Odisha Elections 2024
Posted inଜାତୀୟ

୧୯୫୧ ପରେ ଏଥର ଲମ୍ବା ନିର୍ବାଚନ

ନୂଆଦିଲ୍ଲୀ,୧୦ା୪:୧୯୫୧ରେ ହୋଇଥିବା ସାଧାରଣ ନିର୍ବାଚନ ୪ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଚାଲିଥିଲା। ୨୦୨୪ର ଲୋକ ସଭା ନିର୍ବାଚନ ପ୍ରକ୍ରିୟାର ଅବଧି ହେଉଛି ୮୨ ଦିନ। ଗତ ମାର୍ଚ୍ଚ ୧୬ରେ ନିର୍ବାଚନ ତାରିଖ ଘୋଷଣା ଦିନଠାରୁ ଫଳାଫଳ ଆସିବା ପର୍ଯ୍ୟନ୍ତ ୮୨ ଦିନ ହେଉଥିବାରୁ ଏହା ହେଉଛି ଦେଶର ଦ୍ୱିତୀୟ ଲମ୍ବା ନିର୍ବାଚନ।
ଚଳିତ ଲୋକ ସଭା ନିର୍ବାଚନ ୭ ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବାବେଳେ ଜୁନ୍‌ ୪ରେ ଭୋଟ ଗଣତି କରାଯିବ। କାର୍ଯ୍ୟସୂଚୀ ଅନୁଯାୟୀ ଦେଶର ବିଭିନ୍ନ ଭାଗରେ ଏପ୍ରିଲ ୧୯, ୨୬, ମେ’ ୭, ୧୩, ୨୦, ୨୫ ଏବଂ ଜୁନ୍‌ ୧ରେ ଭୋଟ ଗ୍ରହଣ କରାଯିବ ବୋଲି ଗତ ୧୬ ତାରିଖରେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର ଘୋଷଣା କରିଥିଲେ। ତେବେ ପ୍ରଥମ ପର୍ଯ୍ୟାୟରୁ ସପ୍ତମ ପର୍ଯ୍ୟାୟ ପର୍ଯ୍ୟନ୍ତ ଭୋଟଗ୍ରହଣକୁ ଦେଖିଲେ ମତଦାନ ଅବଧି ୪୪ ଦିନ ହେଉଛି। ସ୍ବାଧୀନତା ପରେ ୧୯୫୧-୫୨ରେ ୪ ମାସରୁ ଊର୍ଦ୍ଧ୍ୱ ସମୟ ଧରି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ୧୯୮୦ରେ ମାତ୍ର ୪ ଦିନରେ ସାରା ଦେଶରେ ନିର୍ବାଚନ ସମ୍ପୂର୍ଣ୍ଣ ହୋଇଥିଲା। ୨୦୦୪ରେ ଏପ୍ରିଲ ୨୦ରୁ ମେ’ ୧୦ ମଧ୍ୟରେ ୪ ପର୍ଯ୍ୟାୟରେ ଲୋକ ସଭା ନିର୍ବାଚନ ହୋଇଥିଲା। ୨୦୦୯ରେ ଏପ୍ରିଲ ୧୬ରୁ ମେ ୧୩ ଭିତରେ ୫ ପର୍ଯ୍ୟାୟରେ ଦେଶର ଭୋଟରମାନେ ନିଜ ରାଜନୈତିକ ମତାଧିକାର ସାବ୍ୟସ୍ତ କରିଥିଲେ। ଏହା ପରେ ୨୦୧୪ରେ ଅନୁଷ୍ଠିତ ସାଧାରଣ ନିର୍ବାଚନ ଏପ୍ରିଲ ୭ରୁ ମେ’ ୧୨ ପର୍ଯ୍ୟନ୍ତ ସର୍ବାଧିକ ୯ ପର୍ଯ୍ୟାୟରେ ହୋଇଥିଲା। ୨୦୧୯ ସାଧାରଣ ନିର୍ବାଚନ ବେଳେ ଏପ୍ରିଲ ୧୧ରୁ ମେ’ ୧୯ ପର୍ଯ୍ୟନ୍ତ ୭ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯାଇଥିଲା। କେନ୍ଦ୍ର ସରକାର ନିର୍ବାଚନୀ ଖର୍ଚ୍ଚ କାଟ୍‌ ଓ ପ୍ରଶାସନିକ ବୋଝ ହ୍ରାସ ପାଇଁ ସାରା ଦେଶରେ ଏକକାଳୀନ ନିର୍ବାଚନ କରାଇବା ଉପରେ ଗୁରୁତ୍ୱ ଦେଉଛନ୍ତି। ‘ଏକ ଦେଶ ଗୋଟିଏ ନିର୍ବାଚନ’ ପାଇଁ ଅନୁଧ୍ୟାନ କରିବା ଲାଗି ସରକାର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ କମିଟି ମଧ୍ୟ ଗଠନ କରିଛନ୍ତି। କିନ୍ତୁ ପ୍ରକୃତରେ ଦେଖିବାକୁ ଗଲେ କେନ୍ଦ୍ରରେ ମୋଦି ସରକାର ଆସିବା ପରଠୁ ଦେଶରେ ନିର୍ବାଚନ ଅବଧି ଲମ୍ବି ଚାଲିଛି। ଏହାକୁ ନେଇ ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ ଉଠାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଇଣ୍ଡିଆ’ କ୍ଷମତାସୀନ ହେଲେ ବାହାରୁ ସମର୍ଥନ ଦେବେ ମମତା

କୋଲ୍‌କାତା,୧୬ା୫:ବିରୋଧୀଙ୍କ ଇଣ୍ଡିଆନ୍‌ ନ୍ୟାଶନାଲ ଡେଭେଲପ୍‌ମେଣ୍ଟ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ (ଇଣ୍ଡିଆ) ବ୍ଲକ୍‌ ଲୋକ ସଭା ନିର୍ବାଚନ ପରେ ସରକାର ଗଢ଼ିଲେ ପଶ୍ଚିମବଙ୍ଗର ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି)...

ପ୍ରେମ ନିବେଦନକୁ ମନା କରିବାରୁ ଯୁବତୀଙ୍କୁ ହତ୍ୟା, ଶୋଇଥିବାବେଳେ ଛୁରାମାଡ଼ କଲେ ପଡ଼ୋଶୀ

ବେଙ୍ଗାଲୁରୁ, ୧୫।୫: କର୍ନାଟକ ହୁବଳିସ୍ଥିତ ବୀରପୁରା ଗ୍ରାମରେ ଅଞ୍ଜଳି ଆମ୍ବିଗେରା(୨୦) ନାମ୍ନୀ ଜଣେ ଯୁବତୀ ଶୋଇଥିବା ସମୟରେ ତାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। କିଛି...

ଭାରତରେ ସବୁଠାରୁ ବେଶି ହିଟ୍‌ଓ୍ବେଭଜନିତ ମୃତ୍ୟୁ, ବିଶ୍ୱରେ ପ୍ରତି ବର୍ଷ ପ୍ରାଣ ହରାଉଛନ୍ତି ୧.୫୩ ଲକ୍ଷ ଲୋକ

କାନ୍‌ବେରା, ୧୫।୫: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ବିଶ୍ୱରେ ପ୍ରତି ବର୍ଷ ୧.୫୩ ଲକ୍ଷରୁ ଅଧିକ ବ୍ୟକ୍ତି ପ୍ରାଣ ହରାଉଛନ୍ତି। ସେଥିମଧ୍ୟରୁ ସର୍ବାଧିକ ମୃତ୍ୟୁ ଭାରତରେ...

ଜେଲ୍‌ରେ ଥାଇ ନିର୍ବାଚନ ଲଢ଼ିବେ ଖଲିସ୍ତାନୀ ସମର୍ଥକ ଅମୃତପାଳ ସିଂ, ନାମାଙ୍କନ ପତ୍ର ସ୍ବୀକାର କଲେ EC

ନୂଆଦିଲ୍ଲୀ,୧୫।୫: ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂ ଲୋକ ସଭା ନିର୍ବାଚନ ଲଢ଼ିବେ। ତାଙ୍କର ନାମାଙ୍କନକୁ ନିର୍ବାଚନ ଆୟୋଗ ଗ୍ରହଣ କରିଛନ୍ତି। ଏବେ ସେ ଜେଲ୍‌ରେ ଥିବା...

କେଜ୍‌ରିଓ୍ବାଲଙ୍କୁ ଶାହାଙ୍କ ଜବାବ: ୨୦୨୯ ପରେ ବି ମୋଦି ଆମ ନେତୃତ୍ୱ ନେବେ…

ନୂଆଦିଲ୍ଲୀ,୧୫।୫: ପ୍ରଧାନମନ୍ତ୍ରୀ ମୋଦି ୨୦୨୯ ଯାଏ ପଦରେ ରହିବେ, ୨୦୨୯ ପରେ ମଧ୍ୟ ଭାଜପାର ନେତୃତ୍ୱ ନେବେ। କିଛି ଏଭଳି କହି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ...

ସୁପ୍ରିମକୋର୍ଟରୁ କେଜ୍‌ରିଓ୍ବାଲଙ୍କୁ ରୁଟିନ୍‌ ଜଜ୍‌ମେଣ୍ଟ ନୁହେଁ, ସ୍ପେଶାଲ ଟ୍ରିଟ୍‌ମେଣ୍ଟ ମିଳିଛି: ଶାହା

ନୂଆଦିଲ୍ଲୀ,୧୫।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିବାକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବଡ଼ ବୟାନ ଦେଇଛନ୍ତି। ଏଏନ୍‌ଆଇ ସହ ସ୍ବତନ୍ତ୍ର...

‘ମୋଦି କେବଳ ଭାରତ ପାଇଁ ନୁହନ୍ତି, ବିଶ୍ୱ ପାଇଁ ଜଣେ ଶକ୍ତିଶାଳୀ ନେତା’

ନୂଆଦିଲ୍ଲୀ,୧୫।୫: ପାକିସ୍ତାନ ବଂଶୋଦ୍ଭବ ପ୍ରସିଦ୍ଧ ଆମେରିକୀୟ ବ୍ୟବସାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ମୋଦି ଜଣେ ଶକ୍ତିଶାଳୀ ନେତା। ତାଙ୍କ ନେତୃତ୍ୱରେ ଭାରତ...

କଟକରେ ଶାହାଙ୍କ ରୋଡ୍‌ ଶୋ’

କଟକ,୧୫ା୫: ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଉଭୟ ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନେ ଘନଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ବୁଧବାର ସ୍ବରାଷ୍ଟ୍ର ମନ୍ତ୍ରୀ ତଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri