କରୋନା ବିଫଳତା ନେଇ ୧୩ ଦଳର ପ୍ରତିବାଦ

ଭୁବନେଶ୍ୱର,୨୭ା୬(ବ୍ୟୁରୋ): କରୋନା ସମୟରେ ରାଜ୍ୟ ସରକାରଙ୍କ ପରିଚାଳନାଗତ ବିଫଳତାକୁ ନେଇ ଶୁକ୍ରବାର କଂଗ୍ରେସ ସମେତ ରାଜ୍ୟର ୧୩ ରାଜନୈତିକ ଦଳ ଭୁବନେଶ୍ୱରସ୍ଥିତ ମାଷ୍ଟରକ୍ୟାଣ୍ଟିନ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତାଲାବନ୍ଦ ଯୋଗୁ ରାଜ୍ୟ ତଥା ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡିଛି। ଏହାସହ ଦେଶର କୋଭିଡ୍‌ ଟେଷ୍ଟିଂ ହାର ଯଥେଷ୍ଟ କମ୍‌ ରହିଥିବାରୁ ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି ବୋଲି ରାଜନୈତିକ ଦଳଗୁଡିକ ଅଭିଯୋଗ କରିଛନ୍ତି। ଏନେଇ ସେମାନେ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଏହାସହ ଦୁର୍ଦ୍ଦଶା ଭୋଗୁଥିବା ପ୍ରବାସୀ ତଥା ଆୟକର ପରିସରଭୁକ୍ତ ହୋଇ ନ ଥିବା ପରିବାରକୁ ମାସିକ ୭ହଜାର ୫୦୦ଟଙ୍କା ଦେବାକୁ ସେମାନେ ଦାବି କରିଛନ୍ତି। କରୋନା ମହାମାରୀ ପରିଚାଳନାରେ ବିଫଳତା ସହିତ ବ୍ୟାପକ ଦୁର୍ନୀତି ତଥା ଜନସାଧାରଣଙ୍କ ଜୀବନ ଜୀବିକା ଦୁର୍ବିଷହ ହୋଇଥିବା ସମ୍ପର୍କରେ ମଧ୍ୟ ଅଭିଯୋଗ ଆଣିଛନ୍ତି।
ଏନେଇ ବିକ୍ଷୋଭକାରୀ କହିଛନ୍ତି ଯେ, ଆମେ ସମସ୍ତେ ଏକ ସର୍ବ ନିମ୍ନ ଦାବିକୁ ଭିତ୍ତିକରି ୧୩ଟି ରାଜନୈତିକ ଦଳ ଏକାଠି ହୋଇଛୁ। ବର୍ତ୍ତମାନ ବିଚାର କରୁଛୁ କରୋନା ମୁକାବିଲା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଉଭୟେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଲୋକଙ୍କ ଗଣତାନ୍ତ୍ରିକ ଅଧିକାରକୁ ସଙ୍କୁଚିତ କରିବାକୁ ଲକ୍‌ଡାଉନ ଓ ଶଟ୍‌ଡାଉନକୁ ବ୍ୟବହାର କରାଯାଉଛି। ଲକ୍‌ଡାଉନ କେବେହେଲେ କୌଣସି ରୋଗର ଓଷଧ ନୁହେଁ। ଯେତିକି କରୋନା ପରୀକ୍ଷା ହେବା କଥା ସେତିକି ହେଉନାହିଁ। କେନ୍ଦ୍ର ସରକାର କହିଲେ କରୋନା ଲକ୍ଷଣ ନ ଥିଲେ ଟେଷ୍ଟ କରନାହିଁ, ତାହା ଠିକ୍‌ ନୁହେଁ। ସମସ୍ତଙ୍କ ଟେଷ୍ଟ ନିମନ୍ତେ ଦାବି କରାଯାଉଛି। ପ୍ରତ୍ୟେକ ପରିବାରକୁ ଆସନ୍ତା ୬ ମାସ ପର୍ଯ୍ୟନ୍ତ ମୁଣ୍ଡ ପିଛା ୧୦ କେଜି ଚାଉଳ କିମ୍ବା ଗହମ ମାଗଣାରେ ଦିଆଯାଉ। ଏହାସହ ପିପିଇ, ମାସ୍କ ଓ ସାନିଟାଇଜ କିଣା ହୋଇଥିବା ଦୁର୍ନୀତି ବିରୋଧରେ ତଦନ୍ତ କରାଯାଉ ବୋଲି ବିରୋଧୀ ଦାବି କରିଛନ୍ତି। ପ୍ରତିନିଧି ଦଳ ଉପରୋକ୍ତ ସମସ୍ୟାଗୁଡିକ ଉପରେ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ୧୭ ଦଫା ଦାବି ପୂରଣ ନିମନ୍ତେ ବିହିତ ପଦକ୍ଷେପ ନେବା ପାଇଁ ରାଜ୍ୟପାଳଙ୍କୁ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୨୯ରୁ ବଦଳିଯିବ ଏହି ୫ ରାଶିଙ୍କ ଭାଗ୍ୟ: ହେବ ଧନ ବର୍ଷା, ବ୍ୟାପାର-କ୍ୟାରିୟରରେ…

ଜୁଲାଇ ୨୯ରେ ଧନ, ସୁଖ ଏବଂ ବୈଭବର କାରକ ଗ୍ରହ ଶୁକ୍ର ଏବଂ ସାହସ, ଶକ୍ତି ତଥା କର୍ମର କାରକ ଗ୍ରହ ମଙ୍ଗଳ ପରସ୍ପରଠାରୁ ୯୦ ଡିଗ୍ରୀ…

ଜଳମଗ୍ନ ବାଂଶପାଳ BEOଙ୍କ କାର୍ଯ୍ୟାଳୟ: ଆଣ୍ଠୁଏ ପାଣିରେ ଚାଲିଛି ସରକାରୀ କାମ, ନଷ୍ଟ ହେଉଛି ପିଲାଙ୍କ ବହି

କେନ୍ଦୁଝର,୨୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଶିକ୍ଷା ଅଧିକାରୀଙ୍କ (BEO) କାର୍ଯ୍ୟାଳୟ ବର୍ତ୍ତମାନ ଲଗାଣ ବର୍ଷା ଯୋଗୁ ଜଳମଗ୍ନ ଅବସ୍ଥାରେ ରହିଛି। କାର୍ଯ୍ୟାଳୟ ପରିସରରେ…

ଇରାନର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ ପରେ ଟ୍ରମ୍ପଙ୍କ କଡ଼ା ଚେତାବନୀ, ସବୁ ଶେଷ…

ଓ୍ବାଶିଂଟନ,୨୯।୭: ଆମେରିକା ଏବଂ ସାଉଦି ଆରବ ଦ୍ୱାରା ଇରାକ ଉପରେ ହୋଇଥିବା ଆକ୍ରମଣରେ ଛଅ ଜଣ ଇରାନୀ ପରାମର୍ଶଦାତାଙ୍କ ମୃତ୍ୟୁ ହୋଇଥିଲା । ଏହା ପୂର୍ବରୁ, ଇରାନ…

ଅଙ୍ଗ ନଦୀ ବନ୍ୟା ପାଣି ଘେରରେ ଦିଗଶିରା ଗ୍ରାମ, ବ୍ରିଜରେ କାମ କରୁଥିବା ବେଳେ ଫସିଥିବା ୨୦ ଶ୍ରମିକ ଉଦ୍ଧାର

ଡୁଙ୍ଗୁରିପାଲି, ୨୯।୭(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଦିଗଶିରା ଗ୍ରାମ ବର୍ତ୍ତମାନ ଅଙ୍ଗ ନଦୀର ବନ୍ୟା ପାଣି ଘେରରେ ରହିଛି। ଉପରମୁଣ୍ଡରେ ଲଘୁଚାପ ଜନିତ…

E20 ପେଟ୍ରୋଲକୁ ନେଇ ସରକାରଙ୍କ ବଡ଼ ବୟାନ! ପୁରୁଣା BS-3 ଗାଡ଼ିରେ ବଦଳାଇବାକୁ ପଡ଼ିପାରେ ଏସବୁ ପାର୍ଟସ୍

ନୂଆଦିଲ୍ଲୀ,୨୯।୭: ଯଦି ଆପଣଙ୍କ ପାଖରେ ୨୦୧୬ ମସିହା ପୂର୍ବରୁ ନିର୍ମିତ କୌଣସି BS-3 ମଡେଲର କାର୍ କିମ୍ବା ବାଇକ୍ ରହିଛି, ତେବେ ଏହି ଖବର ଆପଣଙ୍କ ପାଇଁ…

ଭୀଷ୍ମଗିରି କଲେଜରେ ଗୁରୁ ପୂର୍ଣ୍ଣିମା ଉତ୍ସବ, ଭାରତୀୟ ସଂସ୍କୃତି ଆଧାରରେ…

ଦିଗପହଣ୍ଡି,୨୯।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଡିଗ୍ରୀ କଲେଜରେ ବୁଧବାର ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳନ କରାଯାଇଥିଲା। କଲେଜ…

୨ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଦାରିଙ୍ଗବାଡିରୁ ଉଠାଇଲା ମୁମ୍ବାଇ ପୋଲିସ

ଦାରିଙ୍ଗବାଡି,୨୯।୭(ଅରୁଣ ସାହୁ): କନ୍ଧମାଳ ଜିଲାରୁ ଗଞ୍ଜେଇ ଚୋରାଚାଲାଣ ଏବେ ଆଉ କେଵଳ ରାଜ୍ୟ ମଧ୍ୟରେ ସିମିତ ହୋଇ ରହିନାହିଁ । କନ୍ଧମାଳରୁ ବିଭିନ୍ନ ରାଜ୍ୟକୁ ଗଞ୍ଜେଇ ଚାଲାଣ…

କେଉଁ ବୋଲରଙ୍କୁ ଡରନ୍ତି ବୈଭବ ସୂର୍ଯ୍ୟବଂଶୀ? ଜାଡେଜା କରିଦେଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୯।୭: ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ସମ୍ପୂର୍ଣ୍ଣ ଫିଟ୍ ହୋଇ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦିନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri