Posted inଖେଳ

ଟେଷ୍ଟରେ ଚେତନ ଚୌହାନଙ୍କ ନାମରେ ଥିଲା ଏହି ବିରଳ ରେକର୍ଡ

ନୂଆଦିଲ୍ଲୀ, ୧୬।୮: ପୂର୍ବତନ ଭାରତୀୟ କ୍ରିକେଟର୍‌ ତଥା ଉତ୍ତର ପ୍ରଦେଶ ସରକାରରେ କ୍ୟାବିନେଟ୍‌ ମନ୍ତ୍ରୀ ରହିଥିବା ଚେତନ ଚୌହାନଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା। ଗତ ମାସରେ କରୋନା ଆକ୍ରାନ୍ତ ହୋଇ ଚେତନ ଚିକିତ୍ସାଧୀନ ରହିଥିଲେ। କିନ୍ତୁ ଶୁକ୍ରବାର ତାଙ୍କର କିଡ୍‌ନୀ ଓ ବ୍ଲଡପ୍ରେସର ସମସ୍ୟା ମଧ୍ୟ ଦେଖା ଦେଇଥିଲା। ଏହି କାରଣରୁ ଶନିବାର ତାଙ୍କୁ ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲରେ ଭେଣ୍ଟିଂଲେଟର ମଧ୍ୟରେ ରଖାଯାଇଥିଲା। କିନ୍ତୁ ରବିବାର ଅପରାହ୍ନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।
ଜୁଲାଇ ୧୯୪୭ରେ ଉତ୍ତର ପ୍ରଦେଶର ବରେଲୀରେ ଜନ୍ମଗ୍ରହଣ କରିଥିବା ଚେତନ ୧୯୬୯ରେ ତାଙ୍କ ଅନ୍ତର୍ଜାତୀୟ କ୍ରିକେଟ୍‌ କ୍ୟାରିୟର ଆରମ୍ଭ କରିଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷରେ ସେ ନିଜର ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ। ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ ଭାରତ ପକ୍ଷରୁ ୪୦ ଟେଷ୍ଟ ଓ ୭ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି। ଚେତନଙ୍କ ନାମରେ ଏକ ବିରଳ ରେକର୍ଡ ବହୁ ବର୍ଷ ଧରି ରହିଥିଲା। ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ସେ ବିନା ଶତକରେ ଟେଷ୍ଟରେ ୨ ହଜାର ରନ୍‌ ସଂଗ୍ରହ କରିଥିଲେ। ଏହି ତାଲିକାରେ ସେ ବର୍ତ୍ତମାନ ୨ୟ ସ୍ଥାନରେ ରହିଛନ୍ତି। ଚୌହାନ ୪୦ ଟେଷ୍ଟ ମ୍ୟାଚ୍‌ ଖେଳି ୨,୦୮୪ ରନ ସଂଗ୍ରହ କରିଛନ୍ତି। ଏହା ମଧ୍ୟରେ ୧୬ ଅର୍ଦ୍ଧଶତକ ରହିଛି। ଟେଷ୍ଟର ତାଙ୍କର ସର୍ବାଧିକ ସ୍କୋର ୯୭ ରହିଛି। ତେବେ ଚୌହାନଙ୍କ ଏହି ରେକର୍ଡକୁ ଅଷ୍ଟ୍ରେଲୀୟ କ୍ରିକେଟର୍‌ ସେନ୍‌ ଓ୍ବର୍ନ ଭାଙ୍ଗିଥିଲେ। ଓ୍ବର୍ନ ୧୯୯୨ରୁ ୨୦୦୭ ପର୍ଯ୍ୟନ୍ତ ୧୪୫ ଟେଷ୍ଟ ମ୍ୟାଚ୍‌ ଖେଳି ୩,୧୫୪ ରନ ସଂଗ୍ରହ କରିଛନ୍ତି। ୯୯ ରନ ତାଙ୍କର ଟେଷ୍ଟରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜି ଭାରତ-ବାଂଲାଦେଶ ଶେଷ ଦିନିକିଆ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଢାକା,୧୦।୧୨: ଭାରତ ଏବଂ ବାଂଲାଦେଶ ୩ ମ୍ୟାଚ ବିଶିଷ୍ଟ ସିରିଜର ତୃତୀୟ ତଥା ଶେଷ ଦିନିକିଆରେ ଶନିବାର ଖେଳାଯିବ। ବାଲଂଦେଶ ୨ ମ୍ୟାଚ୍‌ ଜିତି ପୂର୍ବରୁ...

ନାଓମି ଓସାକା ଜିତିଲେ ଅଷ୍ଟ୍ରେଲିଆ ଓପନ୍‌

ମେଲବୋର୍ନ,୨୦।୨:ଅଷ୍ଟ୍ରେଲୀୟ ଓପନ ଟେନିସ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ ଟାଇଟଲ ଶନିବାର ନାଓମି ଓସାକା ଜିତିଛନ୍ତି। ୨୩ ବର୍ଷୀୟ ଜାପାନୀ ଖେଳାଳି ଫାଇନାଲରେ ଜେନିଫର ବ୍ରାଡିଙ୍କୁ ୬-୪,...

କଲ୍‌ଡ୍ରନରେ ପ୍ରଥମ ଥର ବ୍ୟବହାର ହେଉଛି ହାଇଡ୍ରୋଜେନ୍‌

ଟୋକିଓ, ୨୪ା୭ (ଏପି)-ସୂର୍ଯ୍ୟଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଏଥର ଅଲିମ୍ପିକ କଲ୍‌ଡ୍ରନକୁ ସ୍ବତନ୍ତ୍ର ଭାବେ ଡିଜାଇନ୍‌ କରାଯାଇଛି। ଅଲିମ୍ପିକ ଅଗ୍ନିଶିଖାର ପ୍ରଜ୍ୱଳନ ପାଇଁ ଜାଳେଣି ରୂପେ...

ଆଜିର ଦିନରେ ଇତିହାସ ରଚିଥିଲେ ସଚିନ ତେନ୍ଦୁଲକର

ମୁମ୍ବାଇ,୨୪।୨: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ନିଜ କ୍ୟାରିୟର୍‌ରେ ଅନେକ ବଡ ବଡ ରେକର୍ଡ ହାସଲ କରିଥିଲେ। ତାଙ୍କୁ କ୍ରିକେଟର୍‌ ଭଗବାନ ଆଖ୍ୟା ମଧ୍ୟ ଦିଆଯାଇଛି। ଫେବୃୟାରୀ...

ବିଶ୍ୱକପ୍‌ରେ ଭାରତର ୫୦ତମ ବିଜୟ

ସାଉଥାମ୍ପ୍‌ଟନ,୨୩।୬(ପି.ଟି.)- ଆଇସିସି ବିଶ୍ୱକପ୍‌ରେ ଭାରତ ଏହାର ୫୦ତମ ମ୍ୟାଚ୍‌ ବିଜୟ ଲାଭ କରିଛି। ଶନିବାର ଆଫଗାନିସ୍ତାନକୁ ରୋମାଞ୍ଚକ ଭାବେ ୧୧ ରନରେ ପରାସ୍ତ କରି ବିରାଟ...

ଅଗରକରଙ୍କୁ ମିଳିଲା ନୂଆ ଦାୟିତ୍ୱ

ନୂଆଦିଲ୍ଲୀ,୨୩।୨: ପୂର୍ବତନ ଭାରତୀୟ ପେସର ଅଜିତ ଅଗରକରଙ୍କୁ ବୋଲିଂ କୋଚ୍‌ ଭାବେ ନିଯୁକ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ଏ ନେଇ ଦିଲ୍ଲୀ ଫ୍ରାଞ୍ଚାଇଜ ପକ୍ଷରୁ ସ୍ପଷ୍ଟ...

ଅତୁଲ ଜିତିଲେ ମଶଲ୍‌ ମାନିଆ ଏସିଆନ୍‌ ଟାଇଟଲ୍‌

କଟକ ଅଫିସ, ୧୮।୧୨- ସିଙ୍ଗାପୁରଠାରେ ଅନୁଷ୍ଠିତ ମଶଲ ମାନିଆ(ଜୁନିୟର ବର୍ଗ) ଏସିଆନ ଚାମ୍ପିୟନଶିପର ଟାଇଟଲ୍‌ ଜିତିଛନ୍ତି ଓଡ଼ିଶାର ଅତୁଲ କର୍ମକାର। ଏହି ସଫଳତା ସହ ଅତୁଲ...

୭ଉଇକେଟରେ ରାଜସ୍ଥାନକୁ ହରାଇଲା କୋଲ୍‌କାତା

ମୁମ୍ବାଇ,୨।୫: ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ସୋମବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ମ୍ୟାଚରେ କୋଲ୍‌କାତା ନାଇଟ୍‌ ରାଇଡର୍ସ ୭ ଉଇକେଟରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ...

Advertisement
Archives

Model This Week