ଆବର୍ଜନା ପାଣିରେ କଲବଲ ବଙ୍ଗାଳିସାହି

ଯାଜପୁର ଅଫିସ,୭ା୨:ଦୀର୍ଘ ବର୍ଷ ହେଲା ବ୍ୟାସନଗର ସହରର ବିଭିନ୍ନ ସମସ୍ୟା ଅସମାହିତ ହୋଇରହିଛି। ବାର୍ଷିକ ବିପୁଳ ଟଙ୍କା ବ୍ୟୟବରାଦ ହେଉଥିଲେ ସୁଦ୍ଧା ସହରର ଡ୍ରେନେଜ ବ୍ୟବସ୍ଥା ସୁଧୁରି ପାରିନାହିଁ। ବ୍ୟାସନଗର ପୌରାଞ୍ଚଳର ୩ ନମ୍ବର ୱାର୍ଡ ବଙ୍ଗାଲିସାହି(ରୁଦ୍ରନଗର)ର ମୁଖ୍ୟରାସ୍ତାରେ ଥିବା ସରକାରୀ ଡ୍ରେନକୁ ଏହାର ଉଦାହରଣ ଭାବେ ନିଆଯାଇପାରେ। ଏହି ଡ୍ରେନକୁ ଲାଗି ଥିବା ଏକ ଘରେ ୩୦ରୁ ଊର୍ଦ୍ଧ୍ୱ ପିଲା ତାଲିମ ପାଇଁ ଭଡା ସୂତ୍ରରେ ରହୁଛନ୍ତି। ସେମାନଙ୍କ ଲାଟ୍ରିନ, ଗାଧୁଆ ପାଣି ଅଧାପନ୍ତରିଆ ଡ୍ରେନରେ ଛାଡୁଛନ୍ତି। ସେହି ପାଣି ମୁଖ୍ୟ ରାସ୍ତାରେ ପ୍ରବାହିତ ହୋଇ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ଏ ସମ୍ପର୍କରେ ବ୍ୟାସନଗର ନିର୍ବାହୀ ଅଧିକାରୀ ଏବଂ ପୌରାଧ୍ୟକ୍ଷାଙ୍କୁ ବାରମ୍ବାର ଲିଖିତ ଅଭିଯୋଗ କରାଯାଇଥିଲେ ସୁଦ୍ଧା କେହି ଶୁଣୁନାହାନ୍ତି। ଡ୍ରେନ୍‌ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ବଦଳରେ ନୀରବଦ୍ରଷ୍ଟା ସାଜିଛନ୍ତି। ସ୍ବାୟତ୍ତ ଶାସନ ସଂସ୍ଥାର ମୌଳିକ ଦାୟିତ୍ୱ ସହରରେ ସ୍ବଚ୍ଛ ଓ ସୁସ୍ଥ ପରିମଳ ବ୍ୟବସ୍ଥା କରିବା, କିନ୍ତୁ ତାହା ଏଠାରେ ପରାହତ ହେଉଛି।
ଡ୍ରେନେଜ୍‌ ଓ ପରିମଳ କ୍ଷେତ୍ରରେ ଅବହେଳା ଯୋଗୁ ବ୍ୟାସନଗର ସହରବାସୀ ଦୀର୍ଘଦିନ ହେଲା ରୁନ୍ଧି ହେଉଛନ୍ତି। ମ୍ୟୁନିସିପାଲିଟିର ଏହି ଆଭିମୁଖ୍ୟ ପାଇଁ ସହରର ବାୟୁ ଏବଂ ବିଭିନ୍ନ ନଦୀନାଳ ଜଳ ବିଷାକ୍ତ ହେଉଛି। ଡ୍ରେନେଜ ବ୍ୟବସ୍ଥାରେ ବହିର୍ଗମନ ପଥ ନ ଥିବାରୁ ପ୍ରାୟ ୭୦ ପ୍ରତିଶତ ବିଷାକ୍ତ ଜଳ ସହରର ବିଭିନ୍ନ ସ୍ଥାନ, ପୋଖରୀ ଆଦି ସ୍ଥାନରେ ଜମା ରହୁଛି। ଏପରି କି ପୌରାଣିକ ବ୍ୟାସସରୋବର ସମେତ ସଂଲଗ୍ନ ଜଙ୍ଗଲ ପ୍ରତି ବିପଦ ମାଡ଼ି ଆସିିଛି। ଖାଲି ସେତିକି ନୁହେଁ, ଗଣ୍ଡାନାଳ ପାଣି ବ୍ରାହ୍ମଣୀର ଉପନଦୀ ଖରସ୍ରୋତାରେ ମିଶୁଥିବାରୁ ପାନୀୟ ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହାର କରୁଥିବା ନଦୀକୁଳିଆ ଗ୍ରାମାଞ୍ଚଳ ଅଧିବାସୀଙ୍କ ପାଇଁ ଯାଜପୁର ମ୍ୟୁନିସିପାଲିଟି ଅପରାଧୀ ସାଜିଛି। ସମ୍ପ୍ରତି ସହରର ୩ ନମ୍ବର ୱାର୍ଡର ବଙ୍ଗାଲିସାହି ବାସିନ୍ଦାଙ୍କ ପାଇଁ ଏବେ ସୁସ୍ଥ ପରିବେଶ ମିଳିବା ସ୍ବପ୍ନ ହୋଇଛି। ନାରାୟଣ ମଣ୍ଡଳ, ମାନସ କୁମାର ଜେନା, ତପନ ସରକାର ପ୍ରମୁଖ ସାହିବାସିନ୍ଦା କୁହନ୍ତି, ୫ ମାସ ହେଲା ଅଧାପନ୍ତରିଆ ଡ୍ରେନ କାର୍ଯ୍ୟ ସାରିବାକୁ ଏବଂ ରାସ୍ତାରେ ଆବର୍ଜନା ପାଣି ନ ଛାଡ଼ିବାକୁ ପୌର କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଉଛି। କିନ୍ତୁ କୌଣସି ପଦକ୍ଷେପ ନିଆଯାଉନାହିଁ। ତେଣୁ ବାଧ୍ୟ ହୋଇ ଉକ୍ତ ଡ୍ରେନକୁ ପୋତି ଦିଆଯିବ ଏବଂ ଏଥିପାଇଁ ପୌର କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧରେ ମାମଲା ଦାଏର

ପୁରୀ ଅଫିସ,୨୧।୪: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ବେଆଇନ ଖନନ ଓ ନିର୍ମାଣ ବିରୋଧରେ ବୁଧବାର ପୁରୀ ଓକିଲ ସଂଘ ତରଫରୁ ସିଭିଲ ଜଜ୍‌ ସିନିୟର...

ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ମିଳିଲା ଜାମିନ

ଝାରସୁଗୁଡ଼ା ଅଫିସ,୩ା୧୧: ବହୁଚର୍ଚ୍ଚିତ କଳ୍ପନା ଦାସ ଓ ତାଙ୍କ ଝିଅ ବବ୍‌ଲି ଦାସ ହତ୍ୟା ମାମଲାରେ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଛତିଶଗଡ଼ ହାଇକୋର୍ଟ...

ମହିଳା ସଂଘ ପକ୍ଷରୁ ସରପଞ୍ଚଙ୍କୁ ‘ସଂଗ୍ରାମୀ ସମ୍ମାନ’

ଖଇରା, ୮।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଖଇରା ପଞ୍ଚାୟତର ସରପଞ୍ଚଙ୍କ ଉତ୍ସର୍ଗୀକୃତ ସେବା ପାଇଁ ଖଇରା ପଞ୍ଚାୟତସ୍ତରୀୟ ମହାସଂଘ ସଞ୍ଚୟିକା ତରଫରୁ ସୋମବାର ଅପରାହ୍ନରେ...

କୋଲକାତା ପରେ ଭଦ୍ରକରେ ଚିନ୍ତା ବଢ଼ାଇଛନ୍ତି ସୁରଟ ଫେରନ୍ତା: ୧୯ ପଞ୍ଚାୟତ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା,୩୨ ପଞ୍ଚାୟତ ସର୍ଭିଲାନ୍ସ ଜୋନ୍‌

ଭଦ୍ରକ ଅଫିସ,୮ା୫: ଭଦ୍ରକ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଥିବା ବେଳେ ଏହା ରେଡ୍‌ ଜୋନ୍‌ ତାଲିକାରେ ରହିଛି। ଏଥିମଧ୍ୟରୁ ପର୍ଯ୍ୟାୟକ୍ରମେ ଜିଲାର ମୋଟ...

ବ୍ରାହ୍ମଣୀପାଳରେ କୁକୁର ଆତଙ୍କ; ଗର୍ଭବତୀଙ୍କ ପେଟକୁ କାମୁଡ଼ିଲା

କେନ୍ଦୁଝର,୧୧।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀପାଳ ଗ୍ରାମାଞ୍ଚଳରେ ପାଗଳ କୁକୁର ଆତଙ୍କ ଦେଖାଦେଇଛି। ଫଳରେ ଲୋକେ ଭୟଭୀତ ହୋଇପଡିଛନ୍ତି। ଗତ ଦୁଇଦିନ ମଧ୍ୟରେ...

ଜନଜାତି ସମ୍ପ୍ରଦାୟକୁ ରାଜ୍ୟ ଜନଜାତି ତାଲିକାରେ ଅନ୍ତର୍ଭୁକ୍ତ ଦାବି

ସୁନ୍ଦରଗଡ଼,୨୮ା୧୨(ଡି.ଏନ୍‌.ଏ.): ଓଡ଼ିଶା ୧୬୦ରୁ ଊଦ୍ଧର୍‌ବ ଜନଜାତି ସମ୍ପ୍ରଦାୟଙ୍କୁ ରାଜ୍ୟ ଜନଜାତି ତାଲିକାରେ ଅନ୍ତର୍ଭୁକ୍ତ କରିବାରେ କେନ୍ଦ୍ର ସରକାରଙ୍କ ଅବହେଳା ପ୍ରତିବାଦରେ ବୁଧବାର ସୁନ୍ଦରଗଡ଼ ବିଜୁ ଜନତା...

ବନ୍ଦ ପାଠାଗାରର ପୁନରୁଦ୍ଧାର ନେଇ ଭଙ୍ଗାଗଲା ତାଲା

ଗୁଡ଼ାରୀ, ୨୧।୧(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଗୁଡ଼ାରି ସହରର ନୂତନ ବସ୍‌ଷ୍ଟାଣ୍ଡ ନିକଟରେ ଥିବା ବିଜୁ ପାଠାଗାରର ପୁନରୁଦ୍ଧାର ନିମନ୍ତେ ଶୁକ୍ରବାର ସେଥିରେ ପଡ଼ିଥିବା ତାଲାକୁ ଭଙ୍ଗାଯାଇଛି।...

ହାତୀ ଆକ୍ରମଣରେ ବୃଦ୍ଧଙ୍କ ଜୀବନଗଲା

କେନ୍ଦୁଝର,୧୪ା୪(ସ୍ବ.ପ୍ର.)- କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ କାଇଯୋଡ଼ା ଗ୍ରାମରେ ସୋମବାର ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଜୁଗୁନୁ ମୁଣ୍ଡା।...

Advertisement
Archives

Model This Week