବରେ ରହୁଛନ୍ତି। ନିକଟରେ ବରିଷ୍ଠ ନାଗରିକଙ୍କ ହିତ ଦୃଷ୍ଟିରୁ ସରକାର ସେମାନଙ୍କ ପ୍ରତି ବିଦେଶରେ ଥିବା ପୁଅ ବୋହୂ ହତାଦର କରୁନାହାନ୍ତି ବୋଲି ଲିଖିତ ପ୍ରମାଣ ପତ୍ର ଆଧାରରେ ଭିଜାର ଅବଧି ବୃଦ୍ଧି କରିବେ ବୋଲି ନେଇଥିବା ନିଷ୍ପତ୍ତି ସ୍ବାଗତଯୋଗ୍ୟ। କିନ୍ତୁ କେତେଜଣ ବ୍ୟକ୍ତି ସେଭଳି ବ୍ୟକ୍ତିଙ୍କୁ ଠାବକରି ସେମାନଙ୍କ ପାଇଁ ଦେୟଯୁକ୍ତ ଜରାଶ୍ରମ ପରିଚାଳନା କରି ସରକାରୀ ଜାଗା ହାତେଇ ବୋହୂପୁଅଙ୍କଠାରୁ ମୋଟା ଅଙ୍କର ଅର୍ଥ ସହ ବେସରକାରୀ ଚାନ୍ଦା ମଧ୍ୟ ପାଉଛନ୍ତି। ସେହି ବର୍ଗର ବ୍ୟକ୍ତିମାନେ ଅର୍ଥ ଓ ସ୍ବାର୍ଥସର୍ବସ୍ବ ମନୋଭାବ ସମ୍ପନ୍ନ ନିଜ ବୋହୂପୁଅଙ୍କ ପ୍ରତି ଥିବା ଅମାପ ସ୍ନେହ ଦୃଷ୍ଟିରୁ କେବେବି ତାଙ୍କ ପ୍ରତି ହେଉଥିବା ହତାଦରକୁ ଲିଖିତ ଭାବରେ ଦେବେନାହିଁ। କିନ୍ତୁ ଆଶ୍ଚର୍ଯ୍ୟ ଲାଗେ ଯେ ଜୀବନର ସାୟାହ୍ନରେ ପହଞ୍ଚିଥିବା ଏହି ବର୍ଗର ବ୍ୟକ୍ତିଙ୍କ ସୁରକ୍ଷା ପରିବର୍ତ୍ତେ ସେମାନଙ୍କ ଅସହାୟତାକୁ ପୁଞ୍ଜିକରି ଅଧିକାରୀ ଓ ବ୍ୟକ୍ତିବିଶେଷଙ୍କ ପାଇଁ ଅର୍ଥ ରୋଜଗାର ସୁଯୋଗ ସୃଷ୍ଟିକରିବା କେତେ ରୁଗ୍‌ଣ ମାନସିକତା ତାହା ବିଚାରଯୋଗ୍ୟ। ଏବେ ରାଜ୍ୟରେ ଶତାଧିକ ଦୀର୍ଘ ଅନୁଭୂତିସମ୍ପନ୍ନ ବରିଷ୍ଠ ନାଗରିକଙ୍କ ସଂଘ ରହିଥିବା ବେଳେ ସେମାନଙ୍କ ଅନୁଭବକୁ ରାଜ୍ୟର ପ୍ରଗତି ପାଇଁ ଉପଯୋଗ କରିବାକୁ ସରକାର ଗୁରୁତ୍ୱ ଦିଅନ୍ତି ନାହିଁ। ଅନେକ ବରିଷ୍ଠ ନାଗରିକଙ୍କ ସେବାରେ ଅବହେଳା କରୁଥିବା ଉତ୍ତର ଦାୟାଦଙ୍କୁ ପ୍ରଚଳିତ ଆଇନ ପରିସରରେ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଏ ନାହିଁ। ତେଣୁ ଏହି ନିୟମ ବରିଷ୍ଠ ନାଗରିକଙ୍କ କଲ୍ୟାଣ ପରିବର୍ତ୍ତେ ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ ନାମକରଣ ଯଥାର୍ଥ ମନେହୁଏ।

ହରିଶଙ୍କର ମିଶ୍ର

ଗୁଣ୍ଡିଚା ବିହାର, ପୁରୀ
ମୋ: ୭୯୭୮୭୮୫୪୭୮


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ଦୁର୍ଘଟଣା: ରାସ୍ତାରେ ଚାଲିଚାଲି ଯାଉଥିବାବେଳେ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଅକ୍ଷୟଙ୍କ ଜୀବନ

ପରଜଙ୍ଗ,୨୧ା୯(ନିଗମାନନ୍ଦ ଦଳବେହେରା): ସକାଳୁ ସକାଳୁ ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା। ଆଦର୍ଶ ବିଦ୍ୟାଳୟଠାରୁ ଅଳ୍ପ ଦୂରରେ ସୋମବାର…

ଏସିଆନ ଗେମ୍ସର ଓପନିଂ ମ୍ୟାଚ୍‌ରେ ଭାରତର ବଡ଼ ବିଜୟ

କାକାମିଗାହାରା,୨୦ା୯: ଏସିଆନ ଗେମ୍ସ ପୁରୁଷ ହକି ପୁଲ୍‌ ‘ଏ’ର ଓପନିଂ ମ୍ୟାଚରେ ଭାରତ ୧୩-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ଷ୍ଟ୍ରାଇକର ଦିଲ୍‌ପ୍ରୀତ ସିଂ ଏକାକି ୪ଟି…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

ଟି୨୦ କ୍ରିକେଟରେ ଇତିହାସ ରଚିଲେ ମନ୍ଧାନା

ନିଶିନ,୨୦ା୯: ଭାରତୀୟ ଓପନର ସ୍ମୃତି ମନ୍ଧାନା ରବିବାର ନିଜ କ୍ୟାରିୟରରେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ବାଂଲାଦେଶ ବିପକ୍ଷ ଏସିଆନ ଗେମ୍ସ ସେମିଫାଇନାଲ ମ୍ୟାଚ୍‌ରେ ୩୭…

‘ଛାତ୍ରୋଁ କୀ ଗୁଞ୍ଜ୍‌’ କାର୍ଯ୍ୟକ୍ରମରେ ହାସ୍ୟାଭିନେତାଙ୍କ ଦ୍ୱାରା ମୋଦିଙ୍କୁ ନକଲ, ଦେଶରେ ହଇଚଇ!

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କୀ ଗୁଞ୍ଜ୍‌’…

ଶେଫାଳିଙ୍କ ଦମ୍‌ଦାର ଶତକ: ଫାଇନାଲରେ ଭାରତ

ନିଶିନ,୨୦ା୯: ଶେଫାଳି ବର୍ମାଙ୍କ ଶତକ ବଳରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌ରେ ଭାରତ ୧୧୪ ରନ୍‌ରେ ବାଂଲାଦେଶକୁ ହରାଇ ମହିଳା କ୍ରିକେଟ ଟି୨୦ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛି।…

ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….

ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି…

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?