ବଲିଉଡ୍‌ର ଏହି ଅଭିନେତ୍ରୀଙ୍କ ଉପରେ ଶୁଟିଂ ହୋଇଥିଲା ସର୍ବାଧିକ ବଳାତ୍କାର ଦୃଶ୍ୟ; ମାତ୍ର ୨୭ ବର୍ଷରେ ବୁଜିଥିଲେ ଆଖି

ବମ୍ବେ: ସତୁରୀ ତଥା ଅଶୀ ଦଶକରେ ନିର୍ମାଣ ହେଉଥିବା ବଲିଉଡ୍‌ ଫିଲ୍ମ ବିଶେଷଭାବେ ନାରୀ ଉପରେ ପର୍ଯ୍ୟବଶିତ ଥିଲା। ମହିଳାମାନଙ୍କ ଶୋଷଣ, ସମାଜର ବିଧି ବ୍ୟବସ୍ଥା ଉପରେ ଫିଲ୍ମର କାହାଣୀ ଗତିଶୀଳ ହେଉଥିଲା। ବାସ୍ତବ ଜୀବନରେ ମହିଳାମାନେ ସହୁଥିବା ଅନ୍ୟାୟକୁ ବଡ଼ ପରଦାରେ ଦେଖିବାକୁ ମିଳୁଥିଲା। ଏହି ସମୟର ଜଣେ ଅଭିନେତ୍ରୀ ଏଭଳି ଥିଲେ ଯାହାଙ୍କ ଉପରେ ସବୁଠାରୁ ଅଧିକ ବଳାତ୍କାର ଦୃଶ୍ୟ ଶୁଟିଂ କରାଯାଇଥିଲା। ସେ ହେଲେ ନଜିମା। ବିଶେଷକରି ଭଉଣୀ ନଚେତ ନାୟିକାଙ୍କ ବନ୍ଧୁ ଭୂମିକାରେ ସେ ନଜର ଆସୁଥିଲେ। ସେତେବେଳ ସମୟରେ ଫିଲ୍ମରେ ତାଙ୍କର ଅଭିନୟ ସମସ୍ତଙ୍କ ହୃଦୟ ଜିଣୁଥିଲା।

ଫିଲ୍ମ ନିଶାନ୍‌ରୁ ଅଭିନେତ୍ରୀ ଭାବେ ଡେବ୍ୟୁ କରିଥିଲେ ନଜିମା। ପରେ ସେ ଆର୍‌ଜୁ, ଦିଲ୍ଲଗୀ, ତମନ୍ନା, ଅନ୍‌ଜାନା ଭଳି ଫିଲ୍ମରେ ନଜର ଆସିଛନ୍ତି। ସବୁଥିରେ ସହ ଅଭିନେତ୍ରୀ ଭାବେ ତାଙ୍କ ଭୂମିକା ପ୍ରଶଂସନୀୟ ଥିଲା। ଯୌନ ଉତ୍ପୀଡନ ତଥା ବଳାତ୍କାରର ଶିକାର ହେଉଥିବା ମହିଳାଙ୍କ ଭୂମିକାରେ ସେ କାମ କରିଥିଲେ। ଚରିତ୍ରକୁ ନେଇ ତାଙ୍କୁ ‘ବଲିଉଡ୍‌ର ଭଉଣୀ’ ଆଖ୍ୟା ମିଳିଥିଲା। ରୂପ ସୁନ୍ଦର ଏବଂ ସ୍ବଭାବ ଭଲ ଥିବା ଯୋଗୁ ସେ ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ମଧ୍ୟ ଥିଲେ। ନିଜ କ୍ୟାରିୟରରେ ପାଖାପାଖି ତିରିଶଟି ଫିଲ୍ମରେ ସେ କାମ କରିଥିଲେ ହେଁ ମୁଖ୍ୟ ନାୟିକା ଚରିତ୍ର ତାଙ୍କୁ ମିଳି ନ ଥିଲା। ଅଭିନେତ୍ରୀ ଭାବେ ତାଙ୍କର ଏହି ଆଶା ଆଶାରେ ରହଯାଇଥିଲା। ଶେଷଥର ପାଇଁ ଫିଲ୍ମ ’ଲଭ୍‌ ଆଣ୍ଡ ଗଡ’ରେ ସେ ନଜର ଆସିଥିଲେ। ଏହା ତାଙ୍କ ମୃତ୍ୟୁ ପରେ ରିଲିଜ ହୋଇଥିଲା। ୧୯୭୫ରେ କ୍ୟାନ୍‌ସରରେ ପୀଡ଼ିତ ହେବା ଯୋଗୁ ମାତ୍ର ୨୭ ବର୍ଷ ବୟସରେ ତାଙ୍କର ନିଧନ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ଏଭଳି କହିଦେଲେ ଛାତ୍ରୀଛାତ୍ର, ଭାବବିହ୍ୱଳ ହୋଇଗଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଜବେକିସ୍ତାନ ଗସ୍ତ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉଜବେକିସ୍ତାନର ଛାତ୍ରୀଛାତ୍ରମାନେ ମୋଦିଙ୍କ ଦ୍ୱାରା ଲିଖିତ…

ନିଶାମୁକ୍ତ ସମାଜ, ସାଇବର ଠକେଇ ରୋକିବାକୁ ପୋଲିସର …

କେସିଙ୍ଗା, ୩୧ା୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ଥାନା ପକ୍ଷରୁ ଉତ୍‌କେଲା ଫାଣ୍ଡି ଅଧୀନସ୍ଥ କିକିଆ ଗ୍ରାମରେ ନିଶାମୁକ୍ତ ଅଭିଯାନ ଓ ସାଇବର କ୍ରାଇମ୍‌…

ଏହି ୪ ରାଶିଙ୍କ ଉପରେ ଥାଏ ଭାଗ୍ୟର ଆଶୀର୍ବାଦ: କମ ପରିଶ୍ରମରେ ମିଳିଥାଏ ବଡ଼ ସଫଳତା

ଭୁବନେଶ୍ୱର: ଆପଣ ମଧ୍ୟ ଏପରି ଲୋକଙ୍କୁ ଦେଖିଥିବେ, ଯେଉଁମାନଙ୍କୁ ଜୀବନରେ ଅନେକ କିଛି ସହଜରେ ମିଳିଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ରାଶି ଜାତକଙ୍କ ଉପରେ ଗ୍ରହ…

ମୋଦି ସରକାରର ଦୁଇ ମନ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ଝଗଡା: ପରସ୍ପର ଇସ୍ତଫା କଲେ ଦାବି: ପଛରେ ରହିଛି ଏମିତି କାରଣ

ନୂଆଦିଲ୍ଲୀ,୩୧।୮: ମୋଦି କ୍ୟାବିନେଟର ଦୁଇ ମନ୍ତ୍ରୀ ଜିତନ ରାମ ମାଞ୍ଝି ଏବଂ ଚିରାଗ ପାସୱାନଙ୍କ ମଧ୍ୟରେ ଝଗଡା ଚରମସୀମାରେ ପହଞ୍ଚିଛି । ସେମାନଙ୍କ ମଧ୍ୟରେ ତିକ୍ତତା ଏପରି…

କଳା ଓ ସଙ୍ଗୀତରେ ଚମକିଲେ ଭାଇ-ଭଉଣୀ: ପ୍ରାଚୀଙ୍କ ସଙ୍ଗୀତରେ ଝୁମିଲେ ଦର୍ଶକ

ଗଞ୍ଜାମ, ୩୧/୮ (ବିଦ୍ୟାଧର ସାହୁ): ବିବିଧ ଫାଉଣ୍ଡେଶନ୍‌ କଳା ଓ ସଂସ୍କୃତି ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ପାରଦର୍ଶିତା ଦେଖାଇଛନ୍ତି ଗଞ୍ଜାମ ସହରର ଭାଇ-ଭଉଣୀ। ପ୍ରାଚୀଙ୍କ ସଙ୍ଗୀତର ମୂର୍ଚ୍ଛନାରେ…

ଦିନେ ମୋଦି କରିଥିଲେ ପ୍ରଶଂସା, ଏବେ ଜୀବିକା ହରାଇବେ ଏହି ମହିଳା: କାହାଣୀ ଶୁଣିଲେ…

ନୂଆଦିଲ୍ଲୀ,୩୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ କି ବାତ’ର ୧୩୭ତମ ଏପିସୋଡରେ ବେଙ୍ଗାଲୁରୁର ଜଣେ ରାସ୍ତା ବିକ୍ରେତା ଟି.ଏସ. ନିଙ୍ଗାମ୍ମାଙ୍କ କାହାଣୀ ଶେୟାର କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ…

ଭୁବନେଶ୍ୱର, ଝାରସୁଗୁଡ଼ା ପରେ ଢେଙ୍କାନାଳରେ ଖୋଲିଲା ଚାଉଳ ଏଟିଏମ୍‌

ଢେଙ୍କାନାଳ,୩୧।୮(ରତନ ନାୟାର): ଭୁବନେଶ୍ୱର, ଝାରସୁଗୁଡା ପରେ ଢେଙ୍କାନାଳରେ ଖୋଲିଲା ଚାଉଳ ଏଟିଏମ୍‌। ସୋମବାର ସ୍ଥାନୀୟ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ନିକଟରେ ଖାଦ୍ୟ, ଯୋଗାଣ ଓ ଖାଉଟି…

ଜିଲାସ୍ତରୀୟ ଜନଶୁଣାଣି: ୨୨୧ ଅଭିଯୋଗ ଶୁଣିଲେ ଜିଲାପାଳ-ଏସପି

ଦାରିଙ୍ଗବାଡି, ୩୧।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଥିବା ସଭାଗୃହରେ ସୋମବାର ଜିଲାସ୍ତରୀୟ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri