Posted inଖେଳ

ରେକର୍ଡ ବୁକକୁ ଦୋହଲାଇ ଦେଲେ ଏହି କ୍ରିକେଟର, ସପ୍ତାହେ ଭିତରେ ଲଗାଇଲେ…

ନୂଆଦିଲ୍ଲୀ,୩।୧୨: ଗୁଜୁରାଟ ବ୍ୟାଟ୍ସମ୍ୟାନ ଉର୍ଭିଲ ପଟେଲଙ୍କ ଉତ୍କୃଷ୍ଟ ଫର୍ମ ଜାରି ରହିଛି। ଏକ ସପ୍ତାହ ମଧ୍ୟରେ ସୟଦ ମୁସ୍ତାକ ଅଲି ଟି -୨୦ ଟ୍ରଫିରେ ଉର୍ଭିଲ ପଟେଲ ତାଙ୍କର ଦ୍ୱିତୀୟ ବିସ୍ଫୋରକ ଶତକ ହାସଲ କରିଥିଲେ। ମଙ୍ଗଳବାର ଉତ୍ତରାଖଣ୍ଡ ବିପକ୍ଷରେ ପଟେଲ ମାତ୍ର ୩୬ବଲରେ ଶତକ ହାସଲ କରିଛନ୍ତି।
ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ପଟେଲ ୮ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୪୧ ବଲରେ ଅପରାଜିତ ୧୧୫ ରନ ସ୍କୋର କରିଥିଲେ। ତାଙ୍କର ଷ୍ଟ୍ରାଇକ ହାର ଥିଲା ୨୮୦.୪୮। ଉର୍ଭିଲ ପଟେଲ ପୂର୍ବରୁ ତ୍ରିପୁରା ବିପକ୍ଷରେ ମାତ୍ର ୨୮ ବଲରେ ଟି -୨୦ ଶତକ ହାସଲ କରିଥିଲେ। ଆଇପିଏଲ ୨୦୨୫ ମେଗା ନିଲାମରେ ସେ କୌଣସି କ୍ରେତା ପାଇ ନ ଥିବାରୁ ଉର୍ଭିଲଙ୍କ ବିଷୟରେ ଅଧିକ ଆଲୋଚନା ହେଉଛି।
ଟାର୍ଗେଟକୁ ଗୋଡ଼ାଇବାବେଳେ ଏକ ଶତକ ସ୍କୋର କରିଥିଲେ।
ସୂଚନାଯୋଗ୍ୟ, ଗୁଜୁରାଟ ମ୍ୟାଚରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ରବୀକୁମାର ସମରଥ (୫୪), ଆଦିତ୍ୟ ତର (୫୪) ଏବଂ କୁନାଲ ଚାନ୍ଦେଲା (୪୩) ଙ୍କ ଇନିଂସ ଆଧାରରେ ଉତ୍ତରାଖଣ୍ଡ ୨୦ ଓଭରରେ ୭ ୱିକେଟ ହରାଇ ୧୮୨ ରନ ସ୍କୋର କରିଥିଲେ। ଏହାର ଜବାବରେ ଗୁଜୁରାଟ ପଟେଲଙ୍କ ବିସ୍ଫୋରକ ଶତକ ସହାୟତାରେ ୪୧ ଟି ବଲ ବାକି ରହି ଆଠଟି ୱିକେଟ ନେଇ ମ୍ୟାଚ ଜିତିଥିଲା। ୧୩.୧ ଓଭରରେ ଦୁଇଟି ୱିକେଟ ହରାଇ ଗୁଜୁରାଟ ଲକ୍ଷ୍ୟ ହାସଲ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିବାହ ବନ୍ଧନରେ ବାନ୍ଧିହେଲେ ଗୋଲ୍‌ଡେନ ବୟ ନୀରଜ

ନୂଆଦିଲ୍ଲୀ,୧୯।୧: ଖେଳପ୍ରେମୀଙ୍କ ପାଇଁ ଆସିଲା ଏକ ବଡ଼ ଖୁସି ଖବର। ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଗୋଲ୍‌ଡେନ ବୟ ତଥା ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା।...

ହରିୟାଣାରେ ଭୟଙ୍କର ଦୁର୍ଘଟଣା: ମନୁ ଭାକରଙ୍କ ଆଈ-ମାମୁଁଙ୍କ ମୃତ୍ୟୁ, ପରିବାରରେ ଶୋକର ଲହର

ଚଣ୍ଡିଗଡ଼,୧୯।୧: ଅନ୍ତର୍ଜାତୀୟ ଶୁଟିଂ ଖେଳାଳି ମନୁ ଭାକରଙ୍କ ପରିବାରକୁ ଏକ ବଡ଼ ଝଟ୍‌କା ଲାଗିଛି। ହରିୟାଣା ମହେନ୍ଦ୍ରଗଡ଼ ବାଇପାସ୍‌ ରାସ୍ତାରେ ଏକ ଦୁର୍ଘଟଣାରେ ତାଙଙ୍କ ଆଈ...

ବଡ଼ ଘୋଷଣା କଲେ ରୋହିତ ଶର୍ମା: ଜାଣନ୍ତୁ…

ନୂଆଦିଲ୍ଲୀ,୧୮।୧: ଟିମ୍‌ ଇଣ୍ଡିଆର ବରିଷ୍ଠ ଖେଳାଳି ଘରୋଇ କ୍ରିକେଟ ଖେଳିବା ନେଇ ଲଗାତାର ଭାବେ ଚର୍ଚ୍ଚାରେ ଅଛନ୍ତି। ଏଭଳି ସମୟରେ ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ...

‘ଆମେ ପରସ୍ପର ଉପରେ ଭରସା କରୁ’, ରୋହିତ ଶର୍ମା କହିଲେ ହେଡ କୋଚଙ୍କ ସହ ନାହିଁ କୌଣସି ମତଭେଦ

ନୂଆଦିଲ୍ଲୀ,୧୮।୧: ଭାରତୀୟ ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯେ ତାଙ୍କର ଏବଂ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଛି। ୱେଷ୍ଟଇଣ୍ଡିଜ ଏବଂ...

ଏମ୍‌ପିଙ୍କୁ ଜୀବନସାଥୀ କରିବେ ରିଙ୍କୁ ସିଂ, ଭାବି ଶ୍ୱଶୁର କହିଦେଲେ ସତ…

ନୂଆଦିଲ୍ଲୀ,୧୮।୧: ଭାରତର ତାରକା କ୍ରିକେଟର ରିଙ୍କୁ ସିଂଙ୍କ ନିର୍ବନ୍ଧ ହୋଇସାରିଥିବା ନେଇ ଖବର ସାମ୍ନାକୁ ଆସିଥିଲା। ସମାଜବାଦୀ ପାର୍ଟି ଏମ୍‌ପି ପ୍ରିୟା ସରୋଜଙ୍କ ସହ ଲକ୍ଷ୍ନୌରେ...

୭ ଇନିଂସରେ ୫ଶତକ, ହେଲେ ବି ଚାମ୍ପିୟନ୍ସ ଟ୍ରଫିରେ ମିଳିଲାନି ସ୍ଥାନ, ପଡିଲା ଚହଳ

ନୂଆଦିଲ୍ଲୀ,୧୮।୧: ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଟିମ ଇଣ୍ଡିଆର ଦଳ ଘୋଷଣା କରାଯାଇଛି। ଫେବୃଆରୀ ୧୯ରୁ ଆରମ୍ଭ ହେବାକୁ ଯାଉଥିବା ଏହି ଟୁର୍ନାମେଣ୍ଟ ପାଇଁ ଭାରତର...

ଚାମ୍ପିଅନ୍ସ ଟ୍ରଫି ପାଇଁ ଘୋଷଣା ହେଲା ଭାରତୀୟ ଦଳ, ଏହି ୧୫ଖେଳାଳିଙ୍କ ଖୋଲିଲା ଭାଗ୍ୟ

ନୂଆଦିଲ୍ଲୀ,୧୮।୧:ଚାମ୍ପିଆନ୍ସ ଟ୍ରଫି ୨୦୨୫ ଫେବ୍ରୁଆରୀ ୧୯ରୁ ପାକିସ୍ତାନ ଓ ଦୁବାଇରେ ଖେଳାଯିବ । ତେବେ ଏହି ମେଗା ଟୁର୍ଣ୍ଣାମେଣ୍ଟ ପାଇଁ ଆଜି ୧୫ ଜଣିଆ ଟିମ...

୨୦୨୫ ଆଇପିଏଲ ପୂର୍ବରୁ ନିଜର ନିଷ୍ପତ୍ତିରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲେ ରିଷଭ ପନ୍ତ

ନୂଆଦିଲ୍ଲୀ,୧୮।୧: ରଣଜୀ ଟ୍ରଫିର ପରବର୍ତ୍ତୀ ପର୍ଯ୍ୟାୟ ମ୍ୟାଚ ଜାନୁଆରୀ ୨୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ନିଷ୍ପତ୍ତି ନିଆଯାଇଛି ଯେ ରିଷଭ ପନ୍ତ ଏବେ ଦିଲ୍ଲୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri