ଭାରତରେ ତୃତୀୟ ଲହର

ହାଇଦ୍ରାବାଦ, ୧୩।୭ : ଜୁଲାଇ ୪ରୁ ଭାରତରେ କୋଭିଡ୍‌-୧୯ର ତୃତୀୟ ଲହର ଆରମ୍ଭ ହୋଇଥିବା ଭଳି ମନେ ହେଉଥିବା ହାଇଦ୍ରାବାଦର ଜଣେ ଗବେଷକ ସୂଚନା ଦେଇଛନ୍ତି। ୟୁନିଭର୍ସିଟି ଅଫ୍‌ ହାଇଦ୍ରାବାଦର ପୂର୍ବତନ ପ୍ରୋ-ଭାଇସ୍‌ଚାନ୍‌ସେଲର ତଥା ଖ୍ୟାତନାମା ପଦାର୍ଥ ବିଜ୍ଞାନୀ ଡ. ବିପିନ ଶ୍ରୀବାସ୍ତବ ୧୫ ମାସ ହେଲା ସଂକ୍ରମଣ ଓ ମୃତ୍ୟୁ ହାର୍‌କୁ ନେଇ ଅନୁଧ୍ୟାନ ଚଳାଇଛନ୍ତି। ତାଙ୍କ କହିବା ଅନୁଯାୟୀ ଜୁଲାଇ ୪ରୁ ନୂଆ ସଂକ୍ରମଣ ଓ ମୃତ୍ୟୁର ପାଟର୍ନକୁ ଦେଖିଲେ ଏହା ୨୦୨୧ ଫେବୃୟାରୀ ପ୍ରଥମ ସପ୍ତାହର ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ଅନୁରୂପ। କୋଭିଡ୍‌-୧୯ର ଦ୍ୱିତୀୟ ଲହର ଏପ୍ରିଲ୍‌ ଶେଷ ଭାଗରେ ଶୀର୍ଷ ଛୁଇଁଥିଲା। ଏବେ ଲୋକେ ଯଦି ସାମାଜିକ ଦୂରତ୍ୱ, ସାନିଟାଇଜେଶନ, ମାସ୍କ ପିନ୍ଧିବା ଏବଂ ଟିକାକରଣ ଆଦି କୋଭିଡ୍‌ ନିୟମାବଳୀ ପାଳନ ନ କରନ୍ତି, ତେବେ ତୃତୀୟ ଲହର ଖୁବ୍‌ଶୀଘ୍ର ସର୍ବୋଚ୍ଚ ସ୍ତରରେ ପହଞ୍ଚତ୍ବ ବୋଲି ସେ ସତର୍କ କରାଇ ଦେଇଛନ୍ତି। ୪୬୧ ଦିନ ହେଲା ଡ. ଶ୍ରୀବାସ୍ତବ କରୋନାର ଦୈନିକ ସଂକ୍ରମଣକୁ ନେଇ ଏକ ଗ୍ରାଫ୍‌ ପ୍ରସ୍ତୁତ କରିଛନ୍ତି।
ଅନ୍ୟପକ୍ଷରେ ତୃତୀୟ ଲହର ଖୁବ୍‌ଶୀଘ୍ର ବୋଲି ଇଣ୍ଡିଆନ ମେଡିକାଲ ଆସୋସିଏଶନ (ଆଇଏମ୍‌ଏ) ସୋମବାର ସତର୍କ କରାଇଦେଇଛି। ସେଥିପାଇଁ କୋଭିଡ୍‌ କଟକଣା କୋହଳ ନ କରିବାକୁ ଆଇଏମ୍‌ଏ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ଅନୁରୋଧ କରିଛି। ବର୍ତ୍ତମାନର ଘଡ଼ିସନ୍ଧି ମୁହୂର୍ତ୍ତରେ ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍‌ କଟକଣା କୋହଳ କରାଯିବା ସହ ଜନସାଧାରଣ ବେପରୁଆ ହୋଇପଡ଼ୁଥିବାରୁ ଆଇଏମ୍‌ଏ ଉଦ୍‌ବେଗ ପ୍ରକାଶ କରିଛି। ମହାମାରୀର ତୃତୀୟ ଲହରକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ପର୍ଯ୍ୟଟନ, ଧର୍ମୀୟ କାର୍ଯ୍ୟକ୍ରମ ଆଦି ସବୁ ଆବଶ୍ୟକ, ହେଲେ ଏଥିପାଇଁ ଆଉ କିଛି ମାସ ଅପେକ୍ଷା କରିବାକୁ ହେବ ବୋଲି ଡାକ୍ତରମାନଙ୍କ ସଂଗଠନ କହିଛି।

ମୁକାବିଲା ପାଇଁ କେନ୍ଦ୍ରର ଯୋଜନା

କୋଭିଡ୍‌-୧୯ର ଦ୍ୱିତୀୟ ଲହର ବେଳେ ଅନେକ ଲୋକ ହସ୍ପିଟାଲରେ ଅକ୍ସିଜେନ୍‌, ବେଡ୍‌ ଏବଂ ଔଷଧ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଆଗାମୀ ଦିନରେ ଏଭଳି ସ୍ବାସ୍ଥ୍ୟ ସଙ୍କଟ ଯେପରି ଦେଖା ନ ଯାଏ ସେଥିପାଇଁ ଭାରତର ସ୍ବାସ୍ଥ୍ୟସେବା ସେକ୍ଟରର ବିକାଶ ଲାଗି କେନ୍ଦ୍ର ସରକାର ୬ ମାସିଆ ସାମର୍ଥ୍ୟ ବିକାଶ ଯୋଜନା ଉପରେ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏଥିପାଇଁ ନିକଟରେ କେନ୍ଦ୍ର କ୍ୟାବିନେଟ ୨୩,୦୦୦ କୋଟି ଟଙ୍କାର କୋଭିଡ୍‌-୧୯ ପ୍ୟାକେଜ୍‌କୁ ମଞ୍ଜୁରୀ ପ୍ରଦାନ କରିଥିଲା। ଉକ୍ତ ପାଣ୍ଠିରେ ସମସ୍ତ ହସ୍ପିଟାଲରେ ଶିଶୁମାନଙ୍କ ପାଇଁ ପେଡିଆଟ୍ରିକ୍‌ କେୟାର ସମେତ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ମନ୍‌ସୁଖ ମାଣ୍ଡବ୍ୟ ସୋମବାର କହିଛନ୍ତି। ଭାବନଗରଠାରେ ଥିବା ସାର୍‌ ତଖତସିଂଜୀ ହସ୍ପିଟାଲରେ ଦୁଇଟି ୧୦୦୦ ଏଲ୍‌ପିଏମ୍‌ କ୍ଷମତା ବିଶିଷ୍ଟ ଅକ୍ସିଜେନ୍‌ ପ୍ଲାଣ୍ଟକୁ ଭର୍ଚୁଆଲି ଉଦ୍‌ଘାଟନ କରିବା ଅବସରରେ ସ୍ବାସ୍ଥ୍ୟମନ୍ତ୍ରୀ ଉପରୋକ୍ତ ସୂଚନା ଦେଇଛନ୍ତି। ବର୍ଷ ଶେଷ ସୁଦ୍ଧା ଦେଶର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ରହିଥିବା ସଙ୍କଟ ଦୂର କରିବାକୁ କେନ୍ଦ୍ର ଚାହୁଁଛି। ଯୋଜନା ଅନୁଯାୟୀ କୋଭିଡ୍‌ ତୃତୀୟ ଲହରକୁ ଆଖି ଆଗରେ ରଖି ଜରୁରୀ ମେଡିକାଲ ଉପକରଣ କିଣିବା ନିମନ୍ତେ ଦେଶର ସମସ୍ତ ଜିଲାକୁ ପର୍ଯ୍ୟାପ୍ତ ପାଣ୍ଠି ଯୋଗାଇ ଦିଆଯିବ। ମୁଖ୍ୟତଃ ଅକ୍ସିଜେନ୍‌ ଯୋଗାଣ, ହସ୍ପିଟାଲ ବେଡ୍‌, ଔଷଧ ଏବଂ ଜରୁରୀ ମେଡିକାଲ ଉପକରଣ କିଣା ଉପରେ ସରକାର ସ୍ବତନ୍ତ୍ର ଧ୍ୟାନ ଦେଉଥିବା ମନ୍ତ୍ରୀ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କରେ ସନ୍ଦେହ ହେଲା କାଳ, ବିଷ ମିଶା କୋଲ୍ଡ ଡ୍ରିଙ୍କ ପିଆଇ ପ୍ରେମିକାଙ୍କୁ ହତ୍ୟା

ମୁମ୍ବାଇ,୩୦ା୮: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଚେମ୍ବୁର ଅଞ୍ଚଳରୁ ୨୪ ବର୍ଷୀୟ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଏହି ମାମଲାରେ ପୋଲିସ ମହିଳାଙ୍କ…

ପୁଣିଥରେ ସେଲଫି ଭିଡ଼ିଓ ଶେୟାର କରି ଚର୍ଚ୍ଚାରେ ମୋଦି, ଏଥର କିନ୍ତୁ ଦେଶରୁ ନୁହେଁ…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଉଜବେକିସ୍ତାନ ଗସ୍ତରେ ଅଛନ୍ତି। ତାସକେଣ୍ଟରେ ପହଞ୍ଚିବା ପରେ, ସେ ଉଜବେକିସ୍ତାନ ଯୋଗ ଫେଡେରେଶନ ଦ୍ୱାରା ଆୟୋଜିତ ଏକ ସ୍ବତନ୍ତ୍ର…

ପେନଶନ ବନ୍ଦ ଚର୍ଚ୍ଚା ଭିତରେ ଆସିଲା ଅପଡେଟ୍‌; ରିଟାୟର୍ଡ କର୍ମଚାରୀଙ୍କ ପାଇଁ ବଡ଼ ଖବର

ନୂଆଦିଲ୍‌ୀ,୩୦।୮: ୮ମ ବେତନ ଆୟୋଗ (8th Pay Commission) କୁ ନେଇ ସୋସିଆଲ ମିଡିଆରେ ଚାଲିଥିବା ଏକ ଖବର କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍ସନ୍ଭୋଗୀଙ୍କ ଚିନ୍ତା ବଢ଼ାଇ…

ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ, ସ୍ତ୍ରୀଙ୍କୁ ଭରଣପୋଷଣ ଟଙ୍କା ନଦେଲେ କଟିବ ଦରମା

ଭୁବନେଶ୍ବର,୩୦ା୮: ସ୍ତ୍ରୀ କିମ୍ୱା ସନ୍ତାନସନ୍ତତିଙ୍କୁ ଭରଣପୋଷଣ ସହାୟତା କିମ୍ୱା ଛାଡ଼ପତ୍ର ସମ୍ପର୍କିତ ପୋଷଣ ଖର୍ଚ୍ଚ ଠିକ୍ ଭାବରେ ଦେଉ ନଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା…

ପାକିସ୍ତାନ ସହିତ ହାତ ମିଳାଇବା ପ୍ରଶ୍ନର ଉତ୍ତରରେ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଦେଲେ ଏମିତି ବିବୃତ୍ତି…

ନୂଆଦିଲ୍ଲୀ,୩୦।୮: ମହିଳା ଏସିଆ କପ ୨୦୨୬ ଚାଲିଛି। UAE ଦ୍ୱାରା ଆୟୋଜିତ, ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଦୁବାଇରେ ଖେଳାଯାଉଛି। ଭାରତୀୟ ଦଳ ଅଗଷ୍ଟ ୩୦ରେ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ…

ନେପାଳ ବନ୍ୟା: ବଢୁଛି ଜଳସ୍ତର, ସତର୍କ କରାଇଲେ ସରକାର

କାଠମାଣ୍ଡୁ,୩୦।୮: ବୁଧବାର ହୋଇଥିବା ଭୟଙ୍କର ବନ୍ୟା ପରେ ନେପାଳର ପରିସ୍ଥିତି ଗମ୍ଭୀର ରହିଛି। ମଧ୍ୟ ନେପାଳରେ ହଠାତ ବନ୍ୟାରେ ମୃତ୍ୟୁ ସଂଖ୍ୟା ୭୩୪ ରେ ପହଞ୍ଚିଛି, ଯେତେବେଳେ…

ଅଧରାତିରେ ଘର ଉପରକୁ ମାଡ଼ିଗଲା ଟ୍ରକ୍, ପରିବାର ଲୋକେ…

ପଦ୍ମପୁର,୩୦ା୮(ପ୍ରଦୀପ୍ତ ଦାଶ): ପଦ୍ମପୁର-ପାଟଣାଗଡ଼ ରାସ୍ତାର ରଜାପଡ଼ାଠାରେ ଏକ ବଡ଼ ଅଘଟଣ ଘଟିଯାଇଛି । ରବିବାର ରାତି ପ୍ରାୟ ୧ଟା ସମୟରେ ଏକ ମାଲବୋଝେଇ ଟ୍ରକ ଭାରସାମ୍ୟ ହରାଇ…

ଗୁଟଖା ପ୍ରେମୀଙ୍କୁ ଝଟକା; ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ବ୍ୟବସାୟ ବନ୍ଦ….

କଟକ,୩୦ା୮(ପ୍ରଭୁକଲ୍ୟାଣ ପାଲ୍): ଗୁଟଖା ପ୍ରେମୀଙ୍କୁ ଝଟକା। ରାଜ୍ୟରେ ଗୁଟଖା ବ୍ୟବସାୟ ବନ୍ଦ ହେବ । ରାଜ୍ୟରେ ଚିୱିଙ୍ଗ୍ ଟବାକୋ ବନ୍ଦ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri