Posted inଫୁରସତ

ଏ ହେଉଛି ଦୁନିଆର ସବୁଠାରୁ ଥଣ୍ଡା ସ୍କୁଲ: ମାଇନସ୍‌ ୫୧ ଡିଗ୍ରୀରେ ବି କ୍ଲାସ କରିବାକୁ ଆସନ୍ତି ପିଲା

ସାଇବେରିଆ ଦୁନିଆର ସବୁଠାରୁ ଶୀତଳ ସ୍ଥାନ ଭାବରେ ପରିଗଣିତ ହୁଏ। ଏଠାରେ ବିଶ୍ୱର ସବୁଠାରୁ ଶୀତଳ ବିଦ୍ୟାଳୟ ଅଛି। ଏଠାରେ ତାପମାତ୍ରା ପ୍ରାୟତଃ ମାଇନସ୍‌ ୫୦ ଡିଗ୍ରୀ ସେଲସିୟସ ଥାଏ। ଏତେ ଥଣ୍ଡା ସତ୍ତ୍ୱେ ଛୋଟ ଛୋଟ ପିଲାମାନେ ଏହି ବିଦ୍ୟାଳୟରେ ଅଧ୍ୟୟନ କରିବାକୁ ଆସିଥାନ୍ତି। ତାପମାତ୍ରା ମାଇନସ୍‌ ୫୨ ଡିଗ୍ରୀ କିମ୍ବା ତା’ଠାରୁ କମଖ ହେଲେ ଏହି ବିଦ୍ୟାଳୟ ୧୧ ବର୍ଷ କିମ୍ବା ତା’ଠାରୁ କମ୍‌ ବୟସର ଛାତ୍ରମାନଙ୍କ ପାଇଁ ବନ୍ଦ ହୋଇଯାଏ।

ଓମିଆକନ ସହରରେ ଏହି ବିଦ୍ୟାଳୟ ଅବସ୍ଥିତ। ଏହି ସହରରେ ଡାକଘର ଏବଂ ବ୍ୟାଙ୍କ ପରି କିଛି ମୌଳିକ ସୁବିଧା ରହିଛି। ୧୯୩୨ ମସିହାରେ ଷ୍ଟାଲିନଙ୍କ ଅମଳରେ ଏହି ବିଦ୍ୟାଳୟଟି ନିର୍ମିତ ହୋଇଥିଲା। ଏହି ବିଦ୍ୟାଳୟରେ ଖାରା ତୁମୁଲ ଏବଂ ବେରେଗ ୟୁର୍ଡେ ଗାଁର ପିଲାମାନେ ଅଧ୍ୟୟନ କରିବାକୁ ଆସନ୍ତି। ବେଳେବେଳେ ପିଲାମାନେ ସେମାନଙ୍କ ପିତାମାତାଙ୍କ ସହିତ ନଚେତ କୁକୁରମାନଙ୍କ ସହିତ ଆସିଥାନ୍ତି। ଏହା ପିଲାମାନଙ୍କ ପାଇଁ କୌଣସି ଚ୍ୟାଲେଞ୍ଜଠାରୁ କମ୍‌ ନ ଥାଏ। ଏବେ ଏଠାରେ କରୋନା ଭୟ ଦେଖାଦେଇଥିବାରୁ ସ୍କୁଲକୁ ଯାଉଥିବା ପିଲାମାନଙ୍କ ତାପମାତ୍ରା ଯାଞ୍ଚ କରାଯାଉଛି।

ମାଇନସ୍‌ ୫୦ ଡିଗ୍ରୀରୁ କମ୍‌ ତାପମାତ୍ରାରେ ହାଇପୋଥର୍ମିଆର ବିପଦ ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଥାଏ। ଏହା ଏକ ଡାକ୍ତରୀ ଜରୁରୀକାଳୀନ ପରିସ୍ଥିତି,ଯେଉଁଥିରେ ଶରୀରର ତାପମାତ୍ରା ଅତି ଶୀଘ୍ର ହ୍ରାସ ପାଇଥାଏ। ଫଳରେ ଉଚ୍ଚ ରକ୍ତଚାପ, ଦ୍ରୁତ ହୃଦ୍‌ସ୍ପନ୍ଦନ, ସ୍ନାୟୁ ଏବଂ କେତେକ କ୍ଷେତ୍ରରେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥାଏ। ଏଣୁ ଏହି ତାପମାତ୍ରାରେ ଡାକ୍ତରମାନେ ଦୀର୍ଘ, ଗଭୀର ନିଶ୍ୱାସ ନେବାକୁ ମନା କରିଥାନ୍ତି। କାରଣ ଏହାଦ୍ୱାରା ଫୁସଫୁସରେ ଭରପୂର ଥଣ୍ଡା ପବନ ଭରିବାର ଆଶଙ୍କା ରହିଥାଏ ଯାହା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଜ୍ଜନକ ହୋଇପାରେ ବୋଲି ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟକେନ୍ଦ୍ର କୋଠା ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ

ଛତ୍ରପୁର,୭ା୬(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ସୁନ୍ଦରପୁର ଗ୍ରାମରେ ନିର୍ମିତ ନୂତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର କୋଠା ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ବିଧାୟକ କୃଷ୍ଣଚନ୍ଦ୍ର ନାୟକ…

ମୃତକଙ୍କ ପରିବାରକୁ ସମବେଦନା ଜଣାଉଥିବା ବେଳେ ମନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ! ଏଭଳି କାଣ୍ଡ ଘଟାଇଲେ ଗାଁ ଲୋକେ

ପାଟନା,୭ା୬: ବିହାରର ଦକ୍ଷତା ବିକାଶ ମନ୍ତ୍ରୀ ଅରୁଣ ଶଙ୍କର ପ୍ରସାଦଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ମଧୁବାଣୀର ଥାହର ଗାଁରେ ଏହି ଘଟଣା ଘଟିଛି ।…

ଶୌଚ ହେବାକୁ ଆସି ଥୁବା-ହଞ୍ଜର ନାଳରେ ବୁଡିଗଲେ ମହିଳା, ଚାଲିଗଲା ଜୀବନ

ନନ୍ଦପୁର/ପାଡୁଆ,୭।୬(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଥୁବା-ହଞ୍ଜର୍ ନାଳରୁ ରବିବାର ଅପରାହ୍ନରେ ଜଣେ ମହିଳାଙ୍କ ମୃତଦେହ ନନ୍ଦପୁର ଅଗ୍ନିଶମ ବାହିନୀ ଓ ନନ୍ଦପୁର…

ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ପରେ ପ୍ରତାରଣା, ବଳାତ୍କାର ମାମଲାରେ….

ଦିଗପହଣ୍ଡି,୭ା୬(ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧିନସ୍ଥ ଏକ ଗାଁ ରେ ଜଣେ ଯୁବତୀଙ୍କୁ ବିବାହପ୍ରତିଶ୍ରୁତି ଦେଇ ଜଣେ ଯୁବକ ଏକାଧିକ ଥର ଶାରିରୀକ…

୭ବର୍ଷ ପରେ ଏକାଠି ହେଲେ ଦୁଇ ତାରକା

ମୁମ୍ବାଇ,୭।୬: ପୁଣି ଚର୍ଚ୍ଚାରେ ବଲିଉଡର ‘ଧକ-ଧକ ଗାର୍ଲ’ ମାଧୁରୀ ଦୀକ୍ଷିତ। ମାଧୁରୀ ଦୀକ୍ଷିତଙ୍କ ଫିଲ୍ମ ‘ମା-ବେହନ’ OTTରେ ରିଲିଜ ହୋଇଛି। ରିଲିଜ ଉପଲକ୍ଷେ ଶନିବାର ରାତିରେ ଏକ…

ଛୁଆ ରହିଥିବା ବେଳେ ଶିଶୁ ୱାର୍ଡରେ ହଠାତ୍ ଲାଗିଗଲା ନିଆଁ, ତାପରେ ଯାହା ଘଟିଲା….

ଛତ୍ରପୁର,୭ା୬(ଦିଲ୍ଲୀପ ସାମଲ): ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟରେ ଅଗ୍ନିକାଣ୍ଡ ହୋଇଛି । ଚିକିତ୍ସାଳୟର ଶିଶୁ ୱାର୍ଡରେ ନିଆଁ ଲାଗିଥିବା ବେଳେ କାହାର କିଛି କ୍ଷତି ହୋଇନଥିବା ସୂଚନା…

ଅଶୁଭ! କଟକ ଚଣ୍ଡୀ ମନ୍ଦିର ଉପରେ ବଜ୍ରପାତ, ଚୂଡ଼ାରୁ ଖସିଲା…..

କଟକ,୭ା୬(ପ୍ରଭୁକଲ୍ୟାଣ ପାଲ୍): କଟକରେ ତାଣ୍ଡବ ରଚିଲା କାଳ ବୈଶାଖୀ । କଟକର ଅଧିଷ୍ଠାତ୍ରୀ ଦେବୀ କଟକ ଚଣ୍ଡୀ ମନ୍ଦିର ଦଧିନଉତି ଉପରେ ଘଡ଼ଘଡ଼ି ପଡିଥିବା ସୂଚନା ରହିଛି…

ମୁକୁଳା ୧୧ କେଭି ଟ୍ରାନ୍ସଫର୍ମର ସାଙ୍ଗକୁ ଗଭୀର ଗର୍ତ୍ତ: ବଡ଼ ଅଘଟଣ ଆଶଙ୍କାରେ ଧୁଲିଗୁଡ଼ା ଗ୍ରାମବାସୀ

ଥୁଆମୂଳ ରାମପୁର,୭।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କାଣୀଗୁମା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଧୁଲିଗୁଡ଼ା (ମାନିଆଁଗୁଡ଼ା) ଠାରେ ବିଦ୍ୟୁତ ବିଭାଗର ଅବହେଳା ଦେଖିବାକୁ ମିଳିଛି । ଥୁଆମୂଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri