Posted inଜାତୀୟ

୧୯୫୧ ପରେ ଏଥର ଲମ୍ବା ନିର୍ବାଚନ

ନୂଆଦିଲ୍ଲୀ,୧୦ା୪:୧୯୫୧ରେ ହୋଇଥିବା ସାଧାରଣ ନିର୍ବାଚନ ୪ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଚାଲିଥିଲା। ୨୦୨୪ର ଲୋକ ସଭା ନିର୍ବାଚନ ପ୍ରକ୍ରିୟାର ଅବଧି ହେଉଛି ୮୨ ଦିନ। ଗତ ମାର୍ଚ୍ଚ ୧୬ରେ ନିର୍ବାଚନ ତାରିଖ ଘୋଷଣା ଦିନଠାରୁ ଫଳାଫଳ ଆସିବା ପର୍ଯ୍ୟନ୍ତ ୮୨ ଦିନ ହେଉଥିବାରୁ ଏହା ହେଉଛି ଦେଶର ଦ୍ୱିତୀୟ ଲମ୍ବା ନିର୍ବାଚନ।
ଚଳିତ ଲୋକ ସଭା ନିର୍ବାଚନ ୭ ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବାବେଳେ ଜୁନ୍‌ ୪ରେ ଭୋଟ ଗଣତି କରାଯିବ। କାର୍ଯ୍ୟସୂଚୀ ଅନୁଯାୟୀ ଦେଶର ବିଭିନ୍ନ ଭାଗରେ ଏପ୍ରିଲ ୧୯, ୨୬, ମେ’ ୭, ୧୩, ୨୦, ୨୫ ଏବଂ ଜୁନ୍‌ ୧ରେ ଭୋଟ ଗ୍ରହଣ କରାଯିବ ବୋଲି ଗତ ୧୬ ତାରିଖରେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର ଘୋଷଣା କରିଥିଲେ। ତେବେ ପ୍ରଥମ ପର୍ଯ୍ୟାୟରୁ ସପ୍ତମ ପର୍ଯ୍ୟାୟ ପର୍ଯ୍ୟନ୍ତ ଭୋଟଗ୍ରହଣକୁ ଦେଖିଲେ ମତଦାନ ଅବଧି ୪୪ ଦିନ ହେଉଛି। ସ୍ବାଧୀନତା ପରେ ୧୯୫୧-୫୨ରେ ୪ ମାସରୁ ଊର୍ଦ୍ଧ୍ୱ ସମୟ ଧରି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ୧୯୮୦ରେ ମାତ୍ର ୪ ଦିନରେ ସାରା ଦେଶରେ ନିର୍ବାଚନ ସମ୍ପୂର୍ଣ୍ଣ ହୋଇଥିଲା। ୨୦୦୪ରେ ଏପ୍ରିଲ ୨୦ରୁ ମେ’ ୧୦ ମଧ୍ୟରେ ୪ ପର୍ଯ୍ୟାୟରେ ଲୋକ ସଭା ନିର୍ବାଚନ ହୋଇଥିଲା। ୨୦୦୯ରେ ଏପ୍ରିଲ ୧୬ରୁ ମେ ୧୩ ଭିତରେ ୫ ପର୍ଯ୍ୟାୟରେ ଦେଶର ଭୋଟରମାନେ ନିଜ ରାଜନୈତିକ ମତାଧିକାର ସାବ୍ୟସ୍ତ କରିଥିଲେ। ଏହା ପରେ ୨୦୧୪ରେ ଅନୁଷ୍ଠିତ ସାଧାରଣ ନିର୍ବାଚନ ଏପ୍ରିଲ ୭ରୁ ମେ’ ୧୨ ପର୍ଯ୍ୟନ୍ତ ସର୍ବାଧିକ ୯ ପର୍ଯ୍ୟାୟରେ ହୋଇଥିଲା। ୨୦୧୯ ସାଧାରଣ ନିର୍ବାଚନ ବେଳେ ଏପ୍ରିଲ ୧୧ରୁ ମେ’ ୧୯ ପର୍ଯ୍ୟନ୍ତ ୭ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯାଇଥିଲା। କେନ୍ଦ୍ର ସରକାର ନିର୍ବାଚନୀ ଖର୍ଚ୍ଚ କାଟ୍‌ ଓ ପ୍ରଶାସନିକ ବୋଝ ହ୍ରାସ ପାଇଁ ସାରା ଦେଶରେ ଏକକାଳୀନ ନିର୍ବାଚନ କରାଇବା ଉପରେ ଗୁରୁତ୍ୱ ଦେଉଛନ୍ତି। ‘ଏକ ଦେଶ ଗୋଟିଏ ନିର୍ବାଚନ’ ପାଇଁ ଅନୁଧ୍ୟାନ କରିବା ଲାଗି ସରକାର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ କମିଟି ମଧ୍ୟ ଗଠନ କରିଛନ୍ତି। କିନ୍ତୁ ପ୍ରକୃତରେ ଦେଖିବାକୁ ଗଲେ କେନ୍ଦ୍ରରେ ମୋଦି ସରକାର ଆସିବା ପରଠୁ ଦେଶରେ ନିର୍ବାଚନ ଅବଧି ଲମ୍ବି ଚାଲିଛି। ଏହାକୁ ନେଇ ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ ଉଠାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶେଷ ଫରକ ପଡ଼ିବ ନାହିଁ, ବିରାଟ-ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଏ କ’ଣ କହିଦେଲେ ସେହ୍ବାଗ

ନୂଆଦିଲ୍ଲୀ,୨୫।୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଆଉ ଥରେ…

ପ୍ରତିଯୋଗିତା ଛାଡ଼ି ଛାତ୍ରୀଙ୍କୁ ରୋଷେଇ କାମ!

ତୁମୁଡ଼ିବନ୍ଧ, ୨୫।୯ (ଦୀପକ କୁମାର ପରାସେଠ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତଜନିତ ବର୍ଷା ଗତ ୪ ଦିନ ହେଲା ଲାଗିରହିଛି। ଏହା ମଧ୍ୟରେ ଶୁକ୍ରବାର ତୁମୁଡ଼ିବନ୍ଧସ୍ଥିତ…

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

ଛାତ୍ରୀଛାତ୍ରଙ୍କ କଣ୍ଠରେ ବନ୍ଦେ ମାତରଂ

ପାଟଣା,୨୫।୯(ବୀର କିଶୋର ଦାଶ): ବନ୍ଦେ ମାତରଂର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଦ୍ୟା ଭାରତୀ ଓ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ଶୁକ୍ରବାର ପାଟଣା ସ୍ବରସ୍ବତୀ ଶିଶୁ…

ଗଛ ପଡ଼ି ରାସ୍ତା ଅବରୋଧ: ଯାତାୟତ ଠପ୍‌

କୃଷ୍ଣପ୍ରସାଦ,୨୫।୯(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦରେ ଦୁଇ ଦିନ ହେବ ବାତ୍ୟା ତାଣ୍ଡବ ସୃଷ୍ଟି କରିଛି। ପବନ ସାଙ୍ଗକୁ ବର୍ଷା ଲାଗି ରହିଛି। ଫଳରେ ଲୋକ…

ସମୁଦ୍ର ଉପକୂଳ ଅଞ୍ଚଳ ପରିଦର୍ଶନ କଲେ ବିଧାୟକ: ପ୍ରଶାସନିକ ଅଧିକାରୀଙ୍କ ସହ ବନ୍ୟାସ୍ଥିତି ନେଇ ଆଲୋଚନା

ଛତ୍ରପୁର, ୨୫।୯ (ଦିଲ୍ଲୀପ ସାମଲ/ ବିଦ୍ୟାଧର ସାହୁ): ଗତ ତିନିଦିନ ଧରି ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନର…

ମାନସିକ ଭିନ୍ନକ୍ଷମ ଯୁବତୀ ୮ ମାସର ଗର୍ଭବତୀ, ପ୍ରଶାସନିକ ସହାୟତା ଦାବି

କଲ୍ୟାଣସିଂହପୁର, ୨୫।୯ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?