ଭିତରକନିକା ଦେଇ କୋଇଲା ଚାଲାଣ

କେନ୍ଦ୍ରାପଡ଼ା ଅଫିସ, ୧୮ା୧୦: ବନ୍ୟ ଜନ୍ତୁ ଓ ଜୈବ ବିବିଧତାର ସୁରକ୍ଷା ପାଇଁ ଜାତୀୟ ଉଦ୍ୟାନ ଭିତରକନିକାକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ତେବେ ଏହି ଘୋଷଣା ଚୋରା କୋଇଲା ଚାଲାଣକାରୀଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି। ବନ ବିଭାଗ ଓ ଜିଲା ପୋଲିସର ତନଖି ବ୍ୟବସ୍ଥାକୁ ବେଖାତିର କରି ଧାମରାରୁ ଚୋରାରେ ଆସୁଥିବା କୋଇଲାକୁ ଜିଲା ବାହାରକୁ ପଠାଯାଉଛିି। ସ୍ଥାନୀୟ ଅଧିବାସୀ ଏହି କୋଇଲାର ଲୋଡିଂ ଅନ୍‌ଲୋଡିଂ କରୁଛନ୍ତି। ଏହି ବେଆଇନ କାମ ସ୍ଥାନୀୟ ଅଞ୍ଚଳରେ ଅପରାଧ ପ୍ରବଣତାକୁ ବୃଦ୍ଧି କରୁଛି ବୋଲି ମତ ପ୍ରକାଶ ପାଇଛି।
ଏ ସମ୍ପର୍କରେ ରାଜନଗରର ଶ୍ରୀକାନ୍ତ କୁମାର ମହାଳିକ କୁହନ୍ତି, ଭଦ୍ରକ ଜିଲା ଧାମରା ବନ୍ଦରରୁ କଟକ ପର୍ଯ୍ୟନ୍ତ ଏହି କୋଇଲା ଚାଲାଣ ଚାଲିଛି। ଏହି ର଼୍ୟାକେଟ୍‌ର ସଦସ୍ୟମାନେ ଦୀର୍ଘଦିନ ଧରି ଏମିତି କାରବାର ଚଳାଇଛନ୍ତି। ପ୍ରତିଦିନ ରାତିରେ ୨ରୁ ୫ଟି ଟ୍ରକରେ କୋଇଲା ଚାଲାଣ ହେଉଛି। ଖମାର ପଞ୍ଚାୟତ ପରମାନନ୍ଦପୁର ଗ୍ରାମ ସୀମାକୁ ଲାଗିଥିବା ବ୍ରାହ୍ମଣୀ ନଦୀକୂଳରେ ଏହି କାରବାର ଚାଲିଛି। ଧାମରା ବନ୍ଦରରୁ ଏହି କୋଇଲା ଆସୁଛି। ବନ୍ଦରକୁ ଆସୁଥିବା ଜାହାଜରୁ କୌଣସି ଉପାୟରେ କୋଇଲା ଆଣି ବୋଟ୍‌ରେ ଲଦି ଭିତରକନିକାର ନିଷିଦ୍ଧାଞ୍ଚଳରେ ଅନ୍‌ଲୋଡିଂ କରାଯାଉଛି। ସେଠାରେ ସିମେଣ୍ଟ ବସ୍ତାରେ ପ୍ୟାକିଂ କରାଯାଇ ଜିଲା ବାହାରକୁ ପଠାଯାଉଛି। ନଳିତାପାଟିଆ, ଖୋଳା ଆଦି ସ୍ଥାନରେ ଏହି କୋଇଲା ଅନ୍‌ଲୋଡିଂ ହେଉଛି। କୋଇଲା ଲୋଡିଂ ଓ ଅନ୍‌ଲୋଡିଂରେ ସ୍ଥାନୀୟ ଅଧିବାସୀ ସହଯୋଗ କରୁଛନ୍ତି। ଅର୍ଥାଭାବରୁ ସ୍ଥାନୀୟ ଅଞ୍ଚଳର ଶ୍ରମିକମାନେ ଏହି କାମ କରୁଛନ୍ତି। ପରବର୍ତ୍ତୀ ସମୟରେ ଏହି କାରବାର ଅପରାଧ ସୃଷ୍ଟି କରୁଥିବା ଲକ୍ଷ୍ୟ କରାଯାଉଛି। ନିଷିଦ୍ଧାଞ୍ଚଳରେ କୋଇଲାର ଚୋରା ଚାଲାଣ ବନ୍ଦ ନ ହେଲେ ଭିତରକନିକାର ପରିବେଶ ଅପରାଧୀଙ୍କ ପାଇଁ ଆଗାମୀ ଦିନରେ ଭୂସ୍ବର୍ଗ ପାଲଟିଯିବ ବୋଲି ସେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ନିଜ ନାମ ଗୋପନ ରଖି କହିଛନ୍ତି, କୋଇଲା ଚାଲାଣ ସମ୍ପର୍କରେ ସମସ୍ତେ ଜାଣନ୍ତି। ତାଳଚୁଆ ସାମୁଦ୍ରିକ ପୋଲିସ ଥାନାଠାରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ଏହି କାରବାର ଚାଲିଥିବା ବେଳେ ଚାଲାଣ ପଥରେ ବନ ବିଭାଗର ଗେଟ୍‌, ଜିଲା ପୋଲିସର ରାତି ପାଟ୍ରୋଲିଂ, ବିଭିନ୍ନ ଟୋଲ ଗେଟ୍‌ ଅଛି। ଏହା ସତ୍ତ୍ୱେ କୋଇଲା ଚାଲାଣ ହେଉଛି କେମିତି ବୋଲି ସେ ପ୍ରଶ୍ନ କରିଛନ୍ତି। ଏଥିସହ ସେ ପ୍ରକାଶ କରିଛନ୍ତି, ନିଷିଦ୍ଧାଞ୍ଚଳରେ କୋଇଲା ଚାଲାଣ ବଡ଼ କଥା ହୋଇ ରହିନାହିଁ। ବରଂ ଏହି ଅଞ୍ଚଳରେ ଏବେ ନିଶା କାରବାର ବଢ଼ିଛି। ଅନୁପ୍ରବେଶ ବଢ଼ିବା ସହ ଚିଙ୍ଗୁଡି ଘେରି ନିର୍ମାଣଠାରୁ ଆରମ୍ଭ କରି ଜଙ୍ଗଲ ଜମିକୁ କେତେଜଣ ବ୍ୟକ୍ତି ଜବରଦଖଲ କରୁଛନ୍ତି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତି।
ଏପରି ଅଭିଯୋଗ ସମ୍ପର୍କରେ ଡିଏଫ୍‌ଓ ଡ. ଯଜ୍ଞଦତ୍ତ ପତି କହିଛନ୍ତି, ଏପରି ଘଟଣା ନଜରକୁ ଆସିନାହିଁ। ରାଜନଗର ଥାନା ଅଧିକାରୀ ତପନ କୁମାର ନାୟକ କହିଛନ୍ତି, ପୂର୍ବରୁ ଏପରି ଏକ ଘଟଣା ନଜରକୁ ଆସିଥିଲା। ୨ଟି ଟ୍ରକରୁ ଲକ୍ଷାଧିକ ଟଙ୍କାର କୋଇଲା ଜବତ ହେବା ସହ ଦୁଇ ଗାଡ଼ି ଚାଳକଙ୍କୁ ଗିରଫ କରାଯାଇଥିଲା। ଉପରୋକ୍ତ ଟ୍ରକରେ କୋଇଲା ଧାମରା ବନ୍ଦରରୁ ଆସି ଖୋଳାରେ ଅନ୍‌ଲୋଡିଂ ହୋଇଥିଲା। ସେଠାରୁ କଟକ ଜଗତପୁର ଯାଉଥିବା ବେଳେ ରାଜନଗରର ତାରିଣୀ ମନ୍ଦିର ନିକଟରେ ରାତ୍ରି ପାଟ୍ରୋଲିଂ କରୁଥିବା ପୋଲିସ କର୍ମଚାରୀଙ୍କ ଦ୍ୱାରା ଧରା ପଡିଥିଲା। ବେଆଇନ କୋଇଲା ଚାଲାଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉଛି ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?