ବିନା ନିର୍ଦ୍ଦେଶନାମାରେ ଲୁଟୁଛନ୍ତି ଶାରୀଶୁଆ ପାହାଡ଼

ଖଇରା, ୨୯।୫: ବାଲେଶ୍ୱର ଜିଲା ଖଇରା ତହସିଲ କୁପାରୀ ଓ ବର୍ତ୍ତନା ରାଜସ୍ବ କ୍ଷେତ୍ର ଅଧୀନ ଶାରୀଶୁଆ ପାହାଡରେ ଥିବା ପଥର ଖଣିଗୁଡିକ କାର୍ଯ୍ୟକ୍ଷମ ପାଇଁ ରାଜସ୍ବ ଏବଂ ଇସ୍ପାତ, ଖଣି ବିଭାଗ ତରଫରୁ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ନ ହେଉଣୁ ଲୁଟେରାମାନେ ଦିନରାତି ଏକ କରି ଟ୍ରିପ ଟ୍ରିପ ପଥର ବିଭିନ୍ନ କ୍ରଶର ତଥା ଜିଲା ବାହାରକୁ ଚାଲାଣ କରୁଥିବା ଅଭିଯୋଗ ହୋଇଛି। ଆଇନ ଅନୁସାରେ ଶ୍ରମିକ ନିଯୁକ୍ତି, ହାତୀ ଚଲାପଥ, ରାଜସ୍ବ ଆମଦାନୀ ଆଦିକୁ ଦୃଷ୍ଟି ଦେଇ ଖଣି ଚଲାଇବାକୁ ଅନୁମତି ଦେବାକୁ ଗୁଆପାଳ, କଦଳୀଗଡିଆ, ବଗେଇପୁର, ଗଗୁଆ ଓ ଭୁଦେଇଶୁଳ ଆଦି ଗ୍ରାମର ଅଧିବାସୀ ଦାବି କରିଛନ୍ତି।
ପାହାଡରେ ଥିବା ୧୦୭ ଖଣି ମଧ୍ୟରୁ ଜୈବ ସମ୍ବେଦନକ୍ଷେତ୍ର ମଧ୍ୟରେ ଆସୁଥିବା ୧୦ଟି ଖଣିକୁ ବାଦ୍‌ ଦିଆଯାଇ ୯୭ ଖଣିକୁ ୫ବର୍ଷିଆ ନିଲାମ ଦେବାକୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ୫୧ଟି ଖଣି ନିଲାମ ପ୍ରକ୍ରିୟାରେ ଭାଗ ନେଇଥିବା ବେଳେ ୪୬ଜଣ ସର୍ତ୍ତ ପୂରଣ କରି ନ ଥିଲେ। ଏହି ଖଣି ନିଲାମଧାରୀମାନେ ୨ବର୍ଷ ୪ମାସ ବ୍ୟବହାର ଚଳାଇଥିବା ବେଳେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲର ରାୟ ପରେ ହାତୀ ଚଲାପଥ ଓ ପରିବେଶ ସୁରକ୍ଷା ଆଦି ବିଷୟ ଉପରେ ରାଜ୍ୟ ସରକାରଙ୍କ ନିକଟରୁ ଜାଣିବାକୁ ଚାହିଁଥିଲେ ଓ ଖଣି ବ୍ୟବହାର ଉପରେ କଟକଣା ଲଗାଇଥିଲେ। ଏହାସହିତ ସମସ୍ତ ଖଣିରେ ୧୪୪ ଧାରା ଲାଗୁ ହୋଇଥିଲା। ଏବେ କିଛି ବର୍ଷ ଖଣି ବ୍ୟବହାର କରିଥିବା ଏବଂ ନିଲାମ ପାଇଁ ଅନୁମତି ପାଇଥିବା ବ୍ୟକ୍ତିମାନେ ଅଦାଲତରେ ଆଶ୍ରୟ ନେବା ଏବଂ ରାୟ ଆସିବା ପରେ ପୁଣି ଥରେ ଖଣି ଚଲାଇବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ହେଲେ ଏଥର ଚିଠି ନମ୍ବର ୦୭୪୧ତା୧୪/୧୧/୨୨ରିଖରେ ଦିଆଯାଇଥିବା ବିଜ୍ଞପ୍ତିରେ ଲଘୁ ଖଣିଜ ପଦାର୍ଥର ପରିଚାଳନା ଦାୟିତ୍ୱ ଇସ୍ପାତ ଓ ଖଣି ବିଭାଗକୁ ହସ୍ତାନ୍ତର କରାଯାଇଥିଲା।
ଯେଉଁ ଜିଲାରେ ଖଣି ଅଧିକାରୀ ନିଯୁକ୍ତ ଥିବେ ସେଠାରେ ତାଙ୍କୁ ଏହାର ପରିଚାଳନା ଦାୟିତ୍ୱ ପ୍ରଦାନ ପାଇଁ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା। ଯଦି କୋଣସି ଜିଲାରେ ଖଣି ଅଧିକାରୀ ନାହାନ୍ତି ତେବେ ଅଧିକାରୀ ନିଯୁକ୍ତି ପର୍ଯ୍ୟନ୍ତ ସମସ୍ତ ଖଣି ଜିଲାପାଳ, ବନ ସଂରକ୍ଷକ, ରାଜସ୍ବ ବିଭାଗ ଅଧିକାରୀ ଏହାର ତଦାରଖ କରିବାକୁ କୁହାଯାଇଥିଲା। ଏ ପର୍ଯ୍ୟନ୍ତ ବାଲେଶ୍ୱର ଜିଲାରେ କୌଣସି ଖଣି ଅଧିକାରୀ ନିଯୁକ୍ତ ହୋଇ ନ ଥିବା ବେଳେ ଖଣି ଲୁଟେରାମାନେ ଖଣି ଚଳାଇବାକୁ ଅନୁମତି ମିଳିଥିବା ଏକ ଗୁଜବ ସୃଷ୍ଟି କରି ରୀତିମତ ଚୋରି କାର୍ଯ୍ୟରେ ଲାଗି ପଡିଛନ୍ତି।
ଏ ସମ୍ପର୍କରେ ତହସିଲଦାର ପ୍ରଶାନ୍ତ କୁମାର ମହାରଣାଙ୍କୁ ପଚାରିବାରେ କେବଳ ପ୍ରସ୍ତୁତି ଚାଲିଛି ହେଲେ ଖଣି ଚଳାଇବାକୁ କୌଣସି ଚିଠି ତାଙ୍କ ପାଖରେ ନାହିଁ। ଖଣିଚୋରି ସମ୍ପର୍କରେ ଖବର ପାଇ ରାତିରେ ପାହାଡରେ ପହଞ୍ଚିବା ପୂର୍ବରୁ ଆଗୁଆ ସୂଚନା ପାଇ ଖଣି ଚୋରମାନେ ଖସି ପଳାଉଥିବା ସେ କହିଛନ୍ତି।

ଉତ୍କଳବନ୍ଧୁ ପଣ୍ଡା


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ, ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା: ଦୋଷୀଙ୍କୁ ଆଜୀବନ ଜେଲ୍‌ଦଣ୍ଡ

ଭୁବନେଶ୍ୱର,୨୭ା୪(ସତ୍ୟଜିତ୍‌ ରାଉତ): ସ୍ତ୍ରୀ ଏବଂ ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଶନିବାର ଆଜୀବନ ଜେଲ୍‌ଦଣ୍ଡ ରାୟ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲା ଦୌରା ଜଜ୍‌।...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ପ୍ରମୁଖ ଦଳର ଟିକେଟ୍‌ ଘୋଷଣା ପରେ ଆତସବାଜିରେ କମ୍ପିଲା ନିରାକାରପୁର

ନିରାକାରପୁର,୨୭ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଅପରାହ୍ନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପ୍ରଶାନ୍ତ କୁମାର ଜଗଦେବଙ୍କୁ ପ୍ରାର୍ଥୀ କରିଥିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri