![](https://www.dharitri.com/wp-content/uploads/2022/12/fff.jpg)
ଶନିବାର ରାତି ୧୨ଟାରେ ଭାରତ ନୂଆ ବର୍ଷକୁ ସ୍ବାଗତ କରିବାକୁ ଯାଉଛି। ଏଥିସହିତ ଭାରତୀୟ ସମୟ ରାତି ୧୧ଟାରେ ମ୍ୟାନମାର,, ୧୧.୩୦ ପୂର୍ବାହ୍ନରେ ବାଂଲାଦେଶରେ ପାଳନ ହୋଇଥିବାବେଳେ ନେପାଳରେ ରାତି ୧୧:୪୫ରେ, ଶ୍ରୀଲଙ୍କା ନୂତନ ବର୍ଷକୁ ଠିକ୍ ୧୨ଟାରେ ପାଳନ କରାଯାଇଥାଏ। ଯଦିଓ ନୂଆ ବର୍ଷ ପାକିସ୍ତାନରେ ରାତି ଗୋଟାଏରେ ପାଳନ କରାଯାଏ। ସେହିପରି ଜାନୁୟାରୀ ୧ରେ ଭାରତୀୟ ସମୟ ସକାଳ ୧୧.୩୦ରେ ଆମେରିକାରେ ନୂତନ ବର୍ଷ ପାଳନ କରାଯାଏ।
ଅନ୍ୟପକ୍ଷରେ ଦୁନିଆର ପ୍ରଥମ ନୂଆବର୍ଷ ପାଳନ କରିଛି ନ୍ୟୁଜିଲାଣ୍ଡ। ଏହି ସମୟରେ ବାଣ, ଲାଇଟ୍ ଶୋ’ ଜରିଆରେ ଅକଲାଣ୍ଡର ଲୋକମାନେ ନୂତନ ବର୍ଷ ୨୦୨୩କୁ ମହାଆନନ୍ଦରେ ସ୍ବାଗତ କରିଛନ୍ତି। ନ୍ୟୁଜିଲାଣ୍ଡର ଅକଲାଣ୍ଡ ଏମିତି ଏକ ସହର, ଯେଉଁଠାରେ ନୂତନ ବର୍ଷ ପ୍ରଥମେ ପାଳନ କରାଯାଏ। ଶନିବାର ସନ୍ଧ୍ୟାରେ ଲୋକମାନେ ନୂତନ ବର୍ଷକୁ ଉତ୍ସାହର ସହିତ ଏଠାରେ ସ୍ବାଗତ କରିଛନ୍ତି।