Posted inଖେଳ

ଅଚାନକ କ୍ରିକେଟ୍‌କୁ ଅଲବିଦା କହିଲେ ଏହି କ୍ରିକେଟର୍‌

ସିଡନୀ,୭।୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଫେବୃଆରୀ ୯ରେ ନାଗପୁର ଗ୍ରାଉଣ୍ଡରେ ଆରମ୍ଭ ହେବ। କିନ୍ତୁ ଏହାପୂର୍ବରୁ କଙ୍ଗାରୁ ଦଳର ପୂର୍ବତନ ଅଧିନାୟକ ଆରୋନ ଫିଞ୍ଚ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଫିଞ୍ଚ ୨୦୨୨ରେ ଦିନିକିଆ ଫର୍ମାଟକୁ ବିଦାୟ ନେଇଥିଲେ।
ଆରୋନ ଫିଞ୍ଚଙ୍କ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆ ଦଳ ୨୦୨୧ରେ ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପ ଜିତିଥିଲା। ୨୦୧୫ରେ କଙ୍ଗାରୁ ଦଳ ଦିନିକିଆ ବିଶ୍ୱକପ ଜିତିଥିବାବେଳେ ଫିଞ୍ଚ ମଧ୍ୟ ସେହି ସମୟରେ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲେ। ଫିଞ୍ଚ ଜଣେ ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ। ତାଙ୍କର ୧୨ ବର୍ଷର କ୍ୟାରିୟରରେ ମାତ୍ର ୫ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି।
ଫିଞ୍ଚ ତାଙ୍କ ଅବସର ସମ୍ପର୍କରେ କହିଛନ୍ତି, ମୁଁ ଅନୁଭବ କରିଛି ଯେ ୨୦୨୪ରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପରେ ମୁଁ ଖେଳି ପାରିବି ନାହିଁ। ଏଭଳି ପରିସ୍ଥିତିରେ ବର୍ତ୍ତମାନ ଅବସର ନେବା ପାଇଁ ମୋର ଉପଯୁକ୍ତ ସମୟ, ତେଣୁ ଦଳ ଆଗକୁ ବଢିପାରିବ। ରଣନୀତି ଉପରେ କାର୍ଯ୍ୟ କରିବାବେଳେ ଅନ୍ୟ ଖେଳାଳି ପ୍ରସ୍ତୁତ ହୋଇପାରିବେ। ମୁଁ ଅଷ୍ଟ୍ରେଲୀୟ ଖେଳାଳି, ମୋ ଦଳ, ପରିବାର ଏବଂ ସ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି, ଯେଉଁମାନେ ମୋତେ ସବୁବେଳେ ସମର୍ଥନ କରିଛନ୍ତି। ଏଥି ସହିତ ମୁଁ ପ୍ରଶଂସକମାନଙ୍କୁ ମଧ୍ୟ ହୃଦୟର ଅନ୍ତରରୁ ଧନ୍ୟବାଦ ଜଣାଉଛି। ୨୦୨୧ରେ ଟି-୨୦ ବିଶ୍ୱକପ ଏବଂ ୨୦୧୫ରେ ଦିନିକିଆ ବିଶ୍ୱକପ ଜିତିବା ମୋ କ୍ୟାରିୟରର ସର୍ବୋତ୍ତମ ସ୍ମୃତି ହେବ
ତାଙ୍କ ଅଧିନାୟକତ୍ୱରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ଦଳକୁ ଟି-୨୦ ବିଶ୍ୱକପ ବିଜେତା କରିଥିବା ଆରୋନ ଫିଞ୍ଚଙ୍କ ଅନ୍ତର୍ଜାତୀୟ କ୍ୟାରିୟର ବେଶ୍‌ ଭଲ ଥିଲା। ସେ ୧୪୬ଟି ଦିନିକିଆରେ ୧୭ ଶତକ ସହିତ ହାରାହାରି ୩୮.୮୯ରେ ମୋଟ ୫୪୦୬ ରନ ସଂଗ୍ରହ କରିଛନ୍ତି। ଅନ୍ୟପକ୍ଷରେ, ଫିଞ୍ଚ ୧୦୩ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ହାରାହାରି ୩୪.୨୯ ୩୧୨୦ ରନ ସଂଗ୍ରହ କରିଛନ୍ତି। ଏଥିରେ ୨ଟି ଶତକ ସାମିଲ ଅଛି। ଏହା ବ୍ୟତୀତ ଫିଞ୍ଚ କଙ୍ଗାରୁ ଦଳ ପାଇଁ ୫ଟି ଟେଷ୍ଟ ମ୍ୟାଚ ଖେଳି ହାରାହାରି ୨୭.୦୮ରେ ମାତ୍ର ୨୭୮ ରନ ସଂଗ୍ରହ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲକ୍ଷ୍ନୌକୁ ୧୭୯ ରନ୍‌ର ଟାର୍ଗେଟ୍‌

ମୁମ୍ବାଇ,୧୫।୫: ଆଇପିଏଲ ୨୦୨୨ର ୬୩ତମ ମ୍ୟାଚ୍‌ ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଲାଯାଉଛି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ...

ପାକିସ୍ତାନକୁ ସାନ୍ତ୍ୱନାମୂଳକ ବିଜୟ

ନାପିଅର,୨୨।୧୨: ପ୍ରଥମ ଦୁଇଟି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଥିବା ପାକିସ୍ତାନ ୩ୟ ତଥା ଅନ୍ତିମ ଟି୨୦ ମୁକାବିଲାରେ ହାସଲ କରିଛି ସାନ୍ତ୍ୱନାମୂଳକ ବିଜୟ। ଅନ୍ୟପକ୍ଷରେ ପରାଜୟ...

ଏସ୍‌ଆର ଅନ୍‌ଲାଇନ୍‌ ଓପନ ଚେସ୍‌: ଟାଇଟଲରେ ନିଖିଲଙ୍କ ହ୍ୟାଟ୍ରିକ

ଭୁବନେଶ୍ୱର, ୨୯।୧୨(କ୍ରୀଡ଼ା ପ୍ରତିନିଧି)- ଏସ୍‌ଆର ଚେସ୍‌ ସେଣ୍ଟର ଆନୁକୂଲ୍ୟରେ ଆୟୋଜିତ ୨୪ତମ ଅନ୍‌ଲାଇନ୍‌ ଚେସ୍‌ ପ୍ରତିଯୋଗିତାରେ ଷ୍ଟିଓ୍ବାର୍ଟ ସ୍କୁଲର ନିଖିଲ ସାହୁ ଚାମ୍ପିୟନ ହୋଇଛନ୍ତି। ୬...

୧୯ ବର୍ଷରୁ କମ୍‌ ଏସିଆ କପ: ଆଜାଦ୍‌, ତିଲକଙ୍କ ଶତକ: ପାକିସ୍ତାନକୁ ହରାଇଲା ଭାରତ

କଲମ୍ବୋ, ୮।୯- ୧୯ ବର୍ଷରୁ କମ୍‌ ଏସିଆ କପ୍‌ କ୍ରିକେଟ୍‌ ଟୁର୍ନାମେଣ୍ଟରେ ଶନିବାର ଅନୁଷ୍ଠିତ ଏକ ହାଇଭୋଲଟେଜ୍‌ ମ୍ୟାଚ୍‌ରେ ଭାରତ ୬୦ ରନରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ...

ଦିଲ୍ଲୀ ହାଇକୋର୍ଟଙ୍କ ସମ୍ମତି ଲୋଡିଲା କ୍ରୀଡ଼ା ମନ୍ତ୍ରଣାଳୟ

ନୂଆଦିଲ୍ଲୀ, ୩୦ା୬ (ପି.ଟି.)-ଦେଶର ୫୭ ଜାତୀୟ କ୍ରୀଡ଼ା ମହାସଂଘ (ଏନ୍‌ଏସ୍‌ଏଫ୍‌)କୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଅସ୍ଥାୟୀ ମାନ୍ୟତା ଦେବା ଲାଗି କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଦିଲ୍ଲୀ...

ଭୁଶୁଡ଼ିଲା ଭାରତୀୟ ବ୍ୟାଟିଂ ଲାଇନ

ଓ୍ବେଲିଂଟନ,୩୧।୧- ଏଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ଚତୁର୍ଥ ଟି୨୦ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରୁଥିବା ଭାରତୀୟ ଦଳର ବ୍ୟାଟିଂ ଲାଇନ ଭୁଶୁଡ଼ି ପଡ଼ିଛି। ଦଳ ୧୩...

ଦକ୍ଷିଣ ଭାରତୀୟ ରୀତିନୀତିରେ ବିବାହ

ବମ୍ବେ: ବିଗତ କିଛି ମାସ ଧରି ବଲିଉଡ୍‌ରେ ବିବାହ ଋତୁ ଚାଲିଛି। ଏହି ସମୟ ମଧ୍ୟରେ ଅଭିନେତା ବିକ୍କି କୌଶଲଙ୍କଠାରୁ ଆରମ୍ଭ କରି ଫର୍‌ହାନ ଅଖ୍‌ତର,...

ପଡ଼ିଆରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ଦୁଇ କ୍ରିକେଟର

ଆଣ୍ଟିଗୁଆ,୩।୭: ଏଠାରେ ଶୁକ୍ରାବର ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ ମହିଳା ଟି୨୦ ମ୍ୟାଚ୍‌ରେ ହଠାତ୍‌ ଚେତାଶୂନ୍ୟ ହୋଇପଡ଼ି ଯାଇଥିଲେ ଓ୍ବେଷ୍ଟଇଣ୍ଡିଜର ଚିନେଲେ ହେନରୀ ଓ...

Advertisement
Archives

Model This Week