Posted inଜାତୀୟ

ଭାଜପା ଜିତିଲେ ଦେଶରେ ହେବ ନାହିଁ ଦ୍ୱିତୀୟ ଥର ନିର୍ବାଚନ, ଅର୍ଥମନ୍ତ୍ରୀ ସିତାରମଣଙ୍କ ସ୍ବାମୀ ପରକଲା ପ୍ରଭାକରଙ୍କ ଦାବିକୁ ନେଇ ବଢୁଛି ଆଲୋଚନା

ନୂଆଦିଲ୍ଲୀ,୮।୪: ଅର୍ଥନୀତିଜ୍ଞ ପରକଲା ପ୍ରଭାକର ଦାବି କରିଛନ୍ତି ଯେ ଯଦି ଚଳିତ ବର୍ଷର ଲୋକ ସଭା ନିର୍ବାଚନରେ ଭାଜପା ଜିତେ ତେବେ ଦେଶରେ ପୁନ-ନିର୍ବାଚନ ହେବ ନାହିଁ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସ୍ବାମୀ ପରକଲାଙ୍କ ଏହି ବିବୃତ୍ତି ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଦେଶର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ନିଜେ ପ୍ରଭାକରଙ୍କ ବିବୃତ୍ତିର ଭିଡିଓ ଶେୟାର କରିଛି। ଏପରିକି ମଣିପୁର ଭଳି ପରିସ୍ଥିତି ସମଗ୍ର ଦେଶରେ ହୋଇପାରେ ବୋଲି ସେ ଦାବି କରିଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କଂଗ୍ରେସ ପ୍ରଭାକରଙ୍କ ୧.୪୯ ମିନିଟର ଲମ୍ବା ଭିଡିଓ ଶେୟାର କରି କହିଛି, ଯଦି ୨୦୨୪ରେ ପୁଣଇ ମୋଦି ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ଦେଶରେ କେବେବି ନିର୍ବାଚନ ହେବନାହିଁ।ଦେଶର ସମ୍ବିଧାନ ବଦଳିଯିବ। ମୋଦି ନିଜେ ଲାଲକିଲାରୁ ହେଟ୍‌ ସ୍ପିଚ ଦେବେ ଏବଂ ଲଦ୍ଦାଖ-ମଣିପୁର ପରି ପରିସ୍ଥିତି ସମଗ୍ର ଦେଶରେ ସୃଷ୍ଟି ହେବ – ପରକଲା ପ୍ରଭାକର। ଦଳ ଆହୁରି ମଧ୍ୟ କହିଛି ଯେ ପରକଲା ଜି ଜଣେ ଜଣାଶୁଣା ଅର୍ଥନୀତିଜ୍ଞ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସ୍ବାମୀ।
ସୂଚନାଯୋଗ୍ୟ, ଅର୍ଥଶାସ୍ତ୍ରୀ ପରକଲା ପ୍ରଭାକର ଏକ ୟୁଟ୍ୟୁବ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରେ, ତାଙ୍କୁ ପଚରାଯାଇଥିଲା କି ଯଦି ତୃତୀୟଥର ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଗଠନ କରାଯାଏ ତେବେ କ’ଣ ହେବ। ଏହାର ଜବାବରେ ସେ କହିଥିଲେ, ଯଦି ଏମିତି ହେବ ତେବେ ସମ୍ଭାବନା ରହିଛି କି ପୁଣିଥରେ ଆପଣ ଆଉ ନିର୍ବାଚନ କଥା ଚିନ୍ତା କରିପାରିବେ ନାହିଁ। ୨୦୨୪ ନିର୍ବାଚନ ପରେ ଯଦି ଏହି ସରକାର ଆସିଲା ତେବେ ଏହାପରେ ଆଉ ନିର୍ବାଚନ ହେବ ନାହିଁ।
ପ୍ରଭାକର ଆହୁରି କହିଛନ୍ତି, ବର୍ତ୍ତମାନ ଦେଶର ଦେଶର ସମ୍ବିଧାନ ଏବଂ ମାନଚିତ୍ର ସମ୍ପୂର୍ଣ୍ଣ ରୂପେ ବଦଳିଯିବ। ଆପଣ ଏହାକୁ ଚିହ୍ନି ମଧ୍ୟ ପାରିବେ ନାହିଁ। ବର୍ତ୍ତମାନ ଆପଣ ଏହାକୁ ପାକିସ୍ତାନକୁ ପଠାଇବା, ହତ୍ୟା କରିବା କିମ୍ବା ଏହାକୁ ନେଇଯିବା କଥା ଯାହା ଧର୍ମ ସଂସଦ ପରି ସ୍ଥାନରୁ ଶୁଣୁଛନ୍ତି, ସେ କଥା ଆପଣ ଲାଲ କିଲାରୁ ଶୁଣିବେ। ସେ କହିଛନ୍ତି, ଏହିପରି ଜିନିଷଗୁଡିକ ଉପରେ ସମ୍ପୂର୍ଣ୍ଣ ଖୋଲା ଖେଳ ହେବ। ଏହା ସବୁଠାରୁ ବଡ ବିପଦ।
ପ୍ରଭାକର ମଧ୍ୟ ମଣିପୁର ପରି ପରିସ୍ଥିତି ସୃଷ୍ଟି କରୁଥିବା ନେଇ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ଆପଣ ଅନୁଭବ କରୁଛନ୍ତି ଯେ ମଣିପୁରରେ ହିଂସା ଘଟୁଛି, ତେଣୁ ଏଠାରେ ଏହା ହେବାର କୌଣସି ସମ୍ଭାବନା ନାହିଁ। ଆପଣଙ୍କୁ ଏହିପରି ଚିନ୍ତା କରିବାର ଆବଶ୍ୟକତା ନାହିଁ, କାରଣ ଆଜି ମଣିପୁରରେ ଯାହା ଘଟୁଛି ତାହା ଆସନ୍ତାକାଲି ଆପଣଙ୍କ କିମ୍ବା ଆମ ସହିତ ଘଟିବ। ଏହା ରାଜ୍ୟରେ ମଧ୍ୟ ହୋଇପାରେ। ଲଦ୍ଦାଖ, ମଣିପୁର ଭଳି ପରିସ୍ଥିତି କିମ୍ବା ଚାଷୀଙ୍କ ପ୍ରତି ଯେଉଁଭଳି ବ୍ୟବହାର କରାଯାଇଥିଲା ତାହା ନିଶ୍ଚିତ ଭାବରେ ସମଗ୍ର ଦେଶରେ ଘଟିବ।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟାରେ ଲଘୁଚାପ: ସପ୍ତାହେ ଯାଏ ପ୍ରବଳ ବର୍ଷା, ଆଜି ୬ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର, ୭ା୮(ବନ୍ଦନା ସେଠୀ) – ରାଜ୍ୟରେ ଲଗାଣ ବର୍ଷା ପାଇଁ ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ଓ ବନ୍ୟା ପରିସ୍ଥିତି ଲାଗି ରହିଥିବାବେଳେ ଆସୁଛି ଆଉ ୨ ଲଘୁଚାପ।…

ବରଗଡ଼ରେ ଶନିବାର ସକାଳ ୮ଟାରୁ ବିଦ୍ୟୁତ୍ କାଟ୍: ଏସବୁ ଅଞ୍ଚଳରେ ୬ ଘଣ୍ଟା ବନ୍ଦ ରହିବ ବିଦ୍ୟୁତ୍ ସେବା

ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଡିଭିଜନ୍-୨ ଗ୍ରୀଡ୍ ଅନ୍ତର୍ଗତ ୧୧କେଭି ଟେଲିଫୋନ୍ ଏକ୍ସଚେଞ୍ଜ୍ ଫିଡର୍ରେ ଜରୁରୀକାଳୀନ ମରାମତି କାର୍ଯ୍ୟ ଯୋଗୁ ଆସନ୍ତାକାଲି (ଶନିବାର) ସକାଳ ୮ଟାରୁ ଅପରାହ୍ନ ୨ଟା…

ଭଞ୍ଜନଗରରେ ପ୍ରବଳ ବର୍ଷା: ଜନଜୀବନ ଅସ୍ତବ୍ୟସ୍ତ, କୁଲାଡରେ ଗୁହାଳ ଘର ଭୁଶୁଡ଼ି ୧୫ରୁ ଅଧିକ ଛେଳି ମୃତ

ଭଞ୍ଜନଗର,୭।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ବିଗତ କିଛି ଦିନ ହେବ ଅପରାହ୍ନ ଏବଂ ରାତିରେ ଲାଗିରହିଥିବା ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।…

ଜିଆର୍‌ପି କନଷ୍ଟେବଳ ସୌମ୍ୟ ହତ୍ୟା ମାମଲା: ପ୍ରମାଣ ଅଭାବରୁ ୬ ଅଭିଯୁକ୍ତଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର,୭।୮: ଚର୍ଚ୍ଚିତ ଜିଆର୍‌ପି (GRP) କନଷ୍ଟେବଳ ସୌମ୍ୟ ରଞ୍ଜନ ମହାପାତ୍ର ହତ୍ୟା ମାମଲାରେ କୋର୍ଟଙ୍କ ପକ୍ଷରୁ ୬ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରାଯାଇଛି। ଏହି ମାମଲାରେ ପୂର୍ବରୁ…

କେଉଁ ଦଳରେ ଯୋଗଦେବେ ହାର୍ଦ୍ଦିକ ପାଣ୍ଡ୍ୟା? କେତେ ମୂଲ୍ୟରେ…ଅଶ୍ୱିନ୍ କଲେ ବଡ଼ ଖୁଲାସା

ଚେନ୍ନାଇ,୭।୮: ଆଇପିଏଲ୍ ୨୦୨୬ ପରଠାରୁ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ି ଅନ୍ୟ କୌଣସି ଦଳରେ ଯୋଗଦେବା ନେଇ କଳ୍ପନାଜଳ୍ପନା ଜାରି ରହିଛି। କିଛି ଲୋକଙ୍କ ମତରେ…

Add-On Credit Card କ’ଣ? କିଏ କରିପାରିବେ ଏହାର ବ୍ୟବହାର, ଜାଣନ୍ତୁ ସମ୍ପୂର୍ଣ୍ଣ…

ନୂଆଦିଲ୍ଲୀ, ୭।୮: ଆଜିକାଲି ପରିବାରର ବିଭିନ୍ନ ଖର୍ଚ୍ଚ ଯେପରିକି ଘରୋଇ ବିଲ୍, ଶପିଂ, ଭ୍ରମଣ ଏବଂ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ଆଦି ଏକାଠି ପରିଚାଳନା କରିବା କଷ୍ଟକର…

କ’ଣ ସାଧାରଣ ଲୋକ UPI ଟ୍ରାଞ୍ଜାକ୍ସନବେଳେ ଦେବେ ଏକ୍ସଟ୍ରା ଚାର୍ଜ? ଅର୍ଥମନ୍ତ୍ରୀ କଲେ ଖୁଲାସା

ନୂଆଦିଲ୍ଲୀ, ୭।୮: ଯଦି ଆପଣ ବି ନିତିଦିନ ଛୋଟ-ବଡ଼ କାମ ପାଇଁ UPI ବ୍ୟବହାର କରୁଛନ୍ତି ଏବଂ ମନରେ ଟ୍ରାଞ୍ଜାକ୍ସନ୍ ଚାର୍ଜ ଲାଗିବାର ଭୟ ଥିଲା, ତେବେ…

ୟୁଟର୍ନ ମାରିଲେ କଙ୍ଗନା? Gen Z ଙ୍କୁ ନେଇ ଦେଲେ ପୁଣି ବଡ଼ ବୟାନ

ନୂଆଦିଲ୍ଲୀ, ୭।୮: Bjp ସାଂସଦ/ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ ଗତ କିଛି ଦିନ ହେବ ଯୁବପିଢ଼ିଙ୍କ ମଧ୍ୟରେ ବେଶ୍ ଚର୍ଚ୍ଚାରେ ଥିଲେ, କିନ୍ତୁ ତାଙ୍କୁ ଭଲପାଇବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri