ବିନା ନିର୍ଦ୍ଦେଶନାମାରେ ଲୁଟୁଛନ୍ତି ଶାରୀଶୁଆ ପାହାଡ଼

ଖଇରା, ୨୯।୫: ବାଲେଶ୍ୱର ଜିଲା ଖଇରା ତହସିଲ କୁପାରୀ ଓ ବର୍ତ୍ତନା ରାଜସ୍ବ କ୍ଷେତ୍ର ଅଧୀନ ଶାରୀଶୁଆ ପାହାଡରେ ଥିବା ପଥର ଖଣିଗୁଡିକ କାର୍ଯ୍ୟକ୍ଷମ ପାଇଁ ରାଜସ୍ବ ଏବଂ ଇସ୍ପାତ, ଖଣି ବିଭାଗ ତରଫରୁ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ନ ହେଉଣୁ ଲୁଟେରାମାନେ ଦିନରାତି ଏକ କରି ଟ୍ରିପ ଟ୍ରିପ ପଥର ବିଭିନ୍ନ କ୍ରଶର ତଥା ଜିଲା ବାହାରକୁ ଚାଲାଣ କରୁଥିବା ଅଭିଯୋଗ ହୋଇଛି। ଆଇନ ଅନୁସାରେ ଶ୍ରମିକ ନିଯୁକ୍ତି, ହାତୀ ଚଲାପଥ, ରାଜସ୍ବ ଆମଦାନୀ ଆଦିକୁ ଦୃଷ୍ଟି ଦେଇ ଖଣି ଚଲାଇବାକୁ ଅନୁମତି ଦେବାକୁ ଗୁଆପାଳ, କଦଳୀଗଡିଆ, ବଗେଇପୁର, ଗଗୁଆ ଓ ଭୁଦେଇଶୁଳ ଆଦି ଗ୍ରାମର ଅଧିବାସୀ ଦାବି କରିଛନ୍ତି।
ପାହାଡରେ ଥିବା ୧୦୭ ଖଣି ମଧ୍ୟରୁ ଜୈବ ସମ୍ବେଦନକ୍ଷେତ୍ର ମଧ୍ୟରେ ଆସୁଥିବା ୧୦ଟି ଖଣିକୁ ବାଦ୍‌ ଦିଆଯାଇ ୯୭ ଖଣିକୁ ୫ବର୍ଷିଆ ନିଲାମ ଦେବାକୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ୫୧ଟି ଖଣି ନିଲାମ ପ୍ରକ୍ରିୟାରେ ଭାଗ ନେଇଥିବା ବେଳେ ୪୬ଜଣ ସର୍ତ୍ତ ପୂରଣ କରି ନ ଥିଲେ। ଏହି ଖଣି ନିଲାମଧାରୀମାନେ ୨ବର୍ଷ ୪ମାସ ବ୍ୟବହାର ଚଳାଇଥିବା ବେଳେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲର ରାୟ ପରେ ହାତୀ ଚଲାପଥ ଓ ପରିବେଶ ସୁରକ୍ଷା ଆଦି ବିଷୟ ଉପରେ ରାଜ୍ୟ ସରକାରଙ୍କ ନିକଟରୁ ଜାଣିବାକୁ ଚାହିଁଥିଲେ ଓ ଖଣି ବ୍ୟବହାର ଉପରେ କଟକଣା ଲଗାଇଥିଲେ। ଏହାସହିତ ସମସ୍ତ ଖଣିରେ ୧୪୪ ଧାରା ଲାଗୁ ହୋଇଥିଲା। ଏବେ କିଛି ବର୍ଷ ଖଣି ବ୍ୟବହାର କରିଥିବା ଏବଂ ନିଲାମ ପାଇଁ ଅନୁମତି ପାଇଥିବା ବ୍ୟକ୍ତିମାନେ ଅଦାଲତରେ ଆଶ୍ରୟ ନେବା ଏବଂ ରାୟ ଆସିବା ପରେ ପୁଣି ଥରେ ଖଣି ଚଲାଇବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ହେଲେ ଏଥର ଚିଠି ନମ୍ବର ୦୭୪୧ତା୧୪/୧୧/୨୨ରିଖରେ ଦିଆଯାଇଥିବା ବିଜ୍ଞପ୍ତିରେ ଲଘୁ ଖଣିଜ ପଦାର୍ଥର ପରିଚାଳନା ଦାୟିତ୍ୱ ଇସ୍ପାତ ଓ ଖଣି ବିଭାଗକୁ ହସ୍ତାନ୍ତର କରାଯାଇଥିଲା।
ଯେଉଁ ଜିଲାରେ ଖଣି ଅଧିକାରୀ ନିଯୁକ୍ତ ଥିବେ ସେଠାରେ ତାଙ୍କୁ ଏହାର ପରିଚାଳନା ଦାୟିତ୍ୱ ପ୍ରଦାନ ପାଇଁ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା। ଯଦି କୋଣସି ଜିଲାରେ ଖଣି ଅଧିକାରୀ ନାହାନ୍ତି ତେବେ ଅଧିକାରୀ ନିଯୁକ୍ତି ପର୍ଯ୍ୟନ୍ତ ସମସ୍ତ ଖଣି ଜିଲାପାଳ, ବନ ସଂରକ୍ଷକ, ରାଜସ୍ବ ବିଭାଗ ଅଧିକାରୀ ଏହାର ତଦାରଖ କରିବାକୁ କୁହାଯାଇଥିଲା। ଏ ପର୍ଯ୍ୟନ୍ତ ବାଲେଶ୍ୱର ଜିଲାରେ କୌଣସି ଖଣି ଅଧିକାରୀ ନିଯୁକ୍ତ ହୋଇ ନ ଥିବା ବେଳେ ଖଣି ଲୁଟେରାମାନେ ଖଣି ଚଳାଇବାକୁ ଅନୁମତି ମିଳିଥିବା ଏକ ଗୁଜବ ସୃଷ୍ଟି କରି ରୀତିମତ ଚୋରି କାର୍ଯ୍ୟରେ ଲାଗି ପଡିଛନ୍ତି।
ଏ ସମ୍ପର୍କରେ ତହସିଲଦାର ପ୍ରଶାନ୍ତ କୁମାର ମହାରଣାଙ୍କୁ ପଚାରିବାରେ କେବଳ ପ୍ରସ୍ତୁତି ଚାଲିଛି ହେଲେ ଖଣି ଚଳାଇବାକୁ କୌଣସି ଚିଠି ତାଙ୍କ ପାଖରେ ନାହିଁ। ଖଣିଚୋରି ସମ୍ପର୍କରେ ଖବର ପାଇ ରାତିରେ ପାହାଡରେ ପହଞ୍ଚିବା ପୂର୍ବରୁ ଆଗୁଆ ସୂଚନା ପାଇ ଖଣି ଚୋରମାନେ ଖସି ପଳାଉଥିବା ସେ କହିଛନ୍ତି।

ଉତ୍କଳବନ୍ଧୁ ପଣ୍ଡା


Enter your email to get our daily news in your inbox.

All Right Reserved By Dharitri.Com

ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଶୁଭସ୍ଥମ୍ଭ ସ୍ଥାପନ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ଗ୍ରାମର ପୁରାତନ ତଥା ୨୫ ବର୍ଷର ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଆସନ୍ତା…

ଆନ୍ଧ୍ରପ୍ରଦେଶରୁ ୫ ବନ୍ଧକ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ

ପାରଳାଖେମୁଣ୍ଡି/ମୋହନା,୨୧ା୮(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇ ଜଣେ ମାଲିକଙ୍କ ନିକଟରେ ବନ୍ଧକ ଥିବା ୫ ଜଣ ଶ୍ରମିକଙ୍କୁ ଗଜପତି ଜିଲା ପୋଲିସ ଉଦ୍ଧାର କରି…

ହକି ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌, ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍‌

ଆମଷ୍ଟେଲଭିନ୍‌,୨୧ା: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ଦ୍ୱିତୀୟ ରାଉଣ୍ଡରେ ଭାରତ ଶନିବାର ଏହାର ପ୍ରଥମ ମ୍ୟାଚ୍‌ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ସେମିଫାଇନାଲରେ ପ୍ରବେଶ ପାଇଁ ଏହି…

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

ଧରିତ୍ରୀ ପ୍ରଭାବ: ବାପାଙ୍କ ଦଶାହ କାର୍ଯ୍ୟପାଇଁ  ଝିଅପୁଅ ଗାଁ ଲୋକଙ୍କୁ ଭିକ୍ଷା ମାଗିବା ଘଟଣା, ଅସହାୟ ପରିବାରଙ୍କୁ ମିଳିଲା …

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା(୪୯)ଙ୍କ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଥିଲା। ଗୋବିନ୍ଦଙ୍କ ମୃତ୍ୟୁପରେ…

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri