କରୋନା ସମୟରେ ହୋଇଥିବା ୧୭ ହଜାର ମୃତ୍ୟୁ ପାଇଁ ଏହି ଔଷଧ ଦାୟୀ

ପ୍ୟାରିସ୍‌,୬ା୧: କରୋନା ମହାମାରୀରେ ହୋଇଥିବା ୧୭ ହଜାର ମୃତ୍ୟୁ ପାଇଁ ଏକ ଔଷଧ ଦାୟୀ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ଫ୍ରାନ୍ସ ଅନୁସନ୍ଧାନକାରୀଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ମାର୍ଚ୍ଚରୁ ଜୁଲାଇ ୨୦୨୦ ପର୍ଯ୍ୟନ୍ତ କରୋନାର ପ୍ରଥମ ଲହରିରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କୁ ହାଇଡ୍ରୋକ୍ସିକ୍ଲୋରୋକୁଇନ ଔଷଧ ଦିଆଯାଇଥିଲା। ଫଳରେ ୧୭ ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହି ଅଧ୍ୟୟନରେ କୁହାଯାଇଛି ଯେ, କରୋନା ମହାମାରୀ ସମୟରେ ଡାକ୍ତରମାନେ ହାଇଡ୍ରୋକ୍ସିକ୍ଲୋରୋକୁଇନ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ ଏବଂ ବର୍ତ୍ତମାନ ଏହି ଔଷଧ ୧୭ ହଜାର ଲୋକଙ୍କ ମୃତ୍ୟୁ ପାଇଁ ଦାୟୀ ବୋଲି ବିବେଚନା କରାଯାଉଛି। କରୋନା ମହାମାରୀ ସମୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହାଇଡ୍ରୋକ୍ସିକ୍ଲୋରୋକୁଇନ ଔଷଧ ସେବନ କରିବାକୁ ଆମେରିକୀୟମାନଙ୍କୁ ନିବେଦନ କରିଥିଲେ। ଏଥିସହ ଟ୍ରମ୍ପ କହିଥିଲେ, ଏହା ଏକ ଚମତ୍କାର ଔଷଧ। ମୁଁ ଏହାକୁ ଖାଉଛି।

ହାଇଡ୍ରୋକ୍ସିଚ୍ଲୋରୋକୁଇନ୍‌ ହେଉଛି ମ୍ୟାଲେରିଆ ଔଷଧ। ଯାହାକି କରୋନା ଚିକିତ୍ସାରେ ବହୁଳ ଭାବରେ ବ୍ୟବହୃତ ହୋଇଥିଲା। ବାୟୋମେଡିସିନ ଏବଂ ଫାର୍ମାକୋଥେରାପିର ଫେବୃଆରୀ ସଂଖ୍ୟାରେ ପ୍ରକାଶିତ ଅଧ୍ୟୟନରେ ଦର୍ଶାଯାଇଛି ଯେ, ହାର୍ଟର ଆରିଥମିଆ ଏବଂ ମାଂସପେଶୀ ଦୁର୍ବଳତା ଭଳି ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ ମୃତ୍ୟୁସଂଖ୍ୟା ବୃଦ୍ଧି ଘଟିଛି।

ଖବର ଅନୁଯାୟୀ, କରୋନା ଭାଇରସ୍‌ ଆରମ୍ଭ ହେବା ପରେ ବୈଜ୍ଞାନିକମାନେ ପରାମର୍ଶ ଦେଇଥିଲେ ଯେ, ଏହି ଔଷଧ ସଂକ୍ରମଣର ଚିକିତ୍ସାରେ ପ୍ରଭାବଶାଳୀ ହୋଇପାରେ। ୨୮ ମାର୍ଚ୍ଚ ୨୦୨୦ରେ, ଖାଦ୍ୟ ଏବଂ ଔଷଧ ପ୍ରଶାସନ (FDA) ଜରୁରିକାଳୀନ ବ୍ୟବହାର ଅନୁମୋଦନ ପ୍ରଦାନ କରି କ୍ଲିନିକାଲ ପରୀକ୍ଷା ଆରମ୍ଭ କରିଥିଲା।

ପ୍ରକାଶ ଥାଉକି, ନ୍ୟୁ ଇଂଲଣ୍ଡ ଜର୍ଣ୍ଣାଲ ଅଫ୍‌ ମେଡିସିନ ସହିତ ଅନେକ ଗବେଷଣା ପରେ ଏଫ୍‌ଡିଏକୁ ଜୁନ୍‌ ୨୦୨୦ରେ ଜରୁରିକାଳୀନ ବ୍ୟବହାର ପ୍ରାଧିକରଣ ପ୍ରତ୍ୟାହାର କରିନେଲା। କରୋନା ଭାଇରସ୍‌ ବିରୋଧରେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ର କୌଣସି ଲାଭ ନାହିଁ ଏବଂ ଏହା ମୃତ୍ୟୁ ଆଶଙ୍କାକୁ ଯଥେଷ୍ଟ ବୃଦ୍ଧି କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମଦିନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏମିତି ଲେଖିଲେ ଜର୍ଜିଆ ମେଲୋନି, ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ/ରୋମ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ତଥା ବିଶ୍ୱର ବିଭିନ୍ନ ସ୍ଥାନରୁ ଜନ୍ମଦିନର ଶୁଭେଚ୍ଛା ଗ୍ରହଣ କରୁଛନ୍ତି। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଇସ୍ରାଏଲର ପ୍ରଧାନମନ୍ତ୍ରୀ…

ଧାନ କ୍ଷେତରେ ବଜ୍ରପାତ; ଚାଲିଗଲା ନଣନ୍ଦ-ଭାଉଜଙ୍କ ଜୀବନ, ସୋହେଲାରେ ଶୋକର ଛାୟା

ସୋହେଲା,୧୭।୯(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ କୁସୁର୍ଡା ଗ୍ରାମରେ ଗୁରୁବାର ଅଭାବନୀୟ ଘଟଣା ଘଟିଯାଇଛି । ବଜ୍ରପାତରେ ୨ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକମାନେ…

ଜୟ ଶାହାଙ୍କ ଟିମ୍‌ରେ ମିଳିଲା ବଡ଼ ଦାୟିତ୍ୱ, ICCରେ ଇତିହାସ ରଚିଲେ…

ନୂଆଦିଲ୍ଲୀ,୧୭ା୯: ଜିମ୍ବାୱେ କ୍ରିକେଟକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଇଣ୍ଟରନ୍ୟାସନାଲ କ୍ରିକେଟ୍‌ କାଉନସିଲ୍‌ (ICC) ତୱେଙ୍ଗୱା ମୁକୁହଲାନିଙ୍କୁ ଡେପୁଟି ଚେୟାରମ୍ୟାନ୍‌ ଭାବେ ନିଯୁକ୍ତ କରିଛି…

ଗୁଣିଗାରେଡି ସନ୍ଦେହରେ ବାପପୁଅଙ୍କୁ ହତ୍ୟା ମାମଲା, ୧୨ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ପାରଳାଖେମୁଣ୍ଡି,୧୭ା୯(ଗିରିଧାରୀ ପରିଛା): ଗୁଣିଗାରେଡି ସନ୍ଦେହରେ ବାପା-ପୁଅଙ୍କୁ ହତ୍ୟା ମାମଲାରେ ପାରଳାଖେମୁଣ୍ଡି ଏଡିଜେ କୋର୍ଟ ୧୨ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି । ୨୦୨୧ ମସିହାରେ ଅଡବା…

ହୃଦୟ ବିଦାରକ ଦୃଶ୍ୟ; ଶବ ପାଇଁ ନାହିଁ ଷ୍ଟ୍ରେଚର୍‌! ତଳେ ଘୋଷାଡ଼ି ନେଲେ ମୃତଦେହ

ପାଟନା,୧୭ା୯: ବିହାରର ବକ୍ସରରୁ ମାନବିକତା ଓ ମୃତଦେହର ସମ୍ମାନ ସହ ଜଡ଼ିତ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଲା ଭଳି ଏକ ଭିଡିଓ ସାମ୍ନାକୁ ଆସିଛି । ସୋସିଆଲ…

୧୪ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କଲେ ବିଧାୟକ

ଗୁଡ଼ାରି,୧୭ା୯(ପ୍ରମୋଦ କୁମାର ପତି): ଗୁଡ଼ାରି ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ୧୪ ଜଣ ହିତାଧିକାରୀଙ୍କୁ ଆବାସ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି ବିଧାୟକ ସତ୍ୟଜିତ ଗମାଙ୍ଗ। ସହରର ୧୪…

ହତ୍ୟା କରିବା ପରେ ବାଇକ୍‌ ସହ ମୃତଦେହ ଫିଙ୍ଗି ଦେଇଥିଲେ ୧୨ ଅଭିଯୁକ୍ତ, ଆଜି ପୂରା ଘଟଣାର ପର୍ଦ୍ଦାଫାଶ କରି…

ଗୁଣପୁର,୧୭ା୯(ସୁଜାତା ପାଢ଼ୀ/ସଙ୍କେତ ପାତ୍ର): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ପଞ୍ଚାୟତର ନୂଆଲବା ଗ୍ରାମ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଥିଲା।…

ଆଉ ୫ ବର୍ଷ ପାଇଁ ଟାଟାର ନେତୃତ୍ୱ ନେବେ ଏନ. ଚନ୍ଦ୍ରଶେଖରନ; ଟାଟା ସନ୍ସ ବୋର୍ଡର ମଞ୍ଜୁରୀ

ନୂଆଦିଲ୍ଲୀ,୧୭।୯: ମୁମ୍ବାଇରେ ଗୁରୁବାର ଟାଟା ଗ୍ରୁପ୍ର ବୋର୍ଡ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଗ୍ରୁପର ଅଧ୍ୟକ୍ଷ ପଦ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା: ଏନ. ଚନ୍ଦ୍ରଶେଖରନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?