Posted inଫୁରସତ

ଆଇଟି ଚାକିରି ଛାଡି ବିକୁଛନ୍ତି ଗଧ କ୍ଷୀର

ଅନେକେ ଭାବୁଥିବେ ଗଧ ନାମକ ପ୍ରାଣୀଟି କୌଣସି କାମକୁ ନୁହେଁ। ଭାର ଉଠାଇବା ଛଡା ଏହା ଅନ୍ୟ କୌଣସି କାମରେ ଆସୁ ନ ଥିବ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ କର୍ନାଟକ ମାଙ୍ଗାଲୁରୁର ଶ୍ରୀନିବାସ ଗୌଡା ନାମକ ଜଣେ ସଫ୍ଟଓ୍ବେର ଇଞ୍ଜିନିୟର ମୋଟା ଦରମାଯୁକ୍ତ ଚାକିରି ଛାଡି ଆରମ୍ଭ କରିଛନ୍ତି ଡଙ୍କି ମିଲ୍କ ଫାର୍ମ। ଏଥିରେ ସେ ୪୨ ଲକ୍ଷ ଟଙ୍କା ନିବେଶ କରିଛନ୍ତି। ତାଙ୍କ ଫାର୍ମରେ ଏବେ ୨୦ଟି ଗଧ ଅଛି। ଏହାକୁ ଭାରତ ଓ କର୍ନାଟକର ପ୍ରଥମ ଗଧ ପାଳନ ପ୍ରଶିକ୍ଷଣ କେନ୍ଦ୍ର ବୋଲି କୁହାଯାଉଛି। ଶ୍ରୀନିବାସ କହନ୍ତି, ‘ଗଧ କ୍ଷୀରର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି। କାରଣ ଏହା ସ୍ବାଦିଷ୍ଟ, ଔଷଧୀୟ ଗୁଣରେ ଭରପୁର। ହେଲେ ଏହା ବହୁତ ମହଙ୍ଗା। ମୁଁ ଚାହେଁ ସମସ୍ତେ ଗଧ କ୍ଷୀର ସୁଲଭ ମୂଲ୍ୟରେ ପାଆନ୍ତୁ। ତେଣୁ ପ୍ୟାକେଟ୍‌ କରି କ୍ଷୀର ବିକ୍ରି କରିବାର ଯୋଜନା ରଖିଛି। ତା’ଛଡା ବ୍ୟୁଡି ପ୍ରଡକ୍ଟ ପାଇଁ ମଧ୍ୟ ଗଧ କ୍ଷୀର ବିକ୍ରି କରିବାକୁ ଯୋଜନା ରଖିଛି।’ ବ୍ୟବସାୟ ଆରମ୍ଭରୁ ହଁି ଶ୍ରୀନିବାସଙ୍କୁ ୧୭ ଲକ୍ଷ ଟଙ୍କାର ଅର୍ଡର ମିଳି ସାରିଛି। ଜୁନ୍‌ ୮ ତାରିଖରେ ସେ ବ୍ୟବସାୟ ଆରମ୍ଭ କରିଥିଲେ। ତେବେ ସେ ଯେତେବେଳେ ପ୍ରଥମେ ପରିବାର ଓ ସାଙ୍ଗସାଥୀଙ୍କୁ ଗଧ ଫାର୍ମ କରିବା କଥା ଜଣାଇଥିଲେ ସମସ୍ତେ ତାଙ୍କୁ ପରିହାସ କରିଥିଲେ। ଏବେ କିନ୍ତୁ ତାଙ୍କ ସଫଳତା ଦେଖି ସମସ୍ତେ ପ୍ରଶଂସା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗେମ୍ ବି ମାନିଲା ହାର୍! କ୍ୟାଣ୍ଡି କ୍ରଶ୍‌ର ‘The End’ କରି ବିଶ୍ୱ ରେକର୍ଡ କଲେ ବିହାର ଯୁବକ

ସିୱାନ୍: ସାଧାରଣତଃ ଘରେ ପିଲାମାନେ ମୋବାଇଲ୍‌ରେ ଗେମ୍ ଖେଳିଲେ ଅଭିଭାବକମାନେ ଗାଳିଗୁଲଜ କରିବା ସହ “ପାଠ ନପଢ଼ି ଗେମ୍ ଖେଳିଲେ ଭବିଷ୍ୟତ ନଷ୍ଟ ହୋଇଯିବ” ବୋଲି ତାଚ୍ଛଲ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?