ମେଳଣ ପଡ଼ିଆ

ନିମାଇଁ ଚରଣ ଲେଙ୍କା

ଜୀବନ ଶୁଦ୍ଧ ଓ ନିର୍ମଳ ହେବା ପାଇଁ, ଆତ୍ମାର ବିକାଶ ପାଇଁ, ଈଶ୍ୱରଙ୍କ ସାନ୍ନିଧ୍ୟ ଲାଭ ପାଇଁ ଧର୍ମୀୟ ଜୀବନଯାପନ କରିବା ବିଧେୟ। ଏପରି ମହତ୍ତ୍ୱାକାଂକ୍ଷା ଉତ୍ତମ ଓ ଆବଶ୍ୟକ। କିନ୍ତୁ ଅନେକ ବ୍ୟକ୍ତି ଅଭିମାନବଶତଃ ପୂଜା, ପ୍ରତିଷ୍ଠା, ଉପହାର ବା ପୁରସ୍କାର ପାଇବା ପାଇଁ, ଜୟଜୟକାର, ଆତ୍ମପ୍ରଶଂସା ଓ ସ୍ତୁତି ଶୁଣିବା ପାଇଁ ବ୍ୟାକୁଳ ହୁଅନ୍ତି। ସେମାନେ ଯାହାନୁହନ୍ତି, ତା’ଠାରୁ ଅଧିକ ଯୋଗ୍ୟଭାବେ, ଗୁଣ ନ ଥାଇ ବି ମହାନ୍‌ ଗୁଣୀଭାବେ ପ୍ରଶଂସିତ ହୋଇ ନିଜକୁ କୃତ୍ୟକୃତ୍ୟ ମନେକରନ୍ତି। କୌଣସି କାର୍ଯ୍ୟ ନ ଥାଇ ସେମାନେ ସାଧାରଣ ବା ଇତର ବୋଲି ଭାବୁଥିବା ଲୋକଙ୍କୁ କାର୍ଯ୍ୟବ୍ୟସ୍ତତାର ବାହାନା କରନ୍ତି, କିନ୍ତୁ ସମାଜର ପ୍ରତ୍ୟେକ ସ୍ତରରେ ଅନଧିକାର ପ୍ରବେଶ କରିବାକୁ ଚେଷ୍ଟାକରନ୍ତି ଏବଂ ନିଜକୁ ସବୁଠାରୁ ଅଧିକ ଜ୍ଞାନୀ, କାର୍ଯ୍ୟବ୍ୟସ୍ତ ଓ ବିଖ୍ୟାତ ବୋଲି ବଡ଼ିମା ଦେଖାନ୍ତି। କିନ୍ତୁ ”ଯିଏ କହେ ସେ ଜାଣେନି, ଯିଏ ଜାଣେ ସେ କହିପାରେନି। ‘ଜଡା’ ଗୁଡ଼ ଖାଇଲାପରି ଖାଲି ମୁରୁକି ମୁରୁକି ହସୁଥାଏ“(ନାମାଚାର୍ଯ୍ୟ)। ”ସଂସାର ସେମାନଙ୍କ ସକାଶେ ଚାଲିଛି, ନଚେତ ଭାସିଯିବ“ ବୋଲି ସେମାନଙ୍କ ମନରେ ଦମ୍ଭଥାଏ। କିନ୍ତୁ ସେମାନେ ଗଲାପରେ ମଧ୍ୟ ସଂସାର ରହେ। ଏଭଳି ମିଥ୍ୟା ଅହଂକାର କରି, ସ୍ତୁତି ଓ ପ୍ରଶଂସା ଶୁଣିଶୁଣି ଅନେକ ମହାନ୍‌ ବ୍ୟକ୍ତିଙ୍କର ପତନ ଘଟିଛି। ସେଥିପାଇଁ କୁହାଯାଇଛି, ”ଅଭିମାନ-ସୁରାପାନ, ଗୌରବ-ରୌରବନର୍କ, ପ୍ରତିଷ୍ଠା-ଶୁକରୀବିଷ୍ଠା“।
ବ୍ୟକ୍ତିମାନେ ନିଜ ଜୀବନରୂପୀ ସୁନ୍ଦର ଉଦ୍ୟାନଟିକୁ ଏକଖୋଲା ‘ମେଳଣ ପଡ଼ିଆ’ କରିଦିଅନ୍ତି। ବାସ୍ତୁଶାସ୍ତ୍ର ଅନୁସାରେ, ଯଦିି ଫୁଲଫଳଭରା କିଛି ବୃକ୍ଷଥିବା ଗୋଟିଏ ଜମିକୁ ଉତ୍ତମରୂପେ ବାଡ଼ବନ୍ଦୀ କିମ୍ବା ପ୍ରାଚୀର ନିର୍ମାଣ କରାଯାଇ ସୁରକ୍ଷିତ ରଖାଯାଏ, ତେବେ ତାହାର ବାସ୍ତୁଶକ୍ତି ଓ ମର୍ଯ୍ୟାଦା ବହୁଗୁଣ ବଢ଼ିଯାଏ ଏବଂ ଲୋକେ ତାହାକୁ ବଗିଚା, ବାଟିକା, ଉଦ୍ୟାନ ଆଦି କ଼ହନ୍ତି। ଜମିମାଲିକ ମଧ୍ୟ ସେଥିରୁ ପ୍ରଚୁର ଫୁଲଫଳ ପାଇପାରନ୍ତି। କିନ୍ତୁ ସେହିଜମି ଯଦି ସମ୍ପୂର୍ଣ୍ଣ ଅସୁରକ୍ଷିତ ବା ଉଜୁଡା ହୋଇଯାଏ, ଲୋକେ ତାକୁ ‘ମେଳଣ ପଡ଼ିଆ’ ବୋଲି କହନ୍ତି। ତାହା ସମସ୍ତଙ୍କ ପାଇଁ ଖୋଲାମେଲା ବା ଶସ୍ତା ହୋଇଯାଇ ତା’ର ମର୍ଯ୍ୟାଦା ହରାଇ ଥାଏ। ଯେପରି ଜଣେ ସ୍ଥାୟୀଦୋକାନୀଠାରୁ ବୁଲାବିକାଳିର ମର୍ଯ୍ୟାଦା ଊଣା ହୋଇଥାଏ, ଏହା ଠିକ୍‌ ସେହିପରି। ଶସ୍ତା ଲୋକପ୍ରିୟତା ଆଶାକରୁଥିବା ବ୍ୟକ୍ତିଙ୍କର ଏହି ଅବସ୍ଥା ହିଁ ହୁଏ। ଆମେ ସବୁଦିନ ପାଇଁ ଏହି ପୃଥିବୀକୁ ଆସିନାହୁଁ କିମ୍ବା ଆମର ଏ ଭୂମିକା ସ୍ଥାୟୀ ନୁହେଁ। ଯେଉଁମାନେ ଏହାକୁ ଅନୁଭବ କରିଛନ୍ତି, ଜାଣିଛନ୍ତି ଏବଂ ପୂର୍ଣ୍ଣଭାବେ ଗ୍ରହଣକରି ନେଇଛନ୍ତି, ଏହା ସେହିମାନଙ୍କର ବାର୍ତ୍ତା। ସେମାନେ ଆମକୁ ସମ୍ବୋଧନ କରିଛନ୍ତି,”ହେ ପୃଥିବୀ ଅଭିମୁଖେ ଆସିଥିବା ଯାତ୍ରୀମାନେ! ତୁମେ ନିଜନାମ ଓ ରୂପର ଊର୍ଦ୍ଧ୍ୱରେ ଥିବା ସେହି ଅମରାତ୍ମା। ବାସ୍ତବରେ ତୁମେ ଅବିନାଶୀ, ଶାଶ୍ୱତ ଓ ଅଜନ୍ମା ହୋଇଥିବାରୁ, ଏହି ଅସ୍ଥାୟୀ ଜଡ଼ଜଗତର ସ୍ଥାୟୀବାସିନ୍ଦା ନୁହଁ। ତୁମେ ଏହି ଦୃଶ୍ୟ ସ୍ଥୂଳଜଗତର ଅନ୍ତର୍ଗତ ନୁହଁ, ଯେହେତୁ ପରମାତ୍ମା ଏହାର ଅନ୍ତର୍ଗତ ନୁହନ୍ତି“। ତେଣୁ ଆମକୁ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବାକୁ ହେବ। ଆମେ କେବେ ବି ମଝିରାସ୍ତାରେ ବାଟବଣା ହେବାନାହିଁ କି ଶୋଇଯିବା ନାହିଁ। ଜୀବନର ଏହି ଲମ୍ବାରାସ୍ତାରେ ଆମକୁ ଆଗକୁ ଯିବାକୁ ହେବ। କିନ୍ତୁ ଆମମାନଙ୍କୁ ଲକ୍ଷ୍ୟଭ୍ରଷ୍ଟ କରିବାରେ ‘ବିକୃତ ମହତ୍ତ୍ୱାକାଂକ୍ଷା’ର ଯଥେଷ୍ଟ ଅବଦାନ ରହିଛି। ଜୀବନର ସ଼ହଜ ଓ ସ୍ବାଭାବିକ ମାର୍ଗରୁ ହଟାଇ ଏମାନେ ଆମକୁ ଭୁଲ୍‌ ରାସ୍ତାରେ ନେଇଯାଆନ୍ତି। ଏଥିପାଇଁ ଆମର ଯାହାକରିବା ଉଚିତ, ଆମେ ତାକୁ ଉପେକ୍ଷା କରି ନ କରିବା କାମକରୁ। ଜୀବନସହ ସମ୍ବନ୍ଧିତ ଅନ୍ୟ ସବୁକିଛି ହେଉଛି ଉପମାର୍ଗ ବା ଗଳିରାସ୍ତା। ଏଣୁ ଆମେ ଜୀବନର ରାଜମାର୍ଗ (ପ୍ରଧାନରାସ୍ତା)ରେ ହିଁ ଆଗେଇବାର ଦୃଢ଼ତା ରଖିବା ଉଚିତ। ସାବଧାନତା ଓ ଧ୍ୟାନର ସହ ଦୃଢ଼ସଂକଳ୍ପ ହୋଇ, ଛୋଟଛୋଟ କଥା, ପାର୍ଥିବସୁଖ, ମିଥ୍ୟା ଆତ୍ମପ୍ରଶଂସା ଓ ସ୍ତୁତି, ଧନ, ଯଶ ଓ ଲୋଭର ବଶବର୍ତ୍ତୀହୋଇ ଏହିମାର୍ଗରୁ ହଟିଯିବା ନାହିଁ। ଯେପରି ଭୋଗବିଳାସ ପଛରେ ଧାଉଁଥିବା ବ୍ୟକ୍ତି ନିଜେ ଭୋଗର ସାମଗ୍ରୀ ହୋଇଯାଇଛି ବୋଲି ଜାଣିପାରେ ନାହିଁ। ନିଜକୁ ଜଣେ ବଡ଼ କୁଶଳୀ ଶିକାରୀ ବୋଲି ଭାବୁଥିବା ବ୍ୟକ୍ତି ନିଜେ ହିଁ ମାୟାର ଶିକାର ହୋଇଯାଏ। ଆମେ ଯଦି ସେହି ଉପମାର୍ଗ (ଗଳିରାସ୍ତା)ରେ ପଶି ବାଟବଣା ହେଉ ବା ନିଜ ଚରମଲକ୍ଷ୍ୟ ପଥରୁ ଦୂରେଇଯାଉ, ତେବେ ଆମେ କିଛି ବି ନୋହୁଁ। କାରଣ ଏ ସବୁ ଭ୍ରମମାତ୍ର। ଯଦି ସଂସାର ଆମକୁ ବାଃ ବାଃ କରୁଛି, ଆମେ ଦୁଃଖକରିବା ଉଚିତ। କାରଣ ସଂସାର ମୋହ ଆମ ପାଖକୁ ଯେତେ ପାଖେଇ ଆସିବ, ଆମେ ଭଗବାନଙ୍କ ନିକଟରୁ ସେତେ ଦୂରେଇଯିବା। ଆମେ ସଂସାରରେ ଯେତେ ଚିହ୍ନାହେବା, ତାଙ୍କ ପାଖରେ ସେତେ ଅଚିହ୍ନାହେବା। ଆମେ ସଂସାରର ଯେତେ ସ୍ମୃତିରେ ରହିବା, ପ୍ରଭୁଙ୍କର ସେତେ ବିସ୍ମୃତିରେ ରହିବା। ଆମର ମହତ୍ତ୍ୱାକାଂକ୍ଷା କେତେ ଯଥାର୍ଥ ଓ ଉପଯୋଗୀ ବୋଲି ବିବେକପୂର୍ଣ୍ଣ ବୁଦ୍ଧିରେ ଆମେ ଚିନ୍ତାକରିବା ଉଚିତ। ନିକୃଷ୍ଟ ସ୍ତରର ଆକାଂକ୍ଷା ହୋଇଥିଲେ ତାହା ତ୍ୟାଗକରିବା ଉଚିତ। କେବଳ ଶ୍ରେଷ୍ଠତ୍ୱ ଦିଗରେ ନେଇଯାଉଥିବା ମହତ୍ତ୍ୱାକାଂକ୍ଷା ହିଁ ଶ୍ରେୟସ୍କର। ତେଣୁ ପ୍ରତ୍ୟେକ କର୍ମକୁ ଆମେ ଯଦି ଏହିଭଳି ନିର୍ବାହ କରିବା, ଆମଜୀବନ କୃତାର୍ଥ ହୋଇଯିବ।
ମୋ: ୯୨୩୮୬୧୫୪୭୮


Enter your email to get our daily news in your inbox.

All Right Reserved By Dharitri.Com

ଚକ୍ଷୁଷ୍ମାନ ଧୃତରାଷ୍ଟ୍ର

ଜଣେ ବକ୍ତା କହୁଥାନ୍ତି,”ଆପଣମାନେ ଧୃତରାଷ୍ଟ୍ରଙ୍କ ଚରିତ୍ରକୁ କେବଳ କ୍ଷମତାଲିପ୍ସା ଦୃଷ୍ଟିକୋଣରୁ ବିଚାର କଲେ ତାହା ହୁଏତ ତାଙ୍କ ଚରିତ୍ରର ଅସମ୍ପୂର୍ଣ୍ଣ ଅଧ୍ୟୟନ ହେବ। କ୍ଷମତାର ଲାଳସା ପଛରେ…

ହାଇତିର ଖାଦ୍ୟ ସଙ୍କଟ ଓ ବିଶ୍ୱର ବିବେକ

ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ଯେତେବେଳେ ମହାକାଶରେ ନୂଆ ବସତି ଖୋଜୁଛି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ପୃଥିବୀକୁ ନୂତନ ରୂପ ଦେବାକୁ ଚେଷ୍ଟା କରୁଛି ଏବଂ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?