Posted inଜାତୀୟ

ଲଦାଖରେ ନିର୍ମାଣ ହେଉଛି ତୃତୀୟ ଫାଇଟର ବେସ୍‌: ଚିନ୍ତାରେ ଚାଇନା…

ଲେହ,୧୩।୮ : ତିନି ବର୍ଷ ପୂର୍ବେ ଭାରତୀୟ ବାୟୁସେନା ପୂର୍ବ ଲଦାଖରେ ନିଜର କାର୍ଯ୍ୟକଳାପ ବୃଦ୍ଧି କରିଥିଲା। ଫଳରେ ଚାଇନା ବ୍ୟାକଫୁଟ ଯିବାକୁ ବାଧ୍ୟ ହୋଇଥିଲା। ଏହାର କାରଣ ଥିଲା ଭାରତୀୟ ସେନା ଅଳ୍ପ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ଉପକରଣ ଏବଂ ଅସ୍ତ୍ରଶସ୍ତ୍ର ସହିତ ଏଲଏସିରେ ପହଞ୍ଚିବାରେ ସକ୍ଷମ ହୋଇଥିଲା। ବର୍ତ୍ତମାନ ଖୁବ ଶୀଘ୍ର ଭାରତୀୟ ବାୟୁସେନାର ଶକ୍ତି ପୁଣି ବୃଦ୍ଧି ପାଇବ। ଭାରତୀୟ ବାୟୁସେନା ବର୍ତ୍ତମାନ ଲଦାଖରୁ ଯୁଦ୍ଧ ବିମାନ ଅପରେଶନ ପାଇଁ ତୃତୀୟ ଏୟାରବେସ ପାଇବାକୁ ଯାଉଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଭାରତୀୟ ବାୟୁସେନାର ନିଓମା ଆଡଭାନ୍ସ ଲ୍ୟାଣ୍ଡିଂ ଗ୍ରାଉଣ୍ଡକୁ ୧୩୭୦୦ ଫୁଟ ଉଚ୍ଚରେ ନବୀକରଣ କରି ଏକ ନୂତନ ଯୁଦ୍ଧ ବିମାନ ବେସ ପ୍ରସ୍ତୁତ କରାଯାଉଛି। ପ୍ରତିରକ୍ଷା ସୂତ୍ର ଅନୁଯାୟୀ ଏହାର କାର୍ଯ୍ୟ ଗତ ସପ୍ତାହରେ ଆରମ୍ଭ ହୋଇଛି ଏବଂ ଖୁବ ଶୀଘ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ନିଓମା ପରିଦର୍ଶନ କରିିବେ। ଯେଉଁଠାରେ ସେ ନୂତନ ଏୟାରବେସର ନବୀକରଣ କାର୍ଯ୍ୟ ସହିତ ସୁରକ୍ଷା ଅବସ୍ଥା ଏବଂ ପ୍ରସ୍ତୁତି ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି।

ପ୍ରାୟ ୨.୭ କିଲୋମିଟର ଲମ୍ବା ରନୱେ ସମ୍ପୂର୍ଣ୍ଣ କଂକ୍ରିଟ ହେବ ଏବଂ ରନୱେ ସହିତ ବାକି କାର୍ଯ୍ୟ ମଧ୍ୟ ଆସନ୍ତା ୨୦ ରୁ ୨୨ମାସ ମଧ୍ୟରେ ଶେଷ ହେବ। ତେବେ ଏହାର ନବୀକରଣ କାର୍ଯ୍ୟ ଚଳିତ ବର୍ଷ ମେ-ଜୁନ ମାସରେ ଆରମ୍ଭ ହେବାର ଥିଲା। କିନ୍ତୁ ପରିବେଶ ଏବଂ ଅନ୍ୟାନ୍ୟ ଅନୁମୋଦନ ପାଇଁ ଏହା ଟିକେ ବିଳମ୍ବ ହୋଇଗଲା କିନ୍ତୁ ବର୍ତ୍ତମାନ କାମ ଦ୍ରୁତ ଗତିରେ ଚାଲିଛି। ପୂର୍ବରୁ ଲେହ ଏବଂ ଥାଉସରେ ଏୟାରବେସ ରହିଛି।

ଏହା ବ୍ୟତୀତ ସ୍ବତନ୍ତ୍ର ଅପରେଶନ ପରିବହନ ବିମାନ ଏବଂ ହେଲିକପ୍ଟର ଅପରେଶନ ପାଇଁ ୩ ଟି ଆଡଭାନ୍ସ ଲ୍ୟାଣ୍ଡିଂ ଗ୍ରାଉଣ୍ଡ ଅଛି, ଯେଉଁଥିରେ ନିଓମା, ଦୌଲତ ବେଗ ଓଲଡି, ଫୁକେ ଅନ୍ତର୍ଭୁକ୍ତ। ଗତ ତିନିବର୍ଷ ମଧ୍ୟରେ ଏଲଏସି ନିକଟରେ ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି କରିବାରେ ନିଓମା ଆଡଭାନ୍ସ ଲ୍ୟାଣ୍ଡିଂ ଗ୍ରାଉଣ୍ଡ ପ୍ରଭାବଶାଳୀ ପ୍ରମାଣିତ ହେବ। ତେବେ ଏନେଇ ଚାଇନାର ଚିନ୍ତା ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?