Posted inଖେଳ

ଲୁହ ଛଳଛଳ ଆଖିରେ ଆଇପିଏଲ୍‌ରୁ ବିଦାୟ ନେଲେ ଏହି ଖେଳାଳି!

ଅହମ୍ମଦାବାଦ୍‌,୨୩।୫: ଆଇପିଏଲ ୨୦୨୪ର ଏଲିମିଟର ମ୍ୟାଚ ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଏହି ପରାଜୟ ସହିତ ଆଇପିଏଲ ୨୦୨୪ରେ ବେଙ୍ଗାଲୁରୁର ଯାତ୍ରା ସମାପ୍ତ ହୋଇଛି। ଆରସିବି ଉଇକେଟ କିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକଙ୍କ ଯାତ୍ରା ମଧ୍ୟ ଏହି ମ୍ୟାଚ ସହିତ ଶେଷ ହୋଇଛି। ଯଦିଓ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ପ୍ରକାଶ କରାଯାଇ ନାହିଁ, କିନ୍ତୁ କାର୍ତ୍ତିକଙ୍କୁ ମ୍ୟାଚ ପରେ ଯେପରି ‘ଗାର୍ଡ ଅଫ ଅନର’ ଦିଆଯାଇଥିଲା ତାହା ଦେଖିଲେ କାର୍ତ୍ତିକ ଶେଷ ଆଇପିଏଲ ମ୍ୟାଚ ଖେଳିଥିବାର ଅନୁମାନ କରାଯାଉଛି।
ମ୍ୟାଚ ପରେ କାର୍ତ୍ତିକ ତାଙ୍କ ଗ୍ଲୋଭସ କାଢି ପ୍ରଶଂସକଙ୍କୁ ଧନ୍ୟବାଦ ଦେଇଥିଲେ। ମ୍ୟାଚ ପରେ କାର୍ତ୍ତିକ ବହୁତ ଭାବପ୍ରବଣ ଦେଖାଯାଉଥିଲେ। ଯଦିଓ ତାଙ୍କ ଅବସର ସମ୍ପର୍କରେ ଏକ ସରକାରୀ ବିବୃତ୍ତି କାର୍ତ୍ତିକଙ୍କ ପାଖରୁ ଆସିନାହିଁ, ତଥାପି ତାଙ୍କ ଅବସର ନେଇ ଆଲୋଚନା ସବୁଆଡେ ଚାଲିଛି।
କାର୍ତ୍ତିକ ଅନ୍ତର୍ଜାତୀୟ କ୍ରିକେଟ ପାଇଁ ବିଦାୟ ଦେଇନାହାଁନ୍ତି। ଆଇପିଏଲର ପ୍ରାରମ୍ଭିକ ପର୍ଯ୍ୟାୟରେ କାର୍ତ୍ତିକଙ୍କ ଚମତ୍କାର ପ୍ରଦର୍ଶନ ଦେଖି ସେ ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଉଇକେଟ କିପର ଭାବରେ ଜଣେ ବଡ ପ୍ରତିଯୋଗୀ ଭାବରେ ବିବେଚିତ ହୋଇଥିଲେ। କିନ୍ତୁ ଏଥର ଭାରତୀୟ ଚୟନକର୍ତ୍ତା କାର୍ତ୍ତିକଙ୍କୁ ଟି-୨୦ ବିଶ୍ୱକପ ଖେଳିବାର ସୁଯୋଗ ଦେଇ ନାହାଁନ୍ତି।
ଯଦି ଦୀନେଶ କାର୍ତ୍ତିକ ଅବସର ଘୋଷଣା କରନ୍ତି, ତେବେ ତାଙ୍କର ଆଇପିଏଲ କ୍ୟାରିୟର ପରାଜୟ ସହିତ ଶେଷ ହୋଇଛି। ଏମିନେଟର ମ୍ୟାଚରେ ବେଙ୍ଗାଲୁରୁକୁ ରାଜସ୍ଥାନ ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ରାଜସ୍ଥାନ ୪ଟି ଉଇକେଟ ନେଇଥିଲା।
ସୂଚନାଯୋଗ୍ୟ ଯେ, ଦୀନେଶ କାର୍ତ୍ତିକ ଆଇପିଏଲ ଅର୍ଥାତ୍‌ ୨୦୦୮ର ପ୍ରଥମ ସିଜନରେ ଡେବ୍ୟୁ କରିଥିଲେ। ସେବେଠାରୁ ସେ ୨୫୭ଟି ମ୍ୟାଚ ଖେଳିଛନ୍ତି। ଏହି ମ୍ୟାଚଗୁଡିକର ୨୩୪ ଇନିଂସରେ ବ୍ୟାଟିଂ କରି ସେ ହାରାହାରି ୨୬.୩୨ ଏବଂ ଷ୍ଟ୍ରାଇକ ରେଟ ୧୩୫.୩୬ରେ ୪୮୪୨ରନ ସ୍କୋର କରିଥିଲେ। ତାଙ୍କ ବ୍ୟାଟରୁ ୨୨ ଅର୍ଦ୍ଧଶତକ ଆସିଥିଲା। କାର୍ତ୍ତିକ ୪୬୬ ଚୌକା ଓ ୧୬୧ ଛକା ମାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବର୍ଷା ଆଶଙ୍କାରେ ଭାରତ-କାନାଡା

ଲୌଡରହିଲ, ୧୫।୬ (ପି.ଟି.): ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ର ସୁପର-୮ରେ ପ୍ରବେଶ କରିସାରିଥିବା ଭାରତ ଏହାର ଅନ୍ତିମ ଲିଗ୍‌ ମ୍ୟାଚରେ ଶନିବାର କାନାଡାକୁ ଭେଟିବ। ପୂର୍ବ...

ଓମାନକୁ ୮ ଉଇକେଟରେ ହରାଇଲା ଇଂଲଣ୍ଡ

ନର୍ଥ ସାଉଣ୍ଡ (ଆଣ୍ଟିଗୁଆ), ୧୫ା୬ (ଏପି): ଚଳିତ ଆଇସିସି ଟି୨୦ କ୍ରିକେଟ ବିଶ୍ୱକପ୍‌ର ଗ୍ରୁପ୍‌ ‘ବି’ରେ ଗୁରୁବାର ଖେଳାଯାଇଥିବା ଏକ ମ୍ୟାଚରେ ଆଦିଲ ରଶିଦ୍‌ (୪/୧୧)ଙ୍କ...

ପୁଣି ଆୟୋଜିତ ହେବ ହକି ଇଣ୍ଡିଆ ଲିଗ୍‌: ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ, ୧୪ା୬: ଦୀର୍ଘ ୮ ବର୍ଷ ପରେ ଆୟୋଜିତ ହେବାକୁ ଯାଉଛି ହକି ଇଣ୍ଡିଆ ଲିଗ୍‌(ଏଚ୍‌ଆଇଏଲ୍‌)। ଏଥିରେ ୮ ପୁରୁଷ ଓ ୬ ମହିଳା ଦଳ...

ଟି-୨୦ ବିଶ୍ୱକପ୍‌ ଅଧାରୁ ଭାରତ ଫେରିବେ ୨ ଖେଳାଳି

ଫ୍ଲୋରିଡା,୧୪।୬: ଜୁନ ୧୪ରେ ଫ୍ଲୋରିଡା ଠାରେ ଅନୁଷ୍ଠିତ ହେବାକୁ ଥିବା ଭାରତୀୟ ଦଳର ଅଭ୍ୟାସ ଅଧିବେଶନ ବର୍ଷା ଯୋଗୁ ବାତିଲ ହୋଇଛି। ଟିମ ଇଣ୍ଡିଆ ଶନିବାର...

ଟିଏମସି ଏମପି ୟୁସୁଫ ପଠାନଙ୍କୁ ଝଟ୍‌କା

ଭଦୋଦରା,୧୪।୬: ଗୁଜରାଟରେ ଭାଜପା ଶାସିତ ଭଦୋଦରା ମ୍ୟୁନିସିପାଲ କର୍ପୋରେସନ (ଭିଏମସି) ପୂର୍ବତନ ଭାରତୀୟ କ୍ରିକେଟର ତଥା ଟିଏମସି ଏମପି ୟୁସୁଫ ପଠାନଙ୍କ ସମସ୍ୟାକୁ ବଢାଇ ଦେଇଛି।...

ଟି୨୦ ବିଶ୍ୱକପ: ସୁପର୍ ୮ରେ ଆଫଗାନିସ୍ତାନ, ନ୍ୟୁଜିଲାଣ୍ଡ ଟୁର୍ନାମେଣ୍ଟରୁ ବିଦା

ନୂଆଦିଲ୍ଲୀ,୧୪ା୬: ଆଫଗାନିସ୍ତାନ ପପୁଆ ନ୍ୟୁ ଗିନିକୁ ପରାସ୍ତ କରି ଟି -୨୦ ବିଶ୍ୱକପ ୨୦୨୪ ର ସୁପର୍ ୮ରେ ପହଞ୍ଚିଥିଲା ବେଳେ ନ୍ୟୁଜିଲ୍ୟାଣ୍ଡକୁ ଟୁର୍ନାମେଣ୍ଟରୁ ବିଦା...

ଟି-୨୦ ବିଶ୍ୱକପ୍‌ରେ ଶ୍ରୀଲଙ୍କାର ସ୍ବପ୍ନ ଭାଙ୍ଗିଲା

ନୂଆଦିଲ୍ଲୀ,୧୪।୬: ଟି -୨୦ ବିଶ୍ୱକପ ୨୦୨୪ର ୨୭ତମ ମ୍ୟାଚରେ ବାଂଲାଦେଶ ନେଦରଲାଣ୍ଡକୁ ପରାସ୍ତ କରିଛି। ବାଂଲାଦେଶର ବିଜୟ ଯୋଗୁ ଶ୍ରୀଲଙ୍କାକୁ କ୍ଷତି ସହିବାକୁ ପଡ଼ିଛି। ଶ୍ରୀଲଙ୍କା...

ହାଇସ୍କୁଲରୁ ହଟିବ ୫ଟି ଚାର୍ଟର୍‌

ଭୁବନେଶ୍ୱର,୧୩।୬: ରୂପାନ୍ତରିତ ହାଇସ୍କୁଲଗୁଡ଼ିକରୁ ହଟିବ ୫ଟି ଚାର୍ଟର୍‌। ଏନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରିନ୍ସପାଲ ସେକ୍ରେଟାରୀଙ୍କ ଏକ ନିର୍ଦ୍ଦେଶ କ୍ରମେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri