ଜୁଲାଇ ୧ରେ ବିବାହ କରିବେ ‘ବିଗ୍‌ ବସ୍‌-୧୬’ର ଏହି ଫେମ୍‌

ମୁମ୍ବାଇ: ‘ବିଗ୍‌ ବସ୍‌-୧୬’ର ଫେମ୍‌ ଶ୍ରୀଜିତା ଦେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେ ଜର୍ମାନୀର ମାଇକେଲ ବ୍ଲୋମ୍‌-ପେପ୍‌ଙ୍କୁ ବିବାହ କରିବେ। ଏଥିପାଇଁ ସେ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିସାରିଛନ୍ତି। ପ୍ରଶଂସକଙ୍କ ମଧ୍ୟରେ ସେମାନଙ୍କ ବିବାହ ଏବଂ ବିବାହ ପରେ ଜର୍ମାନୀ ଶିଫ୍ଟ କରିବା ନେଇ ଅନେକ ପ୍ରଶ୍ନ ଉଙ୍କି ମାରିଛି।

ଯେତେବେଳେ ଶ୍ରୀଜିତା ‘ବିଗ ବସ୍‌-୧୬’ରେ ପ୍ରତିଯୋଗୀ ଭାବରେ ଯୋଗ ଦେଇଥିଲେ, ସେତେବେଳେ ତାଙ୍କ ପ୍ରେମିକ ମାଇକେଲ ବ୍ଲୋମ-ପେପ୍‌ ପରିବାର ସହିତ ଆସିଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ରୋମାଣ୍ଟିକ କେମେଷ୍ଟ୍ରି ଦେଖିବାକୁ ମିଳିଥିଲା।

ଶ୍ରୀଜିତା ଜଣେ ବଙ୍ଗୀୟ ହିନ୍ଦୁ ହୋଇଥିବା ବେଳେ ମାଇକେଲ ଜଣେ ଖ୍ରୀଷ୍ଟିଆନ। ଏଭଳି ପରିସ୍ଥିତିରେ ପ୍ରଶଂସକଙ୍କ ପ୍ରଶ୍ନ ଯେ, କେଉଁ ପ୍ରଥା ଅନୁଯାୟୀ ଶ୍ରୀଜିତା ବିବାହ କରିବେ।

ଶ୍ରୀଜିତା ଏକ ସାକ୍ଷାତକାରରେ କହିଛନ୍ତି, ଖ୍ରୀଷ୍ଟିଆନ ଧର୍ମର ରୀତିନୀତି ଅନୁଯାୟୀ ସେ ଚର୍ଚ୍ଚରେ ବିବାହ କରିବେ। ପୁଣି ବଙ୍ଗଳା ରୀତିନୀତି ଅନୁଯାୟୀ ମଧ୍ୟ ସେ ବିବାହ କରିବେ ବୋଲି କହିଛନ୍ତି।

ଶ୍ରୀଜିତା ଏବଂ ମାଇକେଲ କେବଳ ଜର୍ମାନୀରେ ବିବାହ କରିବେ। ସେ କହିଛନ୍ତି, ସେମାନେ ବର୍ତ୍ତମାନ ବିବାହ କାର୍ଡ ବାଣ୍ଟିବା ଆରମ୍ଭ କରିଛନ୍ତି। ଯଦିଓ ଶ୍ରୀଜିତା ଟିକେ ନିରାଶ ହୋଇଛନ୍ତି କାରଣ ତାଙ୍କର ଅନେକ ବନ୍ଧୁ ତାଙ୍କ ବିବାହରେ ଯୋଗଦେଇ ପାରିବେ ନାହିଁ। ସେ କହିଛନ୍ତି, ମୁଁ ମୋର ବିବାହକୁ ନେଇ ବହୁତ ଉତ୍ସାହିତ କିନ୍ତୁ ଗୋଟିଏ କଥା ମୋତେ ଅସୁବିଧାରେ ପକାଉଛି ଯେ, ମୋର ଅତି ଘନିଷ୍ଠ ବନ୍ଧୁ ଶିବ ଠାକ୍‌ରେ ଏବଂ ଅବଦୁ ରୋଜିକ୍‌ ମୋ’ ବିବାହରେ ଯୋଗ ଦେଇ ପାରିବେ ନାହିଁ।

ବିବାହ ପରେ ଭାରତରେ ରହିବେ ନା ଜର୍ମାନୀ ଯିବେ କି ବୋଲି ପ୍ରଶ୍ନର ଉତ୍ତରରେ ଶ୍ରୀଜିତା ଏକ ଭିଡିଓ ଶେୟାର କରି କହିଛନ୍ତି, ସେ ଜର୍ମାନୀକୁ ଯିବେ ନାହିଁ। କାରଣ ଭାରତରେ ରହି ମୁଁ ମୋର କାର୍ଯ୍ୟ ଉପରେ ଧ୍ୟାନ ଦେବି ବୋଲି ଭିଡିଓରେ ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ବନ୍ଧୁକଧାରୀଙ୍କ ଆକ୍ରମଣ, ଉତ୍ତେଜନା

ଗୁଆହାଟୀ,୨୭ା୮: ମଣିପୁରର କୁକି ବହୁଳ କାଙ୍ଗ୍‌ପୋକ୍‌ପି ଜିଲାରେ ଗୁରୁବାର କେତେଜଣ ଅଜଣା ବନ୍ଧୁକଧାରୀ ଗୁଳି ଚଳାଇବାରୁ ନାଗା ସମ୍ପ୍ରଦାୟର ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ…

ପ୍ରଥମ ମ୍ୟାଚ୍‌ରେ ଅଧିନାୟକ, ଦ୍ୱିତୀୟ ମ୍ୟାଚ୍‌ରେ ଟିମ୍‌ରୁ ବିଦା! ଚମକାଇଲା ନିଷ୍ପତ୍ତି

ଲଣ୍ଡନ୍, ୨୭।୮: ପାକିସ୍ତାନ କ୍ରିକେଟ୍‌ରେ ସବୁକିଛି ସମ୍ଭବ। ନିଜର ଖେଳ ପ୍ରଦର୍ଶନ ତୁଳନାରେ ଅଜବ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ଟିମ୍ ପୁଣି ଏକ ଚମକାଇବା…

କିଏ ସେ ଅନୁଷ୍କା ଶର୍ମା? ଯାହାଙ୍କୁ ମିଳିଲା ଟିମ୍‌ ଇଣ୍ଡିଆରେ ବଡ଼ ଦାୟିତ୍ୱ

ମୋହାଲି, ୨୭।୮: ଭାରତୀୟ ମହିଳା କ୍ରିକେଟର ଭବିଷ୍ୟତ ତାରକାଙ୍କୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ବିସିସିଆଇ (BCCI) ଭାରତୀୟ ମହିଳା ‘ଏ’ ଦଳର ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ସିରିଜ୍…

କାଲି କେତେବେଳେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ ଫଟାଫଟ୍‌ କେମିତି କରିବେ ଚେକ୍‌…

ଭୁବନେଶ୍ୱର,୨୭।୮: ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ଏକ ବଡ଼ ଖୁସି ଖବର। ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି…

ଏଲିଟ ତାଲିକାରେ ସାମିଲ ହେଲେ ଦିନୁଶା

କଲମ୍ବୋ,୨୭ା୮: ଶ୍ରୀଲଙ୍କାର ସୋନଲ ଦିନୁଶା ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିବା ସହ ଏଲିଟ(ସ୍ବତନ୍ତ୍ର) ତାଲିକାରେ ସାମିଲ ହୋଇଛନ୍ତି। ସେ…

ସେପ୍ଟେମ୍ୱରରେ ମହାସଂଯୋଗ: ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ଖାସ୍‌, ୭ ରାଶିଙ୍କୁ ବଡ଼ ଚାକିରର ଅଫର୍‌…

ସେପ୍ଟେମ୍ୱର ୨୦୨୬ ମାସର ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ବିଶେଷ ରହିବାକୁ ଯାଉଛି। ଏହି ତିନୋଟି ତାରିଖରେ ବୁଧ, ମଙ୍ଗଳ, ସୂର୍ଯ୍ୟ ଏବଂ ଗୁରୁ…

ଶିକ୍ଷକ ନିଯୁକ୍ତି ନେଇ ଆସିଲା ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୭।୮: ବିହାରର ଲକ୍ଷ ଲକ୍ଷ ଶିକ୍ଷକ ଆଶାୟୀଙ୍କ ପାଇଁ ରାଜଧାନୀ ପାଟଣାରୁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ଚତୁର୍ଥ ପର୍ଯ୍ୟାୟ…

“ସେ ମୋର କିଛି କ୍ଷତି କରିବନି”: ୫ ମାସ ଧରି ନାଗସାପ ସହ ଗୋଟିଏ କୋଠରୀରେ ରହୁଛନ୍ତି ଯୁବକ !

ମୋହନା, ୨୭।୮ (ମନ୍ମଥ ମିଶ୍ର): ଦୀର୍ଘ ୫ ମାସ ଧରି ଗୋଟିଏ କୋଠରୀରେ ବିଷଧର ନାଗସାପ ଓ ମଣିଷ ଏକାଠି ରାତି ବିତାଉଥିବା ଭଳି ଏକ ସ୍ତାବ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri