ଏହି ଭାରତୀୟ ବଂଶୋଭବ ମହାକାଶଚାରୀଙ୍କୁ ବାୟୁସେନା ବ୍ରିଗେଡିୟର ଜେନେରାଲ ପଦରେ ମିଳିବ ନିଯୁକ୍ତି

ଓ୍ବାଶିଂଟନ,୨୭ା୧: ବାୟୁସେନା ବ୍ରିଗେଡିୟର ଜେନେରାଲ ପଦରେ ନିଯୁକ୍ତି ପାଇଁ ଭାରତୀୟ-ଆମେରିକୀୟ ମହାକାଶଚାରୀ ରାଜା ଜେ ଚାରିଙ୍କୁ ରାଷ୍ଟ୍ରପତି ଜୋ ବାଇଡେନ ମନୋନୀତ କରିଛନ୍ତି। ଗୁରୁବାର ଏନେଇ ନାମାଙ୍କନପତ୍ର ଘୋଷଣା କରାଯାଇଥିଲା। ଆମେରିକାର ପ୍ରତିରକ୍ଷା ବିଭାଗ ଅନୁଯାୟୀ, ବର୍ତ୍ତମାନ ସମସ୍ତ ସେନା ନିଯୁକ୍ତିକୁ ଅନୁମୋଦନ କରୁଥିବା ସିନେଟ ଦ୍ୱାରା ଏହା ନିଶ୍ଚିତ ହେବା ଆବଶ୍ୟକ। ୪୫ ବର୍ଷୀୟ କର୍ଣ୍ଣେଲ ଚାରି ବର୍ତ୍ତମାନ ନ୍ୟାଶନାଲ ଏରୋନେଟିକ୍ସ ଏବଂ ସ୍ପେସ ଆଡମିନିଷ୍ଟ୍ରେଶନ, ଜନ୍‌ସନ୍‌ ସ୍ପେସ ସେଣ୍ଟର ଟେକ୍ସାସରେ କ୍ରୁ -୩ କମାଣ୍ଡର ତଥା ଜ୍ୟୋତିର୍ବିଜ୍ଞାନ ଭାବରେ କାର୍ଯ୍ୟ କରୁଛନ୍ତି।

ରାଜା ଜେ ଚାରି ମାସାଚ୍ୟୁସେଟ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଟେକ୍ନୋଲୋଜିରୁ ଏରୋନେଟିକ୍ସରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ସେ ଏହାପୂର୍ବରୁ ମେରିଲାଣ୍ଡର ପାଟୁସେଣ୍ଟ ନଦୀରେ ଥିବା ଆମେରିକାର ନାଭାଲ ଟେଷ୍ଟ ପାଇଲଟ ସ୍କୁଲରୁ ସ୍ନାତକ ହାସଲ କରିଥିଲେ। ସେ ୪୬୧ ତମ ଫ୍ଲାଇଟ ଟେଷ୍ଟ ସ୍କ୍ବାଡନ କମାଣ୍ଡର ଭାବରେ କାର୍ଯ୍ୟ କରିଛନ୍ତି ଏବଂ କାଲିଫର୍ନିଆର ଏଡଓ୍ବାର୍ଡସ ଏୟାର ଫୋର୍ସ ବେସ୍‌ରେ ଏଫ୍‌-୩୫ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ଫୋର୍ସର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦବିଲା ଋଷିକୁଲ୍ୟା ନଦୀର ପଥର ବାଜ, ବିପଦରେ ଦାମୋଦରପୁର

ଗଞ୍ଜାମ,୧୩।୯(ବିଦ୍ୟାଧର ସାହୁ ): ନଦୀକୂଳ ତଟବର୍ତ୍ତୀ ଅଞ୍ଚଳକୁ ବନ୍ୟା ଜଳରୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ…

ଛାତ୍ରଙ୍କୁ ହୋଟେଲକୁ ଡାକି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଅଧ୍ୟକ୍ଷ, ମେସେଜ୍‌ କରି ପରିବାର ଲୋକଙ୍କୁ ଜଣାଇବାରୁ…

ବରଗଡ଼,୧୩ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଏକ ଘରୋଇ ଯୁକ୍ତଦୁଇ କଲେଜର ଅଧ୍ୟକ୍ଷ ଜଣେ ନାବାଳକ ଛାତ୍ର(୧୫)ଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହିତ…

ବଡ଼ ଘୋଷଣା କଲେ ସ୍ବରାଷ୍ଟ୍ର ମନ୍ତ୍ରୀ, ମୋଦିଙ୍କ ଜନ୍ମଦିନ ଠାରୁ ଆରମ୍ଭ ହେବ….

ନୂଆଦିଲ୍ଲୀ,୧୩।୯ : ୨୦୨୯ ପୂର୍ବରୁ ଭାଜପା ନେତୃତ୍ୱାଧୀନ NDA ସରକାର ୨୧ଟି ରାଜ୍ୟରେ ୟୁନିଫର୍ମ ସିଭିଲ୍ କୋଡ୍‌ (UCC) ଲାଗୁ କରାଯିବ । ଏଭଳି ଦାବି କରିଛନ୍ତି…

ଭାରତମାତାଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ, ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା

କଲ୍ୟାଣସିଂହପୁର,୧୩ା୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇ ପଞ୍ଚାୟତ ସଦର ପ୍ରବେଶ ପଥରେ ଥିବା ଭାରତ ମାତାଙ୍କ ପ୍ରତିମୂର୍ତ୍ତିକୁ କିଛି ଦୁର୍ବୃତ୍ତ ଭାଙ୍ଗି…

ହିନ୍ଦୁ ସାଧୁଙ୍କ ପାଦ ସ୍ପର୍ଶ କଲେ ଇରାନର ରାଷ୍ଟ୍ରପତି ପେଜେଶକିଆନ! ଭିଡିଓ ଭାଇରାଲ

ନୂଆଦିଲ୍ଲୀ/ତେହରାନ,୧୩।୯: ଦିଲ୍ଲୀର ଭାରତ ମଣ୍ଡପମରେ ଚାଲିଥିବା ବ୍ରିକ୍ସ (BRICS) ସମ୍ମିଳନୀର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଇରାନର ରାଷ୍ଟ୍ରପତି…

ଖଣ୍ଡେ ପାନ ପାଇଁ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ଯୁବକ

ମୋରଡ଼ା,୧୩ା୯(ସ୍ମାରକ ମାଜୀ): ଖଣ୍ଡେ ପାନ ପାଇଁ ଘଟିଛି ହତ୍ୟାକାଣ୍ଡ। ଠେଙ୍ଗାରେ ପିଟିପିଟି ବୃଦ୍ଧାଙ୍କୁ ହତ୍ୟା କରିଛନ୍ତି ଜଣେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ସୋସିଆଲ ମିଡିଆରେ ଚର୍ଚ୍ଚା; କିଶୋର କୁମାରଙ୍କ ଗୀତ ଗାଇଲେ ପ୍ରଧାନମନ୍ତ୍ରୀ, ସବୁ କହିଲେ….

ନୂଆଦିଲ୍ଲୀ,୧୩।୯: ଭାରତରେ ଆୟୋଜିତ ବ୍ରିକ୍ସ ଶିଖର ସମ୍ମିଳନୀର ଗାଲା ଡିନରରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମଙ୍କ ଏକ ଭିନ୍ନ ରୂପ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ବିଭିନ୍ନ ଦାବି ନେଇ ଗୁଡ଼ାରି ବନ୍ଦ ଡାକରା, ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି…

ଗୁଡ଼ାରି,୧୩ା୯(ପ୍ରମୋଦ କୁମାର ପତି): ବିଭିନ୍ନ ଦାବି ପୂରଣ ନେଇ ଆସନ୍ତା ୨୨ ତାରିଖରେ ଗୁଡାରି ବନ୍ଦ ଡାକରା ଦିଆଯାଇଛି। ଏନେଇ ରବିବାର ବିଡିଓଙ୍କ ଅନୁପସ୍ଥିତିରେ ଜିପିଡିଓ ଶିବପ୍ରସାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?