ଘରଭଡ଼ା ମିଳୁନି, ଥଇଥାନ ହୋଇପାରୁନାହାନ୍ତି କିନ୍ନର

ଭୁବନେଶ୍ୱର,୨୭।୩ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମରେ ରହୁଥିବା କିନ୍ନରମାନେ ଆଉ ଭିକ୍ଷା ମାଗିବେ ନାହିଁ। ଅନ୍ୟମାନଙ୍କ ଭଳି ସେମାନେ ମଧ୍ୟ ସ୍ବାବଲମ୍ବୀ ହେବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବ। ଭୁବନେଶ୍ୱରକୁ ଭିକ୍ଷୁକମୁକ୍ତ କରିବା ଅଭିଯାନର ଏକ ଅଂଶ ସ୍ବରୁପ ଖୁବ୍‌ଶୀଘ୍ର ସହରରେ ଭିକ୍ଷାବୃତ୍ତି କରୁଥିବା କିନ୍ନରଙ୍କ ପାଇଁ ରହଣୀର ବ୍ୟବସ୍ଥା କରାଯିବ। ଏଭଳି କିଛି ପ୍ରତିଶ୍ରୁତି ଦେଇଥିଲା ବିଏମ୍‌ସି। ମାତ୍ର ପ୍ରତିଶ୍ରୁତିକୁ ବର୍ଷେ ପୂରିବାକୁ ବସିଥିବାବେଳେ ଏଯାଏ କିନ୍ନରଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଇ ପାରିନାହିଁ। ଫଳରେ ଏବେ ବି ପେଟ ପୋଷିବା ପାଇଁ ଅନେକ କିନ୍ନର ରାସ୍ତାକଡ଼ରେ, ମାର୍କେଟ ଅଞ୍ଚଳରେ ଭିକ୍ଷାବୃତ୍ତି କରୁଛନ୍ତି। ବିଏମ୍‌ସି କେବଳ ଯୋଜନା କରି ଚୁପ୍‌ ବସୁଥିବାବେଳେ ଏହାକୁ କିପରି କାର୍ଯ୍ୟକାରୀ କରାଯିବ ସେ ନେଇ କୌଣସି ପଦକ୍ଷେପ ନେଉନାହିଁ। ଯୋଜନା ଅନୁଯାୟୀ, ଆଶ୍ରୟସ୍ଥଳ ପାଇଁ ମହାନଗର ନିଗମାଞ୍ଚଳରେ ୨ଟି ସ୍ଥାନ ଚିହ୍ନଟ କରାଯିବ। ପ୍ରତ୍ୟେକ ସ୍ଥାନରେ ୨୫ଜଣ ଲେଖାଏ ମୋଟ ୫୦ଜଣ କିନ୍ନର ରହିବା ପାଇଁ ବ୍ୟବସ୍ଥା ରହିବ। ଏହି ବ୍ୟବସ୍ଥା ମେ’ ଶେଷ ସୁଦ୍ଧା କାର୍ଯ୍ୟକାରୀ କରାଯିବ ବୋଲି ୨୦୨୨ ଏପ୍ରିଲରେ ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଥିଲା। ଏଥିସହ ରହଣି ସମୟରେ ସେମାନଙ୍କ ଦକ୍ଷତା ବିକାଶ କରିବା ସହ ଧୂପକାଠି, ଫିନାଇଲ୍‌ ଆଦି ତିଆରି ମାଧ୍ୟମରେ ରୋଜଗାର ଦେବାକୁ ବିଭିନ୍ନ ତାଲିମ୍‌ ପ୍ରଦାନ କରାଯିବ। ସେହିପରି ଏଥିସହ ପ୍ରତ୍ୟେକଙ୍କୁ ୩,୪୦୩ ଟଙ୍କା ଲେଖାଏ ପ୍ରେତ୍ସାହନ ରାଶି ପ୍ରଦାନ କରାଯିବ, ଯାହା ସେମାନଙ୍କର ଅର୍ଥ ଉପାର୍ଜନ କରିବାରେ କିଛିଟା ସହାୟକ ହୋଇ ପାରିବ ବୋଲି ଯୋଜନା ହୋଇଥିଲା। ମାତ୍ର ଟ୍ରେନିଂ ଦୂରର କଥା କିନ୍ନରଙ୍କୁ ଆଶ୍ରୟ ଦେବାପାଇଁ ଏଯାବତ୍‌ ଘର ଯୋଗାଡ ହୋଇ ପାରୁ ନ ଥିବାରୁ ସେମାନଙ୍କ ଥଇଥାନ ଯୋଜନା ବାଟବଣା ହୋଇଛି।
ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସହର ମଧ୍ୟରେ ଏକା ସାଙ୍ଗରେ ୨୫ଜଣ କିନ୍ନର ରହିବା ଭଳି ଘରଭଡ଼ା ନେଇ ସେଠାରେ ଟ୍ରେନିଂ ଦେବା ପାଇଁ ବିଏମ୍‌ସି ଟେଣ୍ଡର କରିଛି। ଦୁଇଟି କିନ୍ନର ସଂସ୍ଥା ‘ସଖା’ ଏବଂ ‘ଥାର୍ଡ ଜେଣ୍ଡର ଓ୍ବେଲ୍‌ଫେୟାର ଟ୍ରଷ୍ଟ’କୁ ଦାୟିତ୍ୱ ଦିଆଯାଇଛି। ସେମାନେ ଘର ନେଇ କିନ୍ନରଙ୍କ ରହଣୀ ବ୍ୟବସ୍ଥା ସହ ଟ୍ରେନିଂ କରିବେ। ହେଲେ ଘରଭଡ଼ା ମିଳୁ ନ ଥିବାରୁ ସେମାନେ ଏହାକୁ କାର୍ଯ୍ୟକାରୀ କରି ପାରୁନାହାନ୍ତି। ଥାର୍ଡ ଜେଣ୍ଡର ଓ୍ବେଲ୍‌ଫେୟାର ଟ୍ରଷ୍ଟର ସଭାପତି ମେଘନା ମିଶ୍ର କହିଛନ୍ତି, ବିଏମ୍‌ସି ଆମକୁ ଦାୟିତ୍ୱ ଦେଇଛି। କିନ୍ନରମାନେ ବିଭିନ୍ନ ବସ୍ତିରେ ରହୁଛନ୍ତି। ତେଣୁ ସେମାନଙ୍କୁ ରଖି ଟ୍ରେନିଂ ଦେବା ପାଇଁ ଭଲ ଜାଗା ଦରକାର। ମାତ୍ର ୨୫ଜଣ କିନ୍ନର ରହି ପାରିବା ଭଳି ଘର ଭଡ଼ା ସୂତ୍ରରେ ମିଳୁନାହିଁ। ଲୋକମାନେ କିନ୍ନରମାନଙ୍କୁ ଭରସା କରୁନାହାନ୍ତି। ସରକାରଙ୍କ ଖାଲି ପଡିଥିବା କୌଣସି ଘର ଆମକୁ ଦେଲେ ତାହାକୁ ଆମେ ଟ୍ରେନିଂ ସେଣ୍ଟର କରିବୁ। ଏନେଇ ବିଏମ୍‌ସିକୁ ଚିଠି ଲେଖିଛୁ, ମାତ୍ର ସେପଟୁ କିଛି ଉତ୍ତର ଆସିନାହିଁ ବୋଲି ମେଘନା କହିଛନ୍ତି। ରାଜଧାନୀରେ ପ୍ରାୟ ୫ଶହ କିନ୍ନର ବିଭିନ୍ନ ବସ୍ତିରେ ରହୁଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଭିକ୍ଷାବୃତ୍ତି ଉପରେ ନିର୍ଭର କରୁଛନ୍ତି। ସେମାନଙ୍କୁ ଥଇଥାନ କରିବାକୁ ହେଲେ ସେମାନଙ୍କ ଦକ୍ଷତା ବିକାଶ ଉପରେ କାର୍ଯ୍ୟ କରାଯିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

ବୁଧାଦ୍ଧିତ୍ୟ ରାଜଯୋଗ: ୫ ରାଶିଙ୍କ ହୁ ହୁ ହୋଇ ବଢିବ ଧନ! ମିଳିବ ମନଲାଖି ଚାକିରି…

ଅଗଷ୍ଟ ମାସରେ ଗ୍ରହମାନଙ୍କ ସ୍ଥିତି ଏବଂ ସଂଯୋଗ ଯୋଗୁଁ କେତେକ ରାଶିର ଜାତକଙ୍କୁ ବଡ଼ ଲାଭ ମିଳିପାରେ। ଏହି ସମୟରେ ସିଂହ ରାଶିରେ ସୂର୍ଯ୍ୟ, ବୁଧ ଏବଂ…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ନେସଲେ, ପେପ୍ସିକୋରୁ ଡୋମିନୋଜ୍… ଭ୍ରାମକ ବିଜ୍ଞାପନ ପାଇଁ ୧୫୦ରୁ ଅଧିକ କମ୍ପାନୀକୁ ନୋଟିସ୍!

ନୂଆଦିଲ୍ଲୀ,୨୩ା୮: ଭାରତର ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା ‘ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ’ (FSSAI) ଦେଶର କେତେକ ପ୍ରମୁଖ ଖାଦ୍ୟ ଏବଂ ପାନୀୟ (Food…

କୁଲଦୀପ ଯାଦବଙ୍କୁ ଦ୍ୱିତୀୟ ଟେଷ୍ଟରୁ କାହିଁକି ବାଦ ଦିଆଗଲା? ବିସିସିଆଇ ପ୍ରକୃତ କାରଣ ପ୍ରକାଶ କଲା

ନୂଆଦିଲ୍ଲୀ,୨୩।୮: କୁଲଦୀପ ଯାଦବ ବର୍ତ୍ତମାନ କଲମ୍ବୋରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳୁନାହାଁନ୍ତି। ତାଙ୍କ ସ୍ଥାନରେ ଅଫ ସ୍ପିନର ସାରାଂଶ ଜୈନଙ୍କୁ ପ୍ଲେଇଂ ଏକାଦଶରେ ସାମିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri