ଜଣେ ବୟଫ୍ରେଣ୍ଡ୍‌ଙ୍କୁ ଡେଟ୍‌ କରୁଛନ୍ତି ଏହି ଦୁଇ ଭଉଣୀ!

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ଇଣ୍ଡଷ୍ଟ୍ରିର ଯୁବ ତଥା ହିଟ୍‌ ଅଭିନେତ୍ରୀ ତାଲିକାରେ ସ୍ଥାନ ପାଇଛନ୍ତି। ଫିଲ୍ମ ‘ଧଡ଼କ’ ସହିତ ସେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ଇତିମଧ୍ୟରେ ସେ ଅନେକ ଫିଲ୍ମରେ ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ କରିସାରିଛନ୍ତି। ଯାହା ଦର୍ଶକଙ୍କ ଦ୍ୱାରା ବେଶ୍‌ ପ୍ରଶଂସିତ ହୋଇଛି। ଅଭିନୟ ସହିତ ଜାହ୍ନବୀ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ବି ଚର୍ଚ୍ଚାରେ ରହିଥାନ୍ତି। କେବଳ ଏତିକି ନୁହେଁ, ଜାହ୍ନବୀଙ୍କ ପ୍ରେମ ସମ୍ପର୍କକୁ ନେଇ ଅନେକ ଖବର ଆସିଛି। ନିକଟରେ ଜାହ୍ନବୀଙ୍କ ସାନ ଭଉଣୀ ଖୁସି କପୁରଙ୍କ ବିଷୟରେ କିଛି ଚର୍ଚ୍ଚା ହେଉଛି। ଖୁସି କୁଆଡ଼େ ନିଜ ବଡ଼ ଭଉଣୀଙ୍କ ପୂର୍ବତନ ପ୍ରେମିକଙ୍କୁ ଡେଟ୍‌ କରୁଛନ୍ତି।

ନିକଟରେ ଜାହ୍ନବୀଙ୍କ ନାମ ଅକ୍ଷତ ରଞ୍ଜନଙ୍କ ସହ ଯୋଡ଼ା ଯାଇଥିଲା। ତା’ପରେ ଅକ୍ଷତଙ୍କ ସହ ତାଙ୍କର ବ୍ରେକ୍‌ଅପ୍‌ ହୋଇଯାଇଥିଲା। ଏବେ ଖୁସି ଅକ୍ଷତଙ୍କୁ ଡେଟ୍‌ କରୁଥିବା ଚର୍ଚ୍ଚା ହେଉଛି। ନିକଟରେ ଏକ ସାକ୍ଷାତକାରରେ ଯେତେବେଳେ ଜାହ୍ନବୀଙ୍କୁ ଏ ବିଷୟରେ ପଚରାଗଲା ସେତେବେଳେ ସେ ଖୋଲାଖୋଲି କହିଥିଲେ, ଏହା ମିଛ ଆଉ ସବୁଠୁ ଖରାପ ଖବର।

ସେ ଆହୁରି ମଧ୍ୟ କହିଛନ୍ତି, ସୋସିଆଲ ମିଡିଆରେ କୁହାଯାଉଛି ଯେ, ମୁଁ ମୋର ପିଲାଦିନର ବନ୍ଧୁ ଅକ୍ଷତଙ୍କୁ ଡେଟ୍‌ କରୁଥିଲି, ତା’ପରେ ମୁଁ ତାଙ୍କ ସହ ସମ୍ପର୍କ ଭାଙ୍ଗିଥିଲି। ବର୍ତ୍ତମାନ ଖୁସି ତାଙ୍କୁ ଡେଟ୍‌ କରୁଛନ୍ତି। ଏହି ସବୁ ଖବର ସମ୍ପୂର୍ଣ୍ଣ ଭୁଲ୍‌। ଆମ ମଧ୍ୟରୁ କେହି କେବେ ତାଙ୍କୁ ଡେଟ୍‌ କରି ନ ଥିଲେ। ଆମେ କେବଳ ଛୋଟ ଥିବାରୁ ସେ କେବଳ ଆମର ସର୍ବୋତ୍ତମ ବନ୍ଧୁ। ଏହା ବ୍ୟତୀତ ଆମ ମଧ୍ୟରେ ଆଉ କିଛି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୧୩ ରନ କରି ଭାରତକୁ ଜିତାଇଲେ ପ୍ରିନ୍ସ, ତାଙ୍କ ବ୍ୟାଟ୍‌ ପଛର ରୋଚକ କାହାଣୀ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇନ୍ଦୋର,୧୨।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦଳ ୧୪ ରନ୍‌ରେ ବିଜୟୀ ହୋଇଛି। ଏହି ମ୍ୟାଚ୍‌ରେ ପ୍ରିନ୍ସ ଯାଦବ ବୋଲିଂରେ କୌଣସି ଉଇକେଟ ନେଇପାରି…

କରାଟେରେ ଗଞ୍ଜାମର ୫ ଜଣଙ୍କୁ ଗୋଲ୍ଡ ମେଡାଲ, କମାଲ କଲେ ଯାଆଁଳା ଭାଇ

ଗଞ୍ଜାମ,୧୨ା୧୦(ବିଦ୍ୟାଧର ସାହୁ): ଗୁଜରାଟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରଥମ ଓପନ ନ୍ୟାଶନାଲ କଣ୍ଟ୍ରାକ୍ଟ କରାଟେ ଚାମ୍ପିଅନଶିପ୍‌-୨୬ରେ ଗଞ୍ଜାମର ୫ ଜଣ ପ୍ରତିଭାବାନ ଗୋଲ୍ଡ ମେଡାଲ ଜିତି ରାଜ୍ୟ ଓ…

ଧୋନୀଙ୍କ ରେକର୍ଡକୁ ଧୂଳିସାତ୍‌ କଲେ ଶ୍ରେୟସ ଆୟର: କରିଦେଲେ ଏମିତି କାରନାମା

ଇନ୍ଦୋର,୧୨।୧୦: ଟି-୨୦ କ୍ରିକେଟ୍‌ରେ ବଡ଼ ସ୍କୋର କରିବା ସହ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିବା ଯେକୌଣସି ଦଳ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। କିନ୍ତୁ ଶ୍ରେୟସ ଆୟରଙ୍କ…

ବୁଧ ଗୋଚରରେ ଆଜିଠୁ ଆରମ୍ଭ ହେଲା ୫ ରାଶିଙ୍କ ନୂଆ ଅଧ୍ୟାୟ! ଧନଲାଭ ସହ ଚାକିରିରେ ପ୍ରମୋସନ ଯୋଗ

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗ୍ରହମାନଙ୍କ ନକ୍ଷତ୍ର ପରିବର୍ତ୍ତନର ପ୍ରଭାବ ବିଭିନ୍ନ ରାଶି ଉପରେ ପଡ଼ିଥାଏ। ଅକ୍ଟୋବର ୧୨ ତାରିଖ ସନ୍ଧ୍ୟା ୬ଟା ୪୮ ମିନିଟରେ ବୁଧ…

ଇମ୍ରାନଙ୍କ ମୁକ୍ତି ଦାବି ତେଜିଲା: ଆନ୍ଦୋଳନକାରୀ ରାଜଧାନୀ ମୁହାଁ, ପାକିସ୍ତାନରେ ଜରୁରୀକାଳୀନ ସ୍ଥିତି ଘୋଷଣା

ଇସଲାମାବାଦ,୧୨।୧୦: ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମୁକ୍ତ କରିବା ଦାବିରେ ଦେଶରେ ଆନ୍ଦୋଳନ ତିବ୍ର ହେବାରେ ଲାଗିଛି। ଆନ୍ଦୋଳନକାରୀ ରାଜଧାନୀ ମୁହାଁ ହୋଇଛନ୍ତି। ଫଳରେ ପାକିସ୍ତାନରେ ରାଜନୈତିକ…

ଜ୍ଞାନେଶ କୁମାରଙ୍କ ଆଗରେ ରାହୁଲଙ୍କ ବଡ଼ ସର୍ତ୍ତ: କହିଲେ- ଏମିତି କଲେ ଆମେ ଛାଡ଼ିଦେବୁ…

ନୂଆଦିଲ୍ଲୀ,୧୨।୧୦: ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ସମେତ ବିରୋଧୀ ଦଳ। ସୋମବାର (୧୨ ଅକ୍ଟୋବର) ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜ୍ଞାନେଶ କୁମାରଙ୍କୁ ଇସ୍ତଫା ଦେଇ ଏହି…

ଭାରତୀୟ କ୍ରିକେଟ୍‌ର ଗୁମର ଖୋଲିଲେ ଗାଭାସ୍କର: ଦେଲେ ଚାଞ୍ଚଲ୍ୟକର ମନ୍ତବ୍ୟ

ନୂଆଦିଲ୍ଲୀ,୧୨।୧୦:ଭାରତୀୟ ଘରୋଇ କ୍ରିକେଟର ସବୁଠାରୁ ପ୍ରତିଷ୍ଠିତ ପ୍ରଥମ ଶ୍ରେଣୀ ଟୁର୍ନାମେଣ୍ଟ ରଣଜୀ ଟ୍ରଫିର ମାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର। ରଣଜୀ ଟ୍ରଫିରେ…

ସୁସ୍ଥ ଶରୀର ପାଇଁ ଜଳ ଜରୁରୀ, ହାର୍ଟ-ଲିଭରକୁ ସୁରକ୍ଷା ଦେବା ସହ…

ଆମ ଶରୀର ପାଇଁ ଜଳ କେତେ ଉପକାରୀ, ତାହା କହିବା ବାହୁଲ୍ୟ ମାତ୍ର। ସୁସ୍ଥ ଶରୀର ପାଇଁ ସୁଷମ ଖାଦ୍ୟ ବ୍ୟତୀତ ଆବଶ୍ୟକ ମୁତାବକ ପାଣି ପିଇବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?