Posted inଫୁରସତ

ପ୍ରୋଗ୍ରାମ୍‌ ଟଙ୍କାରେ ନୃତ୍ୟାଭୂଷଣ କିଣିଥିଲି: ଲିଙ୍ଗରାଜ ସ୍ବାଇଁ

ମୋର ଜନ୍ମ ପୁରୀ ଜିଲାର କୋଣାର୍କଠାରେ। କୋଣାର୍କ ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରିବା ପରେ ସ୍ଥାନୀୟ ଭଗବତୀ ମହାବିଦ୍ୟାଳୟରେ ଯୁକ୍ତ ତିନି ଯାଏଁ ପାଠ ପଢିଥିଲି। ପାଠ ସିନା ପଢୁଥିଲି ହେଲେ ମୋର ରୁଚି ରହିଥିଲା ଓଡ଼ିଶୀ ନୃତ୍ୟରେ। ଲୋକପ୍ରିୟ ଓଡ଼ିଶୀ ନୃତ୍ୟଶିଳ୍ପୀ ଗୁରୁ ଗଙ୍ଗାଧର ପ୍ରଧାନ ଯେହେତୁ ମୋର ନିଜ ଭିଣୋଇ ଥିଲେ, ତେଣୁ ତାଙ୍କ ସଂସ୍ପର୍ଶରେ ଆସି ମୋ ଭିତରେ ମଧ୍ୟ ଓଡ଼ିଶୀ ନୃତ୍ୟ ପ୍ରତି ଆଗ୍ରହ ସୃଷ୍ଟି ହୋଇଥିଲା। ସେଥିପାଇଁ ସ୍କୁଲପଢା ସମୟରେ ଗୁରୁ ବିଚିତ୍ରାନନ୍ଦ ସ୍ବାଇଁଙ୍କଠାରୁ ପ୍ରଥମେ ଓଡ଼ିଶୀ ନୃତ୍ୟ ଶିଖିବା ଆରମ୍ଭ କରିଥିଲି। ତାଙ୍କଠାରୁ ୪ ବର୍ଷ ଶିଖିବା ପରେ ସେହି ଗୁରୁଙ୍କର କ’ଣ ଅସୁବିଧା ହେବାରୁ ସେ ଆଉ ନୃତ୍ୟ ଶିଖାଇବାକୁ ଆସିଲେ ନାହିଁ। ତେଣୁ ନୃତ୍ୟ ଶିକ୍ଷା ମୋର ଅଧାରୁ ବନ୍ଦ ହୋଇଗଲା। ଯୁକ୍ତ ତିନି ପଢା ସରିବା ପରେ ପୁଣିଥିରେ ଓଡ଼ିଶୀ ନୃତ୍ୟ ଶିଖି ସେଥିରେ କ୍ୟାରିୟର୍‌ କରିବା ପାଇଁ ଚିନ୍ତା କରି ଭୁବନେଶ୍ୱରସ୍ଥିତ ଓଡ଼ିଶା ସଙ୍ଗୀତ ମହାବିଦ୍ୟାଳୟରେ ଆଡ୍‌ମିଶନ ନେଲି। ତା’ସହିତ ଗୁରୁ ଗଙ୍ଗାଧର ପ୍ରଧାନଙ୍କର ଭୁବନେଶ୍ୱରରେ ଓଡ଼ିଶା ଡ୍ୟାନ୍ସ ଏକାଡେମୀ ନାମରେ ଏକ ବଡ଼ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ମଧ୍ୟ ଥିଲା। ସଙ୍ଗୀତ ମହାବିଦ୍ୟାଳୟରେ ପଢିବା ସହିତ ଉକ୍ତ ଡ୍ୟାନ୍ସ ଏକାଡେମୀରେ ରହି ପ୍ରାଇଭେଟ୍‌ରେ ମଧ୍ୟ ଓଡ଼ିଶୀ ନୃତ୍ୟ ଶିକ୍ଷା ନେଉଥିଲି। ତେବେ ସଙ୍ଗୀତ ମହାବିଦ୍ୟାଳୟରୁ ଓଡ଼ିଶୀ ନୃତ୍ୟରେ ମାଷ୍ଟର ଡିଗ୍ରୀ ସାରିବା ପରେ ବେଶ୍‌ କିଛି ଦିନ ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଟ୍ରୁପ୍‌ରେ ରହି ନିଜେ ନୃତ୍ୟାଭ୍ୟାସ କରିବା ସହ ପିଲାଙ୍କୁ ମଧ୍ୟ ନୃତ୍ୟ ଶିକ୍ଷା ଦେଉଥିଲି। ତା’ସହିତ ନିଜସ୍ବ ଉଦ୍ୟମରେ ତଥା ଉକ୍ତ ଟ୍ରୁପ୍‌ ସହ ମିଶି ବିଭିନ୍ନ ସ୍ଥାନକୁ ଯାଇ ଷ୍ଟେଜ୍‌ ପ୍ରୋଗ୍ରାମ୍‌ ବି କରୁଥିଲି। ଉକ୍ତ ପ୍ରୋଗ୍ରାମ୍‌ରୁ ଯାହା କିଛି ପଇସା ହାତକୁ ଆସୁଥିଲା, ସେହି ପଇସାରେ ଖୁସିରେ ଭୋଜି କରି ଆମେ ଖାଉଥିଲୁ। ଥରେ ଉତ୍କଳ ଦିବସ ଅବସରରେ ଦିଲ୍ଲୀ ଓ ଚଣ୍ଡିଗଡ଼ରେ ଓଡ଼ିଶୀ ନୃତ୍ୟ ପରବେଷଣ କରିବା ପାଇଁ ଆମକୁ ସୁଯୋଗ ମିଳିଥିଲା। ଆଉ ଏହି ପ୍ରୋଗ୍ରାମ୍‌ରୁ ଆମକୁ ଭଲ ପଇସା ମଧ୍ୟ ମିଳିଥିଲା, ଯେଉଁଥିରେ ମୁଁ ମୋ ପାଇଁ ଓଡ଼ିଶୀର ପୋଷାକ ଓ ଗହଣା କିଛି କିଣିଥିଲି। ତେବେ ୧୯୯୭ ମସିହାରେ କଲିକତାସ୍ଥିତ ଓଡ଼ିଶୀ ଭିଜନ୍‌ ଆଣ୍ଡ ମୁଭ୍‌ମେଣ୍ଟ ସେଣ୍ଟରରେ ଜଏନ୍‌ କରିବା ପାଇଁ ମୋତେ ଅଫର୍‌ ମିଳିଲା, ଯେଉଁଥିରେ ମୋତେ ମାତ୍ର ୧୫ ଦିନ କଲିକତାରେ ରହି ପିଲାଙ୍କୁ ଓଡ଼ିଶୀ ନୃତ୍ୟ ଶିଖାଇବାକୁ ପଡୁଥିଲା। ଆଉ ସେତିକି ଦିନ ପାଇଁ ମୋତେ ସେମାନେ ଆଠ ହଜାର ଟଙ୍କା ଦରମା ଦେଉଥିଲେ। ବାକି ୧୫ ଦିନ ମୁଁ ଭୁବନେଶ୍ୱର ଆସି ପୂର୍ବଭଳି ନିଜେ ପ୍ରାକ୍ଟିସ୍‌ କରିବା ସହ ପିଲାଙ୍କୁ ନୃତ୍ୟ ଶିକ୍ଷା ଦେଉଥିଲି, ତା’ସହିତ ଷ୍ଟେଜ୍‌ ପ୍ରୋଗ୍ରାମ୍‌ ବି କରୁଥିଲି। ୨୦୦୬ ପର୍ଯ୍ୟନ୍ତ ଏମିତି ଚାଲିଲା। ତା’ପରେ ସେ ଚାକିରି ଛାଡ଼ି ଓଡ଼ିଶା ସଙ୍ଗୀତ ମହାବିଦ୍ୟାଳୟର ରିପୋର୍ଟର୍‌ ୟୁନିଟ୍‌ରେ ଟେକ୍‌ନିକାଲ୍‌ ଟିଚର୍‌ ଭାବେ ଜଏନ୍‌ କଲି। ଏଥିରେ ମୁଖ୍ୟତଃ ସଙ୍ଗୀତ ମହାବିଦ୍ୟାଳୟରୁ ପାସ୍‌ କରିଥିବା କେତେକ ଛାତ୍ରୀଛାତ୍ରଙ୍କୁ ପାରିଶ୍ରମିକ ଦେଇ ବିଭିନ୍ନ ସ୍ଥାନକୁ ନୃତ୍ୟ ପରିବେଷଣ କରିବାକୁ ପଠା ଯାଉଥିଲା। ଆଉ ମୋତେ ସେମାନଙ୍କର ଗାଇଡ୍‌ ଭାବେ ଦାୟିତ୍ୱ ତୁଲାଇବାକୁ ପଡୁଥିଲା। ମାତ୍ର ଦୁଇ ବର୍ଷ ଏହି ଦାୟିତ୍ୱରେ ରହିବା ପରେ ଉକ୍ତ ପ୍ରୋଗ୍ରାମ୍‌ଟି ମଧ୍ୟ ବନ୍ଦ ହୋଇଗଲା। ତା’ପରେ ମୁଁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଓଡ଼ିଶୀ ନୃତ୍ୟର ଅଧ୍ୟାପକ ଭାବେ ଜଏନ୍‌ କଲି, ଯେଉଁଠାରେ ମୁଁ ଏବେ ବି କାର୍ଯ୍ୟରତ। ତେବେ ୟା’ଭିତରେ ମୁଁ ଓଡ଼ିଶୀରେ ଏମ୍‌.ଫିଲ୍‌ ସାରି ପିଏଚ୍‌.ଡି. ପାଇଁ ବି ପ୍ରସ୍ତୁତି ଆରମ୍ଭ କରିଦେଇଛି। ତା’ଛଡ଼ା ନିଜେ ଜଣେ ଓଡ଼ିଶୀ ନୃତ୍ୟ ଶିଳ୍ପୀ ହିସାବରେ ଦେଶ ବିଦେଶର ବିଭିନ୍ନ ସ୍ଥାନରେ ନୃତ୍ୟ ପରିବେଷଣ କରି ଦର୍ଶକଙ୍କର ଯେମିତି ପ୍ରଶଂସା ସାଉଁଟି ପାରିଛି, ଠିକ୍‌ ସେମିତି ମୋଠାରୁ ନୃତ୍ୟ ଶିକ୍ଷା ଲାଭ କରି ମୋ ଛାତ୍ରୀଛାତ୍ରମାନେ ବି ବାହାରେ ବେଶ୍‌ ନାଁ କମାଇ ପାରିଛନ୍ତି, ଯାହା ମୋ ପାଇଁ ଖୁବ୍‌ ଗର୍ବର ବିଷୟ।


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri