ମଦ କାରବାରକୁ ବିରୋଧ କରିବାରୁ ଶୋଇଥିବାବେଳେ ଘରେ ଲଗାଇଦେଲେ ନିଆଁ, ଆଉ ତା’ପରେ…

ଦାରିଙ୍ଗବାଡି, ୫।୧ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା କିରିକୁଟି ପଞ୍ଚାୟତରେ ପୂର୍ବ ଶତ୍ରୁତାରୁ ଘରେ ନିଆଁ ଲଗାଇ ହତ୍ୟା ଉଦ୍ୟମ ଅଭିଯୋଗ ହୋଇଛି। ଏଥିରେ ପୋଲିସ ଜଣେ ଚୋରାମଦକାରବାର କରୁଥିବା ବ୍ୟବସାୟୀ ତଥା ମୁଖ୍ୟ ଅଭିଯୁକ୍ତ ହାଡ଼ିପା ପ୍ରଧାନ ଓରଫ ଟୁଡୁଙ୍କ ସମେତ ୨ ସହଯୋଗୀ ଗୋପବନ୍ଧୁ ପ୍ରଧାନ ଏବଂ ସିଦ୍ଧାନ୍ତ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ଜାମିନ ନାମଞ୍ଜୁର ପରେ ବିଚାରବିଭାଗ ହାଜତକୁ ପଠାଇଦିଆଯାଇଥିବା ପୋଲିସ କହିଛି। ପ୍ରକାଶ ଯେ, କିରିକୁଟିରେ ଚୋରାମଦ କାରବାର ଅବାଧରେ ଚାଲିଥିବାରୁ ଗାଁର ମହିଳାମାନେ ଚୋରା ମଦ କାରବାରରେ ଲିପ୍ତ ରହିଥିବା ବ୍ୟବସାୟିଙ୍କୁ ଡାକି ତାଗିଦ କରିବା ସହ ମଦ ବିରୋଧି ଆନ୍ଦୋଳନ କରିଥିଲେ । ପରେ କିଛି ଦିନର ନିରବତା ପରେ ପୁଣି ମୁଖ୍ୟ ଅଭିଯୁକ୍ତ ହାଡ଼ିପା ପ୍ରଧାନ ଓରଫ ଟୁଡୁ ଚୋରା ମଦ କାରବାର ଆରମ୍ଭ କରିଥିଲେ। ଏହାକୁ ଉକ୍ତ ଗ୍ରାମର ମହିଳା ରୁନୁ ବେହେରଦଳାଇ ବିରୋଧ କରି ମଦ କାରବାରକୁ ବନ୍ଦ କରିବାକୁ ତାଗିଦ କରିଥିଲେ । ଏଥିରେ ହାଡ଼ିପା ଉତକ୍ଷିପ୍ତ ହୋଇ ରୁନୁଙ୍କ ଉପରେ ପ୍ରତିଶୋଧ ନେବାକୁ ଯୋଜନା ପ୍ରସ୍ତୁତ କରି ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୧୦ଟା ବେଳେ ରୁନୁ ଓ ତାଙ୍କ ୨ ଶିଶୁ ଘରେ ଥିବା ବେଳେ ତାଙ୍କ ସ୍ବାମୀ ଚନ୍ଦ୍ରଶେଖର ଘରୁ ଅନ୍ୟ ସାହିକୁ ନିଆଁ ପୁଇଁବା ପାଇଁ ଯାଇଥିବାର ସୁଯୋଗ ନେଇ ରୁନୁଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ଏହା ପରେ କୌଶଳ କ୍ରମେ ରୁନୁ ବାଡ଼ି ପଟେ କବାଟ ଖୋଲି ବାହାରକୁ ଦୌଡ଼ି ସାହି ଲୋକଙ୍କୁ ପାଟି କରି ଡାକିଥିଲେ । ଏହି ସମୟରେ ଅଭିଯୁକ୍ତମାନେ ସେଠାରୁ ଦୌଡ଼ି ପଳାଇଥିଲେ । ଗ୍ରାମବାସୀ ପହଞ୍ଚି ରୁନୁଙ୍କ ଘର ନିଆଁ ଲିଭାଇବାକୁ ପ୍ରୟାସ କରିଥିଲେ ମଧ୍ୟ ତାଙ୍କ ଧାନ, ଚାଉଳ ଓ ଟଙ୍କା ପଇସା ପୋଡି ପାଉଁଶ ହୋଇଯାଇଥିଲା । ପରଦିନ ଏନେଇ ରୁନୁଙ୍କ ସ୍ବାମୀ ଚନ୍ଦ୍ରଶେଖର ପାତ୍ର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ପୋଲିସ ମାମଲା (୨ /୨୬ )ରୁଜୁ କରି ୨ ଅଭିଯୁକ୍ତଙ୍କୁ ରବିବାର ଓ ମୁଖ୍ୟ ଅଭିଯୁକ୍ତଙ୍କୁ ସୋମବାର ଗିରଫ କରିବାରେ ସଫଳ ହୋଇଥିବା ତଦନ୍ତକାରୀ ଅଧିକାରୀ ବାସନ୍ତି ବେହେରା କହିଛନ୍ତି ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri