ଏମିତି ବିଦ୍ୟାଳୟ, ଯେଉଁଠି ଫି’ ବଦଳରେ ନିଆଯାଏ ପ୍ଲାଷ୍ଟିକ୍‌ ବର୍ଜ୍ୟବସ୍ତୁ

ନୋଏଡା,୧୮।୪: ପ୍ଲାଷ୍ଟିକ ପରିବେଶ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଛି। ଏଥିରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଜନସଚେତନତା ସୃଷ୍ଟି କରାଯାଉଛି। କିନ୍ତୁ ନୋଏଡା ସେକ୍ଟର-୬୩ରେ ଏପରି ଏକ ବିଦ୍ୟାଳୟ ଅଛି, ଯେଉଁଠି ଏହି ସମସ୍ୟାକୁ ଏକ ନିଆରା ଢଙ୍ଗରେ ମୁକାବିଲା ପାଇଁ ପଦକ୍ଷେପ ଆରମ୍ଭ ହୋଇଛି। ଏହା ଏକ ସରକାରୀ କିମ୍ବା ବେସରକାରୀ ବିଦ୍ୟାଳୟ ନୁହେଁ, କିନ୍ତୁ ଚ୍ୟାଲେଞ୍ଜର୍ସ ଗ୍ରୁପ ଦ୍ୱାରା ପରିଚାଳିତ ଆର୍ଥିକ ଦୁର୍ବଳ ଏବଂ ଅସହାୟ ପିଲାମାନଙ୍କ ପାଇଁ ଏକ ଶିକ୍ଷାକେନ୍ଦ୍ର। ଏଠାରେ ପିଲାଙ୍କ ଠାରୁ ଫି’ ବଦଳରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ନିଆଯାଉଛି ।

ଏଥିସହିତ ମାଗଣା ବହି, ଷ୍ଟେସନାରୀ ଏବଂ ଖାଦ୍ୟ ମଧ୍ୟ ଦିଆଯାଉଛି। ଯେତେବେଳେ ପିଲାମାନେ ଏହି ଶିକ୍ଷା କେନ୍ଦ୍ରରେ ପ୍ରବେଶ କରନ୍ତି, ସେମାନେ ସଂଗୃହୀତ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁକୁ ଡଷ୍ଟବିନ୍‌ରେ ରଖନ୍ତି। ଏହି ଅନନ୍ୟ ପଦକ୍ଷେପ ଆରମ୍ଭ କରିଥିବା ବ୍ୟକ୍ତି ହେଉଛନ୍ତି ପ୍ରିନ୍ସ ଶର୍ମା, ଯିଏ ମଧ୍ୟ ଏହି ବିଦ୍ୟାଳୟର ପ୍ରତିଷ୍ଠାତା ଅଟନ୍ତି। ସେ ତାଙ୍କ ସାନ ସହକର୍ମୀମାନଙ୍କ ସହିତ ଏକ ସକାରାତ୍ମକ ଚିନ୍ତାଧାରାକୁ ପ୍ରୋତ୍ସାହିତ କରୁଛନ୍ତି।

ଚ୍ୟାଲେଞ୍ଜର୍ସ ଗ୍ରୁପ୍‌ର ପ୍ରତିଷ୍ଠାତା ପ୍ରିନ୍ସ ଶର୍ମା କହିଛନ୍ତି ଯେ, ବସ୍ତି ବାସିନ୍ଦା ପରିବେଶ ସମସ୍ୟା ବିଷୟରେ ଜାଣି ନାହାନ୍ତି। ଏଠାରେ ପଢୁଥିବା ପିଲାମାନେ ମଧ୍ୟ ଗରିବ ପରିବାରରୁ ଆସିଥାନ୍ତି। ଏହି ପଦକ୍ଷେପର ମୂଳ ଉଦ୍ଦେଶ୍ୟ ହେଉଛି ପିଲାମାନଙ୍କୁ ଏହିଦିନରୁ ସ୍ବଚ୍ଛତା ଏବଂ ପରିବେଶ ଅନୁକୂଳ ବିଷୟରେ ଅବଗତ କରାଇବା। ପ୍ରାରମ୍ଭରେ ପିଲାମାନେ ଘରେ ଏବଂ ରାସ୍ତାରେ ପଡ଼ିଥିବା ପ୍ଲାଷ୍ଟିକକୁ ଉଠାଇବାକୁ ପ୍ରସ୍ତୁତ ନ ଥିଲେ। କିନ୍ତୁ ଯେତେବେଳେ ତାଙ୍କୁ ସ୍ବଚ୍ଛତାର ମହତ୍ତ୍ୱ ବିଷୟରେ ବୁଝା ଯାଇଥିଲା, ସେତେବେଳେ ସେ ନିଜେ ଏହି ଅଭିଯାନରେ ଯୋଗଦେବା ଆରମ୍ଭ କଲେ। ପିଲାମାନଙ୍କ ଦ୍ୱାରା ସଂଗୃହୀତ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବ୍ୟତୀତ ସେମାନେ ମାଗଣା ଶିକ୍ଷା ଏବଂ ଅନ୍ୟାନ୍ୟ ସୁବିଧା ପାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେଲ୍ଟାଠୁ ୬ଗୁଣ ସଂକ୍ରାମକ ଓମିକ୍ରନ୍‌

ହାଇଦ୍ରାବାଦ, ୩୦ା୧୧: ସମଗ୍ର ବିଶ୍ୱକୁ ଡରାଇଥିବା କୋଭିଡ୍‌ ନୂଆ ଭାରିଆଣ୍ଟ ବି.୧.୧.୫୨୯ ବା ‘ଓମିକ୍ରନ’ ଦ୍ୱିତୀୟ ଲହରରେ ଆସିଥିବା ‘ଡେଲ୍ଟା’ ଭାରିଆଣ୍ଟଠାରୁ ୬ଗୁଣା ଅଧିକ ସଂକ୍ରାମକ।...

‘ଭୟଭୀତ ଅଛି ଭାଜପା, ଆମେ ଭିକ ମାଗିବାକୁ ଯିବୁନାହିଁ’

ଶ୍ରୀନଗର,୧୪।୧୨: ନ୍ୟାଶନାଲ କନ୍‌ଫରେନ୍ସ ଉପାଧ୍ୟକ୍ଷ ତଥା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କେନ୍ଦ୍ର ଭାଜପା ସରକାର ଉପରେ ବର୍ଷିଛନ୍ତି। ଦକ୍ଷିଣ କଶ୍ମୀରର ଅନନ୍ତନାଗ...

ମନମୋହନଙ୍କ ଅମଳରେ ପାକିସ୍ତାନରୁ ଅନୁପ୍ରବେଶ କରୁଥିଲେ: ଆଲିଆ, ମାଲିଆ, ଜମାଲିଆ

ଶିମ୍‌ଲା/ନୂଆଦିଲ୍ଲୀ,୨୮ା୧୨: ୧୦ ବର୍ଷ ଧରି କଂଗ୍ରେସ ସରକାର ଚାଲିଥିଲା। ସୋନିଆ ମନମୋହନଙ୍କ ସରକାର ବେଳେ ପାକିସ୍ତାନରୁ ଆଲିଆ, ମାଲିଆ ଓ ଜମାଲିଆମାନେ ରୀତିମତ ଆସି ଆମ...

ବିନା ଛାତର ହୋଟେଲ

ବର୍ନ: ଦୁନିଆରେ ବୁଲିବା ପାଇଁ ଅନେକ ସ୍ଥାନ ରହିଛି। ଯେଉଁଠି କିଛି ସମୟ ଶାନ୍ତିରେ ବିତାଇବାକୁ ଲୋକେ ଯାଇଥାନ୍ତି। ସବୁଠୁ ପସନ୍ଦର ସ୍ଥାନ ହେଲା ସବୁଜ...

ସତ୍ତା ନୁହେଁ, ସତ୍ୟମେବ

ନୂଆଦିଲ୍ଲୀ,୨୭ା୮: କ୍ଷମତା ନୁହେଁ, ସତ୍ୟର ବିଜୟ ହେବ। ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ନେଇ କେନ୍ଦ୍ରର ଭୁଲ୍‌ ନିଷ୍ପତ୍ତି ଓ ବିରୋଧୀ ଶାସିତ ରାଜ୍ୟଗୁଡ଼ିକୁ କ୍ରମାଗତ ଅବହେଳା ବିରୋଧରେ...

ଦ୍ରୌପଦୀଙ୍କୁ ଜେଏମ୍‌ଏମ୍‌ର ସମର୍ଥନ

ରାଞ୍ଚି,୧୪।୭: ରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌)। ଦଳର କେନ୍ଦ୍ରୀୟ ଅଧ୍ୟକ୍ଷ ଶିବୁ ସୋରେନ ଏନେଇ ସମସ୍ତ...

ଟିଏମ୍‌ସି ଟୁଇଟର ଆକାଉଣ୍ଟ ହ୍ୟାକ୍‌…

କୋଲକାତା,୨୮।୨ : ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ଅଫିସିଆଲ ଟୁଇଟର ଆକାଉଣ୍ଟ ମଙ୍ଗଳବାର ହ୍ୟାକ ହୋଇଛି। ହ୍ୟାକର୍‌ ଟିଏମସିର ଟୁଇଟର ଆକାଉଣ୍ଟର ପ୍ରୋଫାଇଲ ଚିତ୍ର ଏବଂ ନାମ ବଦଳାଇ...

ଅଯୋଧ୍ୟା ମାମଲାରେ ହିନ୍ଦୁ ପକ୍ଷଙ୍କ ଯୁକ୍ତି: ଐତିହାସିକ ଭୁଲ୍‌ର ସଂଶୋଧନ ଆବଶ୍ୟକ

ନୂଆଦିଲ୍ଲୀ,୧୬ା୧୦(ପି.ଟି.): ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ମାମଲାରେ ମଙ୍ଗଳବାର ହିନ୍ଦୁ ପକ୍ଷ ସୁପ୍ରିମକୋର୍ଟରେ ସେମାନଙ୍କ ଯୁକ୍ତି ରଖିଥିଲେ। ଅଯୋଧ୍ୟାରେ ଭଗବାନ ରାମଙ୍କ ଜନ୍ମସ୍ଥାନରେ ସମ୍ରାଟ ବାବର ମସ୍‌ଜିଦ...

Advertisement
Archives

Model This Week