ଅଞ୍ଚଳରେ ଚାଞ୍ଚଲ୍ୟ: ସ୍ପଷ୍ଟ ଦିବାଲୋକରେ ଯୁବକଙ୍କୁ ସଂଘବଦ୍ଧ ଭାବେ ଖଣ୍ଡାରେ ହାଣିଲେ, ଲୋକେ ପାଟିକରିବାରୁ…

ପୁରୁଷୋତ୍ତମପୁର,୨୬।୭( ସବିତାମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର କାଳୀମନ୍ଦିର ଛକ ନିକଟରେ ସ୍ପଷ୍ଟ ଦିବାଲୋକରେ ଜଣେ ଯୁବକଙ୍କୁ ଖଣ୍ଡାରେ ନିର୍ମମ ଭାବରେ ହାଣି ହତ୍ୟା ଉଦ୍ୟମ କରିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି । ଆକ୍ରମଣର ଶିକାର ହୋଇଥିବା ଯୁବକଜଣକ କବିସୂର୍ଯ୍ୟନଗରଥାନା ଅନ୍ତର୍ଗତ ବଡଖରିଡା ବାଣନଇ ଗ୍ରାମର ବଣ୍ଚି ବାରିକ (୨୮) ବୋଲି ଜଣାପଡିଛି । ଘଟଣାସ୍ଥଳରେ ଉପସ୍ଥିତ ଲୋକେ ବଣ୍ଟିଙ୍କୁ ଉଦ୍ଧାରକରି ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ବ୍ୟକେନ୍ଦ୍ରକୁ ଚିକିତ୍ସା ଲାଗି ଆଣିଥିେ। ମାତ୍ର ଅବସ୍ଥା ଗୁରୁତର ରହିଥିବାରୁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇ ଦିଆଯାଇଛି। ଏହାର ଖବରପାଇ ପୁରୁଷୋତ୍ତମପୁର ଏସଡିପିଓ ସୁଜିତକୁମାର ନାୟକ ସ୍ବାସ୍ବ୍ୟକେନ୍ଦ୍ରକୁ ଆସି ଆହାତଙ୍କ ବୟାନ ନେବା ସହ ଘଟଣାସ୍ଥଳକୁ ଯାଇ ତଦନ୍ତ ଚଲାଇଛନ୍ତି । ଘଟଣାରୁ ଜାଣିବାକୁ ମିଳିଛି ଯେ ଦୀର୍ଘ ଦିନ ହେଲା ବଣ୍ଟିଙ୍କ ସହ ରାଜପୁର ଗ୍ରାମର କିଛି ବ୍ୟକ୍ତି ସହ ଶତ୍ରୁତା ଲାଗିରହିଛି । ସେମାନେ ବଣ୍ଟିଙ୍କୁ ହତ୍ୟା କରିବା ଲାଗି ଛକିରହି ସୁଯୋଗ ଉଣ୍ଡିବାରେ ଲାଗିଛନ୍ତି । ବଣ୍ଟି ନିଜଗ୍ରାମରୁ ପୁରୁଷୋତ୍ତମପୁର ଆସି ଏକ ଗ୍ୟାରେଜରେ ମୋଟର ସାଇକେଲକୁ ମରାମତି କରୁଥିବା ବେଳେ ଏକ ସ୍କୁଟିରେ ତିନିଜଣ ଯୁବକ ଆସି ଅତର୍କିତ ଭାବରେ ଖଣ୍ଡାରେ ହାଣିପକାଇଥିଲେ। ଉପସ୍ଥିତ ଲୋକେ ପାଟି କରିବାରୁ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ସୂଚନା ଯୋଗ୍ୟ ଯେ ଗତ ୨୦୨୪ମେ’ ୨୬ ତାରିଖରେ ବଡଖରିଡା କାଳେଶ୍ବର ମନ୍ଦିରରେ ଯଜ୍ଞ ଚାଲିଥିବା ବେଳେ ମନ୍ଦିର ପରିଷରରେ ବଣ୍ଟିଙ୍କୁ ଏପରି ନିର୍ମମ ଭାବରେ ହାଣିଦେଇଥିବା ବେଳେ ବର୍ତ୍ତମାନ ପୁଣି ହାଣି ପକାଇଛନ୍ତି ।

Odisha’s No.1 Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ: ଗ୍ରାହକ ହନ୍ତସନ୍ତ, ବ୍ୟାଙ୍କସେବା ପ୍ରଭାବିତ ହେବା ଆଶଙ୍କାରେ…

ଛତ୍ରପୁର,୧୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ପାଞ୍ଚ ଦିନିଆ କାର୍ଯ୍ୟସପ୍ତାହ ଲାଗୁ କରିବାରେ ବିଳମ୍ବ, ପ୍ରଦର୍ଶନ ଆଧାରିତ ପ୍ରୋତ୍ସାହନ (ପିଏଲଆଇ) ସ୍କିମ୍‌କୁ ନେଇ ମତଭେଦ ସମେତ ବିଭିନ୍ନ ଦାବି ପୂରଣ…

କେନ୍ଦ୍ରୀୟ ବିଦ୍ୟାଳୟରେ ଶପଥ ଗ୍ରହଣ ସମାରୋହ: ନୂତନ ଦାୟିତ୍ୱ ନେଲେ ଛାତ୍ରୀଛାତ୍ର

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟରେ ନୂତନ ଶିକ୍ଷାବର୍ଷ ପାଇଁ ଶପଥ ଗ୍ରହଣ ସମାରୋହ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ବିଦ୍ୟାଳୟରେ…

ଘର ତିଆରି କରିବା ପାଇଁ ସରକାର ଦେବେ ଦେଢ ଲକ୍ଷ ଟଙ୍କା, ଜାଣନ୍ତୁ ଏହି ଯୋଜନାରେ କେମିତି ଉଠାଇବେ ଫାଇଦା

ନୂଆଦିଲ୍‌ଲୀ,୧୧।୯: ଯେଉଁମାନେ ସହରରେ ରହୁଛନ୍ତି, ବର୍ଷ ବର୍ଷ ଧରି ଭଡ଼ା ଘରେ ରହି ନିଜର ଏକ ଘର ତିଆରି କରିବାର ସ୍ୱପ୍ନ ଦେଖୁଛନ୍ତି, ସେମାନଙ୍କ ପାଇଁ ଏକ…

ହାତୀପଲ ଖାଇଯାଉଛନ୍ତି ପନିପରିବା, ଧାନଫସଲ ଦଳଚକଟି ନଷ୍ଟ କରିବା ସହ…

ଦିଗପହଣ୍ଡି,୧୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର, ହାତୀଆଡ଼ି, ଦେଓଖାଳି, ବାଗଡ଼ା, ସୁମନ୍ତପୁର, କରପଡ଼ା ସମେତ ଚିକିଟି ବ୍ଲକର କେ.ନୂଆଗାଁ ଆଦି ଗ୍ରାମରେ ଗତ…

ଆସିଲା Flipkart Big Billion Days Saleର ତାରିଖ! iPhone 17 ଉପରେ ମିଳିବ ଭାରି ଡିସ୍କାଉଣ୍ଟ, କମିଯିବ ଏତେ…

ନୂଆଦିଲ୍ଲୀ,୧୧।୯: ଅନଲାଇନ ସପିଂ ପ୍ରେମୀଙ୍କ ପାଇଁ ବଡ଼ ଖବର। ଫ୍ଲିପକାର୍ଟର ବର୍ଷର ସବୁଠୁ ବଡ଼ ଫେଷ୍ଟିଭ ସେଲ Big Billion Days 2026 ଖୁବଶୀଘ୍ର ଆରମ୍ଭ ହେବାକୁ…

ସ୍କୁଲରେ ଛାତ୍ରୀଙ୍କୁ ଘାରିଛି ଭୂତଭୟ, ଜଣଙ୍କ ପରେ ଜଣେ ହଠାତ୍‌ ତଳେପଡ଼ି ଗପୁଛନ୍ତି ଏଣୁତେଣୁ, ଆଜି ମେଡିକାଲ ଟିମ୍‌ ପହଞ୍ଚି…

ମହାକାଳପଡ଼ା,୧୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଦେଉଳପଡ଼ାସ୍ଥିତ ଗଜେଶ୍ୱର ବିଦ୍ୟାପୀଠରେ ୭ଜଣ ଛାତ୍ରୀଙ୍କୁ ଭୂତ ଭୟ ଘାରିଛି ବୋଲି କୁହାଯାଉଛି। ଏହି ବିଦ୍ୟାଳୟକୁ ନିକଟବର୍ତ୍ତୀ…

ଆବୁଧାବି ନିବେଶକ ସମ୍ମିଳନୀରେ ରୁଚି

କଟକ,୧୧ା୯(କାର୍ତ୍ତିକ ସାହୁ): ୟୁନାଇଟେଡ୍‌ ଆରବ ଏମିରେଟ୍ସର ଆବୁଧାବି ଓ ଦୁବାଇ ଠାରେ ଆରମ୍ଭ ହୋଇଛି ଓଡ଼ିଶା ନିବେଶକ ସମ୍ମିଳନୀ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଶିଳ୍ପମନ୍ତ୍ରୀ…

କମାଲ୍‌ କଲେ କୁଲଦୀପ ଯାଦବ: ୧୦ ଉଇକେଟ୍‌ ନେଇ ରଚିଲେ ଇତିହାସ

ଲଣ୍ଡନ,୧୧।୯:ଇଂଲଣ୍ଡରେ କୁଲଦୀପ ଯାଦବ ପୁଣିଥରେ ନିଜର ସ୍ପିନ ବୋଲିଂର ଯାଦୁ ଦେଖାଇ ୟର୍କଶାୟରକୁ ଏସେକ୍ସ ବିପକ୍ଷରେ ଏକ ଚମତ୍କାର ବିଜୟ ଦେଇଛନ୍ତି। ଏହି ମ୍ୟାଚରେ କୁଲଦୀପ ଏସେକ୍ସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri