‘ଟ୍ରେନରେ ପଶିବାକୁ ଦେଉ ନାହାନ୍ତି, ଗୋଇଠା ମାରୁଛନ୍ତିି’

ନୂଆଦିଲ୍ଲୀ,୨।୩: ଭାରତୀୟ ସରକାର ସମସ୍ତ ନାଗରିକଙ୍କୁ ତୁରନ୍ତ ୟୁକ୍ରେନର ଦ୍ୱିତୀୟ ବୃହତ୍‌ ସହର ଖାରକିବ ଛାଡ଼ିବାକୁ ଆଡଭାଇଜରି ଜାରି କରିଥିବା ବେଳେ ସାମ୍ନାକୁ ଆସିଛି ବିଭିନ୍ନ ରେଳ ଷ୍ଟେଶନରେ ଫସିଥିବା ଭାରତୀୟ ଛାତ୍ରୀଛାତ୍ରଙ୍କ ହତାଶ ପରିସ୍ଥିତି।

“ପରିସ୍ଥିତି ଖରାପ ଅଛି। ଆମ ପାଖରେ କୌଣସି ବଙ୍କର ନାହିଁ। ଏହା ପୂରା ଖୋଲା ସ୍ଥାନ। ଆମ ସାମ୍ନାରେ ଟ୍ରେନ ଥିଲା, କିନ୍ତୁ ସେମାନେ ଆମକୁ ଭିତରକୁ ପଶିବାକୁ ଦେଲେ ନାହିଁ। କେବଳ ୟୁକ୍ରେନ ନାଗରିକଙ୍କ ପାଇଁ ଗୋଟିଏ କିମ୍ବା ଦୁଇଟି ଗେଟ୍‌ ଖୋଲୁଛି। ଆମ ଲାଗି ବନ୍ଧୁକ, ବୁଲେଟ୍‌ ଅଛି। ହେଲେ ଟ୍ରେନ ନାହିଁ। ଆମେ ରିସ୍କ ନେଇ ଏଠାକୁ ଆସିଛୁ। ଏକ ହଜାରରୁ ଅଧିକ ଭାରତୀୟ ରେଳ ଷ୍ଟେଶନରେ ଫସିଛନ୍ତି। ଆମେ ଟ୍ରେନକୁ ଅପେକ୍ଷା କରିଛୁ। ୟୁକ୍ରେନ ସୁରକ୍ଷା କର୍ମୀ ଆମ ଉପରେ ଗୁଳି ଚଳାଉଛନ୍ତି, ଗୋଇଠା ମାରୁଛନ୍ତି। ସେମାନେ ଆମକୁ ଭିତରକୁ ଯିବାକୁ ଦେଉ ନାହାନ୍ତି। ମୁଁ ଭାରତ ସରକାରଙ୍କୁ କହିବାକୁ ଚାହେଁ, ଯଦି ଆମକୁ କିଛି ହୋଇଯାଏ, ତେବେ ଦୟାକରି ଆମ ପରିବାରର ଯତ୍ନ ନେବ” ବୋଲି ଭାରତୀୟ ଛାତ୍ରୀ ପ୍ରଗୁନ ରେଳ ଷ୍ଟେଶନରେ କରିଥିବା ଭିଡିଓରେ କହିଛନ୍ତି।

ଅନ୍ୟ ଜଣେ ଛାତ୍ର ପଠାଇଥିବା ଭିଡିଓରେ କହିଛନ୍ତି, ସେମାନେ ୩ ଘଣ୍ଟା ହେଲା ଅପେକ୍ଷା କରିଛନ୍ତି। ହେଲେ ଟ୍ରେନ ମଧ୍ୟକୁ ପସିବାକୁ ଅନୁମତି ମିଳୁନାହିଁ। କାହିଁକି ଏଭଳି କରାଯାଉଛି, ଆମକୁ ଜଣା ନାହିଁ। ଏଠାରେ ପ୍ରବଳ ଥଣ୍ଡା ହେଉଛି। ବରଫ ପଡ଼ୁଛି। ପରବର୍ତ୍ତୀ ଟ୍ରେନରେ ଆମକୁ ପସିବାକୁ ଅନୁମତି ଦିଆଯିବ କି ନାହିଁ, ତାହା ଜଣା ନାହିଁ। ଏଠାରେ ଅନେକ ଛାତ୍ରୀଛାତ୍ର ଅଛନ୍ତି। ଆମ ସହ ଝିଅ ମଧ୍ୟ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିସା ରିଜେକ୍ଟ ହେବାରୁ ବଞ୍ଚିଗଲା ଜୀବନ! ନେପାଳ ବନ୍ୟାର ଭୟାବହତାରୁ ଅଳ୍ପକେ ରକ୍ଷା ପାଇଲେ ଏହି ମହିଳା

କୋଲକାତା,୨୮।୮(ପି.ଟି.): ମନ ଚାହୁଁଥିବା କଥା ପୂରଣ ହୋଇ ନ ପାରିଲେ ଦୁଃଖ ଲାଗିଥାଏ। ହେଲେ ବେଳେ ବେଳେ ତାହା ପରବର୍ତ୍ତୀ ସମୟରେ ମଙ୍ଗଳ ଘଟାଇଥାଏ। ଏଭଳି ଏକ…

ଯାହା ଚାହିଁବ ତାହା ମିଳିବ… ନେପାଳ ପାଇଁ ହୃଦୟ ଖୋଲିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୮।୮: ନେପାଳ-ଚାଇନା ସୀମାବର୍ତ୍ତୀ ଅଞ୍ଚଳରେ ହଠାତ୍‌ ଏବଂ ଭୟଙ୍କର ବନ୍ୟା ଯୋଗୁ ହୋଇଥିବା କ୍ଷୟକ୍ଷତି ମଧ୍ୟରେ, ଆମେରିକା ନେପାଳକୁ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିଛି। ଆମେରିକାର…

‘ମୁଁ ପୁରା ପରିଶ୍ରମ କରୁଛି…’, ଟିମ୍ ଇଣ୍ଡିଆକୁ କମ୍‌ବ୍ୟାକ୍ ନେଇ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୨୮।୮: ଟି-୨୦ ବିଶ୍ୱକପ୍ ୨୦୨୬ରେ ଭାରତକୁ ଚାମ୍ପିୟନ କରିଥିବା ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ପରବର୍ତ୍ତୀ ଟି-୨୦ ସିରିଜ୍‌ରୁ ବାଦ୍ ଦିଆଯିବା ନେଇ କ୍ରିକେଟ୍‌ ଜଗତରେ ଚର୍ଚ୍ଚା ଜୋର…

ମହାରାଷ୍ଟ୍ର ସରକାରରେ ପୁଣି ଫାଟ: ଶିବସେନା ମନ୍ତ୍ରୀଙ୍କୁ ଅଣଦେଖା

ପୁଣେ,୨୮।୮: ମହାରାଷ୍ଟ୍ରର ଶାସକ ମହାୟୁତି ମେଣ୍ଟ ଭିତରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି। ବିଶେଷକରି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଏବଂ ଏକନାଥ ଶିନ୍ଦେ ଗୋଷ୍ଠୀ ମଧ୍ୟରେ ବିବାଦ…

ମୋଦି ୩.୦ କ୍ୟାବିନେଟରେ ହୋଇପାରେ ବଡ଼ ଅଦଳବଦଳ! ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇପାରନ୍ତି…

ନୂଆଦିଲ୍ଲୀ,୨୮ା୮: ଭାଜପାର ନୂଆ ଟିମ୍ ପ୍ରସ୍ତୁତ ହେବା ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କେନ୍ଦ୍ରୀୟ କ୍ୟାବିନେଟରେ ଅଦଳବଦଳ ନେଇ ଚର୍ଚ୍ଚା ଜୋର ଧରିଛି । ସୂତ୍ର…

ଡାକ୍ତରୀ ମିଶନ ପାଇଁ ଆସିବେ ‘ସାଇବର୍ଗ କକ୍‌ରୋଚ୍‌’

ସିଡ୍‌ନୀ,୨୮।୮(ରଏଟର୍ସ): ଭୂକମ୍ପ କିମ୍ବା ବଡ଼ଧରଣର ବିପର୍ଯ୍ୟୟ ସମୟରେ କୋଠାବାଡ଼ି ଓ ଧ୍ୱଂସାବଶେଷ ତଳେ ଚାପି ହୋଇ ରହିଥିବା ଆହତ ଲୋକଙ୍କ ପାଖରେ ଜରୁରୀ ଔଷଧ ପହଞ୍ଚାଇବା ପାଇଁ…

ସମସ୍ୟା ଶୁଣି କାର୍ଯ୍ୟକ୍ରମ ଛାଡ଼ି ପଳାଇଲେ ମନ୍ତ୍ରୀ: ଏମ୍‌ପି-ମନ୍ତ୍ରୀ ମନୋମାଳିନ୍ୟ ଚର୍ଚ୍ଚା

ବ୍ରହ୍ମପୁର,୨୮ା୮(ସୁବାସ ଚନ୍ଦ୍ର ପାଢ଼ୀ):ବ୍ରହ୍ମପୁର ଏମ୍‌ପି ପ୍ରଦୀପ ପାଣିଗ୍ରାହୀ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ମଧ୍ୟରେ ମନୋମାଳିନ୍ୟ ଥିବା ବିଷୟ ପଦାକୁ ଆସିଛି। ଗୁରୁବାର…

ବେଲଗାମ୍‌ ଟ୍ରାଫିକ ବ୍ୟବସ୍ଥା, ନାକେଦମ୍‌ ସହରବାସୀ: ସ୍ପିଡ୍‌ ବାଇକର୍‌ଙ୍କ ଯୋଗୁ ଦୁର୍ଘଟଣା ଭୟ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଟ୍ରାଫିକ ସମସ୍ୟା ବେଲଗାମ୍‌ ହୋଇପଡ଼ିଛି। ସହରସ୍ଥିତ ଯେଉଁ ରାସ୍ତା ଓ ଛକକୁ ଦେଖିଲେ ଏହି ସମସ୍ୟା ରହିଛି। ସ୍ଥାନୀୟ ଲେଙ୍ଗୁ ମିଶ୍ର ଛକ-ଜୀରାବ୍ରିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri