ସମସ୍ତଙ୍କ ପାଇଁ ହେବ ବ୍ୟବସ୍ଥା, ପ୍ରତିଶ୍ରୁତି ଦେଲେ ଜୟନ୍ତୀ ଷଡ଼ଙ୍ଗୀ

ପୁରୀ,୧୮ା୧୦: ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। କାର୍ତ୍ତିକରେ ପୁଣ୍ୟ ଅର୍ଜନ ପାଇଁ ପୁରୀରେ ଭିଡ ଲଗାଇଛନ୍ତି ହବିଷ୍ୟାଳି। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର।

ତେବେ ଏହାରି ଭିତରେ ବଡ଼ ସୂଚନା ମିଳିଛି କି, ପୁରୀରେ ହବିଷ୍ୟାଳିମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।
ବୃନ୍ଦାବତୀ ନିବାସ ସାମ୍ନାରେ ହବିଷ୍ୟାଳିମାନେ ଏକାଠି ହୋଇ ଆନ୍ଦୋଳନ କରିଛନ୍ତି। ପଞ୍ଜୀକରଣ କରି ନ ଥିବା ହବିଷ୍ୟାଳିମାନେ ରହଣି ଦାବି କରି ଆନ୍ଦୋଳନ କରୁଛନ୍ତି। ଏନେଇ ଘଟଣାସ୍ଥଳରେ ଆନ୍ଦୋଳନକାରୀଙ୍କୁ ବୁଝାସୁଝା ପାଇଁ ଅତିରିକ୍ତ ଜିଲାପାଳ, ଉପଜିଲାପାଳ ପହଞ୍ଚିଛନ୍ତି। ଉପଜିଲାପାଳ କହିଛନ୍ତି, ପ୍ରଥମେ ପଞ୍ଜୀକୃତ ହବିଷ୍ୟାଳିଙ୍କ ଲାଗି ବ୍ୟବସ୍ଥା କରାଯିବ। ଏହା ପରେ ସ୍ଥାନ ଫାଙ୍କା ରହିଲେ ଅଣପଞ୍ଜୀକୃତ ହବିଷ୍ୟାଳିଙ୍କୁ ଦିଆଯିବ।

ଅଣପଞ୍ଜୀକୃତ ହବିଷ୍ୟାଳିଙ୍କୁ ନେଇ ପୁରୀରେ ସମସ୍ୟା ଉପୁଜିବା ପରେ ଶୁକ୍ରବାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ପୂର୍ବତନ ବିଧାୟକ ଜୟନ୍ତ ଷଡ଼ଙ୍ଗୀ। ସେ କହିଛନ୍ତି, ଯେଉଁ ମା’ମାନେ ଆସିଛନ୍ତି ସମସ୍ତଙ୍କ ପାଇଁ ରହିବା ବ୍ୟବସ୍ଥା ହେବ। ପଞ୍ଜୀକୃତ କରି ଆସି ନ ଥିବା ହବିଷ୍ୟାଳି ମା’ମାନେ ରହିବେ। ସେମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ସ୍ଥାନାଭାବ ହେଲେ ବି ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ମୁଁ ଏନେଇ ଜିଲା ପ୍ରଶାସନ ସହ ଆଲୋଚନା କରିସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ଭରଣପୋଷଣ ଦେଉନାହାନ୍ତି ଭାଗ୍ୟବାନ: ବାନ୍ଧିଲା ପୋଲିସ

ଦିଗପହଣ୍ଡି,୧୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରତାପଗିରି ଗ୍ରାମର ଭାଗ୍ୟବାନ ଗୌଡ଼ (୪୨)ଙ୍କୁ ବୁଧବାର ପାଟପୁର ପୋଲିସ ଗିରଫ କରି ବ୍ରହ୍ମପୁର ଫେମିଲି କୋର୍ଟକୁ…

ଆପୋଷ ମିଳାମିଶାରେ ମାମଲା ସମାଧାନ ପାଇଁ ମାଜିଷ୍ଟ୍ରେଟଙ୍କ ଗୁରୁତ୍ୱାରୋପ: ବିବାଦ ସମାଧାନରେ…

ଦିଗପହଣ୍ଡି,୧୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସିଭିଲ କୋର୍ଟ କମ୍ପ୍ଲେକ୍ସ ପରିସରରେ ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ବିଭିନ୍ନ ବିବାଦର ସମାଧାନରେ ମଧ୍ୟସ୍ଥିଙ୍କ ଭୂମିକା…

ଶୁକ୍ରବାର ରାତିରେ ରାଶି ପରିବର୍ତ୍ତନ କରିବେ ଚନ୍ଦ୍ର: ବୃଷ-ସିଂହ ସହ ଏହି ରାଶିଙ୍କୁ ଫାଇଦା ହିଁ ଫାଇଦା, ମିଳିବ ଖୁସିଖବର

ଭୁବନେଶ୍ୱର: ଜ୍ୟୋତିଷ ଗଣନା ଅନୁସାରେ ୧୧ ସେପ୍ଟେମ୍ବର ୨୦୨୬ ରାତି ୭ଟା ୮ ମିନିଟ୍‌ରେ ଚନ୍ଦ୍ର ସିଂହ ରାଶି ଛାଡ଼ି କନ୍ୟା ରାଶିରେ ପ୍ରବେଶ କରିବେ। ଏହି…

୨୩ରେ ଯାତ୍ରାପୀଠକୁ ଅଣାଯିବ ଶୁଭଖୁଣ୍ଟି; ୮ ଦିନ ଧରି ଚାଲିବ ଯାତ୍ରା

ଦିଗପହଣ୍ଡି, ୧୦।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଗଣପର୍ବ ଭାବେ ପରିଚିତ ମା’ ବୁଢ଼ୀ ଠାକୁରାଣୀଙ୍କ ଶାରଦୀୟ ଯାତ୍ରା ମହୋତ୍ସବ ପରିଚାଳନା ନିମନ୍ତେ…

ଗାଡ଼ି ଚାଳକଙ୍କ ପାଇଁ ବଡ଼ ଖବର! ୨୦%ରୁ ଅଧିକ ଇଥାନଲ ମିଶିବ ପେଟ୍ରୋଲରେ, ସ୍ପଷ୍ଟ କଲେ…

ଦେଶରେ ପ୍ରଚଳିତ ୨୦% ଇଥାନଲ୍‌ ମିଶ୍ରିତ ପେଟ୍ରୋଲ (ଇ-୨୦) ଯୋଗୁ ଗାଡ଼ି ଯନ୍ତ୍ରାଂଶ ଖରାପ ହେଉଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି। ଏନେଇ ଦୃଢ଼ ବିରୋଧ…

ସୂର୍ଯ୍ୟଙ୍କ ଗୋଚର: ୩ ରାଶିଙ୍କୁ ମିଳିବ ଲାଭ, ଚାକିରିରେ ବଡ଼ ଅଫର୍‌କୁ ଧନଲାଭର ଖୋଲିଲା ଯୋଗ

ସୂର୍ଯ୍ୟ ଗ୍ରହ ୧୩ ସେପ୍ଟେମ୍ୱର ୨୦୨୬ ରବିବାର ରାତି ୯ଟା ୫୩ ମିନିଟରେ ପୂର୍ୱାଫାଲଗୁନୀ ନକ୍ଷତ୍ରରୁ ପୂର୍ୱାଫାଲଗୁନୀ ନକ୍ଷତ୍ରକୁ ପ୍ରବେଶ କରିବେ। ଏହି ଗୋଚର ପ୍ରଭାବରୁ ଭାଗ୍ୟଶାଳୀ…

ଗୃହ ମନ୍ତ୍ରଣାଳୟ ବୈଠକ ପରେ ସୋନମ ୱାଙ୍ଗଚୁକଙ୍କ ବଡ଼ ଚେତାବନୀ: କହିଲେ- ଆନ୍ଦୋଳନ ହିଁ…

ନୂଆଦିଲ୍ଲୀ,୧୦।୯: ଲଦାଖର ଭବିଷ୍ୟତ ଓ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ନେଇ କେନ୍ଦ୍ର ସରକାର ଏବଂ ଲଦାଖ ପ୍ରତିନିଧିଙ୍କ ମଧ୍ୟରେ ହୋଇଥିବା ଆଲୋଚନାରୁ କୌଣସି ଠୋସ ସମାଧାନ ବାହାରି ପାରିନାହିଁ।…

ବୁଧାଦିତ୍ୟ ରାଜଯୋଗରେ ମାଲାମାଲ ହେବେ ୪ ରାଶି: ଚାକିରିରେ ପଦୋନ୍ନତି ସହ ବ୍ୟବସାୟରେ ଅଚାନକ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୧୭ ସେପ୍ଟେମ୍ବର ୨୦୨୬ରେ ସୂର୍ଯ୍ୟ ଦେବ ସିଂହ ରାଶିରୁ ବାହାରି କନ୍ୟା ରାଶିରେ ପ୍ରବେଶ କରିବେ। ସେହି ସମୟରେ କନ୍ୟା ରାଶିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri