ପୂର୍ବଜନ୍ମର କର୍ମଯୋଗୁ ବ୍ୟକ୍ତିକୁ ମିଳିଥାଏ ଏହି ୬ ଜିନିଷ: ଆପଣଙ୍କ ପାଖରେ ଅଛି ତ…

ଭାରତର ମହାନ ରାଜନୀତିଜ୍ଞ ତଥା ଅର୍ଥଶାସ୍ତ୍ର ବିଶାରଦ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଅନେକ ବିଷୟରେ ଉଲ୍ଲେଖ କରିଛନ୍ତି। ତନ୍ମଧ୍ୟରୁ ଗୋଟିଏ ହେଲା ପୂର୍ବଜନ୍ମର କର୍ମ ଏବଂ ତାହାର ଫଳ ବିଷୟରେ। ଆସନ୍ତୁ ସେ ବିଷୟରେ ଜାଣିବା

ଶ୍ଳୋକ:

भोज्यं भोजनशक्तिश्च रतिशक्तिर्वराङ्गना ।

विभवो दानशक्तिश्च नाल्पस्य तपसः फलम् ॥

ଚାଣକ୍ୟ ନିଜ ନୀତିଶାସ୍ତ୍ରର ଦ୍ୱିତୀୟ ଅଧ୍ୟାୟର ଏହି ଶ୍ଳୋକରେ କହିଛନ୍ତି, ମନୁଷ୍ୟକୁ ପାଞ୍ଚୋଟି ଜିନିଷ ନିଜର ପୁର୍ବଜନ୍ମ ଆଧାରରେ ମିଳିଥାଏ। ସେଥିରୁ ପ୍ରଥମଟି ହେଲା ଭୋଜନ।

-ଚାଣକ୍ୟ କୁହନ୍ତି, ଖାଇବାକୁ ମିଳୁଥିବା ଲୋକ ଭାଗ୍ୟବାନ। ଯାହା ଖାଇବାକୁ ଇଚ୍ଛା ତାହା ମିଳିଯିବାଠାରୁ ଅଧିକ ଖୁସିର କଥା ନାହିଁ। ହେଲେ ଖାଲି ଭଲ ଖାଇବା ମିଳିବା ସୁଖ ନୁହେଁ। ଭୋଜନକୁ ଭଲ ଭାବେ ହଜମ କରିବାର ଶକ୍ତି ଥିବା ଜରୁରୀ। କାରଣ ହଜମ କରିବାର ଶକ୍ତି ସମସ୍ତଙ୍କ ପାଖରେ ନ ଥାଏ। ଯାହା ପାଖରେ ଥାଏ ସେ ପୂର୍ବଜନ୍ମରେ ଭଲ କର୍ମ କରିଥାନ୍ତି ବୋଲି ଚାଣକ୍ୟ କହିଛନ୍ତି।

-ଏହାଛଡ଼ା ଶ୍ଳୋକରେ ଚାଣକ୍ୟ ସୁନ୍ଦର ଏବଂ ଗୁଣବାନ ମହିଳାଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି। ସେ କୁହନ୍ତି, ଭାଗ୍ୟବାନ ଲୋକକୁ ସର୍ବଗୁଣ ସମ୍ପନ୍ନ ଏବଂ ଉତ୍ତମ ବୁଝାମଣା ଥିବା ସ୍ତ୍ରୀ ମିଳିଥାନ୍ତି। ଏହା ପୂର୍ବଜନ୍ମରେ କରିଥିବା ଭଲ କର୍ମର ଫଳ।

– ଚାଣକ୍ୟ କୁହନ୍ତି, କାମୁକ ଇଚ୍ଛାଶକ୍ତି ଥିବା ବ୍ୟକ୍ତି ଭାଗ୍ୟବାନ। ହେଲେ ସର୍ବଦା କାମ କବଳିତ ହେବା ଉଚିତ ନୁହେଁ। କାରଣ ଉକ୍ତ ବ୍ୟକ୍ତିର ଶୀଘ୍ର ବିନାଶ ହୋଇଥାଏ।

-ଧନର ଉପଯୁକ୍ତ ବ୍ୟବହାର ଜାଣିବା ସୁଖୀ ଜୀବନ ପାଇଁ ଅତ୍ୟନ୍ତ ଆବଶ୍ୟକ। ଏଣୁ ଧନୀ ହେବାଠାରୁ ଟଙ୍କା ଖର୍ଚ୍ଚ କରିବାର ଉପାୟ ଜଣା ରହିବା ଉଚିତ। ଏହି ଗୁଣ ପୁଣ୍ୟଫଳରୁ ପ୍ରାପ୍ତ ହୋଇଥାଏ ବୋଲି ଚାଣକ୍ୟ କହିଛନ୍ତି।

-ସ୍ବଭାବରେ ଦାନୀ ହୋଇଥିବା ବ୍ୟକ୍ତି ବହୁତ କମ୍‌ ଥାଆନ୍ତି। ଏହା ମଧ୍ୟ ପୁଣ୍ୟଫଳରୁ କମ୍‌ ନୁହେଁ। କାରଣ ପୃଥିବୀରେ ଧନୀ ଲୋକଙ୍କ ଅଭାବ ନାହିଁ। ହେଲେ ବି ସବୁ ଧନୀ ଦାନ କରନ୍ତି ନାହିଁ। ହେଲେ ଗରିବଟିଏ ନିଜର ଗୁଜରାଣ୍ଟ ମେଣ୍ଟାଇବାକୁ ରଖିଥିବା ଧନରୁ ଆବଶ୍ୟକଲୋକଙ୍କ ସାହାଯ୍ୟ କରିବାକୁ ଆଗେଇ ଆସିଥାଏ। ତେବେ ଏହି ଗୁଣ ପୂର୍ବଜନ୍ମର କର୍ମରୁ ମିଳିଥାଏ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ଅଧିକ ମାର୍କ ଚାହୁଁଥିଲେ…JNU ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ,୬ା୯: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି (JNU)ର ଜଣେ ପ୍ରଫେସରଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମେ’ ମାସରେ…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri