Posted inଖେଳ

ଧୋନୀଙ୍କ ପ୍ରତି ପ୍ରଶଂସକଙ୍କ ପାଗଳାମୀ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଏହି କ୍ରିକେଟର୍‌: କଲେ ଏମିତି କାମ

ଚେନ୍ନାଇ,୯।୪: ଅନେକ ପ୍ରଶଂସକ ବର୍ଷସାରା ଆଇପିଏଲ ପାଇଁ ଅପେକ୍ଷା କରନ୍ତି, ଯାହା ଦ୍ୱାରା ସେମାନେ ମହେନ୍ଦ୍ର ସିଂ ଧୋନୀ ବ୍ୟାଟିଂ କରୁଥିବା ଦେଖିପାରିବେ। ଧୋନୀଙ୍କ ବ୍ୟାଟିଂ ଦେଖିବାକୁ ପ୍ରଶଂସକମାନେ ସର୍ବଦା ଆଗ୍ରହୀ ଅଟନ୍ତି। ଧୋନୀ ବ୍ୟାଟ ସହିତ ପଡ଼ିଆକୁ ଆସିବା ମାତ୍ରେ ଷ୍ଟାଡିୟମରେ ଏକ ଭିନ୍ନ ପରିବେଶ ସୃଷ୍ଟି ହୁଏ। ଧୋନୀ ଯେତେବେଳେ ବ୍ୟାଟିଂ କରିବାକୁ ଆସନ୍ତି, ଲାଗେ ଯେମିତି ଭାରତର ପ୍ରତ୍ୟେକ କ୍ରିକେଟ ଗ୍ରାଉଣ୍ଡ ଚେନ୍ନାଇ ସୁପର କିଙ୍ଗ୍ସର ହୋମ ଗ୍ରାଉଣ୍ଡ। ଧୋନୀଙ୍କ ପ୍ରତି ଦର୍ଶକଙ୍କ ପାଗଳାମି ଦେଖି ଆଣ୍ଡ୍ରେ ରସେଲ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏବଂ କୋଳାହଳ ହେତୁ ସେ କାନ ବନ୍ଦ କରିଦେଇଛନ୍ତି।
ସୋସିଆଲ ମିଡିଆରେ ରସେଲଙ୍କ କାନ ବନ୍ଦ କରିବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଚେନ୍ନାଇ ସୁପର କିଙ୍ଗସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଚେପକ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୪ର ୨୨ତମ ମ୍ୟାଚ ରେ ଏହି ଘଟଣା ଘଟିଛି। ଏହି ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ୧୭ତମ ଓଭରରେ ଶିବମ ଦୁବେଙ୍କ ରୂପରେ ତୃତୀୟ ଉଇିକେଟ ହରାଇଥିଲେ, ଯାହା ପରେ ଧୋନୀ ପଞ୍ଚମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ।
ତେବେ ଧୋନୀ ଯେତେବେଳେ ବ୍ୟାଟିଂ କରିବାକୁ ଆସିଥିଲେ, ଚେନ୍ନାଇକୁ ଜିତିବା ପାଇଁ ମାତ୍ର ୩ ରନ ଆବଶ୍ୟକ ଥିଲା। ଧୋନୀ ୩ ବଲରେ ୧ ରନ୍‌ ସ୍କୋର କରି ଅପରାଜିତ ରହିଥିଲେ। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଧୋନୀ ବ୍ୟାଟିଂ କରିବାକୁ ପଡ଼ିଆକୁ ଆସିଥିଲେ। ଧୋନୀ ପଡ଼ିଆରେ ପ୍ରବେଶ କରିବା ମାତ୍ରେ ଷ୍ଟାଡିୟମର ପ୍ରଶଂସକମାନେ ଶବ୍ଦ କରିବା ଆରମ୍ଭ କଲେ ଏବଂ ଶବ୍ଦ ଏତେ ଜୋରରେ ଲାଗିଲା ଯେ ଫିଲ୍ଡିଂ କରୁଥିବା କେକେଆରର ଆଣ୍ଡ୍ରେ ରସେଲ ତାଙ୍କ କାନକୁ ହାତରେ ବନ୍ଦ କରି ଦେଇଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶ୍ରୀଲଙ୍କାରେ ଏ କ’ଣ ହେଲା? ସିରିଜ ଆରମ୍ଭ ପୂର୍ବରୁ ସର୍ବସମ୍ମୁଖରେ ଭାବବିହ୍ବଳ ହେଲେ ଗମ୍ଭୀର,Video

ନୂଆଦିଲ୍ଲୀ,୨୭।୭: ଟିମ୍‌ ଇଣ୍ଡିଆର ଶ୍ରୀଲଙ୍କା ଗସ୍ତର ଆରମ୍ଭ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ମୁକାବିଲାରୁ ହେବାକୁ ଯାଉଛି। ଗମ୍ଭୀର ଏହି ସିରିଜ ସହ ହେଡ୍‌ କୋଚ୍‌...

ଅଲିମ୍ପିକ୍ସରେ ଦିଆଯାଉଥିବା ସ୍ବର୍ଣ୍ଣ ପଦକ ରୂପାରେ ତିଆରି! କାରଣ ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୭।୭: ପ୍ୟାରିସ ପ୍ରସ୍ତୁତ। ବିଶ୍ୱର ୧୦,୫୦୦ରୁ ଊର୍ଦ୍ଧ୍ୱ ଆଥଲେଟ୍‌ଙ୍କ ସମାଗମରେ ‘ସିଟି ଅଫ ଲାଇଟ୍ସ’ ହୋଇଉଠିଛି ଚଳଚଞ୍ଚଳ। ଶୁକ୍ରବାରଠାରୁ ଏଠାରେ ଆରମ୍ଭ ହୋଇଛି ବିଶ୍ୱର ସର୍ବୋଚ୍ଚ...

ଆଜି ଭାରତ-ଶ୍ରୀଲଙ୍କା ମ୍ୟାଚ୍‌

ପାଲିକେଲ, ୨୭।୭: ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ସୀମିତ ଓଭର ସିରିଜ ଶନିବାରଠାରୁ ଆରମ୍ଭ ହେବ। ଭ୍ରମଣକାରୀ ଦଳ ନୂଆ କୋଚ୍‌ ଗୌତମ ଗମ୍ଭୀର...

୫୮ ବର୍ଷରେ ଅଲିମ୍ପିକ୍ସ ଡେବ୍ୟୁ କଲେ ଏହି ଖେଳାଳି

ସାଣ୍ଟିଆଗୋ,୨୬ା୭: ଚିଲିର ଟେବୁଲ ଟେନିସ୍‌ ଖେଳାଳି ଝେଙ୍ଗ ଝିୟିଙ୍ଗ ୫୮ ବର୍ଷ ବୟସରେ ଅଲିମ୍ପିକ୍ସ ପଦାର୍ପଣ କରିବାକୁ ଯାଉଛନ୍ତି। ଚାଇନାରେ ଜନ୍ମ ନେଇଥିବା ଏହି ଖେଳାଳି...

ଆଜି ନ୍ୟୁଜିଲାଣ୍ଡ ବିପକ୍ଷରୁ ଭାରତର ଅଭିଯାନ ଆରମ୍ଭ

ପ୍ୟାରିସ, ୨୭।୭ : ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ଅଭିଯାନ ଶନିବାର ଆରମ୍ଭ ହେବ। ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ମେଡାଲିଷ୍ଟ ଭାରତର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ...

୧୭ ଶୁଟରଙ୍କ ପଦାର୍ପଣ

ପ୍ୟାରିସ୍‌,୨୭।୭: ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ ଆରମ୍ଭ ହୋଇସାରିଥିବା ବେଳେ ଶନିବାର ଭାରତୀୟ ଶୁଟିଂ ଦଳ ଏହାର ଅଭିଯାନ ଆରମ୍ଭ କରିବ। ଭାରତ ଅଲିମ୍ପିକ୍ସରେ ସମୁଦାୟ ୩୫ଟି...

ଭବିଷ୍ୟତରେ ଟିମ୍‌ ଇଣ୍ଡିଆର ୩ ଫର୍ମାଟର ଅଧିନାୟକ ହେବେ ଗିଲ! ଟି୨୦- ଦିନିକିଆ ପରେ ଏବେ…

ନୂଆଦିଲ୍ଲୀ,୨୬।୭: ଭାରତୀୟ କ୍ରିକେଟ ଟିମ୍‌ର ୨୪ ବର୍ଷୀୟ ଓପନର ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲଙ୍କୁ ନିକଟରେ ଶ୍ରୀଲଙ୍କା ଗସ୍ତ ଲାଗି ଦିନିକିଆ ଏବଂ ଟି୨୦ରେ ଭାରତର ଉପଅଧିନାୟକ...

ବାଂଲାଦେଶକୁ ହରାଇ ଫାଇନାଲରେ ଭାରତ

ଦାମ୍ବୁଲା,୨୬ା୭: ବାଂଲାଦେଶକୁ ୧୦ ଉଇକେଟରେ ପରାସ୍ତ କରି ଗତଥରର ଚାମ୍ପିୟନ ଭାରତ ମହିଳା ଟି୨୦ କ୍ରିକେଟ ଏସିଆ କପ୍‌ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ପ୍ରଥମେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri