Posted inଖେଳ

ହଠାତ୍‌ ରେଡ-ବଲ କ୍ରିକେଟକୁ ଅଲବିଦା କହିଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୧୬।୨: ରଣଜୀ ଟ୍ରଫି ୨୦୨୩-୨୪ ସିଜନ ପରେ ସେ ରେଡ-ବଲ କ୍ରିକେଟରୁ ବିଦାୟ ନେବେ ବୋଲି ଭାରତୀୟ ଦ୍ରୁତ ବୋଲର ବରୁଣ ଆରୋନ ଘୋଷଣା କରିଛନ୍ତି। ସେ ବର୍ତ୍ତମାନ କେବଳ ଦିନିକିଆ ଏବଂ ଟି୨୦ ପରି ଧଳା ବଲ କ୍ରିକେଟ ଉପରେ ଧ୍ୟାନ ଦେବେ। ଦ୍ରୁତ ପେସ୍‌ ବୋଲିଂ ପାଇଁ ପ୍ରସିଦ୍ଧ ଆରୋନ କହିଛନ୍ତି ଯେ, ଝାଡଖଣ୍ଡ ପାଇଁ ତାଙ୍କର ଶେଷ ରେଡ ବଲ ମ୍ୟାଚ ଜାମସେଦପୁରର କିନନ ଷ୍ଟାଡିୟମରେ ରାଜସ୍ଥାନ ବିପକ୍ଷରେ ହେବ। ଆଜିଠାରୁ ଏହି ମ୍ୟାଚ ଆରମ୍ଭ ହୋଇଛି।
୩୪ ବର୍ଷୀୟ ଆରୋନ କହିଛନ୍ତି, ମୁଁ ୨୦୦୮ରୁ ରେଡ-ବଲ କ୍ରିକେଟ ଖେଳୁଛି। ଦ୍ରୁତ ବୋଲିଂ ହେତୁ ମୁଁ ବହୁତ ଆଘାତ ଭୋଗିଛି। ବର୍ତ୍ତମାନ ମୋ ଶରୀର ରେଡ-ବଲ କ୍ରିକେଟରେ ଦ୍ରୁତ ବୋଲିଂ ପାଇଁ ଅନୁମତି ଦେଉନାହିଁ, ତେଣୁ ମୁଁ ଏହାକୁ ଛାଡିବାକୁ ନିଷ୍ପତ୍ତି ନେଇଛି। ମୋ ପରିବାର ଏବଂ ଜାମସେଦପୁର ଲୋକଙ୍କ ସାମ୍ନାରେ ଏହା ମୋର ଶେଷ ମ୍ୟାଚ (କିନନ ଷ୍ଟାଡିୟମ) ହୋଇପାରେ।
ଭାରତ ପାଇଁ ବରୁଣ ଆରୋନ ୯ଟି ଟେଷ୍ଟ ଖେଳିଛନ୍ତି। ଏଥିରେ ତାଙ୍କ ନାମରେ ୧୮ଟି ଉଇକେଟ ଅଛି। ୨୦୧୧ରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଆରୋନ ଡେବ୍ୟୁ କରିଥିଲେ। ପ୍ରଥମ ଶ୍ରେଣୀର ୬୫ଟି ମ୍ୟାଚରେ ତାଙ୍କ ନାମରେ ୧୬୮ ଉଇକେଟ ଅଛି। ତାଙ୍କୁ ଭାରତୀୟ କ୍ରିକେଟର ଦ୍ରୁତତମ ବୋଲର ଭାବେ ବିବେଚନା କରାଯାଏ। ୨୦୧୧ ବିଜୟ ହଜାରେ ଟ୍ରଫିରେ ସେ ଘଣ୍ଟାକୁ ୧୫୩ କିଲୋମିଟର ବେଗରେ ବୋଲିଂ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

BCCIର ବଡ଼ ଘୋଷଣା, ଟିମ୍‌ ଇଣ୍ଡିଆକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୧।୨: ୨୦୨୫ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିଛି ବଡ଼ ଝଟ୍‌କା। ଟିମ ଇଣ୍ଡିଆର ଷ୍ଟାର ଫାଷ୍ଟ ବୋଲର ଜସପ୍ରିତ ବୁମରାହ ଏହି ଟୁର୍ନାମେଣ୍ଟରେ...

ମୁଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ….କାହିଁକି ଏଭଳି କହିଲେ ଚର୍ଚ୍ଚାରେ ଥିବା ଏହି କ୍ରିକେଟର

ନୂଆଦିଲ୍ଲୀ,୧୧।୨: ଭାରତୀୟ ଦଳରେ ସୁଯୋଗ ମିଳୁନାହିଁ। ତଥାପି ଜାତୀୟ ଦଳରୁ  ଖେଳିବା ଲାଗି ଆଶାବାଦୀ ଅଛନ୍ତି ଭାରତୀୟ କ୍ରିକେଟର ଶାର୍ଦ୍ଦୁଳ ଠାକୁର। ରଣଜୀ ଟ୍ରଫିର କ୍ୱାଟର...

ଭାରତୀୟ ଖେଳାଳିଙ୍କ କ୍ୟାରିୟରର ଦୁଃଖଦ ଅନ୍ତ, ମାରିଥିଲେ ୩୧ ଶତକ

ନୂଆଦିଲ୍ଲୀ,୧୧।୨: ୨୦୨୪ ମସିହାରେ ଅନେକ ଲୋକପ୍ରିୟ କ୍ରିକେଟର ନିଜର କ୍ୟାରିୟରରେ ବ୍ରେକ୍‌ ଲଗାଇଥିଲେ। ଏବେ ଆଉ ଜଣେ ଭାରତୀୟ କ୍ରିକେଟରଙ୍କ କ୍ୟାରିୟରର ଅନ୍ତ ହୋଇଛି। ଏହି...

୭୭ ଖେଳାଳିଙ୍କ ପାଇଁ ସତର୍କ ଘଣ୍ଟି ବଜାଇଲେ ରୋହିତ ଶର୍ମା? ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ…

ନୂଆଦିଲ୍ଲୀ,୧୧।୨: ଦୀର୍ଘ ୮ ବର୍ଷ ପରେ ଚାମ୍ପିଅନ୍ସ ଟ୍ରଫି ପୁଣି ଥରେ ଆରମ୍ଭ ହେବାକୁ ଯାଉଛି। କିନ୍ତୁ ଏହା ପୂର୍ବରୁ ରୋହିତ ଶର୍ମା ଜଣେ କି...

ଆଇପିଏଲ ୨୦୨୫ରେ ଲାଗୁ ହେବ ଆଇସିସିର ଏହି ନିୟମ, କାର୍ଯ୍ୟସୂଚୀକୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୧।୨: ୨୩ ମାର୍ଚ୍ଚରୁ ଆଇପିଏଲର ୧୮ତମ ସିଜିନ ଆରମ୍ଭ ହେଉଛି। ତଥାପି, ସମ୍ପୂର୍ଣ୍ଣ ସିଜିନର କାର୍ଯ୍ୟସୂଚୀ ଏ ପର୍ଯ୍ୟନ୍ତ ପ୍ରକାଶିତ ପାଇନାହିିଁ। କ୍ରିକେଟ ପ୍ରେମୀମାନେ ସମ୍ପୂର୍ଣ୍ଣ...

ଭାରତକୁ ୩ ଦିନରେ ପରାସ୍ତ କରିଦେବୁ….ପୂର୍ବତନ ଅଧିନାୟକଙ୍କ ଅଜବ ଦାବି

କଲମ୍ବୋ,୧୧।୨: ଗତ ବର୍ଷ ଟିମ ଇଣ୍ଡିଆ ପାଇଁ କିଛି ବିଶେଷ ନ ଥିଲା। ଯଦିଓ ଭାରତୀୟ କ୍ରିକେଟ ଦଳ ୨୦୨୪ରେ ଟି-୨୦ ବିଶ୍ୱକପ ଟାଇଟଲ ଜିତିଥିଲା,...

କିଏ ସେହି ମହିଳା ଯାହାଙ୍କୁ ଭେଟିବାକୁ ସିକ୍ୟୁରିଟି ଭାଙ୍ଗି ଚାଲିଗଲେ ବିରାଟ,ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୧।୨: ଭୁବନେଶ୍ୱର ବିମାନବନ୍ଦରରେ ଜଣେ ରହସ୍ୟମୟୀ ମହିଳାଙ୍କୁ ଆଲିଙ୍ଗନ କରୁଥିବାର ଏକ ଭିଡିଓ ଭାଇରାଲ ହେବା ପରେ ଭାରତୀୟ ବ୍ୟାଟସମ୍ୟାନ ବିରାଟ କୋହଲି ଇଣ୍ଟରନେଟରେ ନିଆଁ...

ଅହମଦାବାଦ ଦିନିକିଆରେ ବିସିସିଆଇ କରିବ ସ୍ବତନ୍ତ୍ର କାର୍ଯ୍ୟକ୍ରମ

ନୂଆଦିଲ୍ଲୀ, ୧୧ା୨ : ବୁଧବାର ଖେଳାଯିବାକୁଥିବା ଅହମଦାବାଦ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚ ଅବସରରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଓ ଭାରତୀୟ କ୍ରିକେଟ କଣ୍ଟ୍ରୋଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri