Posted inଫୁରସତ

କରୋନା କାଳରେ କିପରି ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି

ବର୍ତ୍ତମାନ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି; ଯାହାକୁ ନେଇ ଲୋକଙ୍କ ଭିତରେ ଭୟର ବାତାବରଣ ମଧ୍ୟ ସୃଷ୍ଟି ହୋଇଛି। ଏଭଳି କ୍ଷେତ୍ରରେ ନିଜ ସୁରକ୍ଷା ପ୍ରତି ନିଜେ ସଚେତନ ରହିବା ସହ କରୋନା ସହିତ ଲଢ଼ିବା ପାଇଁ ପ୍ରାକୃତିକ ଉପାୟରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କିପରି ବଢ଼ାଇହେବ ସେ ନେଇ ଚିନ୍ତା କରିବାର ସମୟ ଆସିଛି। କୁହାଯାଉଛି ତୁଳସୀ ଓ ଗୋଲମରିଚର ଚା’ ପିଇଲେ ଶରୀର ଫୁର୍ତ୍ତି ଲାଗିବା ସହ ସଂକ୍ରମଣ ସହିତ ଲଢ଼ିବାକୁ ଶକ୍ତି ମିଳିଥାଏ। ସେହିପରି ଗିଲୋୟର ସେବନ ମଧ୍ୟ ଶରୀର ପାଇଁ ଖୁବ୍‌ ଉପକାରୀ ହୋଇଥାଏ। ଲେମ୍ବୁରସ ପାଚନ କ୍ରିୟାକୁ ସକ୍ରିୟ କରିବା ସହ ଶରୀରରେ ଇମ୍ୟୁନିଟି ବୃଦ୍ଧି କରିଥାଏ। ସେହିପରି ଅଦାରେ ବି ଅନେକ ଔଷଧୀୟ ଗୁଣ ରହିଛି। କୁହାଯାଏ ଗୋଟେ ଚାମଚ ଅଦା ରସ ପିଇଲେ ବିଭିନ୍ନ ସଂକ୍ରମଣରୁ ମୁକ୍ତି ମିଳିଥାଏ। ନିୟମିତ ହଳଦୀ ସେବନ କଲେ ବି ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। କିନ୍ତୁ ଏହାକୁ ସକାଳେ ଖାଲି ପେଟରେ ଖାଇଲେ ଅଧିକ ସୁଫଳ ମିଳେ। ତା’ଛଡ଼ା ଗୋଟେ ଚାମଚ ମହୁରେ କିଛି ଗୋଲମରିଚ ଗୁଣ୍ଡ ମିଶାଇ ଖାଇଲେ ଥଣ୍ଡା-କାଶରୁ ଉପଶମ ମିଳିବା ସହ ରୋଗ ପ୍ରତିରୋଧକ ଶକ୍ତି ବି ବୃଦ୍ଧି ପାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଗେମ୍ ବି ମାନିଲା ହାର୍! କ୍ୟାଣ୍ଡି କ୍ରଶ୍‌ର ‘The End’ କରି ବିଶ୍ୱ ରେକର୍ଡ କଲେ ବିହାର ଯୁବକ

ସିୱାନ୍: ସାଧାରଣତଃ ଘରେ ପିଲାମାନେ ମୋବାଇଲ୍‌ରେ ଗେମ୍ ଖେଳିଲେ ଅଭିଭାବକମାନେ ଗାଳିଗୁଲଜ କରିବା ସହ “ପାଠ ନପଢ଼ି ଗେମ୍ ଖେଳିଲେ ଭବିଷ୍ୟତ ନଷ୍ଟ ହୋଇଯିବ” ବୋଲି ତାଚ୍ଛଲ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?