Posted inଖେଳ

ଏହା କେବଳ ଆରମ୍ଭ ମାତ୍ର…କାହିଁକି ଏମିତି କହିଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ,୨୭।୧: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଅନ୍ତର୍ଜାତୀୟ କ୍ରିକେଟରେ ୧୦ ବର୍ଷ ପୂରଣ କରିବା ପରେ ଏକ ଭାବପ୍ରବଣ ପ୍ରତିକ୍ରିୟା ଦେଇଛନ୍ତି। ହାର୍ଦ୍ଦିକ ଏହାକୁ ତାଙ୍କ କ୍ୟାରିୟରର ଶେଷ ନୁହେଁ, ବରଂ ଏକ ନୂତନ ଆରମ୍ଭ ବୋଲି ବର୍ଣ୍ଣନା କରିଛନ୍ତି।
ହାର୍ଦ୍ଦିକ ଜାନୁଆରୀ ୨୬, ୨୦୧୬ରେ ଆଡିଲେଡରେ ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କର ଦିନିକିଆ ଡେବ୍ୟୁ କରିଥିଲେ। ସାଧାରଣତନ୍ତ୍ର ଦିବସରେ ଡେବ୍ୟୁ କରିବା ତାଙ୍କ ପାଇଁ ଏକ ଅତ୍ୟନ୍ତ ସ୍ବତନ୍ତ୍ର ମୁହୂର୍ତ୍ତ ଥିଲା। ଇନଷ୍ଟାଗ୍ରାମରେ ଲେଖି ହାର୍ଦ୍ଦିକ କହିଛନ୍ତି,୧୦ ବର୍ଷ ପରେ ଏବଂ ମୁଁ ୩୩ ବର୍ଷ ବୟସର। ମୋ ଦେଶ ପାଇଁ ଖେଳିବା ଏବଂ ସେବା କରିବା ଉଭୟ ମୋ ପାଇଁ ଗର୍ବର ବିଷୟ। ମୁଁ ଆପଣମାନଙ୍କ ସମସ୍ତଙ୍କ ଠାରୁ ପାଇଥିବା ଭଲପାଇବା ପାଇଁ ଗଭୀର କୃତଜ୍ଞ। ସବୁକିଛି ପାଇଁ ଧନ୍ୟବାଦ। ମୋତେ ଦିଆଯାଇଥିବା ଜୀବନ ବଞ୍ଚିବାର ସୁଯୋଗ ପାଇଁ ମୁଁ ପରମେଶ୍ୱରଙ୍କ ନିକଟରେ କୃତଜ୍ଞ। ଏହି ବର୍ଷ ମୋତେ ଶିଖାଇଛି ଯେ ଏହା କେବଳ ଆରମ୍ଭ। ମୁଁ ପ୍ରକୃତରେ ଚାଲିବାକୁ ଚାହୁଁଥିବା ପଥରେ ଆରମ୍ଭ କରୁଛି।
ହାର୍ଦ୍ଦିକ ତାଙ୍କ ପିଲାଦିନର କଠିନ ପରିଶ୍ରମକୁ ମନେ ପକାଇଥିଲେ। ସେ କହିଥିଲେ, ଯଦି ମୁଁ ପଛକୁ ଫେରି ଚାହିଁବି, ତେବେ ମୋତେ ବରୋଦାର ଯୁବକ ହାର୍ଦ୍ଦିକ ମନେପଡ଼େ, ଯିଏ ଖେଳିବା ପାଇଁ କିଛି ଅତିରିକ୍ତ ମାଇଲ ଦୌଡ଼ୁଥିଲେ। ଜଣେ ବ୍ୟାଟସମ୍ୟାନ ଯିଏ ନେଟରେ ବୋଲରମାନଙ୍କୁ ଅଧିକ ବଲ ପକାଇଥିଲେ କାରଣ ତାଙ୍କୁ ବ୍ୟାଟିଂ ଅଭ୍ୟାସ କରିବାର ସୁଯୋଗ ମିଳୁ ନ ଥିଲା। ୧୯ ବର୍ଷ ବୟସରେ ଜଣେ ଅଲରାଉଣ୍ଡର ହେବା, କେତେବେଳେ ଦଳରେ ସାମିଲ, କେତେବେଳେ ପ୍ରତ୍ୟାଖ୍ୟାନ ଏବଂ ସବୁକିଛି ପରେ ମୋ ଦେଶ ପାଇଁ ଖେଳିବାର ସୁଯୋଗ ପାଇବା। ଏହା ମୋ ଜୀବନର ସବୁଠାରୁ ମୂଲ୍ୟବାନ ଯାତ୍ରା।

ସେ ଆହୁରି ଲେଖିଛନ୍ତି, ଭଗବାନ ମୋତେ ଜାନୁଆରୀ ୨୬ରେ ଡେବ୍ୟୁ କରିବାର ସୁଯୋଗ ଦେବା ସମୟରେ ମୋ ପାଇଁ ବଡ଼ ଯୋଜନା କରିଥିଲେ। ଏହି ଖେଳ ଖେଳି ମୁଁ ଜଣେ ମଣିଷରୁ ପୁରୁଷ ହୋଇଗଲି ଏବଂ ମୁଁ ଏହି ଖେଳ ସହିତ ବୃଦ୍ଧ ହେବି।

ହ୍ବାଇଟ-ବଲ କ୍ରିକେଟରେ ଭାରତର ଅନେକ ବଡ଼ ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅବଦାନ ରହିଛି। ସେ ୨୦୨୪ ମସିହାରେ ଟି-୨୦ ବିଶ୍ୱକପ ଏବଂ ୨୦୨୫ ମସିହାରେ ଚାମ୍ପିଅନ୍ସ ଟ୍ରଫି ଜିତିବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ। ୨୦୨୪ରେ ଟି-୨୦ ବିଶ୍ୱକପ୍‌ରେ ହାର୍ଦ୍ଦିକ ୬ ଇନିଂସରେ ୧୪୪ ରନ କରିଥିଲେ ଏବଂ ୧୧ ଉଇକେଟ ନେଇଥିଲେ। ଫାଇନାଲରେ ସେ ଶେଷ ଓଭରରେ ଡେଭିଡ ମିଲରଙ୍କ ଉଇକେଟ ନେଇ ଭାରତର ଚାମ୍ପିଅନ୍‌ କରାଇଥିଲେ।

ହାର୍ଦ୍ଦିକଙ୍କ କ୍ୟାରିୟର
ଦିନିକିଆ: ୯୪ ମ୍ୟାଚ, ୧,୯୦୪ ରନ (୬୮ ଇନିଂସ), ହାରାହାରି ୩୨.୮୨, ଷ୍ଟ୍ରାଇକ ରେଟ୍‌ ୧୧୦.୮୯, ୧୧ ଅର୍ଦ୍ଧଶତକ, ସର୍ବଶ୍ରେଷ୍ଠ ସ୍କୋର ଅପରାଜିତ ୯୨, ୯୧ ଉଇକେଟ (ହାରାହାରି ୩୫.୫୦)

ଟି-୨୦: ୧୨୭ ମ୍ୟାଚ, ୨,୦୨୭ ରନ, ହାରାହାରି ୨୮.୫୪, ଷ୍ଟ୍ରାଇକ ରେଟ୍‌ ୧୪୩+, ୭ ଅର୍ଦ୍ଧଶତକ, ସର୍ବଶ୍ରେଷ୍ଠ ସ୍କୋର ଅପରାଜିତ ୭୧

ଟେଷ୍ଟ: ୧୮ ଇନିଂସ, ୫୩୨ ରନ, ହାରାହାରି ୩୧.୨୯, ଗୋଟିଏ ଶତକ ଏବଂ ୪ ଅର୍ଦ୍ଧଶତକ, ସର୍ବଶ୍ରେଷ୍ଠ ସ୍କୋର ୧୦୧, ୧୭ ଉଇକେଟ (ହାରାହାରି ୩୧.୦୫), ସର୍ବଶ୍ରେଷ୍ଠ ବୋଲିଂ ୫/୨୮

 

Dharitri – Odisha’s No.1 Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?