ଏଇ ତ ଦୁନିଆ

ଡ. ସିଦ୍ଧାର୍ଥ କାନୁନ୍‌ଗୋ

ଏହି ଅଳ୍ପ ଦିନ ତଳର ଘଟଣା। ତାରିଖ ମୋର ଠିକ୍‌ ମନେ ନାହିଁ। ଗୋଟିଏ କଲେଜର ପୁରାତନ ଛାତ୍ର ସଂଘର ସଦସ୍ୟ ହିସାବରେ ମୁଁ ଏକ ମିଟିଂରେ ଯୋଗଦେଇଥାଏ। ଏହି ସମୟରେ ଉକ୍ତ କଲେଜର ଜଣେ ଅଧ୍ୟାପିକା ହଠାତ୍‌ ସେ ରୁମ୍‌କୁ ଆସିଲେ। ତାଙ୍କୁ କିଛି ପୁରାତନ ଛାତ୍ରୀଛାତ୍ର ଅଭିବାଦନ ଜଣାଇ କହିଲେ ମ୍ୟାଡାମ୍‌ ଆପଣ ୧୦୦ବର୍ଷ ବଞ୍ଚନ୍ତୁ। ମ୍ୟାଡାମ୍‌ ହାତଯୋଡ଼ି କହିଲେ ନାରେ ବାବା! ଶହେ ବର୍ଷ କଥା କୁହନି। ଶହେ ବର୍ଷ ବଞ୍ଚିବା ଅର୍ଥ ରୋଗ ଶଯ୍ୟାରେ ପଡ଼ି ଛଟପଟ ହେବା ସୁନିଶ୍ଚିତ। ଆଜିକାଲି ପିଲାମାନଙ୍କର ହାବଭାବ ଯାହା ସେମାନେ ଏତେଦିନ ଧରି ବିଛଣାରେ ପଡ଼ିଥିବା ରୋଗୀର ଯାହା ସେବା ଶୁଶ୍ରୂଷା କରିବେ ତାହା ମୁଁ ଜାଣେ। କିଛି ଲୋକ ଘଟଣାଟିକୁ ହାଲୁକା ଭାବେ ନେଇଗଲେ। କିନ୍ତୁ ମୋ ମନରେ ସେହି ମ୍ୟାଡାମ୍‌ଙ୍କ କଥା ଗଭୀର ରେଖାପାତ କଲା। ଆମ ସମାଜର ଅବହେଳିତ ମା’ବାପାଙ୍କର କିଛି ଖବର ମଧ୍ୟ ମୋ ମନକୁ ଆନ୍ଦୋଳିତ କଲା।
୧୯୯୦ ଦଶକର କଥା। ସେତେବେଳେ ମୁଁ ଭୁବନେଶ୍ୱରର ଏକ ଟ୍ରେଜେରିରେ ଆଡିଶନାଲ୍‌ ଟ୍ରେଜେରି ଅଫିସର ଭାବେ କାର୍ଯ୍ୟରତ। ଜଣେ ଭଦ୍ରବ୍ୟକ୍ତି କୌଣସି ମନ୍ତ୍ରୀଙ୍କ ଦପ୍ତରରେ ଜମାଦାର ଥିଲେ। ସେତେବେଳେ ମନ୍ତ୍ରୀମାନେ ନିଜେ ଟ୍ରେଜେରିରୁ ତାଙ୍କ ଦରମା ଓ ଟି.ଏ. ବିଲ୍‌ ଇତ୍ୟାଦି ଦାଖଲ କରି ବ୍ୟାଙ୍କରୁ ଟଙ୍କା ନେଉଥିଲେ। ଏଥିପାଇଁ ସମ୍ପୃକ୍ତ ଜମାଦାର ଉକ୍ତ ମନ୍ତ୍ରୀଙ୍କର ଏସବୁ ବିଲ୍‌ ନେଇ ନିୟମିତ ଭାବରେ ଟ୍ରେଜେରିକୁ ଆସନ୍ତି। ମୁଁ ସେହି ଟ୍ରେଜେରିରେ ଥିବା ସମୟରେ ସେ କିଛିଦିନ ପରେ ଅବସର ନେଲେ ଏବଂ ଟ୍ରେଜେରିରୁ ମଧ୍ୟ ପେନ୍‌ସନ୍‌ ନେବା ଆରମ୍ଭ କଲେ। ଦୁଇମାସ ଯାଇଛି କି ନାହିଁ ସେ ଆସି ଏକ ଦରଖାସ୍ତ ଦେଇ କହିଲେ ଆଜ୍ଞା ! ମୁଁ ମୋ ଗାଁ ପାଖ ଟ୍ରେଜେରିରୁ ଟଙ୍କା ନେବି ଏବଂ ଗାଁକୁ ଚାଲିଯିବି। କାରଣ ପଚାରିବାରୁ ସେ ଭୋ ଭୋ ହୋଇ କାନ୍ଦିଲେ। କହିଲେ ଆଜ୍ଞା! ସବୁ ଗଛ ଲଗାଇବେ କିନ୍ତୁ ମଣିଷ ଗଛ ଲଗାଇବେ ନାହିଁ। ମୁଁ ହଠାତ୍‌ ତାଙ୍କ କଥା ବୁଝିପାରିଲି ନାହିଁ। ମୋ ମନୋଭାବକୁ ଲକ୍ଷ୍ୟକରି ସେ କହିଲେ ଯେ, ତାଙ୍କର ସନ୍ତାନ ସନ୍ତତି ନ ଥିବାରୁ ପୁତୁରାକୁ ପୁଅ କଲେ। ମନ୍ତ୍ରୀ ଦପ୍ତରରେ ଥିବାରୁ କୁହାପୋଛା କରି ପୁଅକୁ ସରକାରୀ ଚାକିରିରେ ରଖାଇଲେ। ତାଙ୍କୁ ମିଳିଥିବା ସରକାରୀ ଘରଟିକୁ ପୁତ୍ର ନାମରେ କରାଇଲେ। ଏବେ ପୁଅ କହୁଛି ଦାଦି! ତୁମେ କେବେ ଗାଁକୁ ଯିବ। ସେଥିପାଇଁ ମୁଁ ସ୍ଥିର କଲି ଯେ, ଆଉ ପୁଅ ପାଖରେ ନ ରହି ଗାଁକୁ ଚାଲିଯିବି। ବୁଢ଼ୀ ତ ଆଗରୁ ଚାଲିଯାଇଛି। ସେ ଥିଲେ ଆହୁରି ଦୁଃଖ କରିଥାଆନ୍ତା। ଏହା କହି ସେ ଦୀର୍ଘଶ୍ୱାସ ପକାଇଲେ!
ଇତିମଧ୍ୟରେ ଢେର କିଛି ଦିନ ବିତିଗଲେ ମଧ୍ୟ ଲୋକଙ୍କର ଆଚରଣ ଏବଂ ଉଚ୍ଚାରଣରେ ବିଶେଷ କିଛି ପରିବର୍ତ୍ତନ ଆସିନାହିଁ ବୋଲି ମୋର ମନେ ହୁଏ। ମୁଁ ରହୁଥିବା ସ୍ଥାନର ଦୁଇଟି ଘଟଣା ଉପସ୍ଥାପନ କରୁଛିି। ପ୍ରଥମ ଘଟଣାଟି ହେଉଛି ଏହିପରି ଜଣେ ଅବସରପ୍ରାପ୍ତ କର୍ମଚାରୀ ବହୁ ଦିନରୁ ସ୍ବର୍ଗବାସ ହେଲେଣି। ଘରେ ତାଙ୍କର ତିନିପୁଅ ଏବଂ ବିଧବା ସ୍ତ୍ରୀ। ଦୁଃଖର କଥା ହେଉଛି ତିନିଭାଇ ସମ୍ପତ୍ତି ଲୋଭରେ ଗୋଟିଏ ଘରେ ରହୁଥିଲେ ମଧ୍ୟ ମା’କୁ ପଚରାଲୋଡ଼ା କରନ୍ତି ନାହିଁ। ମା’ ବର୍ତ୍ତମାନ ଶଯ୍ୟାଶାୟୀ। ତିନି ଭାଇଙ୍କର ହାଣ୍ଡି ଅଲଗା ଏବଂ ସେମାନେ ପାଳିକରି ମା’କୁ ଖାଇବାକୁ ଦିଅନ୍ତି। ଯେତେବେଳେ ତାଙ୍କ ସ୍ବାମୀ ବଞ୍ଚତ୍ଥିଲେ ସେତେବେଳେ ସମସ୍ତେ ଏକାଠି ରହୁଥିଲେ ଏବଂ ହାଣ୍ଡି ଅଲଗା ହୋଇ ନ ଥିଲା। ସମୟକ୍ରମେ ତିନିଭାଇଙ୍କ ଭିତରେ ମନ ଫଟାଫଟି ହେଲା ଏବଂ ହାଣ୍ଡି ଅଲଗା ହୋଇଗଲା। ବୁଢ଼ୀ ମା’ ସବୁ ଜାଣୁଥିଲେ ମଧ୍ୟ କିଛି କରିବାର ଉପାୟ ନାହିଁ।
ସେହିପରି ଦ୍ୱିତୀୟ ଘଟଣାଟି ହେଉଛି ମୁଁ ରହୁଥିବା ସେହି ଅଞ୍ଚଳର। ଜଣେ ଭଦ୍ର ମହିଳାଙ୍କର ତିନିପୁଅ ଏବଂ ତିନିଝିଅ, ବିଧବା ମା’। ପିଲାମାନେ ସମସ୍ତେ ପ୍ରତିଷ୍ଠିତ। କିନ୍ତୁ ମା’ର ବୋଝ ନେବାକୁ କେହି ରାଜି ନୁହନ୍ତି। କିଛି ଦିନ ତଳେ ତାଙ୍କ ନାତୁଣୀର ବିବାହ ଖବର ଶୁଣି ସେ ଧାଇଁ ଆସିଥିଲେ। କିନ୍ତୁ ସବୁ ପୁଅଝିଅ ଦେଖୁଥିଲେ ମଧ୍ୟ ସତେଯେପରି ସେ ଅଲୋଡ଼ା ଥିବା ମନେ ହେଲା। ବୁଢ଼ୀ ନୀରବରେ ବସି ଅଶୁ୍ର ସମ୍ବରଣ କରୁଥିବା ଲକ୍ଷ୍ୟ କଲି। ତାଙ୍କ ସ୍ବର୍ଗତ ସ୍ବାମୀ ଜଣେ ସରକାରୀ କର୍ମଚାରୀ ଥିବାରୁ କିଛି ପେନ୍‌ସନ୍‌ ପାଉଛନ୍ତି। କଥା ଏମିତି ହେଲା ଯେ ପୁଅ ଝିଅ ମିଶି ଜନ୍ମକଲା ମା’କୁ ବୃଦ୍ଧାଶ୍ରମରେ ଛାଡ଼ିଦେଲେ। ତାଙ୍କୁ ନିୟମିତ ବ୍ୟବଧାନରେ ଭେଟିବା କଥା ତ ଦୂରର କଥା ଫୋନ୍‌ ମଧ୍ୟ କରୁନାହାନ୍ତି। ବର୍ତ୍ତମାନ ଅନନ୍ୟୋପାୟ ହୋଇ ବୃଦ୍ଧାଶ୍ରମର ପରିଚାରିକା ଝିଅପୁଅମାନଙ୍କୁ ସଫାସଫା ଶୁଣାଇ ଦେଇଛନ୍ତି ଏଣିକି ଆପଣମାନଙ୍କ ମା’ଙ୍କ ଦେହ ବେଶି ଅସୁସ୍ଥ ହେଲେ ଆପଣଙ୍କୁ ଜଣାଇବୁ ନାହିଁ। କେବଳ ସେ ମରିଗଲେ ଆପଣ ଯାହା ଖବର ପାଇବେ। ଇଚ୍ଛାଥିଲେ ଶୁଦ୍ଧିକ୍ରିୟା ସମ୍ପାଦନ କରିବେ ନ ହେଲେ ନାହିଁ। ଏ କଥା ରୋକ୍‌ଠୋକ୍‌ ଶୁଣାଇଦେଲେ।
ପାଠକେ! ଏ କେବଳ ଗୋଟିଏ ବା ଦୁଇଟି ଘଟଣା ନୁହେଁ। ଏମିତି ଅନେକ ଘଟଣା ନିତିଦିନ ଆମ ସମାଜରେ ଘଟୁଛି। ଯୌଥ ପରିବାର ପରିବର୍ତ୍ତେ ଅଣୁପରିବାର ଦ୍ୱାରା ଏସବୁ ବିଚାର ବିଭ୍ରାଟ ହେଉଛି ବୋଲି ମନେ ହୁଏ। ଅବଶ୍ୟ ସବୁ ଝିଅପୁଅଙ୍କ କ୍ଷେତ୍ରରେ ଏହା ହେଉଛି ତାହା ନୁହେଁ; ମା’ବାପାଙ୍କୁ ପଚାରୁଥିବା ପୁଅ ବୋହୂଙ୍କ ସଂଖ୍ୟା ବହୁତ କମ୍‌।
ଏହା ଆମ ଅଙ୍ଗେ ନିଭା କଥା। ଝିଅଟି ଘରକୁ ବାହାହୋଇ ଆସୁଛି; ସଂସାର ବୋଇଲେ ସେ ଭାବୁଝି ସେ, ତା’ର ସ୍ବାମୀ ଏବଂ ପିଲା। ଶାଶୁ-ଶ୍ୱଶୁର, ନଣନ୍ଦ-ଦିଅର ପ୍ରମୁଖଙ୍କ ପ୍ରତି କିଛି କର୍ତ୍ତବ୍ୟ ଅଛି ବୋଲି ସେ ଭୁଲିଯାଉଛି। ଆଉ ବିଚରା ପୁଅଟି! ସେ ବୋହୂ କଥାରେ ଏପରି ଉଠବସ୍‌ ହେଉଛି ଯେ ତା’ର ମାନବିକତା ଟିକକ ହଜିଯାଉଛି। ଆହୁରି ଗୋଟିଏ ସ୍ପଷ୍ଟ କଥା କହିରଖୁଛି ଇଚ୍ଛାହେଉଛି ଏକଥା ମୋଭଳି ଅନେକେ ମଧ୍ୟ ଅନୁଭବ କରିଥିବେ ବା ଦେଖିଥିବେ। ପୁଅଟି ମା’ବାପାଙ୍କୁ ଯେତିକି ହତାଦର କରେ ଶାଶୁ ଶ୍ୱଶୁରଙ୍କ ପ୍ରତି ତା’ର ସେତିକି ନିଷ୍ଠା ଥାଏ। ଏସବୁ କଥା ଦିନକୁ ଦିନ ବଢ଼ିଚାଲିଛି ସିନା କମିବା ନାଁ ଗନ୍ଧ ନେଉନାହିଁ। ଆଜି ଯେଉଁ ପୁଅ ବା ବୋହୂ ତାଙ୍କ ମା’ବାପାଙ୍କୁ ହତାଦର କରୁଛନ୍ତି ଆସନ୍ତା କାଲି ସେମାନେ ହୁଏତ ତାଙ୍କ ପିଲାମାନଙ୍କର ଶାଶୁ ବା ଶ୍ୱଶୁର ହେବେ। ଯୌବନର ଉଦ୍ଦାମତ୍ତାରେ ସେମାନେ ହୁଏତ ନିଜ ଦୋଷତ୍ରୁଟିକୁ ଲକ୍ଷ୍ୟ କରିପାରୁନାହାନ୍ତି। କିନ୍ତୁ ତାଙ୍କ ଝିଅପୁଅ ତ ଲକ୍ଷ୍ୟ କରୁଛନ୍ତି, ତାଙ୍କ ଜେଜେ ଓ ଜେଜେମା’ କିପରି ତାଙ୍କ ମା’ବାପାଙ୍କ ଦ୍ୱାରା ହତାଦର ହେଉଛନ୍ତି। ଏସବୁ ପ୍ରଭାବ କ’ଣ ପିଲାମାନଙ୍କ ଉପରେ ପଡୁନାହିଁ?
ସେବାନିବୃତ୍ତ ଅତିରିକ୍ତ ଶାସନ ସଚିବ, ଓଡ଼ିଶା ସରକାର
ମୋ: ୯୪୩୮୦୭୨୮୫୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri