ଅକ୍ଟୋବରରେ ତୃତୀୟ ଲହର

ବେଙ୍ଗାଲୁରୁ, ୧୯।୬: ଭାରତରେ କରୋନା ଭୂତାଣୁ ସଂକ୍ରମଣର ତୃତୀୟ ଲହର ଅକ୍ଟୋବର ସୁଦ୍ଧା ଆସିପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଯଦିଓ ବର୍ତ୍ତମାନର ସଂକ୍ରମଣଠାରୁ ତୃତୀୟ ଲହରକୁ ଅଧିକ ଭଲ ଭାବରେ ନିୟନ୍ତ୍ରଣ କରାଯାଇପାରିବ, ତେବେ ମହାମାରୀ ଅନୂ୍ୟନ ଆଉ ବର୍ଷେ ପାଇଁ ଜନସ୍ବାସ୍ଥ୍ୟ ପ୍ରତି ବିପଦ ହୋଇ ରହିବ ବୋଲି ସେମାନେ କହିଛନ୍ତି। ରଏଟର୍ସ ପକ୍ଷରୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କଠାରୁ ମତାମତ ସଂଗ୍ରହ କରାଯାଇଥିଲା। ଏଥିରେ ବିଶ୍ୱର ୪୦ ଜଣ ସ୍ବାସ୍ଥ୍ୟ ବିଶେଷଜ୍ଞ, ଡାକ୍ତର, ବୈଜ୍ଞାନିକ, ଭୂତାଣୁ ବିଜ୍ଞାନୀ, ମହାମାରୀ ବିଜ୍ଞାନୀ ଓ ପ୍ରଫେସରମାନଙ୍କ ମତାମତ ନିଆଯାଇଥିଲା। ଟିକାକରଣକୁ ଯଥେଷ୍ଟ ବଢ଼ାଗଲେ ନୂଆ ସଂକ୍ରମଣରୁ ସୁରକ୍ଷା ମିଳିପାରିବ ବୋଲି ଜୁନ୍‌ ୩ରୁ ୧୭ ମଧ୍ୟରେ ହୋଇଥିବା ସ୍ନାପ୍‌ ସର୍ଭେରେ କୁହାଯାଇଛି।
ଅକ୍ଟୋବର ସୁଦ୍ଧା ତୃତୀୟ ଲହର ବୋଲି ୨୪ ବିଶେଷଜ୍ଞଙ୍କ ମଧ୍ୟରୁ ୨୧ ଜଣ (୮୫%) କହିଥିବାବେଳେ ଅନ୍ୟ ୩ ଜଣ ଅଗଷ୍ଟରେ ଆସିବ ବୋଲି ମତ ଦେଇଛନ୍ତି। ସେପ୍ଟେମ୍ବରରେ ତୃତୀୟ ଲହର ଆସିପାରେ ବୋଲି ୧୨ ଜଣ ମତ ଦେଇଥିବାବେଳେ ଅନ୍ୟ ୩ ବିଶେଷଜ୍ଞ କହିଛନ୍ତି, ଏହା ନଭେମ୍ବରରୁ ଫେବୃୟାରୀ ମଧ୍ୟରେ ଆସିବା ସମ୍ଭାବନା ରହିଛି। ତେବେ ନୂତନ ଲହର ବର୍ତ୍ତମାନ ଅପେକ୍ଷା ଭଲ ଭାବରେ ନିୟନ୍ତ୍ରଣ କରାଯାଇପାରିବ ବୋଲି ୩୪ ବିଶେଷଜ୍ଞଙ୍କ ମଧ୍ୟରୁ ୨୪ ଜଣ (୭୦%) ମତ ଦେଇଛନ୍ତି। ଗତବର୍ଷ କରୋନା ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହର ଅଧିକ ମାରାତ୍ମକ ହୋଇଥିଲା। ଟିକା, ଔଷଧ, ଅକ୍ସିଜେନ ଏବଂ ହସ୍ପିଟାଲ ବେଡ୍‌ ଅଭାବ ଅଧିକ ସମସ୍ୟା ସୃଷ୍ଟି କରିଥିଲା। ତେବେ ତୃତୀୟ ଲହର ଆସିବା ବେଳକୁ ଅଧିକାଂଶ ଲୋକ କୋଭିଡ୍‌ ଟିକା ନେଇସାରିଥିବେ। ଏଥିସହିତ ଦ୍ୱିତୀୟ ଲହରରୁ ଲୋକମାନଙ୍କଠାରେ ପ୍ରାକୃତିକ ଭାବେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥିବ। ସେଥିପାଇଁ ତୃତୀୟ ଲହର ଅଧିକ ନିୟନ୍ତ୍ରଣାଧୀନ ହେବ ବୋଲି ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡ. ରଣଦୀପ୍‌ ଗୁଲେରିଆ କହିଛନ୍ତି।
ଭାରତରେ ୯୫ କୋଟି ଯୋଗ୍ୟ ହିତାଧିକାରୀଙ୍କୁ ଟିକାକରଣ କରିବା ଯୋଜନା ଥିବାବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର ୫ ପ୍ରତିଶତ ସମ୍ପୂର୍ଣ୍ଣ ଟିକା ନେଇଛନ୍ତି। ଏବେ ବି କୋଟି କୋଟି ଲୋକଙ୍କ ପ୍ରତି ସଂକ୍ରମଣ ଭୟ ରହିଛି। ଆଗାମୀ ଦିନରେ ଟିକାକରଣ ଅଭିଯାନ ଯଥେଷ୍ଟ ବଢ଼ିବା ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି। ସଂକ୍ରମଣ କମିବାରୁ କେତେକ ରାଜ୍ୟ ତରବରିଆ ଭାବେ କଟକଣା ହଟାଇ ଦେଇଛନ୍ତି। ଏପରି ନ କରିବା ପାଇଁ ବିଶେଷଜ୍ଞମାନେ ସତର୍କ କରାଇଛନ୍ତି। ଶିଶୁ ଏବଂ ୧୮ ବର୍ଷରୁ କମ୍‌ ବୟସର ପିଲାଙ୍କ ପାଇଁ ତୃତୀୟ ଲହର ଅଧିକ ବିପଦ ବୋଲି ଦୁଇ-ତୃତୀୟାଂଶ ବିଶେଷଜ୍ଞ (୪୦ ଜଣରୁ ୨୬) କହିଛନ୍ତି। ଏହାର କାରଣ ହେଲା ବର୍ତ୍ତମାନ ପର୍ଯ୍ୟନ୍ତ ଏହି ବୟସ ବର୍ଗର ପିଲାମାନଙ୍କ ପାଇଁ ଟିକା ଉପଲବ୍ଧ ହୋଇନାହିଁ। ଯଦି ଅଧିକ ସଂଖ୍ୟାରେ ଶିଶୁ ସଂକ୍ରମିତ ହୁଅନ୍ତି ଏବଂ ଆମେ ଏଥିପାଇଁ ପୂର୍ବରୁ ପ୍ରସ୍ତୁତ ନ ହେବା, ତେବେ ଶେଷ ମୁହୂର୍ତ୍ତରେ କିଛି କରିହେବ ନାହିଁ ବୋଲି ନାରାୟଣ ହେଲ୍‌ଥର ଡ. ଦେବୀ ସେଟ୍ଟୀ କହିଛନ୍ତି। ଏପରି ହେଲେ ଦେଶରେ ସମ୍ପୂର୍ଣ୍ଣ ଭିନ୍ନ ଧରଣର ସମସ୍ୟା ସୃଷ୍ଟି ହେବ। ଖୁବ୍‌ କମ୍‌ ଶିଶୁରୋଗ ଇଣ୍ଟେନ୍‌ସିଭ୍‌ କେୟାର ୟୁନିଟ ବେଡ୍‌ ରହିଥିବାରୁ ବିପର୍ଯ୍ୟୟ ସୃଷ୍ଟି ହେବ ବୋଲି ସେ ମତ ଦେଇଛନ୍ତି। ଅନ୍ୟପକ୍ଷରେ ତୃତୀୟ ଲହର ପିଲାଙ୍କ ପାଇଁ ବିପଦ ନୁହେଁ ବୋଲି ୧୪ ଜଣ ବିଶେଷଜ୍ଞ କହିଛନ୍ତି।
ଭୂତାଣୁର ନୂଆ ରୂପ ବର୍ତ୍ତମାନର ଟିକାକୁ ଅକାମୀ କରିବ ନାହିଁ ବୋଲି ୩୮ ଜଣଙ୍କ ମଧ୍ୟରୁ ୨୫ ଜଣ ମତ ଦେଇଛନ୍ତି। ସେହିପରି ଭାରତରେ ସ୍ବାସ୍ଥ୍ୟଜନିତ ବିପଦ ଅନୂ୍ୟନ ଆଉ ବର୍ଷେ ରହିବ ବୋଲି ୩୦ ଜଣ ବିଶେଷଜ୍ଞ କହିଛନ୍ତି। ବିପଦ ବର୍ଷେରୁ କମ୍‌ ସମୟ ରହିବ ବୋଲି ୧୧ ଜଣ କହିଥିବାବେଳେ ୨ ବର୍ଷରୁ କମ୍‌ ରହିବା ନେଇ ୧୫ ଜଣ ମତ ଦେଇଛନ୍ତି। ୨ ବର୍ଷରୁ ଅଧିକ ଦିନ ବିପଦ ରହିପାରେ ବୋଲି ୧୩ ଜଣ ମତ ରଖିଥିବାବେଳେ କରୋନା ଜନିତ ବିପଦ ସବୁଦିନ ପାଇଁ ରହିବ ବୋଲି ୨ ଜଣ ବିଶେଷଜ୍ଞ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?