Posted inଖେଳ

ରେକର୍ଡ ବୁକକୁ ଦୋହଲାଇ ଦେଲେ ଏହି କ୍ରିକେଟର, ସପ୍ତାହେ ଭିତରେ ଲଗାଇଲେ…

ନୂଆଦିଲ୍ଲୀ,୩।୧୨: ଗୁଜୁରାଟ ବ୍ୟାଟ୍ସମ୍ୟାନ ଉର୍ଭିଲ ପଟେଲଙ୍କ ଉତ୍କୃଷ୍ଟ ଫର୍ମ ଜାରି ରହିଛି। ଏକ ସପ୍ତାହ ମଧ୍ୟରେ ସୟଦ ମୁସ୍ତାକ ଅଲି ଟି -୨୦ ଟ୍ରଫିରେ ଉର୍ଭିଲ ପଟେଲ ତାଙ୍କର ଦ୍ୱିତୀୟ ବିସ୍ଫୋରକ ଶତକ ହାସଲ କରିଥିଲେ। ମଙ୍ଗଳବାର ଉତ୍ତରାଖଣ୍ଡ ବିପକ୍ଷରେ ପଟେଲ ମାତ୍ର ୩୬ବଲରେ ଶତକ ହାସଲ କରିଛନ୍ତି।
ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ପଟେଲ ୮ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୪୧ ବଲରେ ଅପରାଜିତ ୧୧୫ ରନ ସ୍କୋର କରିଥିଲେ। ତାଙ୍କର ଷ୍ଟ୍ରାଇକ ହାର ଥିଲା ୨୮୦.୪୮। ଉର୍ଭିଲ ପଟେଲ ପୂର୍ବରୁ ତ୍ରିପୁରା ବିପକ୍ଷରେ ମାତ୍ର ୨୮ ବଲରେ ଟି -୨୦ ଶତକ ହାସଲ କରିଥିଲେ। ଆଇପିଏଲ ୨୦୨୫ ମେଗା ନିଲାମରେ ସେ କୌଣସି କ୍ରେତା ପାଇ ନ ଥିବାରୁ ଉର୍ଭିଲଙ୍କ ବିଷୟରେ ଅଧିକ ଆଲୋଚନା ହେଉଛି।
ଟାର୍ଗେଟକୁ ଗୋଡ଼ାଇବାବେଳେ ଏକ ଶତକ ସ୍କୋର କରିଥିଲେ।
ସୂଚନାଯୋଗ୍ୟ, ଗୁଜୁରାଟ ମ୍ୟାଚରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ରବୀକୁମାର ସମରଥ (୫୪), ଆଦିତ୍ୟ ତର (୫୪) ଏବଂ କୁନାଲ ଚାନ୍ଦେଲା (୪୩) ଙ୍କ ଇନିଂସ ଆଧାରରେ ଉତ୍ତରାଖଣ୍ଡ ୨୦ ଓଭରରେ ୭ ୱିକେଟ ହରାଇ ୧୮୨ ରନ ସ୍କୋର କରିଥିଲେ। ଏହାର ଜବାବରେ ଗୁଜୁରାଟ ପଟେଲଙ୍କ ବିସ୍ଫୋରକ ଶତକ ସହାୟତାରେ ୪୧ ଟି ବଲ ବାକି ରହି ଆଠଟି ୱିକେଟ ନେଇ ମ୍ୟାଚ ଜିତିଥିଲା। ୧୩.୧ ଓଭରରେ ଦୁଇଟି ୱିକେଟ ହରାଇ ଗୁଜୁରାଟ ଲକ୍ଷ୍ୟ ହାସଲ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଗୁଣିଆ ସନ୍ଦେହରେ ବାନ୍ଧିକି ରଖିଲେ, ଭିଡିଓ ଭାଇରାଲ

ପାତ୍ରପୁର,୧୨।୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବି ନୂଆଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି l ଗ୍ରାମର କେଉଟ…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?