Posted inଖେଳ

ଧୋନୀଙ୍କ ପ୍ରତି ପ୍ରଶଂସକଙ୍କ ପାଗଳାମୀ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଏହି କ୍ରିକେଟର୍‌: କଲେ ଏମିତି କାମ

ଚେନ୍ନାଇ,୯।୪: ଅନେକ ପ୍ରଶଂସକ ବର୍ଷସାରା ଆଇପିଏଲ ପାଇଁ ଅପେକ୍ଷା କରନ୍ତି, ଯାହା ଦ୍ୱାରା ସେମାନେ ମହେନ୍ଦ୍ର ସିଂ ଧୋନୀ ବ୍ୟାଟିଂ କରୁଥିବା ଦେଖିପାରିବେ। ଧୋନୀଙ୍କ ବ୍ୟାଟିଂ ଦେଖିବାକୁ ପ୍ରଶଂସକମାନେ ସର୍ବଦା ଆଗ୍ରହୀ ଅଟନ୍ତି। ଧୋନୀ ବ୍ୟାଟ ସହିତ ପଡ଼ିଆକୁ ଆସିବା ମାତ୍ରେ ଷ୍ଟାଡିୟମରେ ଏକ ଭିନ୍ନ ପରିବେଶ ସୃଷ୍ଟି ହୁଏ। ଧୋନୀ ଯେତେବେଳେ ବ୍ୟାଟିଂ କରିବାକୁ ଆସନ୍ତି, ଲାଗେ ଯେମିତି ଭାରତର ପ୍ରତ୍ୟେକ କ୍ରିକେଟ ଗ୍ରାଉଣ୍ଡ ଚେନ୍ନାଇ ସୁପର କିଙ୍ଗ୍ସର ହୋମ ଗ୍ରାଉଣ୍ଡ। ଧୋନୀଙ୍କ ପ୍ରତି ଦର୍ଶକଙ୍କ ପାଗଳାମି ଦେଖି ଆଣ୍ଡ୍ରେ ରସେଲ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏବଂ କୋଳାହଳ ହେତୁ ସେ କାନ ବନ୍ଦ କରିଦେଇଛନ୍ତି।
ସୋସିଆଲ ମିଡିଆରେ ରସେଲଙ୍କ କାନ ବନ୍ଦ କରିବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଚେନ୍ନାଇ ସୁପର କିଙ୍ଗସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଚେପକ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୪ର ୨୨ତମ ମ୍ୟାଚ ରେ ଏହି ଘଟଣା ଘଟିଛି। ଏହି ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ୧୭ତମ ଓଭରରେ ଶିବମ ଦୁବେଙ୍କ ରୂପରେ ତୃତୀୟ ଉଇିକେଟ ହରାଇଥିଲେ, ଯାହା ପରେ ଧୋନୀ ପଞ୍ଚମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ।
ତେବେ ଧୋନୀ ଯେତେବେଳେ ବ୍ୟାଟିଂ କରିବାକୁ ଆସିଥିଲେ, ଚେନ୍ନାଇକୁ ଜିତିବା ପାଇଁ ମାତ୍ର ୩ ରନ ଆବଶ୍ୟକ ଥିଲା। ଧୋନୀ ୩ ବଲରେ ୧ ରନ୍‌ ସ୍କୋର କରି ଅପରାଜିତ ରହିଥିଲେ। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଧୋନୀ ବ୍ୟାଟିଂ କରିବାକୁ ପଡ଼ିଆକୁ ଆସିଥିଲେ। ଧୋନୀ ପଡ଼ିଆରେ ପ୍ରବେଶ କରିବା ମାତ୍ରେ ଷ୍ଟାଡିୟମର ପ୍ରଶଂସକମାନେ ଶବ୍ଦ କରିବା ଆରମ୍ଭ କଲେ ଏବଂ ଶବ୍ଦ ଏତେ ଜୋରରେ ଲାଗିଲା ଯେ ଫିଲ୍ଡିଂ କରୁଥିବା କେକେଆରର ଆଣ୍ଡ୍ରେ ରସେଲ ତାଙ୍କ କାନକୁ ହାତରେ ବନ୍ଦ କରି ଦେଇଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ସ୍ତ୍ରୀର ଅନ୍ୟ ପୁରୁଷ ସହିତ ଅବୈଧ ସମ୍ପର୍କ ଥିଲେ ମିଳିବ ନାହିଁ ଭରଣପୋଷଣ’: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ବିଳାସପୁର,୧୬।୭: ଯଦି ଜଣେ ବିବାହିତ ମହିଳା ବିବାହ ପରେ ଅନ୍ୟ ପୁରୁଷ ସହିତ ଅବୈଧ ସମ୍ପର୍କରେ ଲିପ୍ତ ହୁଅନ୍ତି, ତେବେ ସେ ତାଙ୍କ ସ୍ବାମୀଙ୍କଠାରୁ ଭରଣପୋଷଣ ଦାବି…

ତିନି ରଥରେ ଦର୍ଶନ ଦଲେ ଶ୍ରୀଜୀଉ

କର୍ଲାମୁଣ୍ଡା,୧୬ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ର ବିଭିନ୍ନ ସ୍ଥାନରେ ଗୁରୁବାର ରଥଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି। କର୍ଲାମୁଣ୍ଡା ବସ୍ତିଠାରେ ଭକ୍ତଙ୍କ ସମାଗମରେ ମହାପ୍ରଭୁ…

ଠାକୁର ଅଜା ଶ୍ରୀ ସିଦ୍ଧ ବଳରାମଙ୍କ ରଥଯାତ୍ରା: ପାଚିଲା ପଣସ ଭୋଗରେ ମହକିଲା ପୀଠ

ସାକ୍ଷୀଗୋପାଳ, ୧୬।୭ (କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସ୍ଥାନୀୟ ପ୍ରସିଦ୍ଧ ବକୁଳ ବନର ଅଧିଶ୍ୱର ଠାକୁର ଅଜା ଶ୍ରୀସିଦ୍ଧ ବଳରାମଦେବଙ୍କ ପବିତ୍ର ରଥଯାତ୍ରା ଗୁରୁବାର ଭକ୍ତିପୂତ ପରିବେଶରେ…

‘ତେଲରେ ଲାଗିବ ନିଆଁ’ ! ଆମେରିକାର ବିନାଶକାରୀ ବୋମାମାଡ଼ ମଧ୍ୟରେ, ଇରାନ କରୁଛି ମାଷ୍ଟର ପ୍ଲାନ…

ତେହରାନ,୧୬।୭: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ନୂତନ ସଂଘର୍ଷର ପରିସର ଏବେ ହର୍ମୁଜ ପ୍ରଣାଳୀ ବାହାରକୁ ଲାଲ ସାଗର ପର୍ଯ୍ୟନ୍ତ ବିସ୍ତାରିତ ହୋଇଛି। ଯଦି ଆମେରିକା…

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବଡ଼ ସୂଚନା, ସକାଳ ସାଢେ ୯ଟାରେ ପୁଣି ଟଣା ହେବ ରଥ

ପୁରୀ,୬।୭: ଭକ୍ତି, ହର୍ଷଉଲ୍ଲାସରେ ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଘଣ୍ଟ, ଘଣ୍ଟା ଏବଂ ହରିବୋଲ ହୁଳହୁଳିରେ ଭକ୍ତ ଶ୍ରଦ୍ଧାର ସହିତ ଟାଣିଥିଲେ ୩ ରଥ। ସନ୍ଧ୍ୟା ପ୍ରାୟ…

ଦିଗପହଣ୍ଡିରେ ନିଆରା ପରମ୍ପରା: ଆଜି ଶେଷ ହେଲା ଶ୍ରୀଜୀଉଙ୍କ ପହଣ୍ଡି, କାଲି ଟଣା ହେବ ରଥ

ଦିଗପହଣ୍ଡି, ୧୬।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଗଡ଼ଜାତ ଅଞ୍ଚଳ ଦିଗପହଣ୍ଡିରେ ପବିତ୍ର ଘୋଷଯାତ୍ରା ଅବସରରେ ଏକ ନିଆରା ପରମ୍ପରା ଦେଖିବାକୁ ମିଳିଛି। ଗୁରୁବାର…

ଘର ଉପରକୁ ବୋମାମାଡ଼ କରି ହତ୍ୟା ଉଦ୍ୟମ ଘଟଣା: ବିସ୍ଫୋରକ ସାମଗ୍ରୀ ବିକ୍ରେତା ଗିରଫ, ଗଲେ ଜେଲ୍

ଦିଗପହଣ୍ଡି, ୧୬।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ଏସ. ଶିବ ରେଡ୍ଡୀଙ୍କ ଘର ଉପରକୁ ବୋମାମାଡ଼ କରି…

ଆମେରିକାକୁ ପୁଣି କଡ଼ା ଚେତାବନୀ ଦେଲା ଇରାନ

ତେହରାନ,୧୬।୭: ଇରାନର ଆହଭାଜ ସହରସ୍ଥିତ ଏକ କର୍କଟ ହସ୍ପିଟାଲକୁ ଅସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଛି। ଆମେରିକାର ବିମାନ ଆକ୍ରମଣ ଯୋଗୁ କର୍ତ୍ତୃପକ୍ଷଙ୍କୁ କେମୋଥେରାପି ନେଉଥିବା ପିଲାମାନଙ୍କ ସମେତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri