ସେମାନେ ମୋତେ ଜେଲରେ ହତ୍ୟା କରିବେ

ଲାହୋର/ଇସ୍‌ଲାମାବାଦ,୧୫ା୩: ବହୁଚର୍ଚ୍ଚିତ ତୋଶାଖାନା ମାମଲାରେ ପାକିସ୍ତାନର ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ମୁଣ୍ଡ ଉପରେ ଗିରଫଦାରି ଖଣ୍ଡା ଝୁଲୁଛି। ପୋଲିସ ଇମ୍ରାନ୍‌ଙ୍କୁ ଗିରଫ କରିବା ପାଇଁ ମଙ୍ଗଳବାର ଲାହୋରସ୍ଥିତ ତାଙ୍କ ଜମାନ୍‌ ପାର୍କ ବାସଭବନରେ ପହଞ୍ଚତ୍ଥିଲା। ସେଠାରେ ଉପସ୍ଥିତ ପାକିସ୍ତାନ ତେହରିକ୍‌-ଇ-ଇନ୍‌ସାଫ୍‌ (ପିଟିଆଇ) ସମର୍ଥକମାନେ ଗିରଫଦାରିକୁ ବିରୋଧକରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭ ବେଳେ ପୋଲିସ ଓ ସମର୍ଥକଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଥିଲା। ତେବେ ଇମ୍ରାନ୍‌ ଇସ୍‌ଲାମାବାଦ୍‌ ହାଇକୋର୍ଟରୁ ସୁରକ୍ଷାମତ୍କ ଜାମିନ ହାସଲ କରିଥିବାରୁ ପୋଲିସ ତାଙ୍କୁ ଗିରଫ କରିପାରି ନାହିଁ।
ମୁଖ୍ୟ ଇମ୍ରାନ୍‌ ଖାନ୍‌ ପ୍ରଧାନମନ୍ତ୍ରୀ ଥିବାବେଳେ ପାଇଥିବା ଏକ ଦାମୀ ଗ୍ରାଫ୍‌ ହାତଘଣ୍ଟା ସମେତ କେତେକ ଉପହାରକୁ ସରକାରୀ ଭଣ୍ଡାର (ତୋଶାଖାନା)ରୁ ରିହାତି ମୂଲ୍ୟରେ କିଣିଥିଲେ। ପରେ ସେ ଏହାକୁ ଅଧିକ ମୂଲ୍ୟରେ ବିକ୍ରି କରିଦେଇଥିବା ଅଭିଯୋଗ ରହିଛି। ଅତିରିକ୍ତ ଜିଲା ଜଜ୍‌ ଜାଫର ଇକ୍‌ବାଲ୍‌ଙ୍କ କୋର୍ଟ ସୋମବାର ତୋଶାଖାନା ମାମଲାର ଶୁଣାଣି କରି ଇମ୍ରାନ୍‌ଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରିଥିଲେ। ଏଥିସହ ତାଙ୍କୁ ମାର୍ଚ୍ଚ ୧୮ ସୁଦ୍ଧା କୋର୍ଟରେ ହାଜର କରାଇବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଇସ୍‌ଲାମାବାଦ୍‌ ଡିଆଇଜି (ଅପରେଶନ୍ସ) ଶେହଜାଦ ବୁଖାରିଙ୍କ ନେତୃତ୍ୱରେ ପୋଲିସ ଇମ୍ରାନ୍‌ଙ୍କ ଜମାନ୍‌ ପାର୍କ ବାସଭବନରେ ପହଞ୍ଚତ୍ଥିଲା। ସଶସ୍ତ୍ର ପୋଲିସ ଟିମ୍‌ ଏବଂ ପିଟିଆଇ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଇମ୍ରାନ୍‌ଙ୍କ ସମର୍ଥକମାନେ ପୋଲିସକୁ ଠେଲାମାଡ଼ କରିଥିଲେ। ପୋଲିସ ଲୁହବୁହା ବାଷ୍ପ ପ୍ରୟୋଗ କରୁଥିବାବେଳର ଭିଡିଓକୁ ପିଟିଆଇ ନେତା ଶିରିନ୍‌ ମଜାରି ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଦଳର ଉପନେତା ଶାହ ମେହମୁଦ କୁରେଶି କହିଛନ୍ତି, ପିଟିଆଇ ନେତା ରକ୍ତାକ୍ତ ସଂଘର୍ଷକୁ ଏଡ଼ାଇବା ପାଇଁ ଏକ ସମ୍ଭାବ୍ୟ ପନ୍ଥା ବାହାର କରିବାକୁ ପ୍ରସ୍ତୁତ। ସେହିପରି ଦଳୀୟ ନେତାମାନେ ଗିରଫ ପରଓ୍ବାନାକୁ ଚ୍ୟାଲେଞ୍ଜ କରି ଇସ୍‌ଲାମାବାଦ୍‌ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ପୂର୍ବତନ ମନ୍ତ୍ରୀ ଫଓ୍ବାଦ୍‌ ଚୌଧରୀ ସୂଚନା ଦେଇଛନ୍ତି।
ଇତିିମଧ୍ୟରେ ୭୦ ବର୍ଷୀୟ ଇମ୍ରାନ୍‌ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ମେସେଜ୍‌ ଜାରି କରିଛନ୍ତି। ଏଥିରେ ସେ କହିଛନ୍ତି, ପୋଲିସ ମୋତେ ଗିରଫ କରିବାକୁ ଆସିଛି। ମୁଁ ଗିରଫ ହେଲେ ପାକିସ୍ତାନ ଶୋଇପଡ଼ିବ ବୋଲି ସେମାନେ ଭାବୁଛନ୍ତି। ମୋର ଯଦି କିଛି ହୋଇଯାଏ, ମୋତେ ଯଦି ହତ୍ୟା କରାଯାଏ ତେବେ ଏହି ଦେଶ ଲଢ଼େଇ ଜାରି ରଖିବ ବୋଲି ଆପଣମାନଙ୍କୁ ପ୍ରମାଣିତ କରିବାକୁ ପଡ଼ିବ।

ତୋଶାଖାନା ରେକର୍ଡ ପ୍ରକାଶିତ

ପାକିସ୍ତାନ ସରକାର ୨୦୦୨ରୁ ୨୦୨୨ ମଧ୍ୟରେ ହୋଇଥିବା ତୋଶାଖାନା ଗିଫ୍ଟ ସମ୍ପର୍କିତ ରେକର୍ଡକୁ ପ୍ରଥମ ଥର ପାଇଁ ସାର୍ବଜନୀନ କରିଛନ୍ତି। ୪୪୬ ପୃଷ୍ଠା ସମ୍ବଳିତ ଏହି ଗିଫ୍ଟ ରେକର୍ଡରେ ଦେଶର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀମାନେ ଗ୍ରହଣ କରିଥିବା ଉପହାର ବିବରଣୀ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଗ୍ରହୀତାଙ୍କ ମଧ୍ୟରେ ନଓ୍ବାଜ ଶରିଫ, ଇମ୍ରାନ୍‌ ଖାନ୍‌, ଆସିଫ ଅଲି ଜର୍ଦ୍ଦାରି, ଶାହିଦ୍‌ ଖାକନ ଅବ୍ବାସି ଏବଂ ଜେନେରାଲ (ଅବସରପ୍ରାପ୍ତ) ପରଭେଜ୍‌ ମୁଶାରଫ୍‌ଙ୍କ ନାମ ରହିଛି। ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶେହବାଜ୍‌ ଶରିଫ୍‌ ଜଣେ ମାତ୍ର ଶାସକ, ଯିଏକି ତୋଶାଖାନାରୁ କୌଣସି ଦାମୀ ଉପହାର ନେଇନାହାନ୍ତି। ଇମ୍ରାନ୍‌ ୨୦୧୮ ଅକ୍ଟୋବରରେ ୩.୮ ନିୟୁତ ପାକିସ୍ତାନୀ ରୁପି (ପିକେଆର୍‌) ମୂଲ୍ୟର ୫ଟି ହାତଘଣ୍ଟାକୁ ମାତ୍ର ୨୫୦,୦୦୦ ରୁପି ପଇଠ କରି ନେଇଛନ୍ତି। ସେହିପରି ୧.୫ ନିୟୁତ ପିକେଆର୍‌ ମୂଲ୍ୟର ରେଲେକ୍ସକୁ ୨୯୪,୦୦୦ ପିକେଆର୍‌ରେ ନେଇଥିଲେ। ୨୦୧୯ରେ ସେ ୧.୯ ନିୟୁତ ପିକେଆର୍‌ର ଏକ ଘଣ୍ଟାକୁ ୯୩୫,୦୦୦ ଦେଇ ନେଇଥିଲେ। ୨୦୨୦ରେ ଅନ୍ୟ ଏକ ରୋଲେକ୍ସକୁ ୨.୪ ନିୟୁତ ପିକେଆର୍‌ରେ ନେଇଥିଲେ, ଯାହାର ପ୍ରକୃତ ମୂଲ୍ୟ ୪.୪ ପିକେଆର୍‌।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ହଇଚଇ! ସାଧାରଣ ଚିକିତ୍ସା ପରେ ପିଲାଙ୍କ HIV ରିପୋର୍ଟ ପଜିଟିଭ୍, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମବାଦ,୨୩।୯: ପାକିସ୍ତାନରେ ଅନେକ ପରିବାର ପାଇଁ ପିଲାଙ୍କ ସାଧାରଣ ଚିକିତ୍ସା ପରେ ସାମ୍ନାକୁ ଆସିଥିବା HIV ପଜିଟିଭ୍ ରିପୋର୍ଟ ଚିନ୍ତାର କାରଣ ପାଲଟିଛି । NPRର ଏକ…

ବାଫ୍ଲା ମାଳି ଖଣି ପ୍ରଭାବିତ ଅଞ୍ଚଳରେ ବିକାଶର ନଗ୍ନ ଚିତ୍ର: ଉପରେ ଚାଲିଛି ଖଣି, ତଳେ ରାସ୍ତା ନାହିଁ; ପ୍ରଶାସନର ଅବହେଳା ପରେ…

ଥୁଆମୂଳ ରାମପୁର/କାଶୀପୁର, ୨୩।୯ (ଦୁର୍ଗା କୀର୍ତ୍ତି/ ପ୍ରଫୁଲ୍ଲ ବେହେରା): ଗୋଟିଏ ପଟେ ବାଫ୍ଲା ମାଳି ପାହାଡ଼ ଉପରେ ବାକ୍ସାଇଟ୍ ଖଣି ଖନନ କରି କୋଟି କୋଟି ଟଙ୍କାର…

ହର୍ମୁଜରେ ଜାହାଜ ଉପରେ ବଡ଼ ଧରଣର ଆକ୍ରମଣ, ଚାଲିଗଲା ଭାରତୀୟ ନାବିକଙ୍କ ଜୀବନ

ଓମାନ,୨୩।୯: ଓମାନ ଉପକୂଳ ନିକଟ ହର୍ମୁଜ୍ ଅଞ୍ଚଳରେ ଭାରତ ଆସୁଥିବା ଏକ ମାଲବାହୀ ଜାହାଜ ଉପରେ ଟର୍ପିଡୋ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଉତ୍ତରପ୍ରଦେଶର ଦେବରିଆ…

ବଡ଼ ବିପଦ! ଭାରତରେ ଜୀବନ ନେଇପାରେ ତାତି, ଯାଇପାରେ ୪.୫ ଲକ୍ଷରୁ ଅଧିକ ଜୀବନ

ନୂଆଦିଲ୍ଲୀ,୨୩।୯: ଶକ୍ତିଶାଳୀ ଏଲ୍‌ ନିନୋକୁ ନେଇ ଜଳବାୟୁ ବିଶେଷଜ୍ଞମାନେ ବଡ଼ ଚେତାବନୀ ଦେଇଛନ୍ତି । ଏକ ନୂଆ ଆକଳନ ଅନୁସାରେ, ଆଗାମୀ ୬ ମାସରେ ଏହି କାରଣ…

‘ଯିଏ ରାମଙ୍କର ହେଲେନି, ସେ କୃଷ୍ଣଙ୍କର ହୋଇପାରିବେନି’: ଅଖିଳେଶଙ୍କୁ ଟାର୍ଗେଟ୍ କଲେ…

ଲକ୍ଷ୍ନୌ,୨୩।୯: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଅଯୋଧ୍ୟା, କାଶୀ ଓ ମଥୁରାକୁ ନେଇ ରାଜନୈତିକ ବୟାନବାଜି ଜୋରଦାର ହୋଇଛି। ଅଯୋଧ୍ୟାରେ ରାସ୍ତା ପ୍ରଶସ୍ତୀକରଣକୁ ନେଇ ସମାଜବାଦୀ…

ଆପଣଙ୍କର SBIରେ ଆକାଉଣ୍ଟ ଅଛି କି? ଅକ୍ଟୋବର ୧ରୁ ATMରୁ ଟଙ୍କା କାଢ଼ିବା ହେବ ମହଙ୍ଗା, ଜାଣନ୍ତୁ କେତେ କଟିବ…

ନୂଆଦିଲ୍ଲୀ,୨୩।୯: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ‘ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ’ (SBI) ନିଜ ଗ୍ରାହକମାନଙ୍କ ପାଇଁ ATM ଏବଂ ନଗଦ ଟଙ୍କା ଉଠାଣ (Cash…

ନ୍ୟାସନାଲ ପେନଚାକ ପ୍ରତିଯୋଗିତା, ସ୍ବର୍ଣ୍ଣପଦକ ବିଜେତାଙ୍କୁ ଗଞ୍ଜାମରେ ସମ୍ବର୍ଦ୍ଧନା

ଗଞ୍ଜାମ,୨୩ା୯(ବିଦ୍ୟାଧର ସାହୁ ): ଲେହ ଲଦାଖରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପେନଚାକ ସିଲାଟ ପ୍ରତିଯୋଗିତା 2026 ରେ ଓଡ଼ିଆ ପୁଅ ଶିବପ୍ରସାଦ ଜେନା ଗୋଲ୍ଡ ମେଡାଲ ହାସଲ…

ଆୟ ବର୍ହିଭୂତ ସମ୍ପତ୍ତି ଠାବ, PEO କାର୍ତ୍ତିକେଶ୍ୱର ବେହେରା ଗିରଫ

ବରଗଡ଼,୨୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କଟାବାହାଲ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) କାର୍ତ୍ତିକେଶ୍ୱର ବେହେରାଙ୍କୁ ଗିରିଫ କରିଛି ଭିଜିଲାନ୍ ଟିମ୍ । ତାଙ୍କ ଜଣାଶୁଣା ଆୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?