‘ଟ୍ରେନରେ ପଶିବାକୁ ଦେଉ ନାହାନ୍ତି, ଗୋଇଠା ମାରୁଛନ୍ତିି’

ନୂଆଦିଲ୍ଲୀ,୨।୩: ଭାରତୀୟ ସରକାର ସମସ୍ତ ନାଗରିକଙ୍କୁ ତୁରନ୍ତ ୟୁକ୍ରେନର ଦ୍ୱିତୀୟ ବୃହତ୍‌ ସହର ଖାରକିବ ଛାଡ଼ିବାକୁ ଆଡଭାଇଜରି ଜାରି କରିଥିବା ବେଳେ ସାମ୍ନାକୁ ଆସିଛି ବିଭିନ୍ନ ରେଳ ଷ୍ଟେଶନରେ ଫସିଥିବା ଭାରତୀୟ ଛାତ୍ରୀଛାତ୍ରଙ୍କ ହତାଶ ପରିସ୍ଥିତି।

“ପରିସ୍ଥିତି ଖରାପ ଅଛି। ଆମ ପାଖରେ କୌଣସି ବଙ୍କର ନାହିଁ। ଏହା ପୂରା ଖୋଲା ସ୍ଥାନ। ଆମ ସାମ୍ନାରେ ଟ୍ରେନ ଥିଲା, କିନ୍ତୁ ସେମାନେ ଆମକୁ ଭିତରକୁ ପଶିବାକୁ ଦେଲେ ନାହିଁ। କେବଳ ୟୁକ୍ରେନ ନାଗରିକଙ୍କ ପାଇଁ ଗୋଟିଏ କିମ୍ବା ଦୁଇଟି ଗେଟ୍‌ ଖୋଲୁଛି। ଆମ ଲାଗି ବନ୍ଧୁକ, ବୁଲେଟ୍‌ ଅଛି। ହେଲେ ଟ୍ରେନ ନାହିଁ। ଆମେ ରିସ୍କ ନେଇ ଏଠାକୁ ଆସିଛୁ। ଏକ ହଜାରରୁ ଅଧିକ ଭାରତୀୟ ରେଳ ଷ୍ଟେଶନରେ ଫସିଛନ୍ତି। ଆମେ ଟ୍ରେନକୁ ଅପେକ୍ଷା କରିଛୁ। ୟୁକ୍ରେନ ସୁରକ୍ଷା କର୍ମୀ ଆମ ଉପରେ ଗୁଳି ଚଳାଉଛନ୍ତି, ଗୋଇଠା ମାରୁଛନ୍ତି। ସେମାନେ ଆମକୁ ଭିତରକୁ ଯିବାକୁ ଦେଉ ନାହାନ୍ତି। ମୁଁ ଭାରତ ସରକାରଙ୍କୁ କହିବାକୁ ଚାହେଁ, ଯଦି ଆମକୁ କିଛି ହୋଇଯାଏ, ତେବେ ଦୟାକରି ଆମ ପରିବାରର ଯତ୍ନ ନେବ” ବୋଲି ଭାରତୀୟ ଛାତ୍ରୀ ପ୍ରଗୁନ ରେଳ ଷ୍ଟେଶନରେ କରିଥିବା ଭିଡିଓରେ କହିଛନ୍ତି।

ଅନ୍ୟ ଜଣେ ଛାତ୍ର ପଠାଇଥିବା ଭିଡିଓରେ କହିଛନ୍ତି, ସେମାନେ ୩ ଘଣ୍ଟା ହେଲା ଅପେକ୍ଷା କରିଛନ୍ତି। ହେଲେ ଟ୍ରେନ ମଧ୍ୟକୁ ପସିବାକୁ ଅନୁମତି ମିଳୁନାହିଁ। କାହିଁକି ଏଭଳି କରାଯାଉଛି, ଆମକୁ ଜଣା ନାହିଁ। ଏଠାରେ ପ୍ରବଳ ଥଣ୍ଡା ହେଉଛି। ବରଫ ପଡ଼ୁଛି। ପରବର୍ତ୍ତୀ ଟ୍ରେନରେ ଆମକୁ ପସିବାକୁ ଅନୁମତି ଦିଆଯିବ କି ନାହିଁ, ତାହା ଜଣା ନାହିଁ। ଏଠାରେ ଅନେକ ଛାତ୍ରୀଛାତ୍ର ଅଛନ୍ତି। ଆମ ସହ ଝିଅ ମଧ୍ୟ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୀର୍ଘଦିନର ବ୍ୟବଧାନ ପରେ ଚାଇନାରେ କରୋନା: ଯାଞ୍ଚ ପାଇଁ ପହଞ୍ଚିଲା ଡବ୍ଲ୍ୟୁଏଚ୍‌ଓ ଟିମ୍‌

ଓ୍ବାଶିଂଟନ,୧୬।୧: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଏକ ଟିମ୍‌ ଚାଇନା ସହରରେ ପହଞ୍ଚିଛି। କରୋନା ମହାମାରୀର ବର୍ଷେ ପରେ ଡବ୍ଲୁଏଚ୍‌ଓର ୧୩ ବୈଜ୍ଞାନିକ ଏହି ମିଶନରେ ଭାଗ...

ଆମେରିକାରେ ପୁଣି ଫୁଟିଲା ଗୁଳି, ଏଥର ୬ ବର୍ଷର ଶିଶୁଙ୍କ ଗୁଳିର ଶିକାର ହେଲେ ଶିକ୍ଷୟିତ୍ରୀ

ଭର୍ଜିନିଆ,୭ ।୧: ଆମେରିକାରେ ଥମୁ ନାହିଁ ଗୁଳିକାଣ୍ଡ ମାମଲା । ଶୁକ୍ରବାର ଆମେରିକାର ଭର୍ଜିନିଆରେ ଥିବା ଏକ ପ୍ରାଥମିକ ବିଦ୍ୟାଳୟର ଛାତ୍ରଙ୍କ ବନ୍ଧୁକରୁ ଗୁଳିଫୁଟି ଜଣେ...

ପୃଥିବୀକୁ ଧ୍ୱଂସ କରିଥିବା ଗ୍ରହାଣୁ ପିଣ୍ଡଯୋଗୁ ବି ସୃଷ୍ଟି ହୋଇଥିଲା ଜୀବନ

ପେନସିଲ୍‌ଭାନିଆ,୬।୨: ପ୍ରାୟ ୬୬ ନିୟୁତ ବର୍ଷ ତଳେ ପୃଥିବୀ ସହିତ ଚିକ୍ସିଲୁବ୍‌ ଗ୍ରହାଣୁପିଣ୍ଡ ଧକ୍କା ହୋଇଥିଲା। ଏହାର ପ୍ରଭାବରେ ଭୂମିକମ୍ପ ହେବା ସହିତ ଅଗ୍ନି ଉଦ୍‌ଗୀରଣ...

ଭାରତରେ ୪.୫୮ କୋଟି ମହିଳା ନିଖୋଜ

ଜାତିସଂଘ,୧।୭: ବିଗତ ୫୦ ବର୍ଷ ମଧ୍ୟରେ ବିଶ୍ୱରେ ୧୪ କୋଟି ୨୬ ଲକ୍ଷ ମହିଳା ନିଖୋଜ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଏକତୃତୀୟାଂଶ ଅର୍ଥାତ୍‌ ୪ କୋଟି...

କ୍ୟାନସରର କାରଣ ହେଉଛି ଜନସନ ବେବି ପାଉଡର, ସାରା ବିଶ୍ୱରେ ଲାଗିପାରେ ପ୍ରତିବନ୍ଧକ

ଲଣ୍ଡନ,୮ ।୨: ଶିଶୁ ଓ ମହିଳାମାନେ ଫାର୍ମା କମ୍ପାନୀ ଜନସନ ଆଣ୍ଡ ଜନସନର ବେବି ପାଉଡର ବ୍ୟବହାର କରିବାକୁ ବେଶ୍ ପସନ୍ଦ କରୁଥିଲେ । ହେଲେ...

ନ୍ୟୁୟର୍କ ବ୍ରୋନକ୍ସ୍‌ ଚିଡ଼ିଆଖାନାର ବାଘୁଣୀ କରୋନା ପଜିଟିଭ୍‌

ନ୍ୟୁୟର୍କ ,୬।୪: ଆମେରିକାରେ କରୋନା ସଂକ୍ରମଣକୁ ନେଇ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏବେ ଏହି ସଂକ୍ରମଣ ମନୁଷ୍ୟଠାରୁ ପ୍ରାଣୀଙ୍କୁ ମଧ୍ୟ ସଂକ୍ରମିତ ହେବାରେ ଲାଗିଛି। ନ୍ୟୁୟର୍କର...

ସ୍ପେସ ଷ୍ଟେଶନରେ ଚାଷ କରାଯାଇଥିବା ଟମାଟୋ ପୃଥିବୀ ମୁହାଁ…

ଫ୍ଳୋରିଡା,୧୫।୪ : ଆମେରିକାର ସ୍ପେସ ଏଜେନ୍ସି ନାସା ଘୋଷଣା କରିଛି, ମହାକାଶରେ ଥିବା ଅନ୍ତର୍ଜାତୀୟ ସ୍ପେସ ଷ୍ଟେଶନ- ଆଇଏସଏସରେ ଚାଷ ହୋଇଥିବା ଟମାଟୋ ଏପ୍ରିଲ ୧୫...

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଦଙ୍ଗା ଆଶଙ୍କା

ୱାଶିଂଟନ,୩ ।୧୧; ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ଏବେ ନାନା ଆଶଙ୍କା ପ୍ରକାଶ ପାଇଛି । ତେବେ କୁହାଯାଉଛି କି ଆମେରିକାରେ ଗତ କିଛିଦିନ ହେବ...

Advertisement
Archives

Model This Week