ଭାରତରେ ତୃତୀୟ ଲହର

ହାଇଦ୍ରାବାଦ, ୧୩।୭ : ଜୁଲାଇ ୪ରୁ ଭାରତରେ କୋଭିଡ୍‌-୧୯ର ତୃତୀୟ ଲହର ଆରମ୍ଭ ହୋଇଥିବା ଭଳି ମନେ ହେଉଥିବା ହାଇଦ୍ରାବାଦର ଜଣେ ଗବେଷକ ସୂଚନା ଦେଇଛନ୍ତି। ୟୁନିଭର୍ସିଟି ଅଫ୍‌ ହାଇଦ୍ରାବାଦର ପୂର୍ବତନ ପ୍ରୋ-ଭାଇସ୍‌ଚାନ୍‌ସେଲର ତଥା ଖ୍ୟାତନାମା ପଦାର୍ଥ ବିଜ୍ଞାନୀ ଡ. ବିପିନ ଶ୍ରୀବାସ୍ତବ ୧୫ ମାସ ହେଲା ସଂକ୍ରମଣ ଓ ମୃତ୍ୟୁ ହାର୍‌କୁ ନେଇ ଅନୁଧ୍ୟାନ ଚଳାଇଛନ୍ତି। ତାଙ୍କ କହିବା ଅନୁଯାୟୀ ଜୁଲାଇ ୪ରୁ ନୂଆ ସଂକ୍ରମଣ ଓ ମୃତ୍ୟୁର ପାଟର୍ନକୁ ଦେଖିଲେ ଏହା ୨୦୨୧ ଫେବୃୟାରୀ ପ୍ରଥମ ସପ୍ତାହର ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ଅନୁରୂପ। କୋଭିଡ୍‌-୧୯ର ଦ୍ୱିତୀୟ ଲହର ଏପ୍ରିଲ୍‌ ଶେଷ ଭାଗରେ ଶୀର୍ଷ ଛୁଇଁଥିଲା। ଏବେ ଲୋକେ ଯଦି ସାମାଜିକ ଦୂରତ୍ୱ, ସାନିଟାଇଜେଶନ, ମାସ୍କ ପିନ୍ଧିବା ଏବଂ ଟିକାକରଣ ଆଦି କୋଭିଡ୍‌ ନିୟମାବଳୀ ପାଳନ ନ କରନ୍ତି, ତେବେ ତୃତୀୟ ଲହର ଖୁବ୍‌ଶୀଘ୍ର ସର୍ବୋଚ୍ଚ ସ୍ତରରେ ପହଞ୍ଚତ୍ବ ବୋଲି ସେ ସତର୍କ କରାଇ ଦେଇଛନ୍ତି। ୪୬୧ ଦିନ ହେଲା ଡ. ଶ୍ରୀବାସ୍ତବ କରୋନାର ଦୈନିକ ସଂକ୍ରମଣକୁ ନେଇ ଏକ ଗ୍ରାଫ୍‌ ପ୍ରସ୍ତୁତ କରିଛନ୍ତି।
ଅନ୍ୟପକ୍ଷରେ ତୃତୀୟ ଲହର ଖୁବ୍‌ଶୀଘ୍ର ବୋଲି ଇଣ୍ଡିଆନ ମେଡିକାଲ ଆସୋସିଏଶନ (ଆଇଏମ୍‌ଏ) ସୋମବାର ସତର୍କ କରାଇଦେଇଛି। ସେଥିପାଇଁ କୋଭିଡ୍‌ କଟକଣା କୋହଳ ନ କରିବାକୁ ଆଇଏମ୍‌ଏ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ଅନୁରୋଧ କରିଛି। ବର୍ତ୍ତମାନର ଘଡ଼ିସନ୍ଧି ମୁହୂର୍ତ୍ତରେ ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍‌ କଟକଣା କୋହଳ କରାଯିବା ସହ ଜନସାଧାରଣ ବେପରୁଆ ହୋଇପଡ଼ୁଥିବାରୁ ଆଇଏମ୍‌ଏ ଉଦ୍‌ବେଗ ପ୍ରକାଶ କରିଛି। ମହାମାରୀର ତୃତୀୟ ଲହରକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ପର୍ଯ୍ୟଟନ, ଧର୍ମୀୟ କାର୍ଯ୍ୟକ୍ରମ ଆଦି ସବୁ ଆବଶ୍ୟକ, ହେଲେ ଏଥିପାଇଁ ଆଉ କିଛି ମାସ ଅପେକ୍ଷା କରିବାକୁ ହେବ ବୋଲି ଡାକ୍ତରମାନଙ୍କ ସଂଗଠନ କହିଛି।

ମୁକାବିଲା ପାଇଁ କେନ୍ଦ୍ରର ଯୋଜନା

କୋଭିଡ୍‌-୧୯ର ଦ୍ୱିତୀୟ ଲହର ବେଳେ ଅନେକ ଲୋକ ହସ୍ପିଟାଲରେ ଅକ୍ସିଜେନ୍‌, ବେଡ୍‌ ଏବଂ ଔଷଧ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଆଗାମୀ ଦିନରେ ଏଭଳି ସ୍ବାସ୍ଥ୍ୟ ସଙ୍କଟ ଯେପରି ଦେଖା ନ ଯାଏ ସେଥିପାଇଁ ଭାରତର ସ୍ବାସ୍ଥ୍ୟସେବା ସେକ୍ଟରର ବିକାଶ ଲାଗି କେନ୍ଦ୍ର ସରକାର ୬ ମାସିଆ ସାମର୍ଥ୍ୟ ବିକାଶ ଯୋଜନା ଉପରେ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏଥିପାଇଁ ନିକଟରେ କେନ୍ଦ୍ର କ୍ୟାବିନେଟ ୨୩,୦୦୦ କୋଟି ଟଙ୍କାର କୋଭିଡ୍‌-୧୯ ପ୍ୟାକେଜ୍‌କୁ ମଞ୍ଜୁରୀ ପ୍ରଦାନ କରିଥିଲା। ଉକ୍ତ ପାଣ୍ଠିରେ ସମସ୍ତ ହସ୍ପିଟାଲରେ ଶିଶୁମାନଙ୍କ ପାଇଁ ପେଡିଆଟ୍ରିକ୍‌ କେୟାର ସମେତ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ମନ୍‌ସୁଖ ମାଣ୍ଡବ୍ୟ ସୋମବାର କହିଛନ୍ତି। ଭାବନଗରଠାରେ ଥିବା ସାର୍‌ ତଖତସିଂଜୀ ହସ୍ପିଟାଲରେ ଦୁଇଟି ୧୦୦୦ ଏଲ୍‌ପିଏମ୍‌ କ୍ଷମତା ବିଶିଷ୍ଟ ଅକ୍ସିଜେନ୍‌ ପ୍ଲାଣ୍ଟକୁ ଭର୍ଚୁଆଲି ଉଦ୍‌ଘାଟନ କରିବା ଅବସରରେ ସ୍ବାସ୍ଥ୍ୟମନ୍ତ୍ରୀ ଉପରୋକ୍ତ ସୂଚନା ଦେଇଛନ୍ତି। ବର୍ଷ ଶେଷ ସୁଦ୍ଧା ଦେଶର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ରହିଥିବା ସଙ୍କଟ ଦୂର କରିବାକୁ କେନ୍ଦ୍ର ଚାହୁଁଛି। ଯୋଜନା ଅନୁଯାୟୀ କୋଭିଡ୍‌ ତୃତୀୟ ଲହରକୁ ଆଖି ଆଗରେ ରଖି ଜରୁରୀ ମେଡିକାଲ ଉପକରଣ କିଣିବା ନିମନ୍ତେ ଦେଶର ସମସ୍ତ ଜିଲାକୁ ପର୍ଯ୍ୟାପ୍ତ ପାଣ୍ଠି ଯୋଗାଇ ଦିଆଯିବ। ମୁଖ୍ୟତଃ ଅକ୍ସିଜେନ୍‌ ଯୋଗାଣ, ହସ୍ପିଟାଲ ବେଡ୍‌, ଔଷଧ ଏବଂ ଜରୁରୀ ମେଡିକାଲ ଉପକରଣ କିଣା ଉପରେ ସରକାର ସ୍ବତନ୍ତ୍ର ଧ୍ୟାନ ଦେଉଥିବା ମନ୍ତ୍ରୀ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?