ଅକ୍ଟୋବର-ନଭେମ୍ବରରେ ଶୀର୍ଷରେ ପହଞ୍ଚିବ ତୃତୀୟ ଲହର, ମାର୍ଗଦର୍ଶିକା ପାଳନ ଅପରିହାର୍ଯ୍ୟ…

ନୂଆଦିଲ୍ଲୀ,୪।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଧୀରେଧୀରେ ଥମିବାରେ ଲାଗିଛି। ଏପରିସ୍ଥଳେ ତୃତୀୟ ଲହର ନେଇ ଡିପାର୍ଟମେଣ୍ଟ୍‌ ଅଫ୍‌ ସାଇନ୍ସ୍‌ ଆଣ୍ଡ୍‌ ଟେକ୍ନୋଲୋଜି ପକ୍ଷରୁ ଚେତାବନୀ ଦିଆଯାଇଛି। ଗାଣିତିକ ମଡେଲ ଆଧାରରେ ଏନେଇ ପ୍ରକାଶିତ ଏକ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। କରୋନା ମାର୍ଗଦର୍ଶିକା ପାଳନ ନ କଲେ ଅକ୍ଟୋବର-ନଭେମ୍ବରରେ ତୃତୀୟ ଲହର ଶୀର୍ଷରେ ପହଞ୍ଚିବ। ମାସ୍କ୍‌ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଅପରିହାର୍ଯ୍ୟ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଡିପାର୍ଟମେଣ୍ଟ୍‌ ଅଫ୍‌ ସାଇନ୍ସ୍‌ ଆଣ୍ଡ୍‌ ଟେକ୍ନୋଲୋଜି ଦ୍ୱାରା ଗଠିତ ହୋଇଥିବା ପ୍ୟାନେଲ ସଦସ୍ୟ ମନିନ୍ଦ୍ର ଅଗ୍ରଓ୍ବାଲଙ୍କ ଅନୁସାରେ ନୂଆ ଭାରିଆଣ୍ଟ୍‌ ଯୋଗୁ ଦେଶରେ ତୃତୀୟ ଳହର ଆସିବାର ଆଶଙ୍କା ରହିଛି। ତେବେ ଲୋକଙ୍କୁ ଭାକ୍ସିନ୍‌ ପ୍ରଦାନ କରାଯାଇଥିବାରୁ ତୃତୀୟ ଲହର ତୀବ୍ର ବେଗରେ ଲୋକଙ୍କୁ ଆକ୍ରାନ୍ତ କଲେ ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହେବା ସଂଖ୍ୟା କମିବ। ତୃତୀୟ ଲହରରେ ଦୈନିକ ସଂକ୍ରମଣ ସଂଖ୍ୟା ୧.୫ ଲକ୍ଷରୁ ୨ ଲକ୍ଷ ମଧ୍ୟରେ ହେବାର ଆଶଙ୍କା ରହିଛି। ମାତ୍ର ଦ୍ୱିତୀୟ ଲହରରେ ମେ’ ମାସରେ ଦେଅନିକ ସଂକ୍ରମଣ ୪.୧୪ ଲକ୍ଷ ଛୁଇଁଥିଲା। ତୃତୀୟ ଲହର ଦୈନିକ ସଂକ୍ରମଣ ସଂଖ୍ୟା ଦ୍ୱିତୀୟ ଲହର ସଂକ୍ରମଣର ଅଧାରେ ପହଞ୍ଚିବ ବୋଲି ପ୍ରକାଶିତ ରିପୋର୍ଟରେ ସୂଚିତ କରାଯାଇଛି। ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଦ୍ୱିତୀୟ ଲହର କମିବାରେ ଲାଗିବ। ଏହାପରେ ଅଗଷ୍ଟ ଶେଷ ଏବଂ ସେପ୍ଟମ୍ବର ପ୍ରଥମ ସପ୍ତାହ ମଧ୍ୟରେ ଦେଶରେ ତୃତୀୟ ଲହର ଆସିବାର ଆଶଙ୍କା ରହିଛି ବୋଲି ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା କାର୍ଯ୍ୟକର୍ତ୍ତା ମୋଦି,ମୋଦି ନାରା ଲଗାଉଛନ୍ତି, ଆପଣମାନେ ମୋ ପାଇଁ କେବେ ଏମିତି ନାରା ଲଗାଇଛନ୍ତି କି’

ଜଳନ୍ଧର, ୨୯।୫: ସାଧାରଣ ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଧୀନ ଭାଜପା ଜବରଦସ୍ତ ସଫଳତା ହାସଲ କରିବା ଏବେ ସାରା ଦେଶରରେ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ...

ହିନ୍ଦୁ ଦେବୀଦେବତାଙ୍କଠାରେ ଭକ୍ତି ଥିବା ଅନ୍ୟ ଧର୍ମର ବ୍ୟକ୍ତିଙ୍କୁ ମନ୍ଦିରରେ ପ୍ରବେଶ ଅନୁମତି ଦେବା ଉଚିତ, କହିଲେ ହାଇକୋର୍ଟ…

ଚେନ୍ନାଇ, ୯।୭ :ହିନ୍ଦୁ ଦେବୀଦେବତାଙ୍କଠାରେ ଭକ୍ତି ଥିବା ଅନ୍ୟ ଧର୍ମର ବ୍ୟକ୍ତିଙ୍କୁ ମନ୍ଦିରରେ ପ୍ରବେଶ ଅନୁମତି ଦେବା ଉଚିତ ବୋଲି ମାଡ୍ରାସ ହାଇକୋର୍ଟ ଏଭଳି ମନ୍ତବ୍ୟ...

ନିର୍ଦ୍ଦୋଷଙ୍କୁ ଧରାଯିବ ନାହିଁ, ଦୋଷୀଙ୍କୁ ଛଡ଼ା ଯିବନି, କହିଲେ ଡିଜି…

ଲକ୍ଷ୍ନୌ, ୨୪।୬ : ନାଗରିକତ୍ୱ ଆଇନ (ସିଏଏ) ବିରୋଧରେ ହୋଇଥିବା ହିଂସାକୁ ନେଇ ଉତ୍ତରପ୍ରଦେଶରେ ପୋଲିସ ବିଭାଗ ପକ୍ଷରୁ ସତର୍କକତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।...

ଅତ୍ୟଧିକ ଆଣ୍ଟିବାୟୋଟିକ୍‌ ବ୍ୟବହାର କରୁଛନ୍ତି ଭାରତୀୟ: ଲାନ୍‌ସେଟ୍‌

ନୂଆଦିଲ୍ଲୀ, ୭ା୯: କୋଭିଡ୍‌-୧୯ ମହାମାରୀବେଳେ ଡୋଲୋ-୬୫୦ ଟାବ୍‌ଲେଟ୍‌ର ବହୁଳ ବ୍ୟବହାର ବିତର୍କକୁ ଆସିଥିବାବେଳେ ଏବେ ଭାରତୀୟଙ୍କ ଆଣ୍ଟିବାୟୋଟିକ୍‌ ଔଷଧ ସେବନ ଉଦ୍‌ବେଗଜନକ ହୋଇଛି। ୨୦୧୯ରେ ଭାରତରେ...

ପୁଣି ଆତଙ୍କ, ଭାରତରେ ନୂଆ ଭାରିଆଣ୍ଟ୍‌ ଡେଲ୍ଟା ପ୍ଲସ୍‌-ଏଓ୍ବାଇ.୪.୨

ନୂଆଦିଲ୍ଲୀ,୨୫।୧୦: ଭାରତରେ କରୋନା ମହାମାରୀର ଏକ ନୂତନ ଭାରିଆଣ୍ଟ୍‌ ଡେଲଟା ପ୍ଲସ- ଏଓ୍ବାଇ.୪.୨ ଚିହ୍ନଟ ହୋଇଛି। ଏହା ବ୍ରିଟେନରେ ତାଣ୍ଡବ ରଚିସାରିଛି। ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ...

୩ ରାଜ୍ୟରେ ୪୦ ପ୍ରତିଶତ ବାଲ୍ୟ ବିବାହ ମାମଲା

ନୂଆଦିଲ୍ଲୀ,୧୬।୧୨: ଦେଶର ୩ ରାଜ୍ୟରେ ୪୦ ପ୍ରତିଶତ ବାଲ୍ୟ ବିବାହ ମାମଲା ଘଟୁଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ ପକ୍ଷରୁ ପ୍ରକାଶିତ ହୋଇଥିବା ରିପୋର୍ଟରେ ଏହା...

ଟ୍ରେନ୍‌, ବସ୍‌ରେ ବିଦେଶୀଙ୍କୁ ଭାରତ ମନା

ନୂଆଦିଲ୍ଲୀ, ୧୧।୧୦: କରୋନା ମହାମାରୀ ଯୋଗୁ ୨୦୨୦ ମାର୍ଚ୍ଚରୁ ଅନ୍ତର୍ଜାତୀୟ ଯାତାୟାତ ବନ୍ଦ ରହିଥିବା ବେଳେ କଟକଣା କୋହଳ କରିବା ନିମନ୍ତେ ଗତ ୭ ତାରିଖରେ...

ଅଣାୟତ୍ତ ମୁହାଁ ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ, ୨୧।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ପୁଣି ବଢୁଛି। ଗତ ୨୪ ଘଣ୍ଟାରେ...

Advertisement
Archives

Model This Week