Posted inଫୁରସତ

ଏ ହେଉଛି ଦୁନିଆର ସବୁଠାରୁ ଥଣ୍ଡା ସ୍କୁଲ: ମାଇନସ୍‌ ୫୧ ଡିଗ୍ରୀରେ ବି କ୍ଲାସ କରିବାକୁ ଆସନ୍ତି ପିଲା

ସାଇବେରିଆ ଦୁନିଆର ସବୁଠାରୁ ଶୀତଳ ସ୍ଥାନ ଭାବରେ ପରିଗଣିତ ହୁଏ। ଏଠାରେ ବିଶ୍ୱର ସବୁଠାରୁ ଶୀତଳ ବିଦ୍ୟାଳୟ ଅଛି। ଏଠାରେ ତାପମାତ୍ରା ପ୍ରାୟତଃ ମାଇନସ୍‌ ୫୦ ଡିଗ୍ରୀ ସେଲସିୟସ ଥାଏ। ଏତେ ଥଣ୍ଡା ସତ୍ତ୍ୱେ ଛୋଟ ଛୋଟ ପିଲାମାନେ ଏହି ବିଦ୍ୟାଳୟରେ ଅଧ୍ୟୟନ କରିବାକୁ ଆସିଥାନ୍ତି। ତାପମାତ୍ରା ମାଇନସ୍‌ ୫୨ ଡିଗ୍ରୀ କିମ୍ବା ତା’ଠାରୁ କମଖ ହେଲେ ଏହି ବିଦ୍ୟାଳୟ ୧୧ ବର୍ଷ କିମ୍ବା ତା’ଠାରୁ କମ୍‌ ବୟସର ଛାତ୍ରମାନଙ୍କ ପାଇଁ ବନ୍ଦ ହୋଇଯାଏ।

ଓମିଆକନ ସହରରେ ଏହି ବିଦ୍ୟାଳୟ ଅବସ୍ଥିତ। ଏହି ସହରରେ ଡାକଘର ଏବଂ ବ୍ୟାଙ୍କ ପରି କିଛି ମୌଳିକ ସୁବିଧା ରହିଛି। ୧୯୩୨ ମସିହାରେ ଷ୍ଟାଲିନଙ୍କ ଅମଳରେ ଏହି ବିଦ୍ୟାଳୟଟି ନିର୍ମିତ ହୋଇଥିଲା। ଏହି ବିଦ୍ୟାଳୟରେ ଖାରା ତୁମୁଲ ଏବଂ ବେରେଗ ୟୁର୍ଡେ ଗାଁର ପିଲାମାନେ ଅଧ୍ୟୟନ କରିବାକୁ ଆସନ୍ତି। ବେଳେବେଳେ ପିଲାମାନେ ସେମାନଙ୍କ ପିତାମାତାଙ୍କ ସହିତ ନଚେତ କୁକୁରମାନଙ୍କ ସହିତ ଆସିଥାନ୍ତି। ଏହା ପିଲାମାନଙ୍କ ପାଇଁ କୌଣସି ଚ୍ୟାଲେଞ୍ଜଠାରୁ କମ୍‌ ନ ଥାଏ। ଏବେ ଏଠାରେ କରୋନା ଭୟ ଦେଖାଦେଇଥିବାରୁ ସ୍କୁଲକୁ ଯାଉଥିବା ପିଲାମାନଙ୍କ ତାପମାତ୍ରା ଯାଞ୍ଚ କରାଯାଉଛି।

ମାଇନସ୍‌ ୫୦ ଡିଗ୍ରୀରୁ କମ୍‌ ତାପମାତ୍ରାରେ ହାଇପୋଥର୍ମିଆର ବିପଦ ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଥାଏ। ଏହା ଏକ ଡାକ୍ତରୀ ଜରୁରୀକାଳୀନ ପରିସ୍ଥିତି,ଯେଉଁଥିରେ ଶରୀରର ତାପମାତ୍ରା ଅତି ଶୀଘ୍ର ହ୍ରାସ ପାଇଥାଏ। ଫଳରେ ଉଚ୍ଚ ରକ୍ତଚାପ, ଦ୍ରୁତ ହୃଦ୍‌ସ୍ପନ୍ଦନ, ସ୍ନାୟୁ ଏବଂ କେତେକ କ୍ଷେତ୍ରରେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥାଏ। ଏଣୁ ଏହି ତାପମାତ୍ରାରେ ଡାକ୍ତରମାନେ ଦୀର୍ଘ, ଗଭୀର ନିଶ୍ୱାସ ନେବାକୁ ମନା କରିଥାନ୍ତି। କାରଣ ଏହାଦ୍ୱାରା ଫୁସଫୁସରେ ଭରପୂର ଥଣ୍ଡା ପବନ ଭରିବାର ଆଶଙ୍କା ରହିଥାଏ ଯାହା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଜ୍ଜନକ ହୋଇପାରେ ବୋଲି ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗିନିଜ୍‌ ବୁକ୍‌ ରେକର୍ଡରେ ଦାନ୍ତ

ବର୍ଲିନ: ଥରେ ଭାବି ଦେଖନ୍ତୁ ତ, ଜଣେ ସୁସ୍ଥସବଳ ମିଣିଷର ଦାନ୍ତର ଲମ୍ବ କେତେ ହୋଇପାରେ? ଚିକିତ୍ସା ବିଜ୍ଞାନ ଅନୁଯାୟୀ ଦାନ୍ତର ହାରାହାରି ଲମ୍ବା ମାଢ଼ିଠାରୁ...

ଜଳାଶୟରେ କୁମ୍ଭୀର ସହ କଇଁଛ କରୁଛି ଏମିତି

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡ଼ିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ...

ପ୍ଲାଷ୍ଟିକ୍‌ ବୋତଲରୁ ତିଆରି ୨୮.୫ ମିଟର ଉଚ୍ଚର କ୍ରିସ୍‌ମାସ ଟ୍ରି’

ଲେବାନନ୍‌: ପ୍ଲାଷ୍ଟିକ୍‌ ବ୍ୟବହାର ଯୋଗୁ କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱ ପ୍ରତି ଏହା ବିପଦ ସୃଷ୍ଟି କରିଚାଲିଛି। ପ୍ରତ୍ୟେକ ଦେଶର ସରକାର ଏହାକୁ ସମ୍ପୂର୍ଣ୍ଣ...

ପ୍ରେରଣାର ଉତ୍ସ ୟୁଟ୍ୟୁବର୍‌ ଶାନ୍ତା ପିଲାଇ

ନୂଆଦିଲ୍ଲୀ: ଆଗ୍ରହ ଥିଲେ ବୟସ କେବେ କୌଣସି କାମ ପାଇଁ ବାଧକ ସାଜେନି। ଏହାର ଏକ ଉଦାହରଣ ହେଉଛନ୍ତି ୟୁଟ୍ୟୁବର ଶାନ୍ତା ପିଲାଇ। ୮୫ ବର୍ଷ...

ସମୁଦ୍ର ମଧ୍ୟରେ ଶୋଇଛି ୭୫ ଫୁଟ ଲମ୍ବର ବିଶାଳକାୟ ଜୀବ: ଲୋକେ ହେଲେ ଆଶ୍ଚର୍ଯ୍ୟ

ବେଳେବେଳେ ସମୁଦ୍ର ବିଷୟରେ ଅନେକ କୌତୁହଳପୂର୍ଣ୍ଣ ସୂଚନା ପୃଥିବୀର ବିଭିନ୍ନ ପ୍ରାନ୍ତରରୁ ଆସିଥାଏ। ସେଥିରୁ ଅନେକ ଘଟଣାକୁ କଳ୍ପନା କରି ହୁଏ ନାହିଁ। ସୋସିଆଲ ମିଡିଆରେ...

ମାସ୍କ୍ ବିକ୍ରି ପାଇଁ ଘରୁ ଗୋଡ଼କାଢ଼ିଲା ଶିଶୁ: ଟଙ୍କା ନ ଥିଲେ ବି ମାଗଣାରେ ନେଇଯିବାକୁ କହିଲା

ଇସଲାମାବାଦ୍‌,୫ ।୪: କୁହାଯାଏ ବିପଦ ସମୟରେ ଲୋକଙ୍କ ମଧ୍ୟରେ ଏକଜୁଟ ହେବାର ସ୍ୱଭାବ ଦେଖାଦେଇଥାଏ । ଲୋକେ ଭେଦଭାବ ଭୁଲି ବିପଦ ବିରୋଧରେ ଲଢ଼େଇ କରିବା...

ସଫାରୀରେ ବସିଥିଲେ ଲୋକେ, ପଛରୁ ଆସିଲା ବାଘ; ଆଉ ତା’ ପରେ…

ବେଙ୍ଗାଲୁରୁର ବ୍ୟାନରଘାଟା ଜାତୀୟ ଉଦ୍ୟାନରେ ଏକ ବାଘ ସଫାରୀ ଟାଣିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି, ସଫାରୀରେ କିଛି ଲୋକ...

ଖୋଲିଲା ସାଓ୍ବଂଲିଆ ସେଠ୍‌ ମନ୍ଦିରର ଭଣ୍ଡାର: ୧୦ଦିନରେ ଦାନ କରାଯାଇଛି ୩ କୋଟିରୁ ଊର୍ଦ୍ଧ୍ୱ

ଚିତ୍ତରଗଡ଼,୯।୭: ରାଜସ୍ଥାନର ଚିତ୍ତରଗଡ଼ ଜିଲାରେ ଥିବା ମଓ୍ବୋରର ପ୍ରସିଦ୍ଧ କୃଷ୍ଣ ଧାମ ସାଓ୍ବଂଲିଆ ଜି ମନ୍ଦିରର ଭଣ୍ଡାର ଖୋଲାଯାଇଛି। କରୋନା କାଳ ପରେ ଖୋଲାଯାଇଥିବା ଏହି...

Advertisement
Archives

Model This Week