ବହଳିଆ ରକ୍ତ ହାର୍ଟଆଟାକର ମୁଖ୍ୟ କାରଣ, ରକ୍ତକୁ ଏଭଳି କରନ୍ତୁ ପତଳା…

ନୂଆଦିଲ୍ଲୀ : ଶୀତଦିନେ ହାର୍ଟ ସମ୍ବନ୍ଧୀୟ ସମସ୍ୟା ଦ୍ରୁତ ଗତିରେ ବଢ଼ିଥାଏ। ବିଶେଷକରି ହାର୍ଟଆଟାକ ସମସ୍ୟା ଅଧିକ ଦେଖାଦେଇଥାଏ। ରକ୍ତ ବହଳିଆ ହେବା ହାର୍ଟଆଟାକର ମୁଖ୍ୟ କାରଣ ମଧ୍ୟରୁ ଗୋଟିଏ । ରକ୍ତ ବହଳିଆହେବା ଦ୍ୱାରା ଶୀଘ୍ର ଜମାଟ ବାନ୍ଧିଥାଏ। ଏହା ଯୋଗୁ ସାଂଘାତିକ ସ୍ଥିତି ସୃଷ୍ଟି ହୋଇଥାଏ। କାରଣ, ବହଳିଆ ରକ୍ତ ହାର୍ଟଆଟାକ, ଷ୍ଟ୍ରୋକ ଇତ୍ୟାଦି ବିପଦକୁ ବଢ଼ାଇଥାଏ । ସେଥିପାଇଁ ରକ୍ତକୁ ପତଳା କରିବା ଲାଗି ବିଭିନ୍ନ ପଦକ୍ଷେପ ଘରେ ମଧ୍ୟ କରାଯାଇ ପାରିବ। ଲକ୍ଷ୍ନୌର ରେଗୁନ ହସ୍ପିଟାଲର ଡାଏଟିସିଆନ ଏବଂ ଡାଇବେଟିସ ପରାମର୍ଶ ଦାତା ରିତୁ ତ୍ରିବେଦୀଙ୍କ ଅନୁସାରେ ଘରେ ପ୍ରତିଦିନ ରସୁଣ, ହଳଦୀ, ଅଦା, ଗ୍ରୀନ ଟି ତଥା ଭିଟାମିନ ସି ଯୁକ୍ତ ଫଳ ଖାଇବା ଦ୍ୱାରା ରକ୍ତ ପତଳା ହୋଇଥାଏ।
ରସୁଣରେ ଥିବା ଏକପ୍ରକାର ଯୌଗିକ ରକ୍ତ ଜମାଟ କରୁଥିବା ପ୍ରୋଟିନ ଫାଇବ୍ରିନୋଜେନର ଉତ୍ପାଦନକୁ ହ୍ରାସ କରିଥାଏ। ଫଳରେ ରକ୍ତ ପତଳା ରହିଥାଏ।
ସେହିପରି ଅଦାରେ ଜିଞ୍ଜରୋଲ ନାମକ ପ୍ରାକୃତିକ ଆଣ୍ଟି-ଇନଫ୍ଲାମେଟୋରୀ ଯୌଗିକ ଥାଏ। ଜିଞ୍ଜରୋଲ ପ୍ଲାଲେଟ ଏଗ୍ରିଗେଶନ ହ୍ରାସ କରେ। ଯାହା ରକ୍ତକୁ ପତଳା ରଖେ ଏବଂ ସୁସ୍ଥ ରକ୍ତ ସଞ୍ଚାଳନକୁ ବଜାୟ ରଖିବାରେ ସାହାଯ୍ୟ କରେ ।

ହଳଦୀ ଭାରତୀୟ ରୋଷେଇର ଏହି ଗୁରୁତ୍ୱପୂର୍ଣ୍ଣ ମସଲା। ଏହା ଅନେକ ସ୍ବାସ୍ଥ୍ୟ ସମସ୍ୟା ପାଇଁ ଏକ ଔଷଧ ଭାବେ କାର୍ଯ୍ୟ କରେ। ଏଥିରେ କର୍କୁମିନ ନାମକ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଥାଏ। କର୍କୁମିନ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣରେ ଭରପୂର। ଏହି କାରଣରୁ, ଏହା ଯୋଗୁ ରକ୍ତ ଜମାଟ ବାନ୍ଧେ ନାହିଁ ଏବଂ ଶରୀରରେ ରକ୍ତ ପ୍ରବାହ ସ୍ବାଭାବିକ ରହିଥାଏ ।

ଭିଟାମିନ ସି ଥିବା ଫଳ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ। ଏଭଳି ପରିସ୍ଥିତିରେ କମଳା, ଲେମ୍ବୁ, ଅଙ୍ଗୁର, କିୱି ପରି ଖଟା ଫଳ ନିୟମିତ ଖାଇବା ଉଚିତ। ଭିଟାମିନ ସି ସହିତ ବାୟୋଫ୍ଲୋନାଏଏଡ ମଧ୍ୟ ଏହି ଫଳଗୁଡ଼ିକରେ ପ୍ରଚୁର ପରିମାଣରେ ଥାଏ। ଏହି ଦୁଇଟି ଶରୀର କୋଷର କାନ୍ଥକୁ ମଜବୁତ କରେ ଏବଂ ସେମାନଙ୍କର ଫୁଲାକୁ ଦୂର କରେ । ଫଳରେ ରକ୍ତରେ କ୍ଲଟ ସୃଷ୍ଟି ହୁଏ ନାହିଁ ଏବଂ ଶରୀରରେ ରକ୍ତ ସହଜରେ ପ୍ରବାହିତ ହୁଏ ।

ବିଶେଷଜ୍ଞଙ୍କ ଅନୁଯାୟୀ, ଗ୍ରୀନ ଟିରେ ଆଣ୍ଟି-ଇନଫ୍ଲାମେଟୋରୀ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଥାଏ। ଏଥିରେ ଥିବା କ୍ୟାଟେଚିନ ନାମକ ଉପାଦାନ ରକ୍ତକୁ ପତଳା କରିଥାଏ ଏବଂ ଜମାଟ ବାନ୍ଧିବାକୁ ରୋକିଥାଏ। ରକ୍ତ ଜମାଟ ବାନ୍ଧିବାରେ ଜଡିତ ଦୁଇଟି ପ୍ରମୁଖ ପ୍ରୋଟିନ ଫାଇବ୍ରିନୋଜେନ ଏବଂ ଥ୍ରୋମ୍ବିନକୁ ପ୍ରତିରୋଧ କରିବାରେ କ୍ୟାଟେଚିନ କାର୍ଯ୍ୟ କରେ । କ୍ୟାଟେଚିନ ଫାଇବ୍ରିନୋଜେନ ଏବଂ ଥ୍ରୋମ୍ବିନର ଉତ୍ପାଦନ ହ୍ରାସ କରି ରକ୍ତ ଜମାଟ ବାନ୍ଧିବାକୁ ରୋକିଥାଏ । ଏହା ବ୍ୟତୀତ ଏହାର ନିୟମିତ ବ୍ୟବହାର ଦ୍ୱାରା ଶରୀରର ପ୍ରତି କୋଷଗୁଡ଼ିକରେ ରକ୍ତ ପ୍ରବାହରେ ମଧ୍ୟ ଉନ୍ନତି ଆସିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?