‘କ୍ୟାପିଟୋଲ ହିଲ୍‌ ଭଳି ଦଙ୍ଗା ଭିଆଇବେ ବୋଲ୍‌ସୋନାରୋ’

ବ୍ରାସିଲିଆ,୪।୨: ବ୍ରାଜିଲ ସାଧାରଣ ନିର୍ବାଚନରେ ପୂର୍ବତନ ରାଷ୍ଟ୍ରପତି ଜୈର ବୋଲ୍‌ସୋନାରୋ ପରାଜିତ ହେବା ପରେ ତାଙ୍କ ସମର୍ଥକମାନେ ହିଂସାମତ୍କ ଆନ୍ଦୋଳନ ଜାରି ରଖିଛନ୍ତି। ଦଙ୍ଗା ଷଡ଼ଯନ୍ତ୍ରକାରୀ ରୂପେ ବୋଲ୍‌ସୋନାରୋଙ୍କ ବିରୋଧରେ ତଦନ୍ତ ଚାଲିଥିବାବେଳେ ସେ ଗତ ଡିସେମ୍ବର ଶେଷ ଆଡ଼କୁ ଆମେରିକା ଚାଲିଯାଇଥିଲେ। ୨୦୧୮ରେ ସେ ଛୁରାମାଡ଼ର ଶିକାର ହେବା ପରେ ସୃଷ୍ଟି ହୋଇଥିବା କ୍ଷତର ଉପଶମ ଲାଗି ଫ୍ଲୋରିଡାର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଏକ ଫଟୋ ଟୁଇଟ୍‌ କରିଥିଲେ। ଓର୍ଲାଣ୍ଡୋର ଡେଜରଲାଣ୍ଡ ରେଷ୍ଟୁରାଣ୍ଟରେ ଥିବା ଆମ୍ୟୁଜମେଣ୍ଟ ପାର୍କରେ ତାଙ୍କ ସହ ମହିଳାମାନେ ସେଲ୍ଫି ନେଉଥିବା ଫଟୋ ଭାଇରାଲ ହୋଇଛି। ଆମେରିକୀୟ ଆଇନ ପ୍ରଣେତାମାନେ ତାଙ୍କୁ ବିଦାକରିବା ପାଇଁ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ନିକଟରେ ଦାବି କରୁଛନ୍ତି। କିନ୍ତୁ ଆଉ ୬ ମାସ ଆମେରିକାରେ ରହିବା ପାଇଁ ଆଗ୍ରହୀ ବୋଲ୍‌ସୋନାରୋ ନିଜ ଭିଜା ଅବଧି ବୃଦ୍ଧି ଲାଗି ଅନୁରୋଧ କରିଛନ୍ତି। ଏନେଇ ବ୍ରାଜିଲ ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଡା ସିଲ୍‌ଭା କହିଛନ୍ତି, ନାଗରିକ ବୋଲ୍‌ସୋନାରୋ ଏକ ବିଦ୍ରୋହ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏକଥା ମୁଁ ଦୃଢ଼ ଓ ସ୍ପଷ୍ଟ ଭାବେ ପ୍ରକାଶ କରୁଛି। ଏପରି କି ଜାନୁୟାରୀ ୮ରେ ସରକାରୀ ଅଫିସଗୁଡ଼ିକରେ ନିଜ ସମର୍ଥକମାନଙ୍କ ସହ ପଶିବା ସହ ଭଙ୍ଗାରୁଜା ଯୋଜନା ମଧ୍ୟ ସେ କରିଥିଲେ। ସେ ଏବେ ବି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଶୈଳୀରେ କ୍ୟାପିଟୋଲ ହିଲ୍‌ ଭଳି ଦଙ୍ଗା ଭିଆଇବାକୁ ଉଦ୍ୟମ କରୁଥିବା ଲୁଲା ଅଭିଯୋଗ ଆଣିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଂକ୍ରମଣରୁ ଦୂରେଇ ରହିବା ପାଇଁ ଚାଇନାରେ ପ୍ଲାଷ୍ଟିକ ଘେରରେ ବୁଲୁଛନ୍ତି ଲୋକେ, ଭିଡ଼ିଓ ଭାଇରାଲ…

ବେଜିଂ,୨୭।୧୨ : ଚାଇନାରେ କରୋନା ସଂକ୍ରମଣ ବୃଦ୍ଧି ହେତୁ ପରିସ୍ଥିତି ବିଗିଡି ଯାଉଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏଠାରେ ସଂକ୍ରମିତ ଦୈନିକ ସଂଖ୍ୟା ପ୍ରାୟ ୧୦...

ନେପାଳରେ ଦେଉବା ସରକାର

କାଠମାଣ୍ଡୁ, ୧୪ା୭: ନେପାଳୀ କଂଗ୍ରେସ ଅଧ୍ୟକ୍ଷ ଶେର ବାହାଦୁର ଦେଉବା ମଙ୍ଗଳବାର ୫ମ ଥର ପାଇଁ ନେପାଳର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଷ୍ଟ୍ରପତି...

ଗୋଟିଏ ଦିନର ବିଦ୍ୟୁତ ବିଲ୍‌ ୩୭ ଲକ୍ଷ ଟଙ୍କା

ଗୋଟିଏ ଦିନର ବିଦ୍ୟୁତ ବିଲ୍‌ ୩୭ ଲକ୍ଷ ଟଙ୍କା। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ବ୍ରିଟେନର ଜଣେ ଯୁବତୀଙ୍କ ସହ ଏହା ଘଟିଛି। ତାଙ୍କର...

ରୁଷିଆକୁ ଲାଗିଲା ବଡ଼ ଝଟ୍‌କା

ଲଣ୍ଡନ,୧୮।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରିିରହିଥିବା ଯୁଦ୍ଧକୁ ଅନେକ ଦେଶ ବିରୋଧ କରୁଛନ୍ତି। ରୁଷିଆ ଉପରେ ପାଶ୍ଚାତ୍ୟ ଦେଶଗୁଡ଼ିକ ଅନେକ ପ୍ରତିବନ୍ଧକ ସହ ଆର୍ଥିକ...

ସାମ୍ନାକୁ ଆସିଲା ଚାଇନାର ଆଉ ଏକ କାରନାମା

ଚାଇନାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ମା’ବାପା ସେମାନଙ୍କ ପିଲାମାନଙ୍କୁ ଏକ ଜନଗହଳି ବଜାରରେ ପଞ୍ଜୁରୀ...

ପବନ ମଝିରେ ଚାଇନା ବିମାନରେ ସୃଷ୍ଟି ହୋଇଥିଲା ଫାଟ !

ବେଜିଂ,୨୫।୩: ଚାଇନାରେ ଗତ ସୋମବାର ଘଟିଥିବା ବୋଇଂ ୭୩୭-୮୦୦ ଯାତ୍ରୀବାହି ବିମାନ ଦୁର୍ଘଟଣା ପଛର କାରଣ ଜାଣିବା ପାଇଁ ବିଶେଷଜ୍ଞମାନେ ତଦନ୍ତ ଚଲାଇଛନ୍ତି। ଏହା ମଧ୍ୟରେ...

ତାଲିବାନ୍‌ ସହ ୧୦ ଦେଶର ବୈଠକ

ମସ୍କୋ, ୨୧ା୧୦: ଆଫଗାନିସ୍ତାନ ପ୍ରସଙ୍ଗରେ ତାଲିବାନ୍‌ ପ୍ରତିନିଧିଙ୍କ ଉପସ୍ଥିତିରେ ରୁଷିଆ ବୁଧବାର ଏକ ଅନ୍ତର୍ଜାତୀୟ ବୈଠକ ଆୟୋଜନ କରିଛି। ଆଫଗାନିସ୍ତାନରେ ଶାନ୍ତି ଓ ସ୍ଥିରତା ଆଣିବା...

ହାଇଆଲର୍ଟରେ କାବୁଲ ବିମାନ ବନ୍ଦର: ୪୦ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ଓ୍ବାଶିଂଟନ,୨୭।୮: ଆଫଗାନିସ୍ତାନର ରାଜଧାନୀ କାବୁଲ ବିମାନ ବନ୍ଦରଠାରେ ଗୁରୁବାର ଦୁଇଟି ଆତ୍ମଘାତୀ ବିସ୍ଫୋରଣରେ ୪୦ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଆମେରିକାର ୪ ମେରାଇନ...

Advertisement
Archives

Model This Week