ଛକାଛକିରେ ଟିକେଟ ଆଶାୟୀ: ମହଙ୍ଗା ପଡ଼ିପାରେ ମହିଳାଙ୍କୁ ଉପେକ୍ଷା

ଯାଜପୁର,୯ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା ବରୀ ନିର୍ବାଚନମଣ୍ଡଳୀରେ ଛକାଛକି ଚାଲିଛି। ବିଜେଡି ନ ହେଲେ ଭାଜପା ଏବଂ ଭାଜପା ନ ହେଲେ ବିଜେଡିକୁ ଡିଅଁା ମାରିବେ ବୋଲି ଆଶାୟୀଙ୍କ ସମର୍ଥକମାନେ କହି ବୁଲୁଛନ୍ତି। ବିଜେଡି, ଭାଜପା ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ନ ଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ୨୦୧୯ରେ ଏହି ନିର୍ବାଚନମଣ୍ଡଳୀରେ ବିଜେଡିର ମହିଳା କାର୍ଡ ଦେବାଶିଷ ନାୟକଙ୍କୁ ଟିକେଟ ମିଳିବାରୁ ବଞ୍ଚିତ କରିଥିଲା। ଭାଜପାରୁ ଆମଦାନୀ କରି ସୁନନ୍ଦା ଦାସଙ୍କୁ ବିଜେଡି ଟିକେଟ ଦେଇ ବିଜୟୀ କରିଥିଲା। କିନ୍ତୁ ଭାଜପା ନେତା ବିଶ୍ୱରଞ୍ଜନ ମଲ୍ଲିକ ଏଠାରେ କଡ଼ା ଟକ୍କର ଦେଇଥିଲେ। ଏବେ ସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି। ସେତେବେଳର ଭାଜପା ନେତା ବିଶ୍ୱରଞ୍ଜନ ଏବେ ବିଜେଡି ଟିକେଟ ଅପେକ୍ଷାରେ ରହିଛନ୍ତି। ଅନ୍ୟପକ୍ଷେ ବିଧାୟିକା ସୁନନ୍ଦାଙ୍କୁ ଟିକେଟ ନ ମିଳିଲେ ଭାଜପାରେ ନୂତନ କରି ଯୋଗଦେଇଥିବା ପୂର୍ବତନ ବିଧାୟକ ଦେବାଶିଷଙ୍କୁ ସେ ସହଯୋଗ କରିବେ ବୋଲି ଚର୍ଚ୍ଚା ହେଉଛି। ଦେବାଶିଷ ବିଧାୟକ ଥିବାବେଳେ ସୁନନ୍ଦା ବରୀ ବ୍ଲକ ଅଧ୍ୟକ୍ଷା ରହିଥିଲେ। ତେଣୁ ଉଭୟଙ୍କ ମଧ୍ୟରେ ରାଜନୈତିକ ସମ୍ପର୍କ ଘନିଷ୍ଠ ରହିଛି। ଏଭଳି ସ୍ଥିତିରେ ଯଦି ବିଜେଡି ମହିଳାଙ୍କୁ ଉପେକ୍ଷା କରେ ତେବେ ମହଙ୍ଗା ପଡ଼ିପାରେ ବୋଲି ଅନେକେ ଆଶଙ୍କା କରୁଛନ୍ତି।
ବରୀରେ ବିଜେଡି, ଭାଜପା ଓ କଂଗ୍ରେସରେ ଅନ୍ତରୀଣ କନ୍ଦଳ ରାଜନୈତିକ ଦୃଶ୍ୟପଟକୁ ଆନ୍ଦୋଳିତ କରୁଛି ା ୨୦୧୪ ନିର୍ବାଚନରେ ବିଶ୍ୱରଞ୍ଜନ ମଲ୍ଲିକଙ୍କଠାରୁ ମାତ୍ର ୭୧୭୩ ଭୋଟ ବ୍ୟବଧାନରେ ଦେବାଶିଷ ଏବଂ ୨୦୧୯ରେ ୪୦୬୨ ଭୋଟ ବ୍ୟବଧାନରେ ସୁନନ୍ଦା ବିଜୟୀ ହୋଇଥିଲେ। ଗତ ଦୁଇ ନିର୍ବାଚନରେ ବିଶ୍ୱରଞ୍ଜନ କଡ଼ା ଟକ୍କର ଦେଇ ଆସୁଛନ୍ତି। କିନ୍ତୁ ବର୍ତ୍ତମାନ ବିଶ୍ୱରଞ୍ଜନ ବିଜେଡିରେ ଏକପ୍ରକାର କୋଣଠେସା ହୋଇପଡ଼ିଛନ୍ତି। ଆଗଭଳି ଲୋକ ସମ୍ପର୍କ ବଜାୟ ରଖିବାରେ ସେ ବିଫଳ ହୋଇଥିବା କୁହାଯାଉଛି। ସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଥିବାରୁ ବିଜେଡି ବିକଳ୍ପ ଚିନ୍ତା କରିପାରେ ବୋଲି ଚର୍ଚ୍ଚା ହେଉଛି। ବିଶେଷକରି ମହିଳା କାର୍ଡ ଏଠାରେ ଏକ ବିରାଟ ପରିବର୍ତ୍ତନ ଆଣିପାରେ ବୋଲି ମତପ୍ରକାଶ ପାଉଛି।
ପ୍ରତିବର୍ଷ ବନ୍ୟା ଯୋଗୁ ଏହି ନିର୍ବାଚନମଣ୍ଡଳୀର ପ୍ରାୟ ୮୦ ହଜାର ପରିବାର ପ୍ରଭାବିତ ହେଉଛନ୍ତି। ପ୍ରାୟ ୧୪ ହଜାର ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହେଉଥିବାବେଳେ ଚାଷୀ ଅଭାବୀ ବିକ୍ରିର ଶିକାର ହୋଇଆସୁଛନ୍ତି। ତେଣୁ ଦଳୀୟ ସାଂଗଠନିକ ସ୍ଥିତି ଓ ଜନସମର୍ଥନର ପୃଷ୍ଠଭୂମି ସହ ଚାଷୀ ଓ ଚଷା ସଂକ୍ରାନ୍ତୀୟ ବିଷୟ ନିର୍ବାଚନକୁ ପ୍ରଭାବିତ କରିବ ବୋଲି ଏଠାରେ ମତପ୍ରକାଶ ପାଇଛି। ଏହି ୫ ବର୍ଷ ମଧ୍ୟରେ ବରୀ ନିର୍ବାଚନମଣ୍ଡଳୀର ବିଭିନ୍ନ ଦଳୀୟ ସ୍ଥିତିରେ ବହୁ ପରିବର୍ତ୍ତନ ହୋଇଛି। ଗତ ନିର୍ବାଚନରେ ଟକ୍କର ଦେଇଥିବା ବିଶ୍ୱରଞ୍ଜନ ସ୍ବାଧୀନରୁ ଭାଜପା ଏବଂ ଭାଜପାରୁ ବିଜେଡିକୁ ଯାଇ ଦଳଡିଆଁରେ ରେକର୍ଡ କରିଛନ୍ତି। କୃଷି ଓ କୃଷକଙ୍କୁ ଅବହେଳା ତଥା ବନ୍ୟା ମୁକାବିଲା କରିବାରେ ଅସମର୍ଥ କାରଣରୁ ଏଠାରେ ବିଜେଡିକୁ କଡା ଟକ୍କର ଦେବାକୁ ପଡୁଛି ବୋଲି କୁହାଯାଇଛି। ବ୍ରାହ୍ମଣୀ-ବିରୂପା-କେଲୁଅ ନଦୀବନ୍ଧ ଦୀର୍ଘବର୍ଷ ଧରି ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଛି। ଫଳରେ ରୁଦ୍ରପୁର, ଝାଲପଡା, ବ୍ରହ୍ମବରଦା, ବାଙ୍କସାହି, ଏରବାଙ୍କ, ସାହାସପୁର, ବନ୍ଧଡିହ, କାକୁଡିପଦା ସମେତ ବରୀ ବ୍ଲକର ୨୯ଟି ପଞ୍ଚାୟତର ପ୍ରାୟ ୧୪ ହଜାର ହେକ୍ଟର ଚାଷ କ୍ଷତିଗ୍ରସ୍ତ ହୋଇଆସୁଛି। ଏଥିରେ ଚାଷୀଙ୍କ ମେରୁଦଣ୍ଡ ଦୋହଲି ଯିବା ସ୍ବାଭାବିକ। ଦଳମତ ନିର୍ବିଶେଷରେ ଏଠାରେ ଶକ୍ତିଶାଳୀ ଚାଷୀ ସଂଗଠନ ଗଢ଼ିଉଠିଛି। ଚାଷୀ ସଂଗଠନ ଯଦିଓ କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ପକ୍ଷଧର ହୋଇନାହିଁ, ତଥାପି ସଂଗଠନ ଓ ଏହାର ଆନ୍ଦୋଳନରେ ସାମିଲ ହୋଇଥିବା ନେତାଙ୍କ ପ୍ରତି ଚାଷୀ ମହଲରେ ସମର୍ଥନ ରହିଛି। ଅନ୍ୟପକ୍ଷରେ ଦେବାଶିଷ ଦୀର୍ଘଦିନ ହେଲା ଲୋକଙ୍କ ସହ ସୁସମ୍ପର୍କ ରଖିବାରେ ବିଫଳ ହୋଇଥିବା କୁହାଯାଉଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ମହିଳା କାର୍ଡରେ ସୁନନ୍ଦାଙ୍କ ବ୍ୟତୀତ ସମାଜ ମଙ୍ଗଳ ବୋର୍ଡର ପୂର୍ବତନ ଅଧ୍ୟକ୍ଷା ସୁଲତା ଦେଓ ଓ ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ ରହିଛନ୍ତି। ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ପରେ ବିଜେଡି ଓ ଭାଜପାରେ ଅନ୍ତର୍ଦ୍ୱନ୍ଦ୍ୱ ବିଦ୍ରୋହୀ ସଂଖ୍ୟାକୁ ବୃଦ୍ଧି କରିବା ନିଶ୍ଚିତ ବୋଲି ମନେ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର

ବେଲଗୁଣ୍ଠା/ ଭଞ୍ଜନଗର, ୨୭ା୭ (କୃଷ୍ଣଚନ୍ଦ୍ର ପଟ୍ଟନାୟକ/ ବାବୁଲା ପ୍ରଧାନ): ପିଲାଙ୍କ ଖେଳବେଳେ ଜଣେ ମହିଳାଙ୍କ ଦେହରେ ବଲ୍‌ ବାଜିଯିବା ଭଳି ସାମାନ୍ୟ ଘଟଣାକୁ ନେଇ ଥାନାରେ...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri