ଇଡି ଚଢାଉବେଳେ ନିର୍ବାଚନୀ ବଣ୍ଡ କିଣିଛନ୍ତି ଏହି ଦିଗ୍‌ଗଜ ଖଣି-ଷ୍ଟିଲ କମ୍ପାନୀ, ଓଡିଶା ସହ ରହିଛି ଲିଙ୍କ୍‌

ନୂଆଦିଲ୍ଲୀ,୧୫।୩: ଲୋକସଭା ନିର୍ବାଚନ ଘୋଷଣାର ଗୋଟିଏ ଦିନ ପୂର୍ବରୁ ନିର୍ବାଚନ ଆୟୋଗ ଇଲୋକ୍ଟରଲ ବଣ୍ଡର ଡାଟା ଓ୍ବେବସାଇଟ୍‌ରେ ସାର୍ବଜନୀନ କରିଛନ୍ତି। ଆୟୋଗ, ଏସବିଆଇରୁ ବଣ୍ଡ କିଣିଥିବା ଓ ବଣ୍ଡ କିଣିଥିବା ରାଜନୈତିକ ଓ ସବୁ କମ୍ପାନୀର ନାମ ଓ୍ବେବସାଇଟରେ ଅପଲୋଡ କରିଛନ୍ତି। ତେବେ ଏହାକୁ ନେଇ ତାଜୁବ କରିଦେବା ଭଳି ତଥ୍ୟ ସାମ୍ନାକୁ ଆସିଛି।

୨୦୧୯ରୁ ୨୦୨୪ ଭିତରେ ରାଜନୈତିକ ଦଳଙ୍କୁ ଚାନ୍ଦା ଦେଇଥିବା ଶୀର୍ଷ ୫କମ୍ପାନୀ ମଧ୍ୟରୁ ୩ଟି କମ୍ପାନୀ ଏପରି ଅଛନ୍ତି ଯେଉଁମାନେ କମ୍ପାନୀରେ ଇଡି ଓ ଇନକମ ଟ୍ୟାକ୍ସ ଚଢାଉବେଳେ ନିର୍ବାଚନୀ ବଣ୍ଡ କିଣିଛନ୍ତି। ସେମାନେ ହେଲେ ଫ୍ୟୁଚର ଗେମିଂ, ଇନଫ୍ରାଷ୍ଟକଚର ଫର୍ମ ମେଘା ଇଞ୍ଜିନିୟରିଂ ଏବଂ କେତେକ ଦିଗ୍‌ଗଜ ଖଣି କମ୍ପାନୀ ମଧ୍ୟ ଅଛନ୍ତି।

ନିର୍ବାଚନ ଆୟାଗଙ୍କ ଦ୍ୱାରା ସାର୍ବଜନୀନ କରାଯାଇଥିବା ତଥ୍ୟନୁସାରେ , ଦେଶର ଦିଗ୍‌ଗଜ ଖଣି ଓ ଇସ୍ପାତ କମ୍ପାନୀ ଯଥା, ବେଦାନ୍ତ ଲିମିଟେଡ, ରୁଙ୍ଗତା ସନ୍ସ ପ୍ରାଇଭେଟ ଲିମିଟେଡ, ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ବାର, ଇଏସଏସଇଏଲ ମାଇନିଂ ଆଣ୍ଡ ଇଣ୍ଡ୍ରଷ୍ଟିଜ ଲିମିଟେଡ ଓ ଡେମ୍ପୋ ସମୁଦାୟ ୮୨୫ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ କିଣିଛନ୍ତି। ରୁଙ୍ଗତା ସନ୍ସ ପ୍ରାଇଭେଟ ଲିମିଟେଡ ୧୦୦କୋଟି, ବେଦାନ୍ତ ୩୭୬ କୋଟି, ଇଏମଆଇଏଲ ୨୨୪.୫ କୋଟି, ଜିଏସପିଏଲ ୧୨୩ କୋଟି ଓ ଡେମ୍ପୋ ୧.୫କୋଟି ଟଙ୍କାର ନିର୍ବାଚନୀ ବଣ୍ଡ କିଣିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ସାମ୍ନାକୁ ଆସିଲା ବଡ଼ ଘୋଟାଲା, କମିଶନ୍‌ ନେଇ ୨୦୦ କୋଟିର ନକଲି ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୨୬।୦୭: କରୋନା ସମୟରେ ୨୦୦ କୋଟି ଟଙ୍କାର ଏକ ବଡ ଦୁର୍ନୀତିର ଖୁଲାସା କରିଛି ଦୁର୍ନୀତି ନିବାରଣ ବ୍ୟୁରୋ ବା ଏସିବି । ଏହି...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

ପ୍ରକାଶ ପାଇଲା ନିଟ୍‌ର ସଂଶୋଧିତ ତାଲିକା, ୬୭ରୁ ୧୭କୁ ଖସିଲେ ଟପ୍ପର

ନୂଆଦିଲ୍ଲୀ, ୨୬।୦୭: ଗତ କିଛିଦିନ ଧରି ବିବାଦରେ ରହିଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନ୍‌ଟିଏ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜିର ଫାଇନାଲ୍‌ ରେଜଲ୍ଟ ପ୍ରକାଶ...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

୯୯ରେ ସାପ କାମୁଡ଼େ, କଂଗ୍ରେସକୁ ଏମିତି କହିଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୦୭: ବରିଷ୍ଠ ଜନତା ଦଳ ୟୁନାଇଟେଡ (ଜେଡିୟୁ) ନେତା ତଥା କେନ୍ଦ୍ର ମନ୍ତ୍ରୀ ରାଜୀବ ରଂଜନ (ଲଲନ ସିଂ) ଶୁକ୍ରବାର ଦିନ କଂଗ୍ରେସକୁ ଟାର୍ଗେଟ୍‌...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri