Posted inUncategorized

ଏହି କାରଣରୁ ରାତିସାରା ଶୋଇପାରିବେନି ଆଫଗାନିସ୍ତାନ ଅଧିନାୟକ: ନିଜେ କଲେ ଖୁଲାସା

ଆଣ୍ଟିଗୁଆ,୨୩।୬: ଆଜି ଆଫଗାନିସ୍ତାନ ପାଇଁ ଏକ ଖାସ୍‌ ଦିନ। ୨୦୨୪ ଟି -୨୦ ବିଶ୍ୱକପରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଆଫଗାନିସ୍ତାନ ଏକ ବଡ ଓଲଟପାଲଟ କରିଥିଲା। କୌଣସି ଫର୍ମାଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଆଫଗାନିସ୍ତାନର ଏହା ପ୍ରଥମ ବିଜୟ। ୨୦୨୩ ଦିନିକିଆ ବିଶ୍ୱକପରେ ମଧ୍ୟ ଆଫଗାନିସ୍ତାନ ଅଷ୍ଟ୍ରେଲିଆକୁ ଆଣ୍ଠୁଏ ପାଣି ପିଆଇଥିଲା। ତେବେ ଗ୍ଲେନ ମ୍ୟାକ୍ସୱେଲ ଏକ ଐତିହାସିକ ଇନିଂସ ଖେଳି ଆଫଗାନିସ୍ତାନ ଠାରୁ ବିଜୟ ଛଡ଼ାଇ ନେଇଥିଲେ। ଏବେ କଙ୍ଗାରୁଙ୍କୁ ପରାସ୍ତ କରିବା ପରେ ଆଫଗାନିସ୍ତାନ ଅଧିନାୟକ ରଶିଦ ଖାନ ଏକ ବଡ଼ ବିବୃତ୍ତି ଦେଇଛନ୍ତି।
ଗତ ବର୍ଷ ନଭେମ୍ବରରେ ମୁମ୍ବାଇରେ ଚାଲିଥିବା ଦିନିକିଆ ବିଶ୍ୱକପ ମ୍ୟାଚ ପରେ ଗ୍ଲେନ ମ୍ୟାକ୍ସୱେଲଙ୍କ ଐତିହାସିକ ଦ୍ୱିଶତକ ରଶିଦ ଖାନଙ୍କୁ ରାତି ସାରା ଶୋଇବାକୁ ଦେଇ ନ ଥିଲା। ରବିବାର ଟି -୨୦ ବିଶ୍ୱକପରେ ଅଷ୍ଟ୍ରେଲିଆକୁ ପରାସ୍ତ କରିବା ପରେ ରଶିଦଙ୍କ ସେଇ ଅବସ୍ଥା ହେବ ବୋଲି ସେ ନିଜେ କହିଛନ୍ତି।
ଆଫଗାନିସ୍ତାନ ସୁପର ଆଠ ପର୍ଯ୍ୟାୟ ମ୍ୟାଚରେ ଅଷ୍ଟ୍ରେଲିଆକୁ ୨୧ ରନରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିବାର ଆଶାକୁ ବଞ୍ଚାଇ ରଖିଛି। ଏହି ବିଜୟ ସହିତ ଦଳ ମୁମ୍ବାଇର ତିକ୍ତ ସ୍ମୃତିକୁ ଛାଡିବାକୁ ଚେଷ୍ଟା କରିବ। ଗତ ବର୍ଷ ନଭେମ୍ବରରେ ଚାଲିଥିବା ଦିନିକିଆ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ୯୧ ରନ୍‌ରେ ୭ଟି ଉଇକେଟ ହରାଇବା ପରେ ୨୯୨ ରନ୍‌ର ଲକ୍ଷ୍ୟ ହାସଲ କରିଥିଲା। ଏହି ମ୍ୟାଚ୍‌ରେ ଆହତ ହୋଇଥିଲେ ମଧ୍ୟ ମ୍ୟାକ୍ସୱେଲ ୨୧ ଚୌକା ଓ ୧୦ ଛକା ସହାୟତାରେ ୧୨୮ ବଲରେ ଅପରାଜିତ ୨୦୧ ରନ୍‌ ଏକ ଇନିଂସ ଖେଳିଥିଲେ।
ଟି-୨୦ ବିଶ୍ୱକପରେ ଓଲଟପାଲଟ ପରେ ରଶିଦ ଖାନ କହିଛନ୍ତି, ମୁଁ ଭାବୁଛି ମୁଁ ବର୍ତ୍ତମାନ ଭଲ ନିଦରେ ଶୋଇ ପାରିବି। ମୁଁ ସେଦିନ ରାତିରେ ଶୋଇ ପାରି ନ ଥିଲି। ସେହି ମ୍ୟାଚର ସ୍ମୃତି ସବୁବେଳେ ଆମ ମନରେ ରହିବ। କିନ୍ତୁ ଖୁସି ହେତୁ ମୁଁ ଆଜି ଶୋଇ ପାରିବି ନାହିଁ। ଆଜି ପୂରା ଦଳ ଖୁସି ଅଛନ୍ତି।
ସେ କହିଛନ୍ତି, ଯୁଦ୍ଧର ଶିକାର ହୋଇଥିବା ଦେଶର ଲୋକମାନେ ବିଜୟ ଉତ୍ସବ ପାଳନ କରିବାର ସୁଯୋଗ ପାଇବେ। ଅନ୍ତର୍ଜାତୀୟ କ୍ରିକେଟର କୌଣସି ଫର୍ମାଟରେ ଆଫଗାନିସ୍ତାନ ଉପରେ ପ୍ରଥମ ବିଜୟ ପରେ ରଶିଦ କହିଛନ୍ତି, ଏକ ଦଳ ଭାବରେ ଏକ ଦେଶ ଭାବରେ ଏହା ଆମ ପାଇଁ ଏକ ବଡ଼ ବିଜୟ। ଏହା କେବଳ ଦ୍ୱିପାକ୍ଷିକ ଖେଳ ନୁହେଁ। ଏହା ଏକ ବିଶ୍ୱକପ ମ୍ୟାଚ ଏବଂ ନିଶ୍ଚିତ ଭାବେ ଆପଣ ବିଶ୍ୱକପ୍‌ରେ ଶ୍ରେଷ୍ଠ ଦଳକୁ ପରାସ୍ତ କରୁଛନ୍ତି। ଏହା ଏକ ବଡ ସଫଳତା।
ରଶିଦ କହିଛନ୍ତି, ଆଫଗାନିସ୍ତାନରେ ଲୋକଙ୍କ ମୁହଁରେ ହସ ଆଣିବା ପାଇଁ କ୍ରିକେଟ ହେଉଛି ଏକମାତ୍ର ଉତ୍ସ। ଲୋକମାନେ ସେଠାରେ ଏହାକୁ ପାଳନ କରିପାରିବେ। ମୋତେ ଲାଗୁଛି ଯେ ଆମ ଘରେ ଥିବା ଲୋକଙ୍କୁ ଏହି ସୁଖ ଦେବାରେ ସକ୍ଷମ ହୋଇଥିବାରୁ ଆମେ ବହୁତ ଭାଗ୍ୟବାନ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ନିଆରା ଢଙ୍ଗରେ ଦେବଶିଳ୍ପୀଙ୍କ ପୂଜା, ଲୋକଙ୍କୁ ସୌର ଆଲୋକ ଓ ଯୋଜନା ସମ୍ପର୍କରେ…

ଦାରିଙ୍ଗବାଡ଼ି,୧୮ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଏକାଧିକ ସ୍ଥାନରେ ବିଶ୍ୱକର୍ମା ପୂଜା ବଡ଼ ଧୂମ୍‌ଧାମରେ ଅନୁଷ୍ଠିତ ହୋଇଯାଇଛି। ଦାରିଙ୍ଗବାଡ଼ିର ସରକାରୀ ଆଇଟିଆଇ ପରିସରରେ ଅଧ୍ୟକ୍ଷ ସୁଶାନ୍ତ କୁମାର…

ମା’ ପାଟ୍ଟଖଣ୍ଡା ମନ୍ଦିରରେ ଦୀପ ଜାଳିଲେ ଶତାଧିକ ମହିଳା, ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି…

ଦାରିଙ୍ଗବାଡ଼ି,୧୮ା୯(ଅରୁଣ ସାହୁ): ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ ପାଳନ ଅବସରରେ ଆଶୀର୍ବାଦ ପାଇଁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଆଶୀର୍ବାଦର ଦୀପଟିଏ କାର୍ଯ୍ୟକ୍ରମ ବ୍ଲକ ନୋଡାଲ…

ଭାରତରେ iPhone 18 Pro, 18 Pro Max ବିକ୍ରି ଆରମ୍ଭ, ଅଧରାତିରୁ ଷ୍ଟୋର୍‌ ବାହାରେ ଲମ୍ବା ଲାଇନ୍‌

ନୂଆଦିଲ୍ଲୀ,୧୮ା୯: ଭାରତରେ ଆପଲ୍‌ iPhone 18 Pro ଓ iPhone 18 Pro Maxର ଅଫିସିଆଲ୍‌ ବିକ୍ରି ଶୁକ୍ରବାରଠାରୁ ଆରମ୍ଭ ହୋଇଛି । ନୂଆ iPhone କିଣିବା…

ମୁଜାଗଡ଼ରେ ବୁଲୁଛି ମଣିଷମରା ହାତୀ, ଗାଈକୁ ଦଳି ମାରିଲା

ଭଞ୍ଜନଗର,୧୮ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ରେଞ୍ଜର ଖଣ୍ଡିକୋଟି, ବେଲାଟୁନି ଓ ଗୁଣ୍ଡିରିବାଡ଼ି ଅଞ୍ଚଳରେ ଅଲଗା ହୋଇ ବୁଲୁଥିବା ୩ଟି…

F-16 ଫାଇଟର ଜେଟ୍‌ ଦୁର୍ଘଟଣା, ହୁତୁହୁତୁ ହୋଇ…

ଓ୍ବାଶିଂଟନ,୧୮।୯: ଆମେରିକାର ମିଚିଗାନରେ ନିୟମିତ ପ୍ରଶିକ୍ଷଣ ଉଡ଼ାଣ ସମୟରେ ଟେକ୍ସାସ ଏୟାର ନ୍ୟାସନାଲ ଗାର୍ଡର ଏକ F-16 ଫାଇଟର ଜେଟ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗ୍ରାଣ୍ଡ ଟ୍ରାଭର୍ସ…

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?