Posted inଖେଳ

୬ଟି ବଲ୍‌ରୁ ୬ଟି ଛକା ମାରିବାରେ ପ୍ରଥମ ଭାରତୀୟ ହୋଇଥିଲେ ଏହି କ୍ରିକେଟର୍‌

ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଆଜି ୫୯ ବର୍ଷରେ ପଦାର୍ପଣ କରିଛନ୍ତି। ମେ ୨୭, ୧୯୬୨ରେ ସେ ମୁମ୍ବାଇରେ ଜନ୍ମ ହୋଇଥିଲେ। ରବି ଶାସ୍ତ୍ରୀ ଟିମ ଇଣ୍ଡିଆ ପାଇଁ ୮୦ଟି ଟେଷ୍ଟ ମ୍ୟାଚ ଏବଂ ୧୫୦ଟି ଏକଦିବସୀୟ ଖେଳିଥିଲେ। ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ରବି ଶାସ୍ତ୍ରୀ ପ୍ରାୟ ୭୦୦୦ ରନ ସଂଗ୍ରହ କରିଥିଲେ ଏବଂ ସେ ୨୮୦ ଉଇକେଟ ମଧ୍ୟ ନେଇଥିଲେ। ରବି ଶାସ୍ତ୍ରୀଙ୍କ ପ୍ରତିଛବି ହେଉଛି ଲୋକଙ୍କ ସାମ୍ନାରେ ଜଣେ ଶାନ୍ତ ବ୍ୟକ୍ତି ଏବଂ ତାଙ୍କ କ୍ୟାରିୟରରେ ମଧ୍ୟ ସେ ସମାନ ଖେଳ ପ୍ରଦର୍ଶନ କରିଥିଲେ। ଆସନ୍ତୁ ରବି ଶାସ୍ତ୍ରୀଙ୍କ ବିଷୟରେ ଗୁରୁତ୍ୱପୂର୍ଣ୍ଣ କଥା।
ରବି ଶାସ୍ତ୍ରୀ ଖୁବ କମ ବୟସରେ ମୁମ୍ବାଇ କ୍ରିକେଟ ରେ ନିଜର ନାମ କରିଥିଲେ। ମାତ୍ର ୧୭ବର୍ଷ ବୟସରେ ସେ ତାଙ୍କର ରଣଜୀ ଡେବ୍ୟୁ କରିଥିଲେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ରବି ଶାସ୍ତ୍ରୀ କଲେଜରେ ପଢୁଥିବା ସମୟରେ ତାଙ୍କୁ ଟିମ ଇଣ୍ଡିଆରେ ଖେଳିବାର ସୁଯୋଗ ମିଳିଥିଲା। ରବି ଶାସ୍ତ୍ରୀ ଫେବୃଆରୀ ୨୧, ୧୯୮୧ରେ ଡେବ୍ୟୁ କରିଥିଲେ।

ରବି ଶାସ୍ତ୍ରୀଙ୍କ ଡେବ୍ୟୁ ମ୍ୟାଚ ମଧ୍ୟ ତାଙ୍କ ପାଇଁ ସ୍ମରଣୀୟ ଥିଲା। ଡେବ୍ୟୁ ମ୍ୟାଚ୍‌ର ଗୋଟିଏ ଦିନ ପୂର୍ବରୁ ସେ ୱେଲିଙ୍ଗଟନରେ ପହଞ୍ଚି ପରଦିନ ଏକାଦଶ ଖେଳିବାର ସୁଯୋଗ ପାଇଥିଲେ। ଡେବ୍ୟୁ ଟେଷ୍ଟର ଉଭୟ ଇନିଂସରେ ଶାସ୍ତ୍ରୀ ୩-୩ ଉଇକେଟ ନେଇଥିଲେ। ଶାସ୍ତ୍ରୀ ଦ୍ୱିତୀୟ ଇନିଂସରେ ମାତ୍ର ୪ ବଲରେ ୩ ଉଇକେଟ ନେଇଥିଲେ।

ରବି ଶାସ୍ତ୍ରୀ ୧୦ ନମ୍ବର ବ୍ୟାଟ୍ସମ୍ୟାନ ଭାବରେ ଟେଷ୍ଟ ଡେବ୍ୟୁ କରିଥିଲେ କିନ୍ତୁ ୨ ବର୍ଷ ମଧ୍ୟରେ ସେ ଟିମ ଇଣ୍ଡିଆର ଟେଷ୍ଟ ଓପନର୍‌ ହୋଇଥିଲେ। ଶାସ୍ତ୍ରୀ ଓପନର୍‌ ଭାବରେ ଟେଷ୍ଟ କ୍ରିକେଟ ରେ ହାରାହାରି ୪୪ରେ ୧୭ଟି ମ୍ୟାଚରେ ୧୧୦୧ ରନ ସଂଗ୍ରହ କରିଥିଲେ। ଓପନର୍‌ ଭାବରେ ରବି ଶାସ୍ତ୍ରୀ ଏକ ଡବଲ ଶତକ ସହିତ ୪ଟି ଟେଷ୍ଟ ଶତକ ହାସଲ କରିଥିଲେ।

ରବି ଶାସ୍ତ୍ରୀଙ୍କର ବିଶେଷ କଥା ହେଲା ଯେ ସେ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀଙ୍କ ବିପକ୍ଷରେ ଜବରଦସ୍ତ ପ୍ରଦର୍ଶନ କରୁଥିଲେ। ଅଷ୍ଟ୍ରେଲିଆ, ଇଂଲଣ୍ଡ, ପାକିସ୍ଥାନ ଏବଂ ୱେଷ୍ଟଇଣ୍ଡିଜ ବିପକ୍ଷରେ ଶାସ୍ତ୍ରୀଙ୍କ ପ୍ରଦର୍ଶନ ଆଶ୍ଚର୍ଯ୍ୟଜନକ ଥିଲା। ବିଶେଷକରି ଅଷ୍ଟ୍ରେଲିଆ ବିପକ୍ଷରେ ସେ ହାରାହାରି ୭୭.୭୫ରେ ୯ଟି ଟେଷ୍ଟରେ ୬୨୨ ରନ ସ୍କୋର କରିଥିଲେ। ଏଥିରେ ୨ ଶତକ ଏବଂ ଗୋଟିଏ ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ। ରବି ଶାସ୍ତ୍ରୀ ଇଂଲଣ୍ଡ ବିପକ୍ଷରେ ସର୍ବାଧିକ ୪ ଏବଂ ପାକିସ୍ତାନ ବିପକ୍ଷରେ ସର୍ବାଧିକ ୩ଟି ଶତକ ସ୍କୋର କରିଥିଲେ। ସେ ୱେଷ୍ଟଇଣ୍ଡିଜ ବିପକ୍ଷରେ ୨ ଶତକ ହାସଲ କରିଥିଲେ।

ରବି ଶାସ୍ତ୍ରୀ ହେଉଛନ୍ତି ପ୍ରଥମ ଭାରତୀୟ କ୍ରିକେଟର ଯିଏ ୬ଟି ବଲରେ ୬ଟି ଛକା ମାରିଛନ୍ତି। ୧୯୮୫ ମସିହାରେ, ବରୋଦା ବିପକ୍ଷ ରଣଜୀ ଟ୍ରଫି ମ୍ୟାଚରେ ସେ ୬ଟି ବଲରୁ ୬ଟି ଛକା ମାରିଥିଲେ। ସେ ତିଲକ ରାଜଙ୍କ ବଲରେ ଏହି କୀର୍ତ୍ତିମାନ କରିଥିଲେ। ରବି ଶାସ୍ତ୍ରୀ ଏହି ମ୍ୟାଚରେ ମାତ୍ର ୮୦ ବଲରେ ଏକ ଶତକ ହାସଲ କରିଥିଲେ ଏବଂ ଏହା ପରେ ସେ ମାତ୍ର ୪୩ ବଲରେ ପରବର୍ତ୍ତୀ ୧୦୦ ରନ ସ୍କୋର କରିଥିଲେ।

ରବି ଶାସ୍ତ୍ରୀଙ୍କ ପ୍ରକୃତ ନାମ ବହୁତ କମ ଲୋକ ଜାଣନ୍ତି। ରବି ଶାସ୍ତ୍ରୀଙ୍କ ପ୍ରକୃତ ନାମ ରବି ଶଙ୍କର, କିନ୍ତୁ ସେ କେବଳ ରବି ନାମରେ ଜଣାଶୁଣା। ରବି ଶାସ୍ତ୍ରୀଙ୍କୁ ଶୌଜ ମଧ୍ୟ କୁହାଯାଏ।

ରବି ଶାସ୍ତ୍ରୀ କ୍ରିକେଟ ପଡ଼ିଆ ବାହାରେ ମଧ୍ୟ ପ୍ରସିଦ୍ଧ ଥିଲେ। ଶାସ୍ତ୍ରୀଙ୍କ ଅଭିନେତ୍ରୀ ଅମୃତା ସିଂଙ୍କ ସହ ଦୀର୍ଘ ସମୟ ଧରି ପ୍ରେମ ସମ୍ପର୍କ ରହିଥିଲା, କିନ୍ତୁ ପରେ ଉଭୟଙ୍କ ରାସ୍ତା ଅଲଗା ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?