ସ୍ବାମୀଙ୍କ ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି ଏହି ୪ ରାଶିର ମହିଳା: କେବେ ବି ଧନସମ୍ପଦର ଅଭାବ ପଡ଼ି ନ ଥାଏ

ମେଷରୁ ଆରମ୍ଭ କରି ମୀନ ପର୍ଯ୍ୟନ୍ତ ମୋଟ ୧୨ ରାଶି ରହିଛି। ପ୍ରତି ରାଶିର ନିଜସ୍ବ ସ୍ବତନ୍ତ୍ରତା ରହିଛି। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ରାଶିରୁ ଯେକୌଣସି ବ୍ୟକ୍ତିର ଜୀବନରେ ହେବାକୁ ଥିବା ଘଟଣା ବିଷୟରେ ଅନୁମାନ କରାଯାଇପାରେ। ଆଜିର ବିଷୟରେ ଆମେ ଏଭଳି ୪ ରାଶି ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଜନ୍ମିତ ମହିଳାମାନେ ସ୍ବାମୀଙ୍କ ପାଇଁ ବେଶ୍‌ ଭାଗ୍ୟଶାଳୀ ହୋଇଥାନ୍ତି। ତାଙ୍କ ଯୋଗୁ ଘରେ ଧନର ଅଭାବ ଦେଖାଯାଇ ନ ଥାଏ।

କର୍କଟ ରାଶି: ଏହି ରାଶିର ଝିଅମାନେ ଭଲ ଭାଗ୍ୟ ସହ ଜନ୍ମ ନେଇଥାନ୍ତି। ଏମାନେ ଯେଉଁ ଘରକୁ ଯାଆନ୍ତି ସେଠାରେ ଧନର ଅଭାବ ହୋଇ ନ ଥାଏ।ଏମାନେ ସ୍ବାମୀଙ୍କ ପାଇଁ ବହୁତ ସଚ୍ଚୋଟ ହୋଇଥାନ୍ତି। ଅନ୍ୟମାନଙ୍କୁ ଖୁସିରେ ରଖିବାର କଳା ଏମାନଙ୍କ ପାଖରେ ଥାଏ। ଅସୁବିଧା ସମୟରେ ମଧ୍ୟ ଏମାନେ ହାତ ଛାଡ଼ି ନ ଥାନ୍ତି। ବରଂ ସେଥିରୁ ମୁକୁଳିବା ପାଇଁ ପ୍ରୟାସ କରିଥାନ୍ତି।

ମକର ରାଶି: ଏହି ରାଶିର ଝିଅମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି। ସେ ନିଜେ ଖୁସି ରହିବା ସହ ଆଖପାଖର ଲୋକମାନଙ୍କୁ ମଧ୍ୟ ଖୁସିରେ ରଖିଥାନ୍ତି। ବିଶେଷକରି ସ୍ବାମୀମାନଙ୍କ ପାଇଁ ବହୁତ ଶୁଭ ଥାନ୍ତି।

କୁମ୍ଭ ରାଶି: ଏହି ରାଶିର ଝିଅମାନେ ସ୍ନେହୀ, ଶକ୍ତ, ସ୍ବତନ୍ତ୍ର ବିଚାରଧାରା ରଖିଥାନ୍ତି। ଏମାନଙ୍କ ଭିତରେ ଆତ୍ମବିଶ୍ୱାସ ଭରପୂର ରହିଥାଏ। ଯେଉଁଠାକୁ ବି ଏମାନେ ଯାଆନ୍ତି ଖୁସି ବାଣ୍ଟିଥାନ୍ତି। ଜୀବନର କଠିନ ପରିସ୍ଥିତିରେ ମଧ୍ୟ ଏମାନେ ସ୍ବାମୀଙ୍କ ହାତ ଛାଡ଼ି ନ ଥାନ୍ତି। ପରିବାରର ଖୁସି ନେଇ ଏମାନେ ସବୁବେଳେ ଭାବିଥାନ୍ତି। ସ୍ବାମୀଙ୍କ ପାଇଁ ଏମାନେ ଶୁଭ ହୋଇଥାନ୍ତି।

ମୀନ ରାଶି: ଏହି ରାଶିର ଝିଅ ବେଶ ସମ୍ବେଦନଶୀଳ ଏବଂ ସ୍ନେହୀ ସ୍ବଭାବର ହୋଇଥାନ୍ତି। ଏମାନେ ନିଜ ପାର୍ଟନରଙ୍କ ସମସ୍ତ ଆବଶ୍ୟକତା ପୂରଣ କରିଥାନ୍ତି। ସ୍ବାମୀଙ୍କ ପାଇଁ ଏମାନେ ଭାଗ୍ୟଶାଳୀ ହୋଇଥାନ୍ତି। ଯେଉଁ ବ୍ୟକ୍ତିଙ୍କୁ ଏମାନେ ବିବାହ କରନ୍ତି ସେ ଜୀବନରେ ବହୁତ ଉପରକୁ ଉଠନ୍ତି। ଏଥିସହ ତାଙ୍କର ଧନସମ୍ପତ୍ତି ବଢ଼ିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଜୁନିଅରଙ୍କୁ କ୍ରିକେଟ ବ୍ୟାଟ୍‌ରେ ନିସ୍ତୁକ ପିଟିଲେ ସିନିୟର: ଥାନାରେ ଅଭିଯୋଗ ପରେ…

ଦେବଗଡ଼,୧୬।୭(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ସୁନାମୁଣ୍ଡା ସ୍ଥିତ ନବୋଦୟ ବିଦ୍ୟାଳୟ ଛାତ୍ରାବାସରେ ରାଗିଂ ଅଭିଯୋଗ। ମିଳିଥିବା ସୂଚନାନୁଯାୟୀ, ଯୁକ୍ତ ଦୁଇ ପିଲାଙ୍କ ଦ୍ୱାରା ନବମ ଓ ଦଶମ…

ସ୍କୁଲ ପରିସରରେ ରୋମାନ୍ସ କରିବା ପଡ଼ିଲା ମହଙ୍ଗା: ଭାଇରାଲ ଭିଡିଓ ପରେ ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ…

କନ୍ନୌଜ,୧୬।୭: ଉତ୍ତର ପ୍ରଦେଶର କନ୍ନୌଜ ଜିଲା ସୌରିଖ ବ୍ଲକସ୍ଥିତ ବଝେଡ଼ି କମ୍ପୋଜିଟ ବିଦ୍ୟାଳୟରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ବିଦ୍ୟାଳୟରେ କାର୍ଯ୍ୟରତ ଜଣେ ମହିଳା…

୯ କିଲୋ ଓଜନ କମିଲାଣି: ସୋନମ୍ ୱାଙ୍ଗଚୁକ୍‌ଙ୍କ ଆମରଣ ଅନଶନକୁ ନେଇ ଆଜି ଦିଲ୍ଲୀ ହାଇକୋର୍ଟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ, ୧୬।୭: ଜନ୍ତରମନ୍ତରଠାରେ ଅନଶନରେ ବସିଥିବା ବିଶିଷ୍ଟ ସମାଜସେବୀ ସୋନମ ଓ୍ୱାଙ୍ଗଚୁକଙ୍କ ବିଗୁଡ଼ୁଥିବା ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଆସନ୍ତା ଗୁରୁବାର ଦିଲ୍ଲୀ ହାଇକୋର୍ଟ ଏକ ଜନସ୍ୱାର୍ଥ ମାମଲାର ଜରୁରୀ…

ଇଲେକ୍ଟ୍ରିକ୍ ଗାଡ଼ିରେ ନିଆଁ ଲାଗିଲେ ମିଳିବ କି ଇନ୍ସୁରାନ୍ସ ଟଙ୍କା? ଜାଣନ୍ତୁ ବୀମା କମ୍ପାନୀର ନିୟମ

ନୂଆଦିଲ୍ଲୀ, ୧୬।୭: ନୋଏଡାର ସେକ୍ଟର ୬୬ ସ୍ଥିତ ଏକ ବିଲ୍ଡିଂର ପାର୍କିଂରେ ଛିଡ଼ା ହୋଇଥିବା ଇଲେକ୍ଟ୍ରିକ୍ ବାଇକ୍‌ରେ ସ୍ପାର୍କିଂ ହୋଇ ପ୍ରଚଣ୍ଡ ନିଆଁ ଲାଗିଯାଇଥିଲା। ଏହି ଦୁଃଖଦ…

ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା, ଓଡ଼ିଆରେ ଲେଖିଲେ ଜୟ ଜଗନ୍ନାଥ

ନୂଆଦିଲ୍ଲୀ, ୧୬।୭: ଆଜି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଏଥିପାଇଁ ରଥ, ପଥ, ଭକ୍ତ ଏବଂ ସେବାୟତ ସମସ୍ତେ ପ୍ରସ୍ତୁତ ରହିଥିବା ବେଳେ କେବଳ ମହାପ୍ରଭୁଙ୍କୁ ଅପେକ୍ଷା। ମହାବାହୁ…

ତେଲ ବଜାରରେ ହଲଚଲ: ପେଟ୍ରୋଲରେ ଆଶ୍ୱସ୍ତି, ଡିଜେଲ ଦେଲା ଝଟ୍‌କା, ଲାଗୁ ହେଲା ନୂଆ ଦର

ନୂଆଦିଲ୍ଲୀ,୧୬।୭: ମିଡିଲ ଇଷ୍ଟ (ମଧ୍ୟ ପ୍ରାଚ୍ୟ)ରେ ଆମେରିକା ଏବଂ ଇରାନ ମଧ୍ୟରେ ଜାରି ରହିଥିବା ସାମରିକ ତିକ୍ତତା ମଧ୍ୟରେ ଆନ୍ତର୍ଜାତୀୟ ତେଲ ବଜାରରେ ବଡ଼ ଧରଣର ଅସ୍ଥିରତା…

ଏମ୍‌ପିଙ୍କ ଦାରିଙ୍ଗବାଡି ଗସ୍ତ: ବିଭିନ୍ନ ସମସ୍ୟା ଜଣାଇଲେ ଲୋକେ, ପ୍ରତିଶ୍ରୁତି ଦେଇ ଏମ୍‌ପି କହିଲେ…

ଦାରିଙ୍ଗବାଡି, ୧୬।୭ (ଅରୁଣ ସାହୁ):କନ୍ଧମାଳ ଏମପି ସୁକାନ୍ତ କୁମାର ପାଣିଗ୍ରାହୀ ୨ ଦିନିଆ ଦାରିଙ୍ଗବାଡି ଗସ୍ତରେ ଆସିଛନ୍ତି। ସେ ବୁଧବାର ପୂର୍ବାହ୍ନରେ ଦାରିଙ୍ଗବାଡି ପହଞ୍ଚିଥିଲେ। ତାଙ୍କୁ ବ୍ଲକ…

‘କିଡନୀ ଦିଅ ନଚେତ୍‌ ମୃତ୍ୟୁ ଦିଅ’ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଗୁହାରୀ କଲେ ୫ ମହିଳା, ଜାଣନ୍ତୁ କାହିଁକି…

କୋଟା,୧୬।୭: ରାଜସ୍ଥାନର କୋଟାରୁ ଏକ ଅତ୍ୟନ୍ତ ଆବେଗପୂର୍ଣ୍ଣ ଏବଂ ଗମ୍ଭୀର ମାମଲା ସାମ୍ନାକୁ ଆସିଛି । କିଡନୀର ଗମ୍ଭୀର ରୋଗରେ ପୀଡ଼ିତ ହୋଇ ଡାକ୍ତରଖାନାରେ ଜୀବନ ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri