Posted inଖେଳ

ଭାରତ ପରାଜୟର ଭିଲେନ୍‌ ସାଜିଛନ୍ତି ଏହି ବୋଲର

ମୋହାଲି,୨୧।୯: ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତକୁ ୪ ଉଇକେଟ ହରାଇ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଏହି ପରାଜୟ ପାଇଁ ବୋଲରଙ୍କ ଖରାପ ପ୍ରଦର୍ଶନକୁ ଅଧିନାୟକ ରୋହିତ ଶର୍ମା ଦାୟୀ କରିଛନ୍ତି। ବିଶେଷ କରି ଅନ୍ତିମ ଓଭରରେ ଭୁବନେଶ୍ୱର କୁମାର ଏବଂ ହର୍ଷଲ ପଟେଲ ଯେପରି ବୋଲିଂ କରିଥିଲେ, ସେଥିପାଇଁ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଶେଷ ୩ଟି ମ୍ୟାଚରୁ ତୃତୀୟ ଥର ଭାରତର ପରାଜୟ ପାଇଁ ଭୁବନେଶ୍ୱରଙ୍କୁ ଦାୟୀ କରାଯାଇଛି। ଏସିଆ କପ ପରଠାରୁ ଡେଥ୍‌ ଓଭରରେ ଭୁବନେଶ୍ୱର ନିରାଶ କରିଛନ୍ତି। ଦଳର ସବୁଠାରୁ ଅଭିଜ୍ଞ ବୋଲରଙ୍କ ଏହି ପ୍ରଦର୍ଶନ ଭାରତର ପରାଜୟର କାରଣ ପାଲଟିଛି।
ପାକିସ୍ତାନ ବିପକ୍ଷ ସୁପର-୪ ମ୍ୟାଚରେ ଭୁବନେଶ୍ୱର ୧୯ ଓଭରରେ ୧୯ ରନ ଦେଇଥିଲେ। ଏହି କାରଣରୁ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ସେହିପରି ଶ୍ରୀଲଙ୍କା ବିପକ୍ଷ ପରବର୍ତ୍ତୀ ମ୍ୟାଚରେ ଭୁବନେଶ୍ୱର ୧୯ ଓଭରରେ ୧୪ ରନ ଦେଇଥିଲେ। ଏହି କାରଣରୁ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଥିଲା।
ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଭୁବନେଶ୍ୱର ଚମତ୍କାର ପ୍ରଦର୍ଶନ କରି ପାଞ୍ଚ ଉଇକେଟ ନେଇଥିଲେ, କିନ୍ତୁ ଏହି ମ୍ୟାଚ୍‌ ସେ ଆରମ୍ଭରୁ ସମସ୍ତ ଓଭର ଫିଙ୍ଗିଥିଲେ। ପୁରୁଣା ବଲ ସହ ସେ ଏହି ମ୍ୟାଚରେ ବୋଲିଂ କରି ନ ଥିଲେ। ଅଷ୍ଟ୍ରେଲିଆ ବିପକ୍ଷରେ ସେ ପୁରୁଣା ବଲ ସହିତ ଦୁଇଟି ଓଭର ବୋଲିଂ କରି ମୋଟ ୩୧ ରନ ଦେଇଥିଲେ। ସେ ୧୭ ଓଭରରେ ୧୫ ରନ ଏବଂ ୧୯ ଓଭରରେ ୧୬ ରନ ଦେଇଥିଲେ। ଏହି କାରଣରୁ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟ୍ରେକିଂବେଳେ ୨୫୦ ଫୁଟ୍‌ ତଳକୁ ଖସି ପୂର୍ବତନ କ୍ରିକେଟର୍‌ଙ୍କ ମୃତ୍ୟୁ

ମୁମ୍ବାଇ, ୨।୯: ମହାରାଷ୍ଟ୍ର ରଣ୍‌ଜୀ ଟ୍ରଫି ଦଳର ପୂର୍ବତନ ଖେଳାଳି ଶେଖର ଗାଓ୍ବଲି ୨୫୦ ଫୁଟ୍‌ ତଳକୁ ଗଭୀର ଖାତକୁ ଖସି ମୃତ୍ୟୁବରଣ କରିଛନ୍ତି। ବୁଧବାର...

ଟେଷ୍ଟ ସିରିଜ୍‌ ପୂର୍ବରୁ ନ୍ୟୁଜିଲାଣ୍ଡରେ ଛୁଟି କାଟୁଛନ୍ତି ବିରାଟବାହିନୀ

ଅକଲାଣ୍ଡ,୧୩।୨: ଭାରତୀୟ ଦଳ ଏବେ ନ୍ୟୁଜିଲାଣ୍ଡ ଗସ୍ତରେ ଅଛି। ଟି୨୦ ସିରିଜକୁ ୫-୦ରେ କ୍ଲିନ୍‌ସୁଇପ୍‌ କରିବା ପରେ ୩-୦ରେ ଦିନିକିଆ ସିରିଜ ପରାଜୟବରଣ କରିଛି ଟିମ୍‌...

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କୁ ଅପହରଣ: ଜୀବନରୁ ମାରିଦେବାକୁ ଧମକ

ସିଡନୀ,୫।୫: ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର ଷ୍ଟୁଆର୍ଟ ମ୍ୟାକଗିଲଙ୍କୁ ଅପହରଣ କରିନେଇଛନ୍ତି ଦୁର୍ବୃତ୍ତ। ଏହି ଘଟଣା ଗତ ମାସରୁ ହୋଇଛି। ଯେଉଁଠାରେ ମ୍ୟାକଗିଲଙ୍କୁ ତାଙ୍କ ସିଡନୀ ଘରୁ...

ଛକା, ଚୌକା ବର୍ଷା ମ୍ୟାଚରେ ରୟାଲ୍ସ ବିଜୟୀ

ଶାରଜା, ୨୩।୯ – ଇଣ୍ଡିଆନ ପ୍ରିମିୟର ଲିଗ୍‌ର ମଙ୍ଗଳବାର ଅନୁଷ୍ଠିତ ଛକା, ଚୌକା ବର୍ଷା ମ୍ୟାଚରେ ରାଜସ୍ଥାନ ରୟାଲ୍ସ ବିଜୟୀ ହୋଇଛି। ହାଇସ୍କୋରିଂ ଗେମ୍‌ରେ ଷ୍ଟିଭ୍‌...

ଶୁଟ୍‌ ଆଉଟ୍‌ରେ ଆର୍ଜେଣ୍ଟିନାକୁ ହରାଇଲା ଭାରତ

ବୁଏନ୍ସଏୟାର୍ସ, ୧୨ା୪(ପି.ଟି.)-ଏଫ୍‌ଆଇଏଚ୍‌ ପ୍ରୋ-ହକି ଲିଗ୍‌ରେ ଅଲିମ୍ପିକ ଚାମ୍ପିୟନ ଆର୍ଜେଣ୍ଟିନାକୁ ୩-୨ ପେନାଲ୍ଟି ଶୁଟ୍‌ଆଉଟରେ ପରାସ୍ତ କରିଛି ଭାରତ। ରୋମାଞ୍ଚଭରା ଏହି ମ୍ୟାଚର ନିର୍ଦ୍ଧାରିତ ସମୟ ଖେଳ...

ଇତିହାସ ଲକ୍ଷ୍ୟରେ ୧୪୦ କେଜି ଓଜନର ବୋଲରଙ୍କୁ ଖେଳାଇଲା ଓ୍ବେଷ୍ଟଇଣ୍ଡିଜ

ମାଞ୍ଚେଷ୍ଟର, ୨୪।୭: ଘରୋଇ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ସ୍ଥାନୀୟ ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଶୁକ୍ରବାରଠାରୁ ନିର୍ଣ୍ଣାୟକ ୩ୟ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହୋଇଛି। ଏହି...

ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ: ଭାରତର ପ୍ରଥମେ ବ୍ୟାଟିଂ; କୋହଲି, ଶ୍ରେୟସଙ୍କ ଅର୍ଦ୍ଧଶତକ

ହାମିଲଟନ,୫।୨: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତିନିମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ବୁଧବାର ହାମିଲଟନର ସେଡନ ପାର୍କରେ ଆରମ୍ଭ ହୋଇଛି। ଘରୋଇ ଦଳ...

ଅବସରପ୍ରାପ୍ତ କ୍ରୀଡ଼ାବିତ୍‌ଙ୍କୁ ଚାକିରି ଦେବେ ସରକାର: ଏକହଜାର ଖେଲୋ ଇଣ୍ଡିଆ ସେଣ୍ଟର ଆରମ୍ଭ ହେବ

ନୂଆଦିଲ୍ଲୀ,୯।୧୨(ପି.ଟି.): ଅବସର ନେଇଥିବା କ୍ରୀଡ଼ାବିତ୍‌ଙ୍କୁ ଚାକିରି ଦେବା ପାଇଁ କେନ୍ଦ୍ର ସରକାର ବେଶ୍‌ ଉତ୍ସାହିତ ଅଛନ୍ତି। ଏଥିପାଇଁ ସରକାର ଦେଶରେ ୧୦୦୦ ଖେଲୋ ଇଣ୍ଡିଆ ସେଣ୍ଟର...

Advertisement
Archives

Model This Week