ତୃତୀୟ ଲହର ଆତଙ୍କ: ରିପୋର୍ଟ ନେଗେଟିଭ୍‌ ଥିଲେ ବି ଫୁସ୍‌ଫୁସ୍‌ର ୯୦ ପ୍ରତିଶତ ସଂକ୍ରମିତ…

ପାଟନା,୩।୬: କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁ ଦେଶରେ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ବିହାରରେ ତୃତୀୟ ଲହର ନେଇ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ରାଜ୍ୟରେ ୬୦୦ରୁ ଅଧିକ ଶିଶୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତେବେ ରାଜଧାନୀ ପାଟନାର ଆଇଜିଆଇଏମ୍‌ଏସ୍‌ ହସ୍ପିଟାଲରେ ଏବେ ଜଣେ ୮ ବର୍ଷ ବୟସ୍କ ଶିଶୁଙ୍କୁ ନେଇ ଡାକ୍ତରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ସମ୍ପୃକ୍ତ ଶିଶୁଙ୍କଠାରେ କୌଣସି କରୋନା ସଂକ୍ରମଣ ପ୍ରକାଶ ପାଇ ନ ଥିଲେ ବି ତାଙ୍କର ଫୁସ୍‌ଫୁସ୍‌ର ୯୦ ପ୍ରତିଶତ ସଂକ୍ରମିତ ହୋଇ ସାରିଛି। ଏହା ଯୋଗୁ ତୃତୀୟ ଲହରର ଭୟାବହତା ନେଇ ବିଶେଷଜ୍ଞଙ୍କ ଚିନ୍ତା ବଢ଼ିଛି। ସମ୍ପୃକ୍ତ ଶିଶୁଙ୍କର ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ୍‌ ଏବଂ ଆର୍‌ଟି-ପିସିଆର୍‌ ଟେଷ୍ଟ୍‌ ନେଗେଟିଭ୍‌ ଆସିଥିଲା। ମାତ୍ର ଶିଶୁଙ୍କର ଫୁସ୍‌ଫୁସ୍‌ ସହିତ ଲିଭର ଏବଂ କିଡ୍‌ନୀରେ କରୋନା ସଂକ୍ରମଣ ଦେଖାଯାଇଛି। ଶିଶୁଙ୍କର ପରିବାର ସଦସ୍ୟଙ୍କ ମଧ୍ୟରୁ କେହି କରୋନାରେ ଆକ୍ରାନ୍ତ ହୋଇ ନ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ଶିଶୁଙ୍କ ଜ୍ୱର ଏବଂ ନିଶ୍ୱାସ ନେବାରେ କଷ୍ଟ ହେବାରୁ ତାଙ୍କୁ ମେ‘ ୨୨ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ପ୍ରକାଶ ପାଇବ ୟୁଜିସି-ନେଟ ପରୀକ୍ଷାଫଳ

ନୂଆଦିଲ୍ଲୀ,୫ ।୧୧: ୟୁଜିସି-ନେଟ ପରୀକ୍ଷାର ଉତ୍ତର ଜାରି କରିବାର ଗୋଟିଏ ଦିନ ପରେ ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି ୫ ନଭେମ୍ବରରେ ଏହାର ଫଳାଫଳ ଘୋଷଣା କରିବାକୁ...

ସ୍ବାମୀ, ସନ୍ତାନଙ୍କ ଉପସ୍ଥିତିରେ ୭ ଫେରା ନେଲେ ମହିଳା: ପୂରା ଘଟଣା ଜାଣିଲେ..

ଭାଗଲପୁର,୨୬।୪: ବିଭିନ୍ନ ଚର୍ଚ୍ଚିତ ବିବାହ ଦେଖିଥିବେ କିମ୍ବା ଶୁଣିଥିବେ, କିନ୍ତୁ ବିହାରର ଭାଗଲପୁରରେ ଆୟୋଜିତ ହୋଇଛି ଏକ ନିଆରା ବିବାହ। ସାଧାରଣତଃ ମାତାପିତା ଏବଂ ସମ୍ପର୍କୀୟଙ୍କ...

ରାଜ୍ୟରେ ଆଉ ୮୬୪ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,୨୬।୭(ବ୍ୟୁରୋ)-ରାଜ୍ୟରେ ରବିବାର ପୁଣି ୮୬୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୪୩୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ରାୟଗଡାରୁ ୧୩୭, ବରଗଡରୁ ୩୧,...

କୃଷକ-ସୁରକ୍ଷାକର୍ମୀ ମୁହାଁମୁହିଁ

ସିର୍ସା,୧୭।୭: କୃଷକଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ଓ ଗିରଫକୁ କେନ୍ଦ୍ର କରି ସିର୍ସାରେ ମୁହାଁମୁହିଁ  ହୋଇଛନ୍ତି ଆନ୍ଦୋଳନକାରୀ ଓ ସୁରକ୍ଷାକର୍ମୀ। ବହୁ ସଂଖ୍ୟାରେ ସୁରକ୍ଷାକର୍ମୀଙ୍କ...

ସଂକ୍ରମଣ ରୋକିବାକୁ ଏନ୍‌ଟିପିସିର ସତର୍କତା

ତାଳଚେର, ୨୯।୩(ନି.ପ୍ର.) – କରୋନାଜନିତ ସ୍ବାସ୍ଥ୍ୟ ସଙ୍କଟକୁ ଦୃଷ୍ଟିରେ ରଖି ଅନୁଗୋଳ ଜିଲା କଣିହଁାସ୍ଥିତ ଏନ୍‌ଟିପିସି ପକ୍ଷରୁ ଓଡ଼ିଶା ତଥା ଦେଶର ଅନ୍ୟ ରାଜ୍ୟକୁ ନିରବଚ୍ଛିନ୍ନ...

ଅରୁନ୍ଧତୀ ରାୟଙ୍କ ପୁସ୍ତକକୁ ବିରୋଧ

ଚେନ୍ନାଇ,୧୩।୧୧:ଲେଖିକା ଅରୁନ୍ଧତୀ ରାୟଙ୍କ ପୁସ୍ତକ ‘ଓ୍ବାକିଂ ଓ୍ବିଥ୍‌ ଦ କମ୍‌ରେଡ୍ସ’କୁ ତାମିଲନାଡୁ ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରୁ ହଟାଇ ଦିଆଯାଇଛି। ଆର୍‌ଏସ୍‌ଏସ୍‌ର ଛାତ୍ର ଶାଖା ଏବିଭିପିର ବିରୋଧ ପରେ...

ସ୍ବାସ୍ଥ୍ୟ ବିଭାଗ ସମ୍ଭାଳିବେ ସିସୋଡିଆ

ନୂଆଦିଲ୍ଲୀ,୧୮।୬: ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଅନୁପସ୍ଥିତରେ ଏବେ ତାଙ୍କ ବିଭାଗର ଦାୟିତ୍ୱ ସମ୍ଭାଳିବେ ଉପମୁଖ୍ୟନ୍ତ୍ରୀ ମନିଷ ସିସୋଡିଆ। ତେବେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ କରୋନା ଟେଷ୍ଟ ରିପୋର୍ଟ...

ଆମ ସୀମାରେ ଯାହା ଘଟୁଛି, ତାହା ମଧ୍ୟ ଜାତୀୟ ନିରାପତ୍ତାର ଏକ ବଡ଼ ଧରଣର ତ୍ରୁଟି, ପ୍ରଧାନମନ୍ତ୍ରୀ ଚୁପ୍‌ କାହିଁକି: ରାହୁଲ

ନୂଆଦିଲ୍ଲୀ,୭।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ତ୍ରୁଟି ନେଇ ପଞ୍ଜାବରେ ରାଜନୀତି ଏବେ ସରଗରମ ହୋଇଛି। ଗୋଟିଏ ପଟେ ଅନେକ ଭାଜପା ନେତା ପଞ୍ଜାବ ସରକାରଙ୍କୁ...

Advertisement
Archives

Model This Week